ଅପରାଧ

ନିର୍ଭୟା ଦୋଷୀଙ୍କୁ କ୍ଷମା କରିଦେବାକୁ ଆଇନଜୀବୀଙ୍କ ପରାମର୍ଶ
ନିର୍ଭୟା କାଣ୍ଡରେ ସାନି ଡେଥ୍ ୱାରେଣ୍ଟ୍‌: ଫେବ୍ରୁଆରୀ ୧ରେ

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ତିହାର ଜେଲ୍‌ରେ ମୃତ୍ୟୁକୁ ଅପେକ୍ଷା କରିଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ମୁକେଶ କୁମାର ସିଂହର ରାଜକ୍ଷମା ଆବେଦନ ରାଷ୍ଟ୍ରପତି ଖାରଜ କରିଦେବା ପରେ ସେମାନଙ୍କ ଫାଶୀ ପାଇବା ନିଶ୍ଚିତ ହୋଇଥିଲା। ପରେ ପଟିଆଲା ହାଉସ୍‌ କୋର୍ଟ ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଫାଶୀ ଖୁଣ୍ଟରେ ଅଭିଯୁକ୍ତମାନଙ୍କୁ ଝୁଲାଇବା ସକାଶେ ପୁନର୍ବାର ଡେଥ୍ ୱାରେଣ୍ଟ୍‌ ଜାରି କରିବା ପରେ ଏହି ପ୍ରସଙ୍ଗରେ ଏକରକମ ପୂର୍ଣ୍ଣଚ୍ଛେଦ ପଡ଼ିଛି ବୋଲି କୁହାଯାଇପାରେ। ୩୨ ବର୍ଷୀୟ ମୁକେଶ କୁମାର ସହ ୨୬ ବର୍ଷୀୟ ବିନୟ ଶର୍ମା, ୩୧ ବର୍ଷୀୟ ଅକ୍ଷୟ କୁମାର ସିଂହ ଓ ୨୫ ବର୍ଷୀୟ ପୱନ୍‌ ଗୁପ୍ତାକୁ ଫେବ୍ରୁଆରୀ ୧ ତାରିଖ ଭୋର୍‌ ୬ଟା ସମୟରେ ଫାଶୀଖୁଣ୍ଟରେ ଝୁଲାଇବା ସକାଶେ ଏହି ୱାରେଣ୍ଟ୍‌ରେ କୋର୍ଟ କହିଛନ୍ତି।

ନିର୍ଭୟା ଅଭିଯୁକ୍ତଙ୍କୁ ନିସ୍ତାର ନାହିଁ, ରାଜକ୍ଷମା ଖାରଜ କଲେ

୭ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କୋର୍ଟକଚେରୀ ଦୌଡ଼ୁଥିବା ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ପୀଡ଼ିତାଙ୍କ ମା’-ବାପାଙ୍କୁ ଶୁକ୍ରବାର ଆଶ୍ବସ୍ତି ମିଳିଛି। କାରଣ ସେମାନଙ୍କ ନିରୀହ କନ୍ୟାଙ୍କୁ ଯେଉଁ ନରପିଶାଚମାନେ ନିଜର କାମବାସନା ଚରିତାର୍ଥ କରିବା ସକାଶେ ଗଣଦୁଷ୍କର୍ମ କରିଥିଲେ, ସେମାନେ ଫାଶୀଖୁଣ୍ଟରେ ଝୁଲିବା ନିଶ୍ଚିତ ହୋଇଛି। ଆଇନର ଗଳାବାଟ ଦେଇ ଏହି ଗଣଦୁଷ୍କର୍ମ ଅଭିଯୁକ୍ତମାନେ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରେ ଦଣ୍ଡାଦେଶକୁ ବିଳମ୍ବିତ କରିଥିଲେ ହେଁ ବର୍ତ୍ତମାନ ସେମାନଙ୍କୁ ଆଉ ନିସ୍ତାର ନାହିଁ। କାରଣ ଅନ୍ୟତମ ଅଭିଯୁକ୍ତ ମୁକେଶ କୁମାର ସିଂହର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ଏଥିସହ ୪ ଅଭିଯୁକ୍ତଙ୍କ ଫାଶୀ ବାଟରେ ଥିବା କଣ୍ଟା ପରିଷ୍କାର ହୋଇଯାଇଛି।

ପୁଣି ଭିଜିଲାନ୍ସ ଜାଲରେ ୨ ଅଧିକାରୀ


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ