ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ: ୨୮ରେ ତିର୍ତ୍ତୋଲ

ଭୁବନେଶ୍ବର: ତିର୍ତ୍ତୋଲ ଓ ବାଲେଶ୍ବର ଉପନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି। ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର କରାଯାଇଛି ନିର୍ବାଚନ ପ୍ରଚାର। ଗ୍ରାଉଣ୍ଡ୍‌ରେ ତିନି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଦଳୀୟ ନେତାମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ବହୁ ବରିଷ୍ଠ ନେତା, ରାଜନେତା, ଅଭିନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି। ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମଇଦାନକୁ ଓହ୍ଲାଇ ସାରିଲେଣି। ଏହି ପରିପ୍ରେକ୍ଷୀରେ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଗ୍ରାଉଣ୍ଡ୍‌କୁ ନ ଯାଇ ଭର୍ଚୁଆଲ୍‌ ମାଧ୍ୟମରେ ପ୍ରଚାର କରିବେ। ଆସନ୍ତାକାଲି ଅର୍ଥାତ ୨୮ ତାରିଖରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନବୀନ ପଟ୍ଟନାୟକ ଡିଜିଟାଲ୍‌ ପ୍ରଚାର କରିବେ। ଏହାର ପରଦିନ ଅର୍ଥାତ ୨୯ ତାରିଖରେ ନବୀନ ବାଲେଶ୍ୱର ଉପ ନିର୍ବାଚନ ପାଇଁ ଡିଜିଟାଲ୍‌ ପ୍ରଚାର କରିବେ।
ନିର୍ବାଚନ ଜିତିଲେ ଆମେରିକାବାସୀଙ୍କୁ ମାଗଣା ଟିକା ନେଇ ବିଡେନଙ୍କ ପ୍ରତିଶ୍ରୁତି
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିଲା ବେଳେ ପ୍ରଚାର ବି ଜୋରଦାର ହୋଇଛି। ଭୋଟରଙ୍କୁ ନିଜ ପକ୍ଷକୁ ଆକୃଷ୍ଟ କରିବା ପାଇଁ ଉଭୟ ଡେମୋକ୍ରାଟିକ ଓ ରିପବ୍ଲିକାନ ଦଳ ପକ୍ଷରୁ ଅନେକ ପ୍ରତିଶ୍ରୁତି ଦିଆଯାଉଛି। ଶୁକ୍ରବାର ବିଡେନ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତାହେଲେ ସବୁ ଆମେରିକୀୟଙ୍କ ପାଇଁ ମାଗଣାରେ କୋରୋନା ଭ୍ୟାକ୍ସିନକୁ ମାଗଣା ଯୋଗାଇବାର ବ୍ୟବସ୍ଥା କରିବେ। ଯେତେବେଳେ ଆମେ ଏହି କୋରୋନା ଭ୍ୟାକ୍ସିନର ନିରାପତ୍ତା ଓ ସଫଳ ଚିକିତ୍ସା ନେଇ ସ୍ଥିର ନିଶ୍ଚିତ ହେବୁ, ସେତେବେଳେ ଏହି ଟିକାର ମାଗଣା ଆବଣ୍ଟନ ନେଇ ବ୍ୟବସ୍ଥା କରିବୁ ବୋଲି ବିଡେନ କହିଛନ୍ତି।
ଟ୍ରମ୍ପଙ୍କ ପାଇଁ ଭାରତ ସହ ବନ୍ଧୁତା ଫଟୋଗ୍ରାଫିରେ ସୀମିତ: ବିଡେନ
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅବସରରେ ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ଏକ ସ୍ତମ୍ଭ ଲେଖା ଜରିଆରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଶେଷକରି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରବାସୀ ଭାରତୀୟ ଭୋଟରଙ୍କ ଭୂମିକା ନିର୍ଣ୍ଣାୟକ ହେବାକୁ ଥିବାରୁ ଉଭୟ ପ୍ରାର୍ଥୀ ଏହାକୁ ହାତେଇବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ବିଶେଷକରି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁତା ଚର୍ଚ୍ଚାକୁ ନେଇ ସେ ଅଙ୍ଗୁଳି ଉଠାଇଛନ୍ତି। ସେ କହିଛନ୍ତି ଯେ ଏହି ବନ୍ଧୁତା କେବଳ ଫଟୋଗ୍ରାଫିରେ ସୀମିତ ରହିଛି। ଟ୍ରମ୍ପ ଭାରତ ପାଇଁ ସେପରି କିଛି କରି ନାହାନ୍ତି। ଆତଙ୍କବାଦ ଦମନ ଓ ଚୀନର ପଡ଼ୋଶୀ ରାଷ୍ଟ୍ରଙ୍କ ଧମକ ରୋକିବା ନେଇ ଟ୍ରମ୍ପ କିଛି କରିପାରି ନାହାନ୍ତି।
ଅର୍ଥନୀତିରେ ନୋବେଲ୍ ପାଇଁ
୨୦୨୦ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇବା ସକାଶେ ଆମେରିକାର ଷ୍ଟାନଫୋର୍ଡ ୟୁନିଭର୍ସିଟିର ଦୁଇ ଅର୍ଥନୀତିଜ୍ଞ ପଲ୍ ଆର ମିଲଗ୍ରୋମ୍ ଓ ରବର୍ଟ ବି ୱିଲସନ୍ ମନୋନୀତ ହୋଇଛନ୍ତି। ଏହି ଦୁଇ ବିଶିଷ୍ଟ ଅର୍ଥନୀତିକ ଅକ୍ସନ୍ ଥିଓରୀର ବିକାଶ ଓ ନୂଆ ଅକ୍ସନ୍ ଫର୍ମାଟର ଉଦ୍ଭାବନ କରିଥିବାରୁ ସେମାନଙ୍କୁ ଅର୍ଥନୀତି ବିଜ୍ଞାନରେ ୨୦୨୦ ସ୍ବେରିଜେସ୍ ରିକ୍ସବ୍ୟାଙ୍କ୍ ପୁରସ୍କାର ପ୍ରଦାନ ସକାଶେ ମନୋନୀତ କରାଯାଇଛି। ଏହି ପୁରସ୍କାର ବାବଦରେ ଦୁଇ ବିଜେତାଙ୍କୁ ୧୦ ନିୟୁତ ସ୍ବେଡିଶ୍ ନୋନୋର୍ ପ୍ରଦାନ କରାଯିବ। ଏହି ଦୁଇ ଅର୍ଥନୀତିଜ୍ଞ କିପରି ଭାବେ ଅକ୍ସନ୍ ପ୍ରକ୍ରିୟା ହୋଇଥାଏ ତାହା ଉପରେ ଗବେଷଣା କରିଛନ୍ତି। ସେହିପରି ପାରମ୍ପରିକ ତରିକାରେ ବିକ୍ରି ହେବା ଦିଗରେ ସମସ୍ୟାର ସମ୍ମୁଖୀନ ହେଉଥିବା ସାମଗ୍ରୀ ଓ ସେବାର ଉପଯୁକ୍ତ ଅକ୍ସନ୍ ପାଇଁ ମଧ୍ୟ ସେମାନେ ନୂଆ ତରିକା ଉଦ୍ଭାବନ କରିଛନ୍ତି। ଏଥି ମଧ୍ୟରେ ରେଡିଓ ଫ୍ରିକ୍ବେନ୍ସିଜ୍ ଅନ୍ୟତମ। ସେମାନଙ୍କର ଏହି ଉଦ୍ଭାବନ ଦ୍ବାରା ବିଶ୍ବର ବିକ୍ରେତା, କ୍ରେତା ଓ ଟିକସଦାତାମାନେ ଲାଭବାନ ହୋଇପାରିଛନ୍ତି।
ଭାରତ ବଜାରରେ ମାରୁତି ସୁଜୁକି
ଭାରତର ଜଣାଶୁଣା ଚାରିଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକିର ଅଲ୍ଟୋ ମଡେଲ୍ ଇତିମଧ୍ୟରେ ଭାରତୀୟ ବଜାରରେ ୨୦ ବର୍ଷ ପୂରଣ କରିଛି। ପାଖାପାଖି ଦୁଇ ଦଶନ୍ଧି ତଳେ ଏହି ମଡେଲ୍ ଭାରତୀୟ ବଜାରରେ ପ୍ରବେଶ କରିଥିବା ବେଳେ ଇତିମଧ୍ୟରେ ୪୦ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚିପାରିଛି। ୨୦୦୦ ମସିହାରେ ସର୍ବପ୍ରଥମେ ଭାରତୀୟଙ୍କ ନିକଟରେ ମାରୁତି ସୁଜୁକି ତା’ର ଅଲ୍ଟୋ ମଡେଲ୍ ପହଞ୍ଚାଇଥିଲା। ଏହି ମଡେଲ୍ ଗତ ୨୦ ବର୍ଷ ଭିତରେ ଭାରତୀୟଙ୍କ ପ୍ରମୁଖ ପସନ୍ଦ ରହିଆସିଥିବା ବେଳେ ଏହା ପ୍ରଥମ ଥର ଗାଡ଼ି ବ୍ୟବହାର କରୁଥିବା ଗ୍ରାହକମାନେ ଏହାକୁ ଅଧିକ ପସନ୍ଦ କରୁଥିବା ପରିଲକ୍ଷିତ ହୋଇଆସିଛି। ଏହି କାରଣରୁ ଗତ ୧୬ ବର୍ଷ ଧରି ଅଲ୍ଟୋ ଭାରତର ସର୍ବାଧିକ ବିକ୍ରି ହେଉଥିବା ଚାରିଚକିଆ ଯାନର ମର୍ଯ୍ୟାଦା ପାଇଆସିଛି। ସେହିପରି ଗତ ୨୦ ବର୍ଷ ମଧ୍ୟରେ ଏହି ମଡେଲରେ ଏକାଧିକ ବାର ପରିବର୍ତ୍ତନ କରାଯିବା ସହ ଏହାର ଆଧୁନିକୀକରଣ ମଧ୍ୟ କରାଯାଇ ସାରିଛି। ଫଳସ୍ବରୂପ କ୍ରମଶଃ ଏହି ମଡେଲରେ ପାରମ୍ପରିକ ସୁବିଧା ସହ ଅତ୍ୟାଧୁନିକ ଫିଚର୍ ମଧ୍ୟ ଉପଲବ୍ଦ ହୋଇପାରିଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଟ୍ରମ୍ପଙ୍କ ‘ଗନ୍ଧ ପବନ’ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା
ପ୍ରେସିଡେନସିଆଲ ଡିବେଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତରେ ଗନ୍ଧ ପବନ ମନ୍ତବ୍ୟକୁ ନେଇ ଜୋରଦାର ଚର୍ଚ୍ଚା। ଏହା ଦେଶର ପ୍ରବାସୀ ଭାରତୀୟଙ୍କ ମଧ୍ୟର ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା ବେଳେ ଆଉ କେତେକ ଏହାକୁ ସକାରାତ୍ମକ ଭାବେ ନେଇ ଏଥିରେ ସୁଧାର ଆଣିବା ପାଇଁ କାର୍ଯ୍ୟ କରାଯିବା ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଟ୍ରମ୍ପ ପ୍ରେସିଡେନସିଆଲ ଡିବେଟରେ କହିଥିଲେ ଯେ ‘ଚୀନ ଆଡେ ଦେଖନ୍ତୁ , ଏହା କେତେ ଦୁର୍ଗନ୍ଧମୟ, ରୁଷିଆ ଓ ଭାରତ ଉପରେ ମଧ୍ୟ ନଜର ପକାନ୍ତୁ- ଏଠାରେ ଗନ୍ଧ ପବନ ପ୍ରବାହିତ’। ଭାରତ ସହ ବନ୍ଧୁତାକୁ ଆଳ କରି ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ବିଜୟୀ ହେବା ନେଇ ଆଶା ରଖିଥିଲା ବେଳେ ଭାରତ ସମ୍ପର୍କରେ ତାଙ୍କର ଏପରି ମନ୍ତବ୍ୟ କେଉଁଠି ନା କେଉଁଠି ଅଡୁଆ ପରିସ୍ଥିତି ସଷ୍ଟି କରିଛି। ଆସନ୍ତା ସପ୍ତାହରେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ସଚିବ ଭାରତ ଗସ୍ତରେ ଆସି ସାମରିକ ଚୁକ୍ତି କରିବା ପାଇଁ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ବେଳେ ଟ୍ରମ୍ପଙ୍କ ଏପରି ମନ୍ତବ୍ୟକୁ ନେଇ ଅନେକ ସମାଲୋଚନା ପ୍ରକାଶ ପାଉଛି।
ରିପବ୍ଳିକ ଟିଭି ଏଡିଟୋରିଆଲ ଟିମ ନାଁରେ ମୁମ୍ବାଇ ପୋଲିସର ଏତଲା
ପ୍ରଥମ ଥର ପାଇଁ ଭାରତ ଇତିହାସରେ ଏକ ଗଣମାଧ୍ୟମ ସଂସ୍ଥାର ସମସ୍ତ କର୍ମଚାରୀଙ୍କ ବିରୋଧରେ ପୋଲିସ ଥାନାରେ ଏତଲା କରିଛି। ସୂଚନାନୁସାରେ ମୁମ୍ବାଇ ପୋଲିସ ରିପବ୍ଲିକ ଟିଭିର ୧ ହଜାର କର୍ମଚାରୀଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏତଲା କରିଛି। ମହାନଗରୀ ପୋଲିସ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା ଅଭିଯୋଗରେ ଏନଏମ ଯୋଶୀ ମାର୍ଗ ପୋଲିସ ଷ୍ଟେସନରେ ଆଇପିସିର ବିଭିନ୍ନ ଧାରାରେ ଏହି ଏତଲା କରାଯାଇଛି। ଏହି ଏତଲାରେ ସ୍ପେଶାଲ ବ୍ରାଞ୍ଚ ୧ର ଏସଆଇ ଶଶିକାନ୍ତ ପାୱାର ରିପବ୍ଲିକ ଟିଭିର ଡେପୁଟି ଏଡିଟର ସାଗରିକା ମିତ୍ର, ଉପସ୍ଥାପିକା ଶିବାନୀ ଗୁପ୍ତା, ଡେପୁଟି ଏଡିଟର ଶାୱନ ସେନ୍, କାର୍ଯ୍ୟନିର୍ବାହୀ ଏଡିଟର ନିରଞ୍ଜନ ନାରାୟଣସ୍ବାମୀଙ୍କ ସମେତ ଅନ୍ୟ ଏଡିଟୋରିଆଲ ଷ୍ଟାଫ ଓ ନ୍ୟୁଜରୁମ ଇନଚାର୍ଜଙ୍କ ନାଁରେ ଏତଲା କରାଯାଇଛି। ରିପବ୍ଲିକ ଟିଭି କୌଣସି ଏକ ରିପୋର୍ଟ ପ୍ରସାରଣ କରି ମୁମ୍ବାଇ ପୋଲିସ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବାକୁ ପ୍ରୟାସ କରିବା ଅଭିଯୋଗରେ ଏହି ଏତଲା ହୋଇଛି।

ଫଟୋ ଗ୍ୟାଲେରୀ

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ହୁଅନ୍ତୁ ସ୍ମାର୍ଟ ଗୃହିଣୀ: ଏହି ଉପାୟ
ମହିଳାମାନେ ଅଧିକାଂଶ ସମୟ ରୋଷେଇ ଘରେ ବିତାଇଥାନ୍ତି। ତେଣୁ ସେମାନଙ୍କ ଅଧିକାଂଶ ଧ୍ୟାନ ଜିନିଷ ବଞ୍ଚାଇବା ଅର୍ଥାତ୍‌ ଖର୍ଚ୍ଚ କମ୍‌ କରିବା ଉପରେ ରହିଥାଏ। ଯାହା ବହୁତ ମାତ୍ରାରେ ଠିକ୍‌ ରହିଥାଏ। ମହଙ୍ଗା ବଢ଼ିବା ସହିତ ଘର ଚଳାଇବା ପାଇଁ କିଛି ମାତ୍ରାରେ ସଞ୍ଚୟ କରିବାକୁ ପଡ଼ିଥାଏ। ସେଥିପାଇଁ ତେଲ, ରୋଷେଇ ଗ୍ୟାସ୍‌ ଆଦି ଜିନିଷର ବ୍ୟବହାର ଦେଖି ଚାହିଁ କରିବା ଉଚିତ। ରୋଷେଇ ଗ୍ୟାସ୍‌ର ଦାମ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ବରବାଦ ହେଉଥିବା କାରଣରୁ ଏହାର ସଞ୍ଚୟ କରିବା ନିହାତି ଦରକାର। ଏଠାରେ ଏପରି କେତେକ ସହଜ ଉପାୟ ଦିଆଯାଇଛି, ଯାହା ଅନୁସରଣ କରି ଆପଣ ସହଜରେ ଗ୍ୟାସ୍‌ ବଞ୍ଚାଇ ଏହାକୁ ଷ୍ଟୋର୍‌ କରିପାରିବେ। ଏଥିସହିତ ସମୟ, ଟଙ୍କା ଓ ଗ୍ୟାସ୍‌ ସବୁକିଛିର ସଞ୍ଚୟ ମଧ୍ୟ କରିପାରିବେ।