ସ୍ବତନ୍ତ୍ର ପ୍ରସଙ୍ଗ

କ୍ୟାନ୍‌ସର ପଞ୍ଝାରେ ଜୀବନ: ଲଢ଼ିବାକୁ ଭାରତ ପ୍ରସ୍ତୁତ କି?

ମେ ୨୦୧୮ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ସମୟରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାରଙ୍କୁ ଲୋକେ ଏବଂ ସାମ୍ବାଦିକମାନେ ବାରମ୍ବାର କାଶୁଥିବାର ଦେଖିଥିଲେ। ନିର୍ବାଚନ ସରିଲା। ଅନନ୍ତକୁମାର ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯିବା ପରେ ଯାଇ ଜାଣିଲେ ଯେ ତାଙ୍କ ଶ୍ବାସନଳୀରେ କ୍ୟାନ୍‌ସର ହୋଇଛି। ପୁଣି ସାତମାସ ପରେ ଖବର ଆସିଲା ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ ଘଟିଛି। ଅନନ୍ତ କୁମାରଙ୍କ ଚିକିତ୍ସା ବେଙ୍ଗାଳୁରୁର ଶଙ୍କରା କ୍ୟାନ୍‌ସର ହସ୍ପିଟାଲରେ ଚାଲୁଥିଲା। ଶଙ୍କରା କ୍ୟାନ୍‌ସର ହସ୍ପିଟାଲର ଡାକ୍ତର ବିଏସ ଶ୍ରୀନାଥ ତାଙ୍କୁ କ୍ୟାନ୍‌ସରର ଆଡଭାନ୍ସ ଷ୍ଟେଜ୍‌ରେ ଭାରତରେ ଚିକିତ୍ସା ପାଇଁ ଅତ୍ୟାଧୁନିକ ଔଷଧ ଓ ସାଧନ ନ ଥିବା କହି ଆମେରିକାରେ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ। ଅନନ୍ତ କୁମାର ଡାକ୍ତରଙ୍କ ପରାମର୍ଶକ୍ରମେ ଆମେରିକା ଯାଇ ମୃତ୍ୟୁର ୨୦ ଦିନ ପୂର୍ବରୁ ଫେରିଆସି ପୁଣି ଶଙ୍କରା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅନନ୍ତ କୁମାରଙ୍କ ବୟସ ଏତେ ବେଶୀ ହୋଇ ନ ଥିଲା। ମାତ୍ର ୫୯ ବର୍ଷ ବୟସ ହୋଇଥିବା ବେଳେ କ୍ୟାନ୍‌ସର ତାଙ୍କ ରାଜନୈତିକ ସକ୍ରିୟତାକୁ ସମାପ୍ତ କରିଦେଲା।

ଆରପାରିରେ ଅନନ୍ତ: ଦକ୍ଷ ଓ ପୋଖତ ନେତାଙ୍କୁ ହରାଇଲା

ସୋମବାର ସକାଳୁ ଦେଶର ରାଜନୀତିରେ ଏକ ଶୋକାପ୍ଲୁତ ପରିବେଶ ଦେଖାଦେଇଥିଲା। ରବିବାର ମଧ୍ୟରାତ୍ରରେ କେନ୍ଦ୍ର ସାର ଓ ରସାୟନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍‌ଏନ୍‌ ଅନନ୍ତ କୁମାର ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ଏହି କାରଣରୁ ଦେଶର ରାଜନୀତି ସହ ସାମାଜିକ ସଂସ୍କାର ଓ ସମାଜସେବା କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ନିଜ କ୍ୟାରିୟର୍‌ରେ କଦାପି ପରାଜୟର ମୁହଁ ଦେଖି ନ ଥିବା ଏହି ୫୯ ବର୍ଷୀୟ କର୍ଣ୍ଣାଟକୀ ରାଜନେତା ଫୁସ୍‌ଫୁସ୍‌ରେ କ୍ୟାନ୍‌ସର୍‌ କାରଣରୁ ମୃତ୍ୟୁବରଣ କରିଛନ୍ତି। ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ନିଜ ଦକ୍ଷତା ବଳରେ ଅନନ୍ତ କୁମାର ସଫଳତାର ସୋପାନ ପରେ ସୋପାନ ଚଢ଼ିଚାଲିଥିଲେ। ଲଗାତର ୬ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅନନ୍ତ କୁମାର ଜାତିସଂଘରେ କନ୍ନଡ଼ ଭାଷାରେ ଅଭିଭାଷଣ ପ୍ରଦାନ କରି କେବଳ ଭାରତ ନୁହେଁ, ସମଗ୍ର ବିଶ୍ବବାସୀଙ୍କୁ ଚମକାଇ ଦେଇଥିଲେ। ଜଣେ ଦକ୍ଷ ସାଂସଦ, ସଂଗଠକ, ଆମୋଦିତ କରିପାରୁଥିବା ବକ୍ତା ଏବଂ ସର୍ବୋପରି କର୍ଣ୍ଣାଟକରେ ପତ୍ନୀଙ୍କ ସହଯୋଗରେ ଆରମ୍ଭ କରିଥିବା ମିଡ୍‌ଡେ’ ମିଲ୍‌ର ମେଣ୍ଟର୍‌ ଅନନ୍ତ ଆଉ ଆମ ଗହଣରେ ନାହାନ୍ତି। ତାଙ୍କ ବିୟୋଗରେ ବିଜେପି ଜଣେ କ୍ୟାଡର୍‌ଭିତ୍ତିକ ନେତା, କର୍ଣ୍ଣାଟକ ଜଣେ ଲୋକପ୍ରିୟ ନେତା ଏବଂ ଭାରତ ଜଣେ ପୋଖତ ସାଂସଦଙ୍କୁ ହରାଇବାରୁ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ଅର୍ଥନୀତିର ସର୍ଜିକାଲ ଷ୍ଟ୍ରାଇକ୍‌କୁ ଦୁଇବର୍ଷ ପୂରିଲା

ଦୁଇବର୍ଷ ତଳେ ଅର୍ଥାତ୍‌ ୮ ନଭେମ୍ବର ୨୦୧୬ରେ ମୋଦି ସରକାର ସାରା ଦେଶରେ ନାଟକୀୟ ଭାବେ ବିମୁଦ୍ରାୟନ ଘୋଷଣା କରିଥିଲେ। ଫଳରେ ପାଞ୍ଚଶହ ଓ ହଜାରେ ଟଙ୍କିଆ ନୋଟ ଆଇନଗତ ମାନ୍ୟତା ହରାଇ ବସିଥିଲା। ଏହି ନିଷ୍ପତ୍ତିକୁ ଗୁରୁବାର ଦୁଇବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଏନ୍‌ଡିଏ ସରକାରଙ୍କ ଆର୍ଥିକ ନୀତି ଉପରେ ଜୋର୍‌ଦାର ହମ୍‌ଲା କରିଛନ୍ତି। ବିମୁଦ୍ରାୟନ ଫଳରେ ଦେଶର ପ୍ରତ୍ୟେକ ବର୍ଗର ବ୍ୟକ୍ତିବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଥିପାଇଁ ଦେଶବାସୀଙ୍କ ନିକଟରେ ପ୍ରଧାନମନ୍ତ୍ରୀ ମୋଦି କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି। ଏଥିରେ ପ୍ରତିକ୍ରିୟା ଦେଇ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କେନ୍ଦ୍ର ସରକାରଙ୍କ ବିମୁଦ୍ରାୟନ ଏକ ସଠିକ୍‌ ନିଷ୍ପତ୍ତି ଓ ଭାରତୀୟ ଅର୍ଥବ୍ୟବସ୍ଥା ଏହାଦ୍ବାରା ଲାଇନ ଉପରକୁ ଆସିପାରିଛି ବୋଲି ମତପୋଷଣ କରିଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ବିବର୍ତ୍ତନବାଦର ବିବର୍ତ୍ତନ
୧୮୫୯ ମସିହା ନଭେମ୍ବର ୨୪ ତାରିଖରେ ଚାର୍ଲସ ଡାରୱିନ୍‌ଙ୍କର ଯୁଗାନ୍ତକାରୀ ଗ୍ରନ୍ଥ ‘ଅନ୍‌ ଦ ଓରିଜିନ୍‌ ଅଫ୍‌ ସ୍ପିସିଜ୍‌’ ପ୍ରକାଶ ପାଇଲା। ଯଦିଓ ଡାରୱିନ୍‌ଙ୍କ ଗବେଷଣା ଦୁଇ ଦଶନ୍ଧି ପୂର୍ବରୁ ସମାପ୍ତ ହୋଇଥିଲା, ସେ ଏହି ଗ୍ରନ୍ଥ ପ୍ରକାଶ କରିବାରେ ଜାଣିଶୁଣି ବିଳମ୍ବ କରିଥିଲେ। ସେ ଜାଣିଥିଲେ ଯେ ଏହା ପ୍ରକାଶ ପାଇବା ପରେ ଧାର୍ମିକ ଅନୁଷ୍ଠାନ ତରଫରୁ ଭୀଷଣ ପ୍ରତିବାଦ ଆସିବ। କିନ୍ତୁ ୧୮୫୮ ମସିହାରେ ଆଉ ଜଣେ ବୈଞାନିକ ଆଲଫର୍ଡ ରସେଲ ୱାଲେସ୍ ବିବର୍ତ୍ତନ ସମ୍ପର୍କରେ ଗବେଷଣା ସମାପ୍ତ ହେଲା ବୋଲି ଘୋଷଣା କଲେ। ଦୁଇଜଣଙ୍କ ପାଣ୍ଡୁଲିପି ଲାଇନେନ୍‌ ସୋସାଇଟି ଅଫ୍‌ ଲଣ୍ଡନକୁ ପଠାଗଲା। ସେଠାରେ ପ୍ରମାଣିତ ହେଲା ଯେ ଚାର୍ଲସ ଡାରୱିନ୍‌ ହେଉଛନ୍ତି ବିବର୍ତ୍ତନବାଦର ଜନକ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?