ସୋସିଆଲ ମିଡିଆ

ଟ୍ବିଟ୍‌ ଟ୍ବିଟ୍‌

ଗାନ୍ଧି ଜୟନ୍ତୀ

ଗାନ୍ଧିଙ୍କ ମୂଲ୍ୟବୋଧ, ଶାନ୍ତି ପାଇଁ କର୍ତ୍ତବ୍ୟନିଷ୍ଠା ଓ ଭାତୃତ୍ବଭାବର ଚିନ୍ତାଧାରା ଆମପାଇଁ ସର୍ବଦା ଚିରସ୍ମରଣୀୟ।

ରାମନାଥ କୋବିନ୍ଦ, ରାଷ୍ଟ୍ରପତି

ଗାନ୍ଧି ଜୟନ୍ତୀ

ସେ ଥିଲେ ସତ୍ୟ, ଅହିଂସାର ପ୍ରତୀକ, ଯେଉଁଥିପାଇଁ ସେ ବଞ୍ଚିଥିଲେ ଓ ବଳିଦାନ ଦେଇଥିଲେ। ସେ ଥିଲେ ଦେଶାତ୍ମବୋଧର ପ୍ରତୀକ।

ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ

ଗାନ୍ଧି ଜୟନ୍ତୀ

ଗାନ୍ଧି ଜୟନ୍ତୀ ହେଉଛି ଅନ୍ତର୍ଜାତୀୟ ଅହିଂସା ଦିବସ। ଆଜିର ଦିନ ଆମକୁ ଶାନ୍ତିରେ ବଞ୍ଚିବା ପାଇଁ ରାସ୍ତା ଦେଖାଇଥାଏ।

ଆମ୍‌‌ନେଷ୍ଟି ଇଣ୍ଟରନ୍ୟାସନାଲ୍‌, ଅଷ୍ଟ୍ରେଲିଆ

ଉଦ୍ଧବଙ୍କୁ ରାହୁଲଙ୍କ ଶୁଭେଚ୍ଛା

ଜନ୍ମଦିନରେ ଉଦ୍ଧବ ଠାକ୍‌ରେଜୀଙ୍କୁ ଶୁଭେଚ୍ଛା। ଉତ୍ତମ ସ୍ବାସ୍ଥ୍ୟ ଓ ସୁଖ ସ୍ବାଚ୍ଛନ୍ଦ୍ୟ କାମନା କରୁଛି।

ରାହୁଲ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ

ଦୁର୍ନୀତି ନିରୋଧୀ ଆଇନ

ଦୁର୍ନୀତି ନିରୋଧୀ ଆଇନରେ ପରିବର୍ତ୍ତନ ସଚ୍ଚୋଟ ଅଫିସରଙ୍କୁ ନିର୍ଯାତନାରୁ ରକ୍ଷା କରିବ।

ଅରୁଣ ଜେଟ୍‌ଲୀ, କେନ୍ଦ୍ର ମନ୍ତ୍ରୀ

ମମତାଙ୍କ ଚେତାବନୀ

କେବଳ ଲୋକେ ମୋତେ ସଂକୁଚିତ କରିପାରିବେ। ଲୋକାୟୁକ୍ତ ମୋର କିଛି କରିପାରିବେ ନାହିଁ।

ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଗର୍ବ ଲାଗୁଛି

ଭାରତୀୟ ଫୁଟବଲ ଦଳର ଉପଅଧିନାୟିକା ଭାବେ ମନୋନୀତ ହେବା ଗର୍ବ ଲାଗୁଛି। ପ୍ରଥମ ଥର ପାଇଁ ଭାରତୀୟ ଦଳ ୟୁରୋପରେ ଖେଳିବାକୁ ଯାଉଛି।

ଆଦିତି ଚୌହ୍ବାନ, ଉପଅଧିନାୟିକା, ଭାରତୀୟ ଫୁଟବଲ ଦଳ

ପୁଣି ରାଫେଲ୍‌ ଡିଲ୍‌

ମୋଦି ସରକାର ରାଫେଲ ଡିଲ୍‌ ନେଇ ଦେଶବାସୀଙ୍କୁ ଅନ୍ଧାରରେ ରଖିଛି। ଏହା ରାଫେଲ ଡିଲ୍‌ର ନିୟମ ଉଲ୍ଲଙ୍ଘନ କରୁଛି।

ରଣଦୀପ ସୁରଜେୱାଲା, କଂଗ୍ରେସ ମୁଖପାତ୍ର

ଟ୍ରେନ୍‌ ଦୁର୍ଘଟଣା

ବିଗତ ୩ ବର୍ଷରେ ଆମ ଦେଶରେ ଟ୍ରେନ୍‌ ଦୁର୍ଘଟଣାରେ ୧୬ ଶହ ଲୋକଙ୍କର ମୃତ୍ୟୁ ହୋଇଛି।

ରାଜେନ ଗୋହେନ୍‌, ରେଳ ରାଷ୍ଟ୍ରମନ୍ତ୍ରୀ

ଦୁଷ୍କର୍ମ ମାମଲା

୨୦୧୪ରୁ ୨୦୧୬ ମଧ୍ୟରେ ଆମ ଦେଶରେ ୧ ଲକ୍ଷ ୧୦ ହଜାର ୩୩୩ ଦୁଷ୍କର୍ମ ମାମଲା ହୋଇଛି।

କିରେନ ରିଜିଜୁ, ଗୃହ ରାଷ୍ଟ୍ରମନ୍ତ୍ରୀ

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ