ଟାଉନ୍ ଥାନା ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ପ୍ରଥମ ବିଭାଗୀୟ ପଦକ୍ଷେପ ନେଇଛି ପୋଲିସ। ଏହି ମାମଲାରେ ୫ ଜଣ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ ନିର୍ଦେଶ ଦେଇଛନ୍ତି ବରଗଡ଼ ଏସ୍ପି ରାହୁଲ ଜୈନ। ଏମାନଙ୍କ ଭିତରେ ଅଛନ୍ତି ଏସ୍ଆଇ ବଲିଆର ସିଂ ଓ ମଂଗଲ କିସ୍କୋ, ଏଏସ୍ଆଇ ପୀତାମ୍ବର ବେହେରା ଓ କ୍ଷୀରୋଦ୍ର ବିଶ୍ବାଳ, ଡ୍ରାଇଭର୍ ଗୋପବନ୍ଧୁ ଜଗଦଲା। ଉପରୋକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ପିସିଆର୍ରେ ତୋରାସ୍ଥିତ ଗୋବିନ୍ଦଙ୍କ ଘରକୁ ଯାଇ ତାଙ୍କୁ ଉଠାଇ ଆଣିଥିବା ଅଭିଯୋଗ ହୋଇଛି। ତେବେ ଏମାନେ କେବଳ କାର୍ଯ୍ୟରୁ ନିଲମ୍ବିତ ରହିବେ ନା ଆଉ କିଛି ଆଖିଦୃଶିଆ ପଦକ୍ଷେପ ପୋଲିସ ନେବ, ତାହା ଆଗାମୀ ଦିନ କହିବ।
ଦେଶରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ୍ (ନିଟ୍) ପିଜି ସୁପର୍ ସ୍ପେଶାଲିଟି ପରୀକ୍ଷା-୨୦୨୧ର ସିଲାବସରେ ଅନ୍ତିମ ମୁହୂର୍ତ୍ତରେ ପରିବର୍ତ୍ତନ କରାଯାଇଥିବା ବେଳେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ ପ୍ରବଳ ବର୍ଷିଛନ୍ତି। ରାଜନୀତି ତଥା ଶାସନର ଖେଳରେ ଦେଶର ଜୁନିୟର୍ ଡାକ୍ତରମାନଙ୍କୁ କଦାପି ଫୁଟବଲ୍ ବୋଲି ଭାବିବା ଉଚିତ୍ ନୁହେଁ। ଏହି ମାମଲାରେ ଆସନ୍ତା ସୋମବାର ସୁଦ୍ଧା କେନ୍ଦ୍ର ସରକାର ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏଥିସହ ଏ ସମ୍ବନ୍ଧରେ ବରିଷ୍ଠ ଅଧିକାରୀଙ୍କର ଏକ ବୈଠକ ମଧ୍ୟ ଆୟୋଜିତ କରିବାକୁ କଡ଼ା ନିର୍ଦେଶନାମା ଜାରି କରିଛନ୍ତି। କେନ୍ଦ୍ର ସରକାର ନିଟ୍ ପିଜି ସୁପର୍ ସ୍ପେଶାଲିଟି ପରୀକ୍ଷା-୨୦୨୧ର ସିଲାବସରେ ପରୀକ୍ଷାର ୨ ମାସ ପୂର୍ବରୁ ପରିବର୍ତ୍ତନ କରିଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସେନ୍ତାଷ ଦେଖାଦେଇଛି। ଏହା ବିରୋଧରେ ୪୧ ଜଣ ପିଜି ଯୋଗ୍ୟତାଧାରୀ ଡାକ୍ତର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଆଉ ମାତ୍ର ଦୁଇ ଦିନ ପରେ ପିପିଲି ବିଧାନସଭା ଉପନିର୍ବାଚନ। ନିର୍ବାଚନୀ ପ୍ରଚାରରେ ଏବେ ମଇଦାନ କମ୍ପୁଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି ସମସ୍ତ ଦଳର ବହୁ ହେଭିୱେଟ୍। ପିପିଲି ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ଶେଷ ହେଉଛି ପ୍ରଚାର। ଭୋଟରଙ୍କ ପାଖରେ ପହଞ୍ଚିବାକୁ ଆଜି ଗୋଟିଏ ଦିନ ସମୟ ଥିବାରୁ ପ୍ରାର୍ଥୀ ଓ ସମର୍ଥକ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସବୁ ରାଜନୈତିକ ଦଳ ନେତା ଓ କର୍ମୀ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ବିଭିନ୍ନ ପଞ୍ଚାୟତରେ ସଭା କରି ପ୍ରଚାର କରୁଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନଙ୍କ ପାଇଁ ଭୋଟ୍ ମାଗିଛନ୍ତି।
କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ପ୍ରତିବାଦରେ ୧୦ ମାସରୁ ଊର୍ଦ୍ଧ୍ବ ସମୟ ହଜାର ହଜାର ସଂଖ୍ୟାରେ ଚାଷୀ ରାଜଧାନୀ ଦିଲ୍ଲୀ ସହ ଜଡ଼ିତ ସୀମାରେଖା ନିକଟରେ ଆନ୍ଦୋଳନ କରିଆସୁଛନ୍ତି। ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପକାଇବା ସକାଶେ କେନ୍ଦ୍ର ସରକାର କେତେକ ସଂଶୋଧନ ସପକ୍ଷରେ ମତ ଦେଇଆସୁଥିଲେ ମଧ୍ୟ ଚାଷୀମାନେ ତିନିଟିଯାକ ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିବା ଫଳରେ ଅଦ୍ୟାବଧି କୌଣସି ସମାଧାନର ପନ୍ଥା ବାହାରିପାରିନାହିଁ। ପାଖାପାଖି ୪୦ଟି କୃଷି ସଂଗଠନ ଏହି ଆନ୍ଦୋଳନର ନେତ୍ତ୍ବ ନେଉଥିବା ବେଳେ କେନ୍ଦ୍ର ସରକାର ଉପରେ ଚାପ ପକାଇବା ଉଦ୍ଦେଶ୍ୟ ନେଇ ସୋମବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଦେଶର ଅଣବିଜେପି ରାଜ୍ୟଗୁଡ଼ିକରେ ଏହି ବନ୍ଦକୁ ସମର୍ଥନ ମିଳିଥିଲେ ମଧ ଅନ୍ୟାନ୍ୟ କୌଣସି ସ୍ଥାନରେ ଏହା ବିଶେଷ ସଫଳ ହୋଇପାରିନାହିଁ। ଉତ୍ତର ପ୍ରଦେଶର ଯୋଜନା ସରକାର ଚାଷୀମାନଙ୍କ ସ୍ବାର୍ଥରକ୍ଷା ଦିଗରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି। କାରଣ ରାଜ୍ୟର ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ମିଳୁ ନ ଥିବା ଚାଷୀ ଆନ୍ଦୋଳନର ନେତୃତ୍ବ ନେଉଥିବା ଅନ୍ୟତମ କ୍ଷି ସଂଗଠନ ଭାରତୀୟ କିସାନ୍ ୟୁନିଅନ୍ (ବିକେୟୁ)ର ମୁଖ୍ୟ ରାକେଶ ଟିକାଏତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନୀ ଇସ୍ତାହାରରେ ଯୋଗୀ ଚାଷୀଙ୍କଠାରୁ ଆଖୁ କ୍ବିଣ୍ଟାଲ୍ ପ୍ରତି ୩୭୫ରୁ ୪ ଶହ ଟଙ୍କା ମୂଲ୍ୟରେ କିଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେ ମାତ୍ର ୨୫ ଟଙ୍କା କ୍ବିଣ୍ଟାଲ୍ ପ୍ରତି ଏମଏସପି ବଢ଼ାଇ ଚାଷୀକୁ ଭଣ୍ଡାଇବାକୁ ଉଦ୍ୟମ କରିଛନ୍ତି। ତେଣୁ ରାଜ୍ୟର ଆଖୁଚାଷୀମାନେ ଭୋଗିଥିବା କ୍ଷତିର ହିସାବ ଯୋଗୀ ଦିଅନ୍ତୁ ବୋଲି ଟିକାଏତ ଦାବି କରିଛନ୍ତି।
କେନ୍ଦ୍ରର ୩ କୃଷି ଆଇନ ବିରୋଧରେ ଦୀର୍ଘ ୧୧ମାସ ହେଲା ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ) ପକ୍ଷରୁ ସୋମବାର ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ଅନେକ ଅଣବିଜେପି ଶାସିତ ରାଜ୍ୟରେ ବିପୁଳ ସମର୍ଥନ ମିଳିଛି। ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁସାରେ କେରଳରେ ଜୀବନଯାତ୍ରା ପୂରା ଠପ ହୋଇ ଯାଇଛି। କାରଣ କେରଳରେ ଉଭୟ ସରକାରୀ ଓ ବିରୋଧୀ ଦଳଗୁଡ଼ିକ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ଫଳରେ କେରଳରେ ଯାତାୟାତ ଶୂନ ହୋଇଯାଇଥିଲା ବେଳେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ସେହିପରି ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ମଧ୍ୟ ବଡ଼ ଧରଣର ଶେଭାଯାତ୍ରାରେ ବାହାରି ଆନ୍ଦୋଳନକାରୀ ବନ୍ଦ ପାଳନ କରୁଛନ୍ତି। ପଶ୍ଚିମବଙ୍ଗ ସରକାର ମଧ୍ୟ ପରୋକ୍ଷରେ ବନ୍ଦକୁ ସମର୍ଥନ କରୁଥିବାରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି।
ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ। ଏଥିପାଇଁ ପ୍ରଚାର ଜୋରଦାର୍ ଚାଲିଛି। ପିପିଲି ଉପନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ନିଜ ନିଜର ରଣକୌଶଳ ଆପଣାଇଛନ୍ତି। କୋରୋନା କଟକଣା ମଧ୍ୟରେ ନିର୍ବାଚନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ତରଫରୁ ସ୍ବତନ୍ତ୍ର ଗାଇଡଲାଇନ ମଧ୍ୟ ଜାରୀ କରାଯାଇଛି। ଅନ୍ୟପଟେ କୋଭିଡ୍ ଗାଇଡଲାଇନକୁ ସମ୍ପୂର୍ଣ୍ଣ ଭାବେ ଜଳାଞ୍ଜଳୀ ଦେଇ ଶାସକ ବିଜେଡି ପିପିଲି ଉପନିର୍ବାଚନରେ ପ୍ରଚାର କରୁଛି ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ସୋମବାର ଅଖିଳ ଭାରତୀୟ ଅଖାଡ଼ା ପରିଷଦ ସଭାପତି ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିଥିବା ବେଳେ ଏହାର ଦିନକ ପରେ ଅର୍ଥାତ୍ ମଙ୍ଗଳବାର ଏହି ରହସ୍ୟ ଉପରୁ ପରଦା ହଟିଛି। ମହନ୍ତ ନରେନ୍ଦ୍ର ଗିରି ଛାଡ଼ି ଯାଇଥିବା ସୁଇସାଇଡାଲ୍ ନୋଟ୍ରୁ କେଉଁ କାରଣ ପାଇଁ ସେ ଏପରି ଚରମ ନିଷ୍ପତ୍ତି ନେଲେ, ତାହା ସ୍ପଷ୍ଟ ହୋଇଛି। ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି ତାଙ୍କର ଏକ ଫଟୋକୁ ଆପତ୍ତିଜନକ ଭାବେ ସୋସାଲ୍ ମିଡିଆରେ ଭାଇରାଲ୍ କରିବାକୁ ଉଦ୍ୟମ କରିଥିବାରୁ ନିଜର ସମ୍ମାନ ବଞ୍ଚାଇବା ପାଇଁ ଆତ୍ମହତ୍ୟା କରିଥିବା ଉକ୍ତ ସୁଇସାଇଡାଲ୍ ନୋଟରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି। ମହନ୍ତ ମହେନ୍ଦ୍ର ଗିରି ଏକ ୧୨ ପୃଷ୍ଠା ସମ୍ବଳିତ ସୁଇସାଇଡାଲ୍ ନୋଟ୍ ଛାଡ଼ିଯାଇଛନ୍ତି। ଉକ୍ତ ଚିଠିଟି ସଭାପତି ଶ୍ରୀ ମଠ ବାଘାମ୍ବରୀ ଉପରେ ଲେଖାଯାଇଛି।
ତାମିଲ ସୁପରଷ୍ଟାର ଥଲପଥି ବିଜୟ ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଏଥର ସେ ଫିଲ୍ମକୁ ନେଇ ନୁହେଁ, ନିଜର ବ୍ୟକ୍ତିଗତ ବିବାଦକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ନିଜ ବାପା, ମା’ଙ୍କ ସମେତ ୧୧ଜଣଙ୍କ ବିରୋଧରେ ବିଜୟ କୋର୍ଟରେ ପହଞ୍ଚିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ହଠାତ ସେ ଏଭଳି ନିଜ ବାପା-ମା’ଙ୍କ ବିରୋଧୀ କାହିଁକି ହେଲେ ଏବେ ସମସ୍ତଙ୍କ ମନରେ ସେହି ପ୍ରଶ୍ନ।
ଦଶହରାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦର ରାୟ ପ୍ରକାଶ ପାଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧିକୁ ନେଇ ବାଲୁବଜାର ପୂଜା କମିଟି ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। କୋରୋନା ମହାମାରୀ ସମୟରେ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ କରି ହେବନି ବୋଲି କହିଛନ୍ତି ହାଇକୋର୍ଟ। ଯାହା ଫଳରେ ସରକାର ଧାର୍ଯ୍ୟ କରିଥିବା ମୂର୍ତ୍ତି ଉଚ୍ଚତା ୪ ଫୁଟ୍ ରହିବ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ। ତେବେ କୋର୍ଟଙ୍କ ରାୟର ତର୍ଜମା ପରେ ଆସନ୍ତାକାଲି ଏନେଇ ନିଷ୍ପତ୍ତି ନିଆଯିବ ବୋଲିଆବେଦନକାରୀ ବାଲୁବଜାର ପୂଜା କମିଟି ପକ୍ଷରୁ କୁହାଯାଇଛି।
ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ। ବୁଧବାର ସୋନୁ ସୁଦଙ୍କ ମୁମ୍ବାଇସ୍ଥିତ ବାସଭବନ ଓ ତାଙ୍କ ସହ ଜଡ଼ିତ ଲକ୍ଷ୍ନୌର ଏକ କମ୍ପାନୀରେ ଆୟକର ବିଭାଗର ଏକ ଟିମ୍ ପହଞ୍ଚିବା ସହିତ ଛାନଭିନ କରିଛି। ସୋନୁ ସୁଦଙ୍କ କମ୍ପାନୀ ଏବଂ ଲକ୍ଷ୍ନୌସ୍ଥିତ ରିଏଲ୍ ଇଷ୍ଟେଟ୍ କମ୍ପାନୀ ମଧ୍ୟରେ ନିକଟରେ ଏକ ଚୁକ୍ତି ହୋଇଥିଲା। ଏହି ଚୁକ୍ତିରେ ଟିକସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ଚଢ଼ାଉ କରିଥିବା ଜଣାପଡ଼ିଛି। ତେବେ ଆୟକର ବିଭାଗ ମୋଟ ୬ଟି ସ୍ଥାନରେ ଏହି ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି।
ଘରେ ନ ପଶୁଣୁ ଚାଳ ବାଜିବା ଭଳି ତାଲିବାନ ସରକାର ଗଠନ ଆରମ୍ଭରୁ ମତଭେଦ ପଦାକୁ ଆସିଛି। ତାଲିବାନ ସରକାରରେ ଉପପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ମୁଲ୍ଲା ଅବଦୁଲ ଗନୀ ବରାଦର ହକ୍କାନୀ ନେଟୱର୍କର ଜଣେ ବରିଷ୍ଠ ନେତାଙ୍କ ସହ ମତଭେଦ ପରେ କାବୁଲ ଛାଡ଼ି ଦେଇଥିବା ସୂଚନା ମିଳିଛି। କ୍ଷମତା ବାଣ୍ଟିବା ନେଇ ବରାଦର ଏବଂ ଖଲିଲ-ଉର-ରେହମାନ ହକ୍କାନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ରିପୋର୍ଟ ମୁତାବକ ଗତ ସପ୍ତାହରେ କାବୁଲର ରାଷ୍ଟ୍ରପତି କାର୍ଯ୍ୟାଳୟରେ ମଧ୍ୟବର୍ତ୍ତୀକାଳୀନ କ୍ୟାବିନେଟ ସମ୍ପର୍କରେ ଦୁଇ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ବରାଦର କାବୁଲ ଛାଡ଼ି କେଉଁ ଆଡେ ପଳାଇ ଯାଇଥିବା କୁହାଯାଉଛି।
ଏବେ ଆଉ ଦେଶ ପ୍ରତି ଆତଙ୍କବାଦୀ ଆକ୍ରମଣର ବିପଦ ନାହିଁ ବୋଲି ଦାବି କରୁଛି ଆମେରିକା। ହେଲେ ଏବେ ଏହାର ଠିକ ବିପରୀତ ଖବର ସାମ୍ନାକୁ ଆସିଛି। ଆମେରିକାର ଗୁଇନ୍ଦା ଏଜେନ୍ସିର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଆତଙ୍କବାଦୀ ଗୋଷ୍ଠୀ ଅଲ-କାଏଦା ଆଫଗାନିସ୍ତାନରେ ନିଜର ଆଡ୍ଡା ଜମାଇବା ସହ ଆମେରିକା ଉପରେ ଆକ୍ରମଣ କରିପାରେ। ଆଗାମୀ ବର୍ଷେ କି ଦୁଇ ବର୍ଷ ମଧ୍ୟରେ ଅଲ-କାଏଦା ଆକ୍ରମଣ କରିପାରେ ବୋଲି କହିଛି ଆମେରିକାର ଗୁଇନ୍ଦା ଏଜେନ୍ସି।
ହାଇକୋର୍ଟରେ ଏବେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲା। ଏସ୍ଆର୍ସିଙ୍କ ଦ୍ଵାରା ଜାରି ହୋଇଥିବା ସାନି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ୫ ଶହ ବର୍ଷର ପୁରୁଣା ପରମ୍ପରା ବଜାୟ ରଖିବାକୁ ଏଥିରେ ଆବେଦନ କରାଯାଇଛି। ମାମଲାରେ ମୁଖ୍ୟ ଶାସନ ସଚିବ, ଏସ୍ଆର୍ସିଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଆଫଗାନିସ୍ତାନରେ କାମଚଳା ସରକାର ଗଠନ ପରେ କାବୁଲର ରାଷ୍ଟ୍ରପତି ଭବନରେ ବରିଷ୍ଠ ତାଲିବାନୀ ନେତାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ତାଲିବାନର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳର ସମର୍ଥକ ରାଷ୍ଟ୍ରପତି ଭବନରେ ବିବାଦ ସୃଷ୍ଟି କରିଥିବା ନେଇ ସୂଚନା ମିଳିଛି। ତାଲିବାନର ସହପ୍ରତିଷ୍ଠାତା ତଥା ଉପପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଗନୀ ବରାଦରଙ୍କ ମତ ବିପକ୍ଷ ଦଳ ସହ ମିଶୁ ନ ଥିବାରୁ ଏଭଳି ବିବାଦ ଦେଖାଦେଇଛି।
ସେ କାବୁଲରେ ବାସ କରୁଥିଲେ। ସମସ୍ତଙ୍କ ଆଖି ଆଗରେ ଚଳପ୍ରଚଳ ହେଉଥିଲେ। ଆମେରିକା ଓ ଆଫଗାନିସ୍ତାନ ସୈନ୍ୟମାନେ ତାଙ୍କୁ ଧରିବାକୁ ବହୁବାର ଚଢ଼ାଉ କରିଛନ୍ତି। କିନ୍ତୁ ସବୁଧର ସେ ଖସିଯିବାରେ ସଫଳ ହୋଇଥିଲେ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ। ଗତମାସରେ ତାଲିବାନ କାବୁଲ ଦଖଲ କରିବା ପରେ ପ୍ରାୟ ଏକ ଦଶନ୍ଧି ବ୍ୟବଧାନରେ ପ୍ରଥମ ଥର ପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ମୁଜାହିଦ କହିଛନ୍ତି, ତାଙ୍କ ଶତ୍ରୁପକ୍ଷର ନାକ ତଳେ ସେ କାବୁଲରେ ହିଁ ବାସ କରୁଥିଲେ।
ଅଧିକ ଦେଖନ୍ତୁ