ସମ୍ପର୍କରେ ଥାଇ ମଧ୍ୟ ନ ଥିବା ଆଜିକାଲିର ଯୁବପିଢ଼ିଙ୍କ ପାଇଁ ଏକ ନୂଆ ଟ୍ରେଣ୍ଡ ପାଲଟିବାରେ ଲାଗିଛି। ଡେଟିଂ କରିବା ପରେ ମଧ୍ୟ ଯଦି ସମ୍ପର୍କକୁ କୌଣସି ନାମ ଦେଇ ପାରୁନାହାନ୍ତି, ତେବେ ଆପଣ ସିଚୁଏସନଶିପର ଶିକାର ହୋଇଛନ୍ତି। ସମ୍ପର୍କରେ କେତେବେଳେ ସିଚୁଏସନଶିପ୍ ଆସିଯାଏ, ଚାଲନ୍ତୁ ଜାଣିବା।
ଆରେଞ୍ଜଡ ମ୍ୟାରେଜ କରିବାକୁ ଚାହୁଥିଲେ ଉପଯୁକ୍ତ ଜୀବନସାଥୀ ଚୟନ କରିବା ବହୁତ ଜରୁରୀ ହୋଇଥାଏ। ଏପରିସ୍ଥଳେ କିଛି କଥା ଧ୍ୟାନରେ ରଖିଲେ ଆରେଞ୍ଜଡ ମ୍ୟାରେଜରେ ଉପଯୁକ୍ତ ଜୀବନସାଥୀ ମିଳିବାର ସମ୍ଭାବନା ବହୁତ ବଢ଼ିଯାଏ।
ବର୍ତ୍ତମାନ ହେଉଛି ସୋସାଲ ମିଡିଆର ସମୟ। ସାଧାରଣ ହୁଅନ୍ତୁ ବା ସ୍ବତନ୍ତ୍ର ସମସ୍ତେ ଆଜି ସୋସାଲ ମିଡିଆରେ ଜଡ଼ିତ ହୋଇରହିଛନ୍ତି। କାହାରି ପାଇଁ ଏହା କେବଳ ମନୋରଞ୍ଜନର ସାଧନ ତ ଆଉ କାହାରି ପାଇଁ ସମାଜ ସହ ଯୋଡ଼ି ହୋଇ ରହିବାର ପ୍ଲାଟଫର୍ମ। ଯଦିଓ ସୋସାଲ ମିଡିଆର ଏହି ସମୟ ଅନେକ ସାଧାରଣ ଲୋକଙ୍କୁ ବି ଷ୍ଟାର କରିଦେଇଛି। ଏମିତି ଜଣେ ସାଧାରଣ ଯୁବକଙ୍କୁ ଷ୍ଟାରରେ ପରିଣତ କରିଛି ଟିକଟକ।
କୋରୋନା କାଳରେ ଅଧିକାଂଶ ଯୁବପିଢ଼ିଙ୍କ ମନ ଓ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଛି। ଜାମା ପେଡିଆଟ୍ରିକ୍ସ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ରିପୋର୍ଟରେ ଯୁବପିଢ଼ିଙ୍କ ମାନସିକ ସମସ୍ୟା ଦୁଇଗୁଣା ବଢ଼ିଥିବା ଦାବି କରାଯାଇଛି। ଏହି ସମୟରେ ପ୍ରତି ୪ ଜଣରେ ଜଣେ ଯୁବାଙ୍କୁ ଅବସାଦର ସାମ୍ନା କରିବାକୁ ପଡ଼ିଛି। ସେହିପରି ପ୍ରତି ୫ ଜଣରେ ଜଣେ ଯୁବା ଚିନ୍ତା ଓ ଚିଡଚିଡ଼ାପଣର ଶିକାର ହୋଇଛନ୍ତି। ଦୀର୍ଘ ସମୟ ଯାଏ ଘରେ ରହିବା କଟକଣା, ସ୍କୁଲ ବନ୍ଦ, ନିଜ ଲୋକଙ୍କ ଠାରୁ ସାମାଜିକ ଦୂରତା ଓ ଖେଳ ତଥା ଅନ୍ୟାନ୍ୟ ଗତିବିଧି ଠାରୁ ଅଲଗା ରହିଥିବା ଯୁବପିଢ଼ିଙ୍କ ମାନସିକ ସମସ୍ୟା ବଢ଼ାଇବାର କାରଣ ପାଲଟିଛି। ମହମାରୀ କାରଣରୁ ପରିବାରର ଆର୍ଥିକ ସ୍ଥିରତା ଉପରେ ପଡ଼ିଥିବା ଦୁଷ୍ପ୍ରଭାବ ଓ ଅଭିଭାବକ ମାନଙ୍କ ଠାରେ ଦେଖାଯାଉଥିବା ଚାପର ବି ଯୁବପିଢ଼ିଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି।
ଟୋକିଓ ଅଲିମ୍ପିକ୍ସରେ ସାରା ବିଶ୍ବରୁ ଖେଳାଳି ଭାଗ ନେଇଥିଲେ। ଜନସଂଖ୍ୟା ଦୃଷ୍ଟିରୁ ସବୁଠାରୁ ବଡ଼ ଦେଶ ଚୀନ ଓ ଭାରତ, କ୍ଷେତ୍ରଫଳ ଦୃଷ୍ଟିରୁ ସବୁଠାରୁ ବଡ଼ ଦେଶ ରୁଷ ଓ କାନାଡ଼ାର ଖେଳାଳିମାନେ ମଧ୍ୟ ଭାଗ ନେଇଥିଲେ। ଏଥିସହିତ ଛୋଟ ଛୋଟ ଦେଶ ମଧ୍ୟ ପଦକ ପାଇଁ କଡ଼ା ଟକ୍କର ଦେଇଥିବା ଦେଖିବାକୁ ମିଳିଥିଲା। ଏଥିମଧ୍ୟରେ ଏଭଳି ଗୋଟିଏ ଦେଶ ହେଉଛି ସ୍ୟାନ ମରିନୋ। ଏହି ଦେଶ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ତିନୋଟି ମେଡାଲ ଜିତିଛି।
ୱାର୍କ ଫ୍ରମ ହୋମ ଲୋକଙ୍କୁ ମୋବାଇଲ ମାନିଆର ଶିକାର କରୁଛି। ଘରୁ କାମ କରୁଥିବା ଲୋକେ ହାତରେ ଫୋନ ଧରିବାରେ ଅଭ୍ୟସ୍ତ ହୋଇଗଲେଣି। ବାରମ୍ବାର ହ୍ବାଟସଆପ, ଇ-ମେଲ ଚେକ କରିବା ଭଳି ଅଭ୍ୟାସ ପଡ଼ିଗଲାଣି। ମନୋଚିକିତ୍ସକଙ୍କ କହିବାନୁସାରେ ପ୍ରତ୍ୟେକ ୫ ଦିନରେ ଏଭଳି ସମସ୍ୟା ନେଇ ରୋଗୀ ଆସୁଛନ୍ତି। ହାତରେ ମୋବାଇଲ ନ ଥିଲେ, ସେମାନେ ଅସହଜ ଅନୁଭବ କରୁଥିବା ଅଭିଯୋଗ କରୁଛନ୍ତି। ବ୍ୟସ୍ତ ବିବ୍ରତ ହେବା ସହ ହାତ ଥରିବା ହାତ ଝିମଝିମ ହେବା ଭଳି ସମସ୍ୟା ଦେଖିବାକୁ ମିଳୁଛି। ଖାଇବା ସମୟରେ ବି ହାତରେ ମୋବାଇଲ ରହିଲେ ଭଲ ଅନୁଭବ ହେଉଛି।
ଭାରତୀୟ ହକିର ସୁବର୍ଣ୍ଣ ଦିନ ଫେରିବାରେ ଲାଗିଛି। ଉଭୟ ପୁରୁଷ ଓ ମହିଳା ହକି ଟିମ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚି ଇତିହାସ ସୃଷ୍ଟି କରିଛନ୍ତି। ସୋମବାର ଭାରତୀୟ ମହିଳା ହକି ଟିମ ଇତିହାସ ସୃଷ୍ଟି କରିଛି। ଭାରତୀୟ ମହିଳା ହକି ଟିମ କ୍ବାର୍ଟର ଫାଇନାଲରେ ଅଷ୍ଟ୍ରେଲିଆ ଟିମକୁ ୧-୦ରେ ହରାଇ ପ୍ରଥମ ଥର ସେମିଫାଇନାଲରେ ସେମିଫାଇନାଲରେ ପହଞ୍ଚିଛି। ଭାରତ ପକ୍ଷରୁ ଗୋଟିଏ ମାତ୍ର ଗୋଲ ଗୁରଜିତ କୌର ଦେଇଥିଲେ। ସେହିପରି କ୍ୟାପଟେନ ରାନୀ ରାମପାଲଙ୍କ ନେତୃତ୍ବରେ ଭାରତୀୟ ଟିମ ଅଲମ୍ପିକରେ ସେମିଫାଇନାଲରେ ପ୍ରବେଶ କରିଛି।
ବିଶ୍ବର ସବୁଠାରୁ ମୂଲ୍ୟବାନ ସମ୍ପର୍କ ମଧ୍ୟରେ ଗୋଟିଏ ହେଉଛି ବନ୍ଧୁତ୍ବ। ଏହି ସମ୍ପର୍କକୁ ସେଲିବ୍ରେଟ କରିବା ଲାଗି ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସ ପ୍ରଥମ ରିବବାରକୁ ଅନ୍ତର୍ଜାତୀୟ ବନ୍ଧୁତ୍ବ ଦିବସ ପାଳନ କରାଯାଏ। ଚଳିତ ବର୍ଷ ଅଗଷ୍ଟ ମାସ ୧ ତାରିଖରେ ବିଶ୍ବ ବନ୍ଧୁତ୍ବ ଦିବସ ପାଳନ କରାଯିବ। ଏହି ଦିନଟି ବନ୍ଧୁମାନଙ୍କ ପାଇଁ ସମର୍ପିତ। ଏହାକୁ ପାଳନ କରିବା ଅବସରରେ ବନ୍ଧୁମାନେ ପରସ୍ପରକୁ ଉପହାର ଦେବା ସହ ସାଙ୍ଗରେ ସମୟ ବିତାଇ ଥାନ୍ତି। ସେହିପରି କେତେକ ବ୍ୟାଣ୍ଡ ବାନ୍ଧି ବି ଏହି ବନ୍ଧୁତ୍ବ ଦିବସକୁ ସ୍ମରଣୀୟ କରିଥାନ୍ତି।
ସିଙ୍ଗଲ ଥିବା ଲୋକଙ୍କୁ ଘରଲୋକ ଓ ବନ୍ଧୁବାନ୍ଧବ କେବେ ବାହାହେଉଛ ବୋଲି ପଚାରନ୍ତି। ବିବାହଯୋଗ୍ୟ ହୋଇଯାଇଥିଲେ ବନ୍ଧୁବାନ୍ଧବ କେମିତି ଅଛ ପଚାରିବା ପୂର୍ବରୁ ବାହାଘର ବିଷୟରେ ପଚାରିଥାନ୍ତି। ତେବେ ବନ୍ଧୁବାନ୍ଧବ ଓ ପଡ଼ୋଶୀ ପଚାରିବା ପୂର୍ବରୁ ଆପଣ ନିଜକୁ ପ୍ରଶ୍ନ କରିବା ଜରୁରୀ ଯେ ଆପଣ ଏବେ ବାହା ହେବା ପାଇଁ ପ୍ରସ୍ତୁତ ଅଛନ୍ତି ତ?
ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ୧୮ ଜୁଲାଇରେ ୨୫ତମ ଜନ୍ମଦିନ ପାଳନ କରିଛନ୍ତି। ସ୍ମୃତି ନିଜ କ୍ୟାରିଅରରେ ଅନେକ କାମ କରିଛନ୍ତି। କେବଳ ସେତିକି ନୁହେଁ ସୋସାଲ ମିଡିଆରେ ତାଙ୍କୁ ନ୍ୟାସନାଲ କ୍ରଶ ବି କୁହାଯାଉଛି। କ୍ରିକେଟରେ ପରିଚୟ ସୃଷ୍ଟି କରିଥିବା ସ୍ମୃତିଙ୍କ ଆଗରେ ତାଙ୍କ ମା’ଙ୍କୁ ନଇଁବାକୁ ପଡ଼ିଥିଲା। ତାଙ୍କ ମା’ ଚାହୁଥିଲେ ସ୍ମୃତି ଟେନିସରେ କ୍ୟାରିଅର କରନ୍ତୁ, କିନ୍ତୁ ସ୍ମୃତିଙ୍କ ଜିଦ ଓ କ୍ରିକେଟ ପ୍ରତି ପ୍ରେମ ଆଗରେ ତାଙ୍କ ମା’ ହାରିଯାଇଥିଲେ।
ସାଧାରଣତଃ ପ୍ରେମ, ସହଯୋଗ, ଅନୁଶାସନ ଓ କେତେକ ନିୟମରେ ପରିବାର ଚାଲିଥାଏ ଓ ଆଗକୁ ବଢ଼ିଥାଏ। ଯଦି ପରିବାରେ ତ୍ରୈମାସିକ ବୈଠକ, ସାପ୍ତାହିକ ମିଟିଂ, ରିଭ୍ୟୁ, ଆନୁଆଲ ଟାର୍ଗେଟ ଓ ସେଲ୍ଫ ଆସେସମେଣ୍ଟ କଥା ଉଠେ, ତେବେ ଏହା ଶୁଣିବାକୁ ବହୁତ ଅଜବ ଲାଗିବ। କିନ୍ତୁ ବ୍ରିଟେନରେ ଏଭଳି ଏକ ପରିବାର ରହିଛି, ଯାହା ପୂରାପୂରି କର୍ପୋରେଟ କଲଚର ଢାଞ୍ଚାରେ ଚାଲିଛି। ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ ରଖିବା ଲାଗି ଏଭଳି କରାଯାଉଛି। ଏହାର ସକାରାତ୍ମକ ପ୍ରତିକ୍ରିୟା ବି ମିଳୁଛି।
ଟୋକିଓ ଅଲିମ୍ପିକ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିରେ ଭାରତର ଅନେକ ଖେଳାଳି ଭାଗ ନେବାକୁ ଯାଉଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରେ ଏମିତି ଜଣେ ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି, ଯିଏ ଗରିବୀକୁ ପଛକୁ ପକାଇ ଏଠାରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଏଠାରେ ଦେଶର ଝିଅ ରେବତୀ ଭୀରାମନିଙ୍କ କାହାଣୀ କୁହାଯାଇଛି, ଯିଏ ଟୋକିଓ ଅଲିମ୍ପିକରେ ଖେଳିବାକୁ ଯାଉଛନ୍ତି। କିନ୍ତୁ ଏହି ଯାତ୍ରା ସହଜ ନ ଥିଲା। ଘରେ ଏତେ ଅଭାବ ଥିଲେ ବି ରେବତୀ ହାର ମାନି ନ ଥିଲେ।
ସମସ୍ତେ ଟଙ୍କା ରୋଜଗାର କରି ଧନୀ ହେବା ଦୌଡ଼ରେ ଲାଗିପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ସଫଳ ହେବା ସହିତ ଜୀବନରେ ଏକ ସୋପାନରେ ପହଞ୍ଚି ଶାନ୍ତିରେ ଜୀବନ ଅତିବାହିତ କରନ୍ତି। କିନ୍ତୁ ଅନ୍ୟ କେତେକ କଠିନ ପରିଶ୍ରମ କରି ମଧ୍ୟ ଗରିବ ହୋଇ ରହିଯାଆନ୍ତି। ସେମାନଙ୍କ ସାରା ଜୀବନ ସଂଘର୍ଷ ଓ ଅଭାବ ଅନଟନ ମଧ୍ୟରେ ଅତିବାହିତ ହୋଇଥାଏ। କେତେକ ଲୋକ ଏହାକୁ ଭାଗ୍ୟ ଭାବି ବସିଯାଆନ୍ତି ତ ଆଉ କେତେକ ଆତ୍ମମନ୍ଥନ କରି ଗରିବୀରୁ ବାହାରିବାର ଉପାୟ ବାହାର କରନ୍ତି। ଏଠାରେ ଏପରି କେତେକ ଉପାୟ ଦିଆଯାଇଛି, ଯାହାକୁ ଅନୁସରଣ କରି ଆପଣ ଅଭାବକୁ ଦୂରେଇ ପାରିବେ।
ଗୁଜରାଟର ୧୮ ବର୍ଷୀୟ କିଶୋର ଅଥର୍ବ ଅମିତ ମୁଲେ ଏବେ କେବଳ ଦେଶରେ ନୁହେଁ, ବିଦେଶରେ ବି ଚର୍ଚ୍ଚାରେ। ବଡ଼ୋଦରାରେ ରହୁଥିବା ଅଥର୍ବ ଅମିତଙ୍କୁ ୯୧ଟି ଦେଶର ଜାତୀୟ ସଙ୍ଗୀତ ଭଲ ଭାବେ ମନେଅଛି। ଏହାକୁ ସେ ଖୁବ ସୁନ୍ଦର ଭାବେ ଗାନ କରୁଛନ୍ତି। ଅଥର୍ବ ମିଡିଆ ସମ୍ମୁଖରେ କହିଛନ୍ତି ଯେ ସେମାନେ ସମସ୍ତେ ବସୁଧୈବ କୁଟୁମ୍ବକମରେ ବିଶ୍ବାସ କରୁଛନ୍ତି। ତେଣୁ ସେ ଚିନ୍ତା କରିଥିଲେ ଯେ ଅନ୍ୟ ଦେଶର ଜାତୀୟ ସଙ୍ଗୀତ ବି ମନେରଖିବା ଉଚିତ। ସେ ଏପର୍ଯ୍ୟନ୍ତ ପାକିସ୍ତାନ, ଆଫଗାନିସ୍ତାନ ଓ ବ୍ରିଟେନ ସହିତ ୯୧ଟି ଦେଶର ଜାତୀୟ ସଙ୍ଗୀତ ମନେରଖିଛନ୍ତି। ୬ ମାର୍ଚ୍ଚ ୨୦୨୧ରେ କତାର, ସିରିଆ, ଥାଇଲାଣ୍ଡ, ୟେମେନ, ନ୍ୟୁଜିଲାଣ୍ଡ ସମେତ ୬୯ଟି ଦେଶର ଜାତୀୟ ସଙ୍ଗୀତ ଶୁଣାଇବାରେ ସକ୍ଷମ ହୋଇଥିବାରୁ ଇଣ୍ଡିଆ ବୁକ ଅଫ ରେକର୍ଡସ ପକ୍ଷରୁ ତାଙ୍କୁ ଏକ ପ୍ରମାଣପତ୍ର ଦିଆଯାଇ ସମ୍ମାନିତ କରାଯାଇଛି।
କୌଣସି ବି ସମ୍ପର୍କ ପରଫେକ୍ଟ ହୋଇ ନ ଥାଏ। ଝଗଡ଼ା ଓ ଅଭିଯୋଗ ସାଧାରଣ କଥା। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସବୁକିଛି ଅଣଦେଖା କରି ଏହାକୁ ଏକ ସାଧାରଣ କଥା ଭାବେ ଗ୍ରହଣ କରିନେବା। ବରଂ ଆପଣଙ୍କୁ ଏହି ମାମଲାରେ ସାଥୀଙ୍କ ସହିତ କଥା ହେବା ଉଚିତ। ସମସ୍ତ ସମ୍ପର୍କରେ ଅଲଗା ଅଲଗା ସମସ୍ୟା ରହିଥାଏ। କିନ୍ତୁ ଏମିତି କିଛି କଥା ରହିଛି, ଯାହା ସମସ୍ତ ସମ୍ପର୍କରେ ରହିବା ଉଚିତ। ଏଥିରୁ ଜଣାପଡ଼ିଥାଏ ଯେ ଆପଣଙ୍କ ସମ୍ପର୍କ ଠିକ ଦିଗରେ ଯାଉଛି ନା ନାହିଁ।
ଅଧିକ ଦେଖନ୍ତୁ