ପ୍ରାଚ୍ୟ ସଭ୍ୟତା ହେଉ ବା ପାଶ୍ଚାତ୍ୟ ସଭ୍ୟତା ସବୁ ସମୟରେ ନାରୀ ପ୍ରତି ଅନ୍ୟାୟ ହୋଇଆସୁଛି। ଏହା କିଛି ନୂଆ କଥା ନୁହେଁ। ସବୁଠି ନାରୀ ପରାଧୀନ ଓ ସୀମାବଦ୍ଧ। ପରାଧୀନତା ଓ ସୀମାବଦ୍ଧତାର ରୂପରେଖ ଅଲଗା ଅଲଗା ହୋଇପାରେ। ଆମ ଚଳଣି ଏତେ ମାତ୍ରାରେ ପୁରୁଷ ପ୍ରାଧାନ୍ୟ ସମାଜ ଦ୍ୱାରା ପ୍ରଭାବିତ ଯେ ଲିଙ୍ଗଭେଦର ପାର୍ଥକ୍ୟ ବୁଝିବା ସହଜସାଧ୍ୟ ନୁହେଁ। ଉଦାହରଣ ସ୍ବରୂପ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନଗୁଡ଼ିକ ଏମିତି ରୁଢ଼ିବାଦୀ ଏବଂ ପିତୃସତ୍ତାତ୍ମକ ଚିନ୍ତାଧାରା ପରିପନ୍ଥୀ ହେବା ସ୍ଥାନରେ ସେମାନେ ନାରୀ ଅର୍ଥାତ୍ ଛାତ୍ରୀମାନଙ୍କ ଉପରେ କଟକଣା ଜାରି ରଖିଛନ୍ତି। ମୁଖ୍ୟତଃ ହଷ୍ଟେଲ୍ରେ ରହୁଥିବା ଛାତ୍ରୀମାନଙ୍କୁ ସୁରକ୍ଷାର ଆଳ ଦେଖାଇ ନୂଆ ନୂଆ କଟକଣାମାନ ଲଗାଇ ଚାଲିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ନାର୍ସିସିଷ୍ଟ ବୋଲି ପୂର୍ବରୁ କରାଯାଉଥିବା ସନ୍ଦେହ ଧୀରେ ଧୀରେ ସତ୍ୟ ପ୍ରମାଣିତ ହୋଇ ଚାଲିଛି । ଗ୍ରୀକ୍ କିମ୍ବଦନ୍ତୀ ମୁତାବକ ନାର୍କିସସ୍ ନାମକ ଜଣେ ଯୁବକ ତାଙ୍କ ନିଜ ରୂପରେ ଏତେ ବିହ୍ବଳ ହୋଇ ପଡିଥିଲେ ଯେ ଇକୋ ...
ଦେଶର ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର ସ୍ଥିତିକୁ ନେଇ ପୁଣିଥରେ ପ୍ରକାଶ ପାଇଛି ଆନୁଆଲ ଷ୍ଟାଟସ ଏଜୁକେଶନ ରିପୋର୍ଟ (ଆସର) ୨୦୧୬ ରିପୋର୍ଟ। ୨୦୦୫ ଠାରୁ ‘ପ୍ରଥମ’ ନାମକ ଏକ ସଙ୍ଗଠନ ଜାତୀୟ ସ୍ତରରେ ଏହି ରିପୋର୍ଟ ପ୍ରକାଶ ...
ଅଧିକ ଦେଖନ୍ତୁ