ଆମ ସମ୍ପର୍କରେ

ଓଡ଼ିଶାର ଅଗ୍ରଣୀ ନ୍ୟୁଜ ପୋର୍ଟାଲ ‘ପ୍ରତିନିଧି’ ସାମ୍ପ୍ରତିକ ଘଟଣାବଳୀ, ଦେଶ ଦୁନିଆର ଖବର ଓ ବଜାର ଟ୍ରେଣ୍ଡ୍‌ ସମ୍ପର୍କିତ ସୂଚନା ଜାଣିବା ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ। ସାଧାରଣ ପାଠକଙ୍କ ଦୈନନ୍ଦିନ ଦୁନିଆ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗକୁ ଆକର୍ଷଣୀୟ ଫଟୋ ଓ ଫିଚର ସହ ଉପସ୍ଥାପନ କରିବାର ଅହରହ ପ୍ରୟାସ କରିଚାଲିଛି ଏହି ନ୍ୟୁଜ ଓ ଫିଚର ପୋର୍ଟାଲ। ଏଥିସହ ଏହା ହାତପାହାନ୍ତାରେ ସଫଳତା ହାସଲକାରୀଙ୍କ ଉପରେ ସ୍ବତନ୍ତ୍ର କଭରେଜ୍‌, ଓଡ଼ିଶାରେ ଔଦ୍ୟୋଗିକ ସୁଯୋଗ ଏବଂ ବିକାଶର ଅନେକ ପ୍ରେରଣାଦାୟୀ ଆଲେଖ୍ୟକୁ ଉପଲବ୍ଧ କରାଇବାର ମାଧ୍ୟମ ପାଲଟିଛି।

ପାଠକଙ୍କ ରୁଚିକୁ ୠଦ୍ଧିମନ୍ତ କରିବା ନିମନ୍ତେ ଏହି ପୋର୍ଟାଲ ରାଜ୍ୟର ଦୂରଦୂରାନ୍ତର ବିଭିନ୍ନ ସମସ୍ୟା ଓ ପ୍ରେରଣାଦାୟୀ ପ୍ରୟାସକୁ ଲୋକଲୋଚନକୁ ଆଣିବା ସହ ସାମ୍ପ୍ରତିକ, ରାଜନୀତି, ମନୋରଞ୍ଜନ, ଖେଳ, ବାଣିଜ୍ୟ ଅର୍ଥନୀତି, ଶିକ୍ଷା, ବାଦବିବାଦ, ଅପରାଧ, ସ୍ବାସ୍ଥ୍ୟ, ପର୍ଯ୍ୟଟନ, କଳା ଓ ସଂସ୍କୃତି, ଯୁବ ଜଗତ, ନାରୀ, ରୋଷେଇ, ଫ୍ୟାଶନ ଓ ଲାଇଫଷ୍ଟାଇଲ ସମ୍ପର୍କିତ ଖବର ଓ ଫିଚର ପ୍ରସ୍ତୁତିରେ ମନୋନିବେଶ କରିଛି।

ମୋଟାମୋଟି କହିବାକୁ ଗଲେ, ଦେଶ ଦୁନିଆର ବିଭିନ୍ନ କୋଣ ଅନୁକୋଣରେ ରହିଥିବା ଓଡ଼ିଆମାନଙ୍କ ପାଇଁ ନିଜ ରାଜ୍ୟ ତଥା ଜନ୍ମମାଟିର ପ୍ରତିମୁହୂର୍ତ୍ତରେ ଖବର ଓ ଘଟଣା ସମ୍ପର୍କରେ ଜାଣିବା ପାଇଁ ଏହା ଏକ ଉପଯୁକ୍ତ ମଞ୍ଚ ହୋଇଛି।

କୌଣସି ପରିସ୍ଥିତିରେ ହାର ମାନିବାକୁ ପ୍ରସ୍ତୁତ ନ ଥିବା ବରିଷ୍ଠ ସମ୍ପାଦକ ପ୍ରଦୀପ୍ତ କେ. ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ପେସାଦାର ଟିମ୍‌ ସାରାବିଶ୍ବରେ ଓଡ଼ିଶା ସମ୍ପର୍କରେ ଏକ ସକାରାତ୍ମକ ଦୃଷ୍ଟିକୋଣ ସୃଷ୍ଟି କରିବା ପାଇଁ ଶତତ ଚେଷ୍ଟିତ। ପେସାଦାର ସାମ୍ବାଦିକ, ଫିଚର ଲେଖକ, ଫଟୋ ସାମ୍ବାଦିକ, ଗ୍ରାଫିକ୍ସ ଡିଜାଇନର, କାର୍ଟୁନିଷ୍ଟ ଓ ଅତିଥି ଲେଖକଙ୍କ ଦିନରାତିର ଅକ୍ଳାନ୍ତ ପରିଶ୍ରମ ସହ ଟେକ୍‌ନିକାଲ ଟିମ୍‌ର ଆବଶ୍ୟକ ସହାୟତା ବଳରେ ଏହି ପୋର୍ଟାଲର ସ୍ବପ୍ନ ସାକାର ହୋଇପାରିଛି।

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।