ଡିସପ୍ରାକସିଆ ଏକ ସାମାନ୍ୟ ନ୍ୟୁରୋଲୋଜିକାଲ ଅଥବା ବ୍ରେନ ଆଧାରିତ ଡିଜଅର୍ଡର। ଏହା ଚଲାବୁଲା ଓ କୋର୍ଡିନେସନକୁ ପ୍ରଭାବିତ କରିଥାଏ। କୋର୍ଡିନେସନ ଦରକାର ହେଉଥିଲେ ଡିସପ୍ରାକସିଆ ରୋଗୀଙ୍କ ପାଇଁ ଏହା ବେଶ ଆହ୍ବାନପୂର୍ଣ୍ଣ। ଏହାର ପ୍ରଭାବରେ ଖେଳିବା, କାର ଚଳାଇବା ଭଳି କାମ କରିବା ଅସୁବିଧା ହୋଇଯାଏ। ଏହା ଇଣ୍ଟେଲିଜେନ୍ସକୁ ପ୍ରଭାବିତ କରି ନ ଥାଏ। କିନ୍ତୁ ଏହା ମସ୍ତିଷ୍କରେ ଥିବା ଫାଇନ ମୋଟର ସ୍କିଲକୁ ପ୍ରଭାବିତ କରିପାରେ। ଏଥିରେ ଲେଖିବା କିମ୍ବା ଛୋଟ ଜିନିଷକୁ ବ୍ୟବହାର କରିବା ସାମିଲ ହୋଇପାରେ।
ବୟସ ବଢ଼ିବା ସହିତ ସ୍ମରଣଶକ୍ତି ଦୁର୍ବଳ ହୋଇଯିବା ଏକ ସାଧାରଣ ସମସ୍ୟା ପାଲଟିଛି। କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଏହି ସମସ୍ୟା ଯୁବପିଢ଼ିଙ୍କଠାରେ ବି ଦେଖିବାକୁ ମିଳୁଛି। ଅନେକ ସମୟରେ ଆମେ କାହାରିକୁ କଲ କରିବା ପରେ ଆମେ ତାହା ଭୁଲି ଯାଇଥାଉ। ଆମେ ଛୋଟ ଛୋଟ ଜିନିଷ ଭୁଲିବାରେ ଲାଗିଥାଉ। ଏସବୁ ସ୍ମରଣଶକ୍ତି ଦୁର୍ବଳ ହେବାର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ଯଦି ଆପଣଙ୍କ ସହିତ ଏପରି ହେଉଛି, ତେବେ ସତର୍କ ହେବା ଜରୁରୀ। ଯଦି ଆପଣଙ୍କର ବି ସ୍ମରଣଶକ୍ତି ଦୁର୍ବଳ ହେଉଛି, ତେବେ କେତେକ ଘରୋଇ ଉପାୟ ଆପଣାଇ ପାରିବେ।
ବଲିଉଡ ଅଭିନେତା ତଥା ନିର୍ଦେଶକ ମହେଶ ମଞ୍ଜରେକର ୟୁରିନାରୀ ବ୍ଲାଡର କ୍ୟାନସରରେ ପୀଡ଼ିତ ହେବା ସହିତ ନିକଟରେ ତାଙ୍କର ସର୍ଜରୀ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସର୍ଜରୀ ପରେ ସେ ଏବେ ଧିରେ ଧିରେ ସୁସ୍ଥ ହେଉଥିବା ଜଣାପଡ଼ିଛି। ତେବେ ଚାଲନ୍ତୁ ଜାଣିବା ଏହି ୟୁରିନାରୀ ବ୍ଲାଡର କ୍ୟାନସର କ’ଣ।
ପିଲାଙ୍କୁ ସୁସ୍ଥ ରଖିବା ବହୁତ ଜରୁରୀ। ବିଶେଷକରି ଛୋଟ ପିଲାଙ୍କ ରୋଗପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ହୋଇଥାଏ। ତେଣୁ ଯେ କୌଣସି ସଂକ୍ରମଣ ସେମାନଙ୍କୁ ଶୀଘ୍ର ପ୍ରଭାବିତ କରିଥାଏ। କୋରୋନା କାଳରେ ପିଲାଙ୍କୁ ସଂକ୍ରମଣ ଓ ରୋଗରୁ ରକ୍ଷା କରିବା ପାଇଁ ସେମାନଙ୍କ ଖାଦ୍ୟପେୟ ଓ ଅଭ୍ୟାସ ଉପରେ ଧ୍ୟାନ ଦେବା ଦରକାର। ପିଲା ଫିଟ ରହିଲେ, ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ। ତେଣୁ ପିଲାଙ୍କ ଡାଏଟରେ ଏଭଳି କିଛି ଜିନିଷ ସାମିଲ କରିବା ଉଚିତ, ଯାହା ସେମାନଙ୍କ ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ କରିବ।
ମେଡିଟେସନ ବା ଧ୍ୟାନକେନ୍ଦ୍ରିତ କରିବା ବେଶ ଲାଭଦାୟକ। ମେଡିଟେସନର ଅନେକ ଉପାୟ ରହିଛି, ଯାହା ଅଲଗା ଅଲଗା ଲକ୍ଷ୍ୟ ମୁତାବକ ଆପଣା ଯାଇଥାଏ। ଏପରି ଏକ ଉପାୟ ହେଉଛି ୱାକିଂ ମେଡିଟେସନ ବା ଚାଲି ଚାଲି ଧ୍ୟାନ କରିବା। ଧ୍ୟାନ କରିବାର ଏହି ଉପାୟ ପୂରାପୂରି ଅଲଗା ଓ ଆକର୍ଷକ। ଏହା ଅନେକ ଫାଇଦା ଦେଇଥାଏ। ଚାଲନ୍ତୁ ଜାଣିବା ଏହି ୱାକିଂ ମେଡିଟେସନ ସମ୍ପର୍କରେ।
ଅନିୟମିତ ଖାଦ୍ୟପେୟ ଓ ଖରାପ ଜୀବନଶୈଳୀ ପାଇଁ ଅନେକ ଲୋକେ ମୋଟାପଣର ଶିକାର ହୋଇଥାନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ମୋଟାପଣ ଏଭଳି ଏକ ସ୍ଥିତି ଯାହା ଲୋକଙ୍କୁ ଅନେକ ଗମ୍ଭୀର ରୋଗର ଶିକାର କରିପାରେ। ଅଧିକ ମୋଟା ହେବା ଦ୍ବାରା ବ୍ୟକ୍ତିଙ୍କ କର୍ଯ୍ୟ କ୍ଷମତା ଧିମା ହୋଇଯାଏ।
ଅଧିକାଂଶ ହରର ସିନେମାରେ ସ୍ଲିପୱାକିଂ ବା ନିଦରେ ଚାଲୁଥିବା ଦୃଶ୍ୟ ଦେଖିବାକୁ ମିଳିଥାଏ। କିନ୍ତୁ ଏହା ଯେ କୌଣସି ସାଧାରଣ ଲୋକଙ୍କ ସମସ୍ୟା ହୋଇପାରେ। ଏହା ଏକ ଚିକିତ୍ସାସ୍ଥିତି, ଯାହାକୁ ସମନାବୁଲିଜମ ବୋଲି କୁହାଯାଏ। ଏପରି ସ୍ଥିତିରେ ବ୍ୟକ୍ତି ନିଦରୁ ଉଠି ବସିଯାଏ। ଅନେକ ସମୟରେ ନିଦରେ ଚାଲିବାକୁ ଲାଗିଥାଏ। ଫଳରେ ଏହି କାରଣରୁ ଦୁର୍ଘଟଣା ଘଟୁଥିବା ମଧ୍ୟ ଦେଖିବାକୁ ମିଳିଥାଏ। ଏପରିସ୍ଥଳେ ଯଦି ତାଙ୍କର ଠିକ ସମୟରେ ଉପଚାର କରାଯାଏ, ତେବେ ଏହା ଠିକ ହୋଇପାରିବ।
ମଧ୍ୟ ପ୍ରଦେଶର ଶିବପୁରୀରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ଜଣେ ୧୨ ବର୍ଷୀୟ ବାଳକ ପ୍ରତ୍ୟେକ ଦିନ ୪୦ଟି ରୁଟି ଖାଉଥିଲେ। କିଛି ଦିନ ପରେ ତାଙ୍କ ଆଖିର ରଶ୍ମି ଚାଲି ଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେ ଏକ ଗମ୍ଭୀର ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଥିଲା। ତାଙ୍କ ରକ୍ତ ଶର୍କରା ସ୍ତର ୧୨୦୬ ମିଲିଗ୍ରାମ/ଡେସିଲିଟରରେ ପହଞ୍ଚି ଯାଇଥିଲା। ଏହା ଦେଖି ଡାକ୍ତର ଚକିତ ହୋଇଯାଇଥିଲେ। ୫ ଜଣିଆ ଡାକ୍ତରଙ୍କ ଟିମ ୨୬ ଦିନ କଡ଼ା ପରିଶ୍ରମ କରି ଥର ଥର କରି ତାଙ୍କର ଦୁଇ ଆଖି ଅପରେସନ କରିଥିଲେ ଓ ଆଖିର ରଶ୍ମି ପୁଣି ଥରେ ଫେରାଇ ଆଣିବାରେ ସଫଳ ହୋଇଥିଲେ। ଶିବପୁରୀର ଖାଣ୍ଡେରେ ରହୁଥିବା ସନ୍ଦୀପଙ୍କ ପିତା ବନଭାରୀ ଆଦିବାସୀ କହିଛନ୍ତି ଯେ ତାଙ୍କ ପୁଅ ସନ୍ଦୀପଙ୍କୁ ହଠାତ କିଛି ଦେଖାଯାଇ ନ ଥିଲା।
ହାଡ଼ ମଜବୁତ ରଖିବା ଏକ ଚ୍ୟାଲେଞ୍ଜିଂ କାମ। ହାଡ଼ର ଆକାର ଓ ଢାଞ୍ଚା ଶରୀରକୁ ସନ୍ତୁଳିତ କରିବାରେ ଯୋଗଦାନ ଦେଇଥାଏ। ଅଷ୍ଟିଓପୋରୋସିସ, ବୋନ କ୍ୟାନ୍ସର, କ୍ଷୟ ରୋଗ, ହାଡ଼ ସଂକ୍ରମଣ ଭଳି ହାଡ଼ ସହିତ ଜଡ଼ିତ ରୋଗ ରହିଛି। ତେଣୁ ଅନେକ ଉପାୟରେ ହାଡ଼ ସୁସ୍ଥ ରଖାଯାଇପାରେ। ଏଥିପାଇଁ ଡାଏଟ, ଜୀବନଶୈଳୀରେ ପରିବର୍ତ୍ତନ, ଶାରୀରିକ ଭାବେ ସକ୍ରିୟ ରହିବା ଓ ସପ୍ଳିମେଣ୍ଟସ ନେବା ଆଦି ସାମିଲ ରହିଛି। ଆପଣ ନିଜ ଡାଏଟରେ ପରିବର୍ତ୍ତନ କରି ହାଡ଼କୁ ପ୍ରାକୃତିକ ଭାବେ ମଜବୁତ କରିପାରିବେ।
ଚାପ ଏକ ପ୍ରାକୃତିକ ମାନସିକ ପ୍ରତିକ୍ରିୟା। ଏହା ବିପରୀତ ଓ ମୁସ୍କିଲ ପରିସ୍ଥିତି ସମୟରେ ଅନୁଭୂତ ହୋଇଥାଏ। ଅତ୍ୟଧିକ ଚାପ ନେବା ଫଳରେ ଏହା ମାନସିକ ସ୍ବାସ୍ଥ୍ୟ ସହିତ ଶରୀର ଉପରେ ବି ଖରାପ ପ୍ରଭାବ ପକାଇଥାଏ। ବର୍ତ୍ତମାନ ସମୟରେ ସମସ୍ତଙ୍କ ଜୀବନରେ ଚାପ ରହିଛି। କିନ୍ତୁ ଅନେକ ସମୟରେ ବ୍ୟକ୍ତି ଅନ୍ୟମାନଙ୍କ ଚାପ ବି ନେବାରେ ଲାଗିଥାନ୍ତି। ଏହାକୁ ସେକେଣ୍ଡ ହ୍ୟାଣ୍ଡ ଷ୍ଟ୍ରେସ ବୋଲି କୁହାଯାଏ। ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ନିଜର ଚାପ ସହିବା ବହୁତ ବଡ଼ କଥା। ଏପରିସ୍ଥଳେ ଅନ୍ୟ କାହାରି ଚାପ ଭୋଗିଲେ ନିଜର ହିଁ କ୍ଷତି ହୋଇପାରେ। ଏଠାରେ ଏପରି କେତେକ ସଙ୍କେତ ସମ୍ପର୍କରେ କୁହାଯାଇଛି, ଯେଉଁଥିରୁ ଆପଣ ଅନ୍ୟମାନଙ୍କ ଚାପ କିଭଳି ନେଉଛନ୍ତି ତାହା ଜାଣିପାରିବେ।
ସମୟ ବଦଳିବା ସହିତ ଏବେ ଅନଲାଇନ ଗେମିଂ ପ୍ରତି ପିଲାମାନଙ୍କର ରୁଚି ବଢ଼ିବାରେ ଲାଗିଛି। କିନ୍ତୁ ଅନଲାଇନ ଗେମିଂର ଏହି ନିଶା ଏବେ କେତେ ବିପଦପୂର୍ଣ୍ଣ ହେବାରେ ଲାଗିଛି, ଏହାର ଅନ୍ଦାଜ ଲଗାଇବା ମୁସ୍କିଲ। ମହାମାରୀ ସମୟରେ ଏବେ ଅନଲାଇନ ପାଠପଢ଼ା ଓ ୱାର୍କ ଫ୍ରମ ହୋମର ପ୍ରଚଳନ ବେଶ ବଢ଼ି ଯାଇଛି। ଏପରିସ୍ଥଳେ ପିତାମାତାଙ୍କ ଇଲେକ୍ଟ୍ରୋନିକ୍ସ ଉପକରଣ ପିଲାଙ୍କ ହାତରେ ପଡ଼ିବା ବହୁତ ସହଜ ହୋଇଯାଇଛି। ପିଲାମାନେ ମୋବାଇଲ କିମ୍ବା ଭିଡ଼ିଓ ଗେମ ଖେଳିବାରେ ଆଗ୍ରହ ପ୍ରକାଶ କରୁଛନ୍ତି। ପିଲାଙ୍କ ଏହି ଅନଲାଇନ ଗେମିଂ ନିଶା ପିଲା ଓ ମା’ ବାପାଙ୍କ ପାଇଁ ବିପଦପୂର୍ଣ୍ଣ ହେବାରେ ଲାଗିଛି।
ବିଜ୍ଞାନ ଅନୁସାରେ ବିଶ୍ବରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରକାରର ସ୍ଲିପ ଡିଜଅର୍ଡରର ଶିକାର। କେତେକ ନିଦ ନ ହେଉଥିବା କାରଣରୁ ଚିନ୍ତାରେ ଥିବାବେଳେ କେତେକ ଅଧିକ ନିଦ ହେବା କାରଣରୁ ସମସ୍ୟାରେ ଅଛନ୍ତି। ବିଶେଷଜ୍ଞଙ୍କ କହିବାନୁସାରେ ପାଖାପାଖି ୪୦ ପ୍ରତିଶତ ଲୋକେ ଅଧିକ ନିଦ ହେଉଥିବା ସମସ୍ୟାର ଶିକାର ହେଉଛନ୍ତି। କିଛି ଦିନ ତଳେ ଖବର ଶୁଣିବାକୁ ମିଳିଥିଲା ଯେ ଜଣେ ବ୍ୟକ୍ତି ବର୍ଷରେ ପାଖାପାଖି ୩୦୦ ଦିନ ଶୋଇ ରହୁଛନ୍ତି। ତଥାପି ବି ତାଙ୍କୁ ଲାଗୁଛି ତାଙ୍କ ନିଦ ପୂରା ହୋଇ ନାହିଁ।
ନିକଟରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଖବର ଆସିଥିଲା। ଯାହା ସରକାର, ଡାକ୍ତର ଓ କୋରୋନା ରୋଗୀଙ୍କ ସମସ୍ୟା ବଢ଼ାଇ ଦେଇଛି। କିଛି ଦିନ ତଳେ ମ୍ୟୁକରମାଇକୋସିସ ବା ବ୍ଲାକ ଫଙ୍ଗସ ଚିନ୍ତା ବଢ଼ାଇଥିଲା। କିନ୍ତୁ ଏବେ ଆଭାସ୍କୁଲାର ନେକ୍ରୋସିସ ବା ବୋନ ଡେଥ ସମସ୍ୟା ଆହୁରି ଚିନ୍ତା ବଢ଼ାଇ ଦେଇଛି। ମିଳିଥିବା ସୂଚନାନୁସାରେ କୋରୋନା ଭାଇରସରୁ ଠିକ ହୋଇଥିବା ରୋଗୀଙ୍କଠାରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ଏହି ରୋଗୀମାନେ ପାଖାପାଖି ୧ କିମ୍ବା ଦୁଇ ମାସ ପୂର୍ବରୁ କୋରୋନା ଭାଇରସରୁ ରିକଭରି ହୋଇଥିଲେ। ତେଣୁ ଏହି ରୋଗକୁ କ୍ଲାସିକ ପୋଷ୍ଟ କୋଭିଡ କମ୍ପ୍ଲିକେସନ ନାମ ଦିଆଯାଇଛି। ଡାକ୍ତରଙ୍କ କହିବାନୁସାରେ ବ୍ଲଡ ଟିସୁ ବା ରକ୍ତ କୋଷ ପର୍ଯ୍ୟନ୍ତ ରକ୍ତ ପ୍ରବାହ ପର୍ଯ୍ୟାପ୍ତ ମାତ୍ରାରେ ନ ହେବା କାରଣରୁ ହାଡ଼ ମିଳାଇବାରେ ଲାଗିଛି। ବିଶେଷଜ୍ଞଙ୍କ କହିବାନୁସାରେ ଏହି ବୋନ ଡେଥ ରୋଗୀଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢ଼ିପାରେ। ବିଶେଷଜ୍ଞଙ୍କ କହିବାନୁସାରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଷ୍ଟେରଏଡ କାରଣରୁ ବୋନ ଡେଥ ସମସ୍ୟା କୋରୋନାରୁ ରିକଭରି ହୋଇଥିବା ରୋଗୀଙ୍କଠାରେ ଦେଖାଯାଉଛି।
ହଇଜା ବା କଲେରା ବ୍ୟାକ୍ଟେରିଆ ପାଇଁ ହେଉଥିବା ରୋଗ। ଏହା ଭାଇବ୍ରିଓ କଲେରି ଜୀବାଣୁ କାରଣରୁ ହୋଇଥାଏ, ଯାହା ଦୂଷିତ ଭୋଜନ ଓ ପାଣି ଯୋଗୁ ବ୍ୟାପିଥାଏ। ଏହି ରୋଗ କାରଣରୁ ତରଳ ଝାଡ଼ା ଓ ଶରୀରରେ ପାଣିର ଅଭାବ ହୋଇପାରେ। ଏହାଦ୍ବାରା ଡିହାଇଡ୍ରେସନ ସ୍ଥିତି ସୃଷ୍ଟି ହୋଇପାରେ। ଏପରିକି ସଠିକ ସମୟରେ ଏହାର ଚିକିତ୍ସା କରା ନ ଗଲେ ରୋଗୀ ମୃତ୍ୟୁ ମୁଖରେ ପଡ଼ିପାରେ। ପରିସ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଯାଉ ନ ଥିବା ସ୍ଥାନରେ ହଇଜା ବ୍ୟାପିବାର ଆଶଙ୍କା ଅଧିକ। ହଇଜା ହେଲେ ବାନ୍ତି ଓ ପତଳା ଝାଡ଼ା ହୋଇଥାଏ। ଏଥି ସହିତ ଥକା ଲାଗିବା ବ୍ୟତୀତ ମାଂସପେଶୀରେ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖାଯାଇଥାଏ। ଏଠାରେ ଦିଆଯାଇଥିବା କେତେକ ଘରୋଇ ଉପାୟ ଆପଣାଇଲେ ହଇଜାରୁ ରକ୍ଷା ମିଳିପାରିବ।
ଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମ ଏକ ଜେନେଟିକ ବିକାର, ଯାହା ପିଲାଙ୍କଠାରେ ଅଟିଜମ ଓ ବୌଦ୍ଧିକ ଆବଶ୍ୟକତାର ଅଭାବ ସ୍ଷ୍ଟି କରିଥାଏ ଅର୍ଥାତ ସାମାନ୍ୟ ମାନସିକ ରୋଗର କାରଣ ପାଲଟିଥାଏ। ଜିନରେ ପରିବର୍ତ୍ତନ କାରଣରୁ ଏହି ମାନସିକ ରୋଗ ପିଲାଙ୍କ ଠାରେ ଦେଖାଦିଏ। ବିଶେଷଜ୍ଞଙ୍କ ଅନୁସାରେ ଏହି ମାନସିକ ବିକାର ସମ୍ପର୍କରେ ବହୁତ କମ ସଚେତନତା ରହିଛି। କୋଭିଡ ମହାମାରୀ ସମୟରେ ଭାରତରେ ଲୋକେ ଅନେକ ନୂଆ ରୋଗ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସମ୍ପର୍କରେ ଜାଣୁଛନ୍ତି। ଏପରି ଏକ ଦୁର୍ଲଭ ବିକାର ହେଉଛି ଫ୍ରାଜାଇଲ ଏକ୍ସ ସିଣ୍ଡ୍ରୋମ। ବିଶେଷକରି ଏହି ରୋଗ ପିଲାଙ୍କୁ ନିଜ ଶିକାର କରିଥାଏ।
ଅଧିକ ଦେଖନ୍ତୁ