ପ୍ରିୟଙ୍କା ଚୋପ୍ରା ଜୋନସ କେବଳ ନିଜ ଅଭିନୟ ପାଇଁ ଚର୍ଚ୍ଚାରେ ନ ଥାନ୍ତି, ବରଂ ଲୁକସ ଓ ଫିଟନେସ ପାଇଁ ଲକ୍ଷ ଲକ୍ଷ ଲୋକଙ୍କୁ ଦୀୱାନା କରିଥାନ୍ତି। ପ୍ରିୟଙ୍କା ୨୦୦୦ ମସିହାରେ ବିଶ୍ବ ସୁନ୍ଦରୀ ଟାଇଟଲ ହାସଲ କରିଥିଲେ। ଏହାପରେ ସେ ତାଙ୍କ କ୍ୟାରିଅରରେ କେବେ ବି ପଛକୁ ଚାହି ନ ଥିଲେ। ନିଜ ପରିଶ୍ରମ ଓ ନିଷ୍ଠା ଦ୍ବାରା ପ୍ରିୟଙ୍କା କେବଳ ବଲିଉଡରେ ନୁହେଁ, ବରଂ ହଲିଉଡରେ ବି ପରିଚିତ ନାମ ପାଲଟିଛନ୍ତି। ସବୁବେଳେ ନିଜ ଫିଟନେସ ଓ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ପ୍ରିୟଙ୍କା ନିଜ ଫିଗର ବଜାୟ ରଖିବାକୁ ବେଶୀ କିଛି କରି ନ ଥାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରିୟଙ୍କା ବ୍ୟାୟାମ କରିବାକୁ ଅଧିକ ପସନ୍ଦ କରନ୍ତି ନାହିଁ।
ଦେଶରେ ପ୍ରତ୍ୟେକ ବର୍ଷ ପିତୃପକ୍ଷରେ ଶ୍ରାଦ୍ଧ ଦିଆଯାଏ। ଏହି ସମୟରେ ଲୋକେ ନିଜ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ଓ ସେମାନଙ୍କ ଆଶୀର୍ବାଦ ପାଇବା ଲାଗି ଶ୍ରାଦ୍ଧ କର୍ମ କରିଥାନ୍ତି। ଏହି ଶ୍ରାଦ୍ଧ କେହି ଘରକୁ ପଣ୍ଡିତ ଡାକି କରିଥାନ୍ତି ତ ଆଉ କେହି କୌଣସି ପବିତ୍ର ସ୍ଥାନକୁ ଯାଇ ଶ୍ରାଦ୍ଧ ଦେଇଥାନ୍ତି। ମାନ୍ୟତା ଅନୁସାରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ, ପିଣ୍ଡଦାନ, ତର୍ପଣ କରିବା ଦ୍ବାରା ପୂର୍ବଜଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଏଥିସହିତ ସେମାନେ ପୃଥିବୀ ପୃଷ୍ଠକୁ ଆସି ନିଜ ପରିବାର ଲୋକଙ୍କୁ ଆଶୀର୍ବାଦ ଦେଇଥାନ୍ତି ବୋଲି ବିଶ୍ବାସ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ଭାରତ ଭଳି ଅନ୍ୟ ଦେଶର ଲୋକେ ବି ନିଜ ପୂର୍ବପୁରୁଷଙ୍କୁ ସ୍ମରଣ କରି ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ଖାସ ପର୍ବ ପାଳନ କରନ୍ତି। ଭାରତ ଭଳି ଅନ୍ୟ ଦେଶର ଲୋକେ ବି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି। କିନ୍ତୁ ସେମାନଙ୍କ ପଦ୍ଧତି କିଛି ମାତ୍ରାରେ ଅଲଗା। ଚାଲନ୍ତୁ ଜାଣିବା ବିସ୍ତାରରେ।
୪୨ ବର୍ଷ ବୟସରେ ପଦାର୍ପଣ କରିବା ପରେ ବି ସୋହା ଅଲୀ ଖାନଙ୍କ ଫିଟନେସ ପ୍ରଶଂସାଯୋଗ୍ୟ। ନିଜ ଫିଟନେସକୁ ଅକ୍ଷୁଣ୍ଣ ରଖିବା ଲାଗି ସୋହା ବେଶ ପରିଶ୍ରମ କରୁଛନ୍ତି। ଫିଟନେସ ଭିଡ଼ିଓରେ ତାଙ୍କ ଇନଷ୍ଟାଗ୍ରାମ ଭରି ରହିଛି। ସେ ନିଜେ ଫିଟ ରହିବା ସହିତ ନିଜ ପ୍ରଶଂସକଙ୍କୁ ବି ଫିଟ ରହିବା ଲାଗି ଅନୁପ୍ରାଣିତ କରିଥାନ୍ତି। ସୋହା ନିଜ ପିଲାଙ୍କୁ ବି ପୂରା ଧ୍ୟାନ ଦେଇଥାନ୍ତି। ଏଥିସହିତ ନିଜର ବି ଯତ୍ନ ନେଇଥାନ୍ତି।
କ୍ରିକେଟର ହେବା କୌଣସି ସହଜ କଥା ନୁହେଁ। ପଡ଼ିଆରେ ନିଜ ଖେଳ ମାଧ୍ୟମରେ ନିଜକୁ ପ୍ରମାଣ କରିବା ପରେ ବି ଲଗାତର ପରିଶ୍ରମ କରିବାକୁ ପଡ଼ିଥାଏ। ଏହାପରେ ଯାଇ କଷ୍ଟୋପାର୍ଜିତ ସମ୍ପତ୍ତିକୁ ସାଇତି ରଖାଯାଏ। ଏମିତି ଜଣେ କ୍ରିକେଟର ହେଉଛନ୍ତି ରୋହିତ ଶର୍ମା। ଭାରତୀୟ ଦଳର ଏହି ତାରକା ଓପନରଙ୍କୁ ହିଟମ୍ୟାନ ରୂପେ ଗଣାଯାଏ। ପଡ଼ିଆରେ ଥାଆନ୍ତୁ ବା ପଡ଼ିଆ ବାହାରେ ସବୁବେଳେ ତାଙ୍କ ଅନ୍ଦାଜ ସ୍ବତନ୍ତ୍ର ରହିଥାଏ। ତେବେ ଚାଲନ୍ତୁ ଜାଣିବା ରୋହିତଙ୍କ ଜୀବନଶୈଳୀ କିଭଳି ବିଳାସପୂର୍ଣ୍ଣ ଏବଂ ବ୍ୟକ୍ତିଗତ ଜୀବନରେ ତାଙ୍କର କେଉଁ ଜିନିଷ ପ୍ରତି ସଉକ ରହିଛି।
ଓଜନ ବୃଦ୍ଧିକୁ ନେଇ ଏବେ ସମସ୍ତେ ଚିନ୍ତିତ। ମହିଳାଙ୍କ ଠାରେ ପେଟ ଓ ଅଣ୍ଟା ପାଖରେ ଶୀଘ୍ର ଚର୍ବି ଲାଗିବା ସମସ୍ୟା ରହିଥାଏ। ମୋଟା ହେବା ଦ୍ବାରା ଶରୀରର ଲୁକ ବିଗିଡ଼ିବା ସହିତ ରୋଗର ଶିକାର କରିଥାଏ। ଏପରିସ୍ଥଳେ ଓଜନ ବୃଦ୍ଧିକୁ ନେଇ ଚିନ୍ତିତ ଥିଲେ ନିୟମିତ ରୁଟିନରେ କେତେକ ପରିବର୍ତ୍ତନ କରି ଏହି କାମ କରିପାରିବେ। ଏଠାରେ କେତେକ ଟିପ୍ସ ଦିଆଯାଇଛି, ଯାହାକୁ ଅନୁସରଣ କରି କିଛି ଦିନ ଭିତରେ ଓଜନ ନିୟନ୍ତ୍ରଣ କରିପାରିବେ।
ଆଜିକାଲି ସମୟରେ ଗ୍ୟାଜେଟ ବିନା ଜୀବନ ଚିନ୍ତା କରିବା ଅସମ୍ଭବ। ମୋବାଇଲ, ଲ୍ୟାପଟପ ଓ ଟ୍ୟାବଲେଟ ଆଜିକାଲି ଆମ ଜୀବନର ଅଭିନ୍ନ ଅଙ୍ଗ ପାଲଟିଛି। କୋରୋନା ମହାମାରୀ ସମୟରେ ଏହାର ବ୍ୟବହାର ଅନେକ ଗୁଣା ବଢ଼ିଯାଇଛି। ଏହାବ୍ୟତୀତ ୱାର୍କ ଫ୍ରମ ହୋମ ଓ ଅନଲାଇନ କ୍ଲାସ ସବୁ କାମ ପାଇଁ ଅଧିକରୁ ଅଧିକ ଗ୍ୟାଜେଟ ବ୍ୟବହାର ହେଉଛି। ଏପରିସ୍ଥଳେ ଲୋକେ ସାମ୍ନାସାମ୍ନି କଥା ହେବା କମିଯାଇଛି। ସମସ୍ତେ ପରିବାରରେ ମୋବାଇଲରେ ବ୍ୟସ୍ତ ରହୁଛନ୍ତି। ଏହାର ସିଧାସଳଖ ପ୍ରଭାବ ସମ୍ପର୍କ ଉପରେ ପଡ଼ୁଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି। ରାତିରେ ବିଳମ୍ବରେ ଶୋଇବା, ସକାଳୁ ବିଳମ୍ବରେ ଉଠିବା ଓ ନିଜ କାମରେ ବ୍ୟସ୍ତ ରହିବା ଯୋଗୁ ସମ୍ପର୍କ ଫିକା ପଡ଼ିବାରେ ଲାଗିଛି। କୋରୋନା ମହାମାରୀ ହେବା ପାଖାପାଖି ଦୁଇ ବର୍ଷ ହୋଇଗଲାଣି। ପରିସ୍ଥିତି କେବେ ସ୍ବାଭାବିକ ହେବ ତାହା ବି ଜଣା ନାହିଁ। ଏପରିସ୍ଥଳେ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ। ଅଧିକ ସମୟ ସ୍କ୍ରିନ ସହ ବିତାଇବା ଯୋଗୁ ପତିପତ୍ନୀଙ୍କ ସମ୍ପର୍କରେ ସମସ୍ୟା ହେଉଛି। ଯଦି ସ୍କ୍ରିନ ଟାଇମ ପାଇଁ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି, ତେବେ ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ।
ଆପଣଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ଖାଦ୍ୟପେୟ ଓ ଲାଇଫଷ୍ଟାଇଲ ଉପରେ ନିର୍ଭର କରିଥାଏ। ଏ ସମ୍ପର୍କରେ ମିଶିଗନ ୟୁନିଭର୍ସିଟିର ଏକ ନୂତନ ଗବେଷଣା ସାମ୍ନାକୁ ଆସିଛି। ଡାଏଟରେ ଛୋଟ ମୋଟ ପରିବର୍ତ୍ତନ କରି ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘଜୀବୀ ହୋଇପାରିବେ। ଏହି ଗବେଷଣାର ଫଳାଫଳ ନେଚର ଫୁଡ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ଏଥିରେ ଏଭଳି କେତେକ ଖାଦ୍ୟ ସମ୍ପର୍କରେ କୁହାଯାଇଛି, ଯାହା ବୟସ ବଢ଼ାଇ ଥାଏ କିମ୍ବା କମାଇ ଥାଏ। ଏହି ଗବେଷଣା ଆମେରିକାରେ ସେବନ କରାଯାଉଥିବା ୫୮୦ରୁ ଅଧିକ ଖାଦ୍ୟ ପଦାର୍ଥ ଓ ପରିବେଶ ଉପରେ ପଡ଼ୁଥିବା ଏହାର ପ୍ରଭାବ ଆଧାରରେ ରାଙ୍କିଙ୍ଗ କରାଯାଇଛି।
ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ତାଙ୍କ ନିଖୁଣ ଅଭିନୟ, ସୌନ୍ଦର୍ଯ୍ୟ ଓ ଫିଟନେସ ପାଇଁ ଖୁବ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଫିଟ ଅଭିନେତ୍ରୀଙ୍କ ମଧ୍ୟରେ ରାଧିକା ଅନ୍ୟତମ। ଫିଟନେସ ଫ୍ରିକ ରାଧିକା ବ୍ୟାୟାମ ସହିତ ସ୍ବାସ୍ଥ୍ୟକର ଡାଏଟ ନେବାକୁ ଭୁଲନ୍ତି ନାହିଁ। ସେ ସବୁବେଳେ ନିଜ ପ୍ରଶଂସକଙ୍କ ସହିତ ସୋସାଲ ମିଡିଆରେ ଫଟୋ ଓ ଭିଡ଼ିଓ ଶେୟାର କରିଥାନ୍ତି। ମିଡିଆ ରିପୋର୍ଟ ମୁତାବକ ରାଧିକା ତାଙ୍କ ଡାଏଟରେ ଶତାବରୀ ବା ଆସ୍ପାରଗସ ନିହାତି ସାମିଲ କରନ୍ତି। ଏହା ଏକ ଔଷଧୀୟ ଗଛ। ଏଥିରେ ଭିଟାମିନ ବି-୬, ଫୋଲେଟ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଜିଙ୍କ, ପ୍ରୋଟିନ, ଫାଇବର ଭଳି ପୋଷକତତ୍ତ୍ବ ରହିଛି।
ଜୀବନଶୈଳୀ ଓ ଅଭ୍ୟାସ ଉପରେ ମାନସିକ ସ୍ବାସ୍ଥ୍ୟ ନିର୍ଭର କରିଥାଏ। ମଣିଷ ଯାହା କିଛି କରେ, ତାହାର ପ୍ରଭାବ ମାନସିକ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ଆମେ ଏଭଳି କିଛି ଅଭ୍ୟାସ ଗ୍ରହଣ କରିନେଇଥାଉ, ଯାହା ବିନା ବଞ୍ଚିବା କଷ୍ଟକର ହୋଇପଡ଼େ। ଏହାପରେ ଏହି ଅଭ୍ୟାସ ଆମ ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିବାରେ ଲାଗେ ଏବଂ ଆମକୁ ଚାପ ଓ ଚିନ୍ତାର ଶିକାର କରିଦିଏ। ଚାଲନ୍ତୁ ଜାଣିବା କେଉଁ ସବୁ ଅଭ୍ୟାସ ଓ ଜୀବନଶୈଳୀ ମାନସିକ ସ୍ବାସ୍ଥ୍ୟକୂ ଖରାପ କରିଥାଏ। ଯଦି ଏହି ଅଭ୍ୟାସ ଥାଏ ତେବେ ଆପଣଙ୍କ ମାନସିକ ସ୍ବାସ୍ଥ୍ୟ ଖରାପ ହୋଇପାରେ।
ଟିଭି ଅଭିନେତା, ନିର୍ଦେଶକ, କଣ୍ଠଶିଳ୍ପୀ ତଥା ପ୍ରଯୋଜକ ସଚିନ ପିଲଗାଓଁକର ଓ ତାଙ୍କ ପତ୍ନୀ ସୁପ୍ରିୟା ପିଲଗାଓଁକର ବଲିଉଡର ନିପୁଣ କଳାକାରଙ୍କ ମଧ୍ୟରେ ଅନ୍ୟତମ। ମାତ୍ର ୪ ବର୍ଷ ବୟସରେ ସଚିନ ଅଭିନୟ ଆରମ୍ଭ କରିଥିଲେ। ଶିଶୁ କଳାକାର ଭାବେ ସେ ୬୦ରୁ ଅଧିକ ଫିଲ୍ମରେ କାମ କରିଥିଲେ। ଅନେକ ଉତ୍ତମ ଫିଲ୍ମରେ କାମ କରିଥିବା ସଚିନଙ୍କୁ ଫିଲ୍ମ ‘ଶୋଲେ’ରେ ଅହମଦ ଚରିତ୍ରରେ ଅଭିନୟ କରିବା ପାଇଁ ପାଉଣା ଭାବେ ଏକ ଫ୍ରିଜ ଦିଆଯାଇଥିଲା। କେବଳ ଏତିକି ନୁହେଁ ମୀନା କୁମାରୀ ସଚିନଙ୍କୁ ଉର୍ଦ୍ଦୁ ପଢ଼ାଇଥିଲେ। ସଚିନ ଉର୍ଦ୍ଦୁ ଶିଖିବା ଲାଗି ମୀନାକୁମାରୀଙ୍କ ଘରକୁ ଯାଉଥିଲେ।
ବଲିଉଡ ଅଭିନେତ୍ରୀ କିୟାରା ଆଡଭାଣୀ ନିକଟରେ ରିଲିଜ ହୋଇଥିବା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସିନେମା ‘ଶେରଶାହ’ରେ ନଜର ଆସୁଛନ୍ତି। କିୟାରା କେବଳ ନିଜ ଅଭିନୟ ପାଇଁ ନୁହେଁ, ବରଂ ନିଜ ସୌନ୍ଦର୍ଯ୍ୟ ଓ ଫିଟନେସ ପାଇଁ କୋଟି କୋଟି ଲୋକଙ୍କ ହୃଦୟ ଜିଣିପାରୁଛନ୍ତି। ଫିଟନେସ ପାଇଁ କିୟାରା ହେଭୀ ୱାର୍କଆଉଟ ଉପରେ ବିଶ୍ବାସ ରଖନ୍ତି ନାହିଁ କିମ୍ବା କୌଣସି ସ୍ବତନ୍ତ୍ର ଡାଏଟ ନିଅନ୍ତିନି। କିୟାରା ନିଜ ଫିଟନେସର ରହସ୍ୟ ଉତ୍ତମ ମେଟାବଲିଜମ ବୋଲି କହନ୍ତି।
ଅଭିନେତ୍ରୀ ସାନ୍ୟା ମାଲହୋତ୍ରା ୨୦୧୬ରେ ନିର୍ଦେଶକ ନିତେଶ ତିୱାରୀଙ୍କ ସ୍ପୋର୍ଟସ ଡ୍ରାମା ସିନେମା ‘ଦଙ୍ଗଲ’ ମାଧ୍ୟମରେ ବଲିଉଡରେ ପାଦ ରଖିଥିଲେ। ନିଜ ପ୍ରଥମ ଫିଲ୍ମରେ ସାନ୍ୟା ପ୍ରଶଂସକଙ୍କ ହୃଦୟ ଜିତିଯାଇଥିଲେ। ଏବେ ବି ସେ କୋଟିକୋଟି ହୃଦୟରେ ରାଜ କରୁଛନ୍ତି। ସେ ତାଙ୍କ ଛୋଟ କ୍ୟାରିଅରରେ ‘ବଧାଇ ହୋ’, ‘ଫଟୋଗ୍ରାଫ’, ‘ପଟାଖା’, ‘ପଗଲେଟ’ ଭଳି ଫିଲ୍ମରେ କାମ କରିଛନ୍ତି।
ଜୀବନରେ ଅନେକ ସମ୍ପର୍କ ରହିଛି। କିନ୍ତୁ ଭାଇ-ଭଉଣୀର ସମ୍ପର୍କ ସବୁଠାରୁ ନିଆରା। ଏଥିରେ ରାଗ, ରୁଷା, ଅଭିମାନ, ପରସ୍ପରଙ୍କ ସାଥ ଦେବା, ସମର୍ଥନ କରିବା, ବାପାଙ୍କ ଗାଳି, ମା’ଙ୍କ ମାଡ଼ରୁ ପରସ୍ପରଙ୍କୁ ବଞ୍ଚାଇବା ସବୁକିଛି ରହିଛି। ଏସବୁର ଝଲକ ଏ ସମ୍ପର୍କରେ ମିଳିଥାଏ। ଭାଇ-ଭଉଣୀଙ୍କ ଏହି ଅତୁଟ ପ୍ରେମ ରକ୍ଷା ବନ୍ଧନରେ ଦେଖିବାକୁ ମିଳିଥାଏ। ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମାରେ ରକ୍ଷା ବନ୍ଧନ ପଡ଼ିଥାଏ। ଭଉଣୀ ଏହି ଦିନ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତି ଓ ଭାଇ ସବୁବେଳେ ଭଉଣୀଙ୍କୁ ରକ୍ଷା କରିବା ପାଇଁ ବଚନ ଦେଇଥାନ୍ତି। ତେବେ ଏହି ପର୍ବର ଇତିହାସ ସମ୍ପର୍କରେ ଜାଣିଛନ୍ତି କି? ରକ୍ଷା ବନ୍ଧନ ପର୍ବ କେତେ ପୁରୁଣା ଓ କେବେଠାରୁ ଏହା ଆରମ୍ଭ ହୋଇଥିଲା। ତେବେ ଚାଲନ୍ତୁ ଜାଣିବା ରକ୍ଷାବନ୍ଧନ ସମ୍ପର୍କରେ କେତେକ ରୋଚକ କଥା।
ଅଙ୍ଗୁର ଖାଇବାକୁ ଲୋକେ ବହୁତ ପସନ୍ଦ କରନ୍ତି। ଅନେକ ଲୋକେ ଫ୍ରୁଟ ଚାଟରେ ଅଙ୍ଗୁର ମିଶାଇ ଖାଇଥାନ୍ତି ତ ଆଉ କେତେକ ଲୋକେ ଅଙ୍ଗୁରକୁ ଜୁସ କରି ଖାଇବାକୁ ପସନ୍ଦ କରିଥାନ୍ତି। ବିଶ୍ବରେ ଅଙ୍ଗୁରର ଅନେକ ପ୍ରଜାତି ମିଳିଥାଏ। ଭାରତରେ କଳା ଓ ସବୁଜ ରଙ୍ଗର ଅଙ୍ଗୁର ମିଳିଥାଏ। କିନ୍ତୁ ବଜାରରେ ୧୦୦ ଟଙ୍କାରୁ ବି କମ ଦାମରେ ଅଙ୍ଗୁର ସହଜରେ ମିଳିଯାଏ। କିନ୍ତୁ ଏଠାରେ ଏକ ଖାସ ପ୍ରଜାତିର ଅଙ୍ଗୁର ସମ୍ପର୍କରେ ସୂଚନା ଦିଆଯାଇଛି, ଯାହା କିଣିବାକୁ ଆପଣଙ୍କୁ ମୋଟା ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ଏହି ଅଙ୍ଗୁର ରୁବି ରୋମାନ ନାମରେ ଜଣାଶୁଣା। ଏହି ଅଙ୍ଗୁରର ଦାମ ଲକ୍ଷରେ ରହିଛି, ଯାହାକୁ ଦେଖି ଯେ କେହି ଚକିତ ହୋଇଯିବେ। ଏହି ଅଙ୍ଗୁରକୁ ରୋଲ୍ସ ରୟାଲ ବୋଲି କୁହାଯାଉଛି।
ବର୍ଷା ଦିନେ ହଜମ ସମସ୍ୟା ଏକ ସାଧାରଣ କଥା। ଏହି ଋତୁରେ ବ୍ୟାକ୍ଟେରିଆ ଓ ଭାଇରସ ଅଧିକ ଆକ୍ଟିଭ ହୋଇଯାଆନ୍ତି। ଖାଦ୍ୟପେୟର ଯତ୍ନ ନ ନେଲେ ପେଟ ଯନ୍ତ୍ରଣା ବା ହଜମ ସମସ୍ୟା ହୋଇପାରେ। ଏପରିସ୍ଥଳେ ପାଚନତନ୍ତ୍ରକୁ ମଜବୁତ ଓ ସ୍ବାସ୍ଥ୍ୟକର ରଖିଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ତେଣୁ ଅନ୍ତନଳିରେ ଥିବା ଉତ୍ତମ ବ୍ୟାକ୍ଟେରିଆକୁ ବଢ଼ାଇବା ଜରୁରୀ। ଯାହା ବାହାରର ବ୍ୟାକ୍ଟେରିଆଠାରୁ ଶରୀରକୁ ରକ୍ଷା କରିପାରିବ। ପ୍ରୋବାୟୋଟିକ ଖାଦ୍ୟ ଶରୀରରେ ଉତ୍ତମ ବ୍ୟାକ୍ଟେରିଆ ବଢ଼ାଇବା କାମ କରିଥାଏ। ଶରୀରରେ ଉତ୍ତମ ବ୍ୟାକ୍ଟେରିଆ ବଢ଼ିଲେ ହଜମ ଶକ୍ତିଠାରୁ ଆରମ୍ଭ କରି ରୋଗପ୍ରତିରୋଧକ ଶକ୍ତି ଆଦି କାମ କରିଥାଏ। ଏହାକୁ ସେବନ କରିବା ଦ୍ବାରା ଅବସାଦ ଆଦି ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହା ସେବନ କରିବା ଦ୍ବାରା କମ ରୋଗରେ ପଡ଼ିଥାନ୍ତି ଓ ବର୍ଷ ସାରା ହେଲଦୀ ରହିଥାନ୍ତି। ଚାଲନ୍ତୁ ଜାଣିବା ପ୍ରୋବାୟୋଟିକ ଫୁଡ ଅଧୀନରେ କେଉଁ କେଉଁ ଜିନିଷ ସେବନ କରିପାରିବେ।
ଅଧିକ ଦେଖନ୍ତୁ