ରୋଷେଇ କରିବା ଏକ ଭିନ୍ନ ପ୍ରକାରର କଳା। କିନ୍ତୁ ବେଳେ ବେଳେ ଦାୟିତ୍ବହୀନତା ଲାଗି ଖାଦ୍ୟର ସ୍ବାଦ ମଧ୍ୟ ଖରାପ ହୋଇଯାଇପାରେ। ଅନେକ ସମୟରେ ରୋଷେଇ କଲାବେଳେ ଲୁଣର ମାତ୍ରା ଅଧିକ ହୋଇଯାଏ। ଫଳରେ ଖାଦ୍ୟର ସ୍ବାଦ ନଷ୍ଟ ହୋଇଯାଏ। ସେହିପରି ବେଳେବେଳେ ଲଙ୍କା ଓ ମସଲା ମଧ୍ୟ ଅଧିକ ପଡ଼ିଯାଏ। ଏହା ମଧ୍ୟ ଖାଇବାଯୋଗ୍ୟ ହୋଇ ନ ଥାଏ। ଫଳରେ ଖାଦ୍ୟର ମଜା ନଷ୍ଟ ହୋଇଯାଏ। ତେବେ ଚାଲନ୍ତୁ ଜାଣିବା ଖାଦ୍ୟରୁ ଲୁଣ ଓ ମସଲା କିପରି କମ କରିପାରିବେ।
ଖାଇବାର ସ୍ବାଦ ଲୁଣ ବଢ଼ାଇଦିଏ। ଏହା ଶସ୍ତା ହୋଇଥିଲେ ମଧ୍ୟ ପ୍ରତ୍ୟେକ ସମୟରେ ଖୋଜାପଡ଼େ ଲୁଣ। ତେବେ କେବଳ ଖାଦ୍ୟରେ ନୁହେଁ, ଲୁଣର ରହିଛି ଆହୁରି ଅନେକ ବ୍ୟବହାର। ଅନ୍ୟାନ୍ୟ ଘର କାମରେ ମଧ୍ୟ ଲୁଣକୁ ବ୍ୟବହାର କରାଯାଇପାରିବ। ତେବେ ଲୁଣର ସେହି ଉପଯୋଗୀତା ସମ୍ପର୍କରେ ଚାଲନ୍ତୁ ଜାଣିବା।
ପ୍ରତ୍ୟେକ ଘରେ ମାଇକ୍ରୋୱେଭ ବ୍ୟବହାର କରାଯାଉଛି। ରୋଷେଇ କରିବା ଠାରୁ ଆରମ୍ଭ କରି ଖାଦ୍ୟ ଗରମ କରିବା ପର୍ଯ୍ୟନ୍ତ କାମକୁ ଏଥିରେ ସହଜରେ କରାଯାଇପାରେ। ଏହାକୁ ବ୍ୟବହାର କରିବା ଯେତିକି ସହଜ ସଫା କରିବା ସେତିକି ଅସୁବିଧାଜନକ। ଏଠାରେ ମାଇକ୍ରୋୱେଭ ସଫା କରିବାର କେତେକ ସହଜ ଉପାୟ ଦିଆଯାଇଛି।
ଆପଣଙ୍କର ଶପିଂ କରିବାରେ ବହୁତ ସଉକ ରହିଛି, କିନ୍ତୁ କିଣାକିଣି କରିବା ପରେ ତୁରନ୍ତ ଅନୁତାପ କରୁଛନ୍ତି କି? ଅଧିକାଂଶ ଲୋକ ଉତ୍ସାହିତ ହୋଇ ଅନେକ ଗୁଡ଼ିଏ ଶପିଂ କରି ପକାଉଛନ୍ତି ଓ ଏହା ପରେ ପରେ ବେକାର ଖର୍ଚ୍ଚ କରିବା ଯୋଗୁ ପଶ୍ଚାତାପ କରୁଛନ୍ତି। ଏଥିରୁ ବଞ୍ଚିବା ପାଇଁ ଏଠାରେ କେତେକ ଟିପ୍ସ ଦିଆଯାଇଛି। ଏହି ଟିପ୍ସ ଆପଣାଇ ଆପଣ ଶପିଂର ମଜା ନେବା ସହିତ ଟଙ୍କା ବି ବଞ୍ଚାଇ ପାରିବେ।
ସାରା ଦେଶରେ ୧୩ ଜାନୁଆରୀରେ ଲୋହଡ଼ୀ ପର୍ବ ପାଳନ ହେବାକୁ ଯାଉଛି। ଏହି ପର୍ବ ମକର ସଂକ୍ରାନ୍ତିର ପୂର୍ବଦିନ ପଡ଼ିଥାଏ। ଲୋହଡ଼ୀ ଉତ୍ତର ଭାରତର ସବୁଠାରୁ ଲୋକପ୍ରିୟ ପର୍ବ ମଧ୍ୟରେ ଅନ୍ୟତମ। ଏହା ପଞ୍ଜାବୀ ଲୋକଙ୍କ ଦ୍ବାରା ବେଶ ଧୁମଧାମରେ ପାଳନ କରାଯାଇଥାଏ। ପଞ୍ଜାବ ବ୍ୟତୀତ ଏହି ପର୍ବ ହିମାଚଳ ପ୍ରଦେଶ, ହରିୟାଣା, ପଶ୍ଚିମୀ ଉତ୍ତର ପ୍ରଦେଶ ଓ ଜମ୍ମୁ-କଶ୍ମୀରରେ ଉତ୍ସାହର ସହିତ ପାଳନ କରାଯାଏ। ପଞ୍ଜାବର ଏହି ପାରମ୍ପରିକ ପର୍ବ ଲୋହଡ଼ୀ ଫସଲ ଅମଳ ସହିତ ଜଡ଼ିତ ଏକ ବିଶେଷ ପର୍ବ। ତେବେ ଚାଲନ୍ତୁ ଜାଣିବା ଲୋହଡ଼ୀ ଅବସରରେ ଦେଶୀ ଉପାୟରେ କିପରି ଘର ସଜାଇବେ।
ଖାଦ୍ୟର ସ୍ବାଦ ବଢ଼ାଇଥାଏ ମସଲା। ସ୍ବାଦିଷ୍ଟ ଭୋଜନ ପାଇଁ ମସଲାର ଉପଯୁକ୍ତ ମାତ୍ରା ଓ ଏହାର ସୁଗନ୍ଧ ରହିବା ଜରୁରୀ। କିନ୍ତୁ ଅନେକ ସମୟରେ ମସଲା ଖରାପ ହେଉଥିବା ଦେଖାଯାଏ। ଏଥିରେ ପୋକ ମଧ୍ୟ ଲାଗିଯାଇଥାଏ। ରୋଷେଇଘରେ ଏହି ସମସ୍ୟା ହେଉଥିଲେ ମସଲା ରଖିବାବେଳେ କେତେକ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ବିଶେଷକରି ଶୀତ ଓ ବର୍ଷା ଋତୁରେ ମସଲାକୁ ମଏଶ୍ଚରରୁ ବଞ୍ଚାଇ ରଖିବା ଜରୁରୀ। ଚାଲନ୍ତୁ ଜାଣିବା ମସଲାକୁ ଖରାପ ହେବାରୁ କିପରି ରକ୍ଷା କରିବେ।
ତ୍ବଚା ଉପରେ କଳା ରଙ୍ଗର ଛୋଟ ଛୋଟ ଦାଗ ଅର୍ଥାତ ପିଗମେଣ୍ଟେସନ ସ୍ପଟ ଦେଖିବାକୁ ବହୁତ ଖରାପ ଦେଖାଯାଇଥାଏ। ବଜାରରେ ଡାର୍କ ସ୍ପଷ୍ଟ ବା ପିଗମେଣ୍ଟେସନ ସମସ୍ୟାରୁ ମୁକ୍ତି ପାଇବା ଲାଗି ଅନେକ ସାମଗ୍ରୀ ମିଳୁଛି। ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଏହାର ବ୍ୟବହାର କରିପାରିବେ। ଆପଣ ଚାହିଲେ ପ୍ରାକୃତିକ ଉପାୟରେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏହାଦ୍ବାରା ପିଗମଣ୍ଟେସନ ସମସ୍ୟା ଶୀଘ୍ର ଠିକ ହୋଇଯିବ ଓ ବାରମ୍ବାର ଏହାର ସାମ୍ନା କରିବାକୁ ପଡ଼ିବ ନାହିଁ। ଚାଲନ୍ତୁ ଜାଣିବା ରୋଷେଇ ଘରେ ଥିବା ଜିନିଷରୁ କିପରି ପିଗମେଣ୍ଟେସନରୁ ମୁକ୍ତି ମିଳିପାରିବ।
ସମସ୍ତେ ନୂଆବର୍ଷକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ନୂଆବର୍ଷ ଜୀବନରେ ଢେର ସାରା ଖୁସି ନେଇ ଆସୁ ବୋଲି ସମସ୍ତେ ଚାହାନ୍ତି। ସମସ୍ତଙ୍କ ଜୀବନରେ ବାସ୍ତୁ ଶାସ୍ତ୍ରର ମଧ୍ୟ ଅନେକ ଗୁରୁତ୍ବ ରହିଛି। ଏଠାରେ କେତେକ ବାସ୍ତୁ ଟିପ୍ସ ଦିଆଯାଇଛି, ଯାହା ଘରେ ରଖିଲେ ସବୁବେଳେ ସୁଖ, ସମୃଦ୍ଧି ଓ ଧନର ଅଭାବ ରହିବ ନାହିଁ।
ଘରର ସୁଖଶାନ୍ତି ଓ ସମୃଦ୍ଧି ପାଇଁ ବାସ୍ତୁଶାସ୍ତ୍ରରେ ଅନେକ ନିୟମ ରହିଛି। ଯଦି ସବୁପ୍ରକାରର ସୁବିଧା ପରେ ଘରେ ଅଶାନ୍ତି ରହିଛି, ଯେତେ ଚେଷ୍ଟା କଲେ ବି ଆପଣଙ୍କୁ ଶାନ୍ତିରେ ନିଦ ହେଉ ନାହିଁ, ପରିବାରରେ ଝଗଡ଼ା ହେଉଛି, ତେବେ ଆପଣଙ୍କ ଘରେ ବାସ୍ତୁଦୋଷ ଥାଇପାରେ। ବଡ଼ ବଙ୍ଗଳା ହେଉ ବା ଛୋଟ ଘର ବାସ୍ତୁ ଟିପ୍ସ ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ। ବାସ୍ତୁର ପ୍ରଭାବ ଘରେ ରହୁଥିବା ପ୍ରତ୍ୟେକ ସଦସ୍ୟ ଉପରେ ମଧ୍ୟ ପଡ଼ିଥାଏ। ପିଲାଙ୍କ ପାଠପଢ଼ାଠାରୁ ଆରମ୍ଭ କରି ସମସ୍ତଙ୍କ ସ୍ବାସ୍ଥ୍ୟ ଓ କ୍ୟାରିଅର ମଧ୍ୟ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ବାସ୍ତୁ ଉପରେ ନିର୍ଭର କରିଥାଏ। କୁହାଯାଏ, ପୂରା ଜାଗାରେ ଘର ତିଆରି ହୋଇଥିଲେ, ଘରେ ରହୁଥିବା ଲୋକଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ। ଖୋଲା ଜାଗା ଯେତେ ଅଧିକ ରହିବ, ସେତେ ଉତ୍ତମ ବୋଲି କୁହାଯାଏ। ତେଣୁ ଏବେ ଖୋଲା ଜାଗାର ବିକଳ୍ପ ଭାବେ ବାଲକୋନୀ ନିର୍ମାଣ କରାଯାଉଛି। ଯାହାଫଳରେ ସକାଳ ସନ୍ଧ୍ୟାରେ କିଛି ସମୟ ଫୁରସତ ମିଳିଲେ ସେଠାରେ ବିତାଇପାରିବେ। ଘରର ମୁଖ୍ୟ ଦ୍ବାର ଅନୁସାରେ ବାଲକୋନୀ ତିଆରି କରିବା ଉଚିତ ବୋଲି ବାସ୍ତୁରେ ଉଲ୍ଲେଖ ରହିଛି।
ସାଧାରଣତଃ ଲୋକେ ତାଜା ଜିନିଷ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ସବୁବେଳେ ତାଜା ପନିପରିବା କିଣିବା ଅସମ୍ଭବ ହୋଇଥାଏ। ତେଣୁ ସବୁବେଳେ ପନିପରିବାକୁ ଅଧିକ ଦିନ ଯାଏ ଭଲ ଭାବେ ସଂରକ୍ଷଣ କରିବା ଉଚିତ। ଫଳରେ ଏହା ଅଧିକ ସମୟ ତାଜା ରହିପାରିବ। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସବୁବେଳେ ତାଜା ପନିପରିବା ଖାଇବାକୁ ପରାମର୍ଶ ଦେଇଥାନ୍ତି। ରସୁଣକୁ ଷ୍ଟୋର କରିବା କିଛି ମାତ୍ରାରେ ମୁସ୍କିଲ ହୋଇଥାଏ। ଚାଲନ୍ତୁ ଜାଣିବା ରସୁଣକୁ କିପରି ତାଜା ରଖିବେ।
ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକେ ରୁମ ହିଟରର ବ୍ୟବହାର କରିଥାନ୍ତି। କିନ୍ତୁ ଏହାର ମାତ୍ରାଧିକ ବ୍ୟବହାର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ରୁମ ହିଟରର ମାତ୍ରାଧିକ ବ୍ୟବହାର କିଭଳି ସ୍ବାସ୍ଥ୍ୟ ପାଇଁ ଖରାପ ତାହା ଏଠାରେ ଚାଲନ୍ତୁ ଜାଣିବା।
ମଣିଷ ଜୀବନ ଉପରେ ବାସ୍ତୁର ଗଭୀର ପ୍ରଭାବ ରହିଛି। କୌଣସି ଜିନିଷର ସକାରାତ୍ମକ ପ୍ରଭାବ କିମ୍ବା ନକାରାତ୍ମକ ପ୍ରଭାବ ସେହି ଜିନିଷର ଉପଯୁକ୍ତ ଦିଗ ଚୟନ ଉପରେ ନିର୍ଭର କରିଥାଏ। ଘର କିଣିବା ଠାରୁ ଆରମ୍ଭ କରି ଘରେ ରଖାଯାଇଥିବା ଜିନିଷ ସୁସଜ୍ଜିତ କରିବା ପର୍ଯ୍ୟନ୍ତ ଉପଯୁକ୍ତ ଦିଗର ଚୟନ ପ୍ରଭାବଶାଳୀ ହୋଇଥାଏ। ଯଦି କୌଣସି ଜିନିଷକୁ ଭୁଲ ଦିଗ ଚୟନ କରି ରଖୁଛନ୍ତି, ତେବେ ଏହାର ଖରାପ ପ୍ରଭାବ ଆପଣଙ୍କୁ ଭୋଗିବାକୁ ପଡ଼ିପାରେ। ଘରର ଛୋଟ ଛୋଟ ଜିନିଷକୁ ମଧ୍ୟ ଠିକ ଦିଗରେ ରଖିବା ଉଚିତ। ଏପରିକି ଡଷ୍ଟବିନକୁ ମଧ୍ୟ ଉପଯୁକ୍ତ ସ୍ଥାନରେ ରଖିବା ଉଚିତ। ବାସ୍ତୁ ଅନୁସାରେ ଘରର ଡଷ୍ଟବିନକୁ ଉପଯୁକ୍ତ ଦିଗରେ ନ ରଖିଲେ ଅନେକ ସମସ୍ୟା ଭୋଗିବାକୁ ପଡ଼ିପାରେ।
ନଖ ସହଜରେ ଭାଙ୍ଗିଯାଉଛି କି? ଆପଣ ଟ୍ରେଣ୍ଡିଂ ନେଲ ଆର୍ଟ ନଖରେ କରିବାକୁ ଚାହୁଛନ୍ତି, କିନ୍ତୁ ନଖ ଭାଙ୍ଗୁଥିବା ଦେଖି ଡରି ଯାଉଛନ୍ତି କି? ଉପଯୁକ୍ତ ପଏଣ୍ଟର୍ସ ନଖ ସମସ୍ତେ ଚାହିଥାନ୍ତି। କିନ୍ତୁ ଉତ୍ତମ ନଖ ପାଇଁ ଉତ୍ତମ ସ୍ବାସ୍ଥ୍ୟ ଦରକାର। ତେବେ ଏଠାରେ କେତେକ ଘରୋଇ ଉପାୟ ଦିଆଯାଇଛି, ଯାହା ଆପଣାଇ ଆପଣ ନଖ ସଫା ଓ ମଜବୁତ କରିପାରିବେ।
ଏବେ ଯେଉଁଆଡ଼େ ଦେଖିବ ଡେଙ୍ଗୁ, ମ୍ୟାଲେରିଆ ଜ୍ବର ଖବର ଶୁଣିବାକୁ ମିଳୁଛି। ସନ୍ଧ୍ୟା ହେବା ମାତ୍ରେ ମଶାଙ୍କ ଗୁଣ ଗୁଣୁ ଶବ୍ଦ କାନ ପାଖରେ ବାଜୁଛି। ଅପରିଷ୍କାର ସ୍ଥାନରେ ମଶା ଖୁବ୍ ଶୀଘ୍ର ବଂଶ ବୃଦ୍ଧି କରିଥାନ୍ତି। ତେବେ ଘରୁ ମଶା ଘଉଡ଼ାଇବା ଲାଗି ରାସାୟନିକ ଲିକ୍ୟିଡ କିମ୍ବା କଏଲ ବ୍ୟବହାର କରିବା ଅପେକ୍ଷା ଘରୋଇ ଉପାୟ ଅବଲମ୍ବନ କଲେ କେମିତି ହେବ। ଚାଲନ୍ତୁ ଜାଣିବା ଘରୁ କିପରି ମଶା ଘଉଡ଼ାଇବା।
ଘର ହେଉ ବା ଅଫିସ ଆମ ଦ୍ବାରା କରାଯାଇଥିବା କେତେକ କାମ ନକାରାତ୍ମକତା ଆଣିଥାଏ। ସେହିପରି ଝାଡ଼ୁ ସହିତ ମଧ୍ୟ ସକାରାତ୍ମକତା ଓ ନକାରାତ୍ମକତା ଯୋଡ଼ି ହୋଇ ରହିଛି। ଏହା ସହିତ ଜଡ଼ିତ ଶୁଭ ଅଶୁଭ ମଧ୍ୟ ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ତେଣୁ ଏଠାରେ ଝାଡ଼ୁ ସହିତ ଜଡ଼ିତ ବାସ୍ତୁ ସମ୍ପର୍କରେ ସୂଚନା ଦିଆଯାଇଛି ଯାହାଫଳରେ ସମସ୍ୟାର ସମାଧାନ ମିଳିଯିବ।
ଅଧିକ ଦେଖନ୍ତୁ