ଆଫଗାନିସ୍ତାନକୁ ତାଲିବାନ ଏବେ ପୂରା କବଜା କରିନେଇଛି। ଏପରିସ୍ଥଳେ ଆଫଗାନିସ୍ତାନ ନାଁ ଶୁଣିବା ମାତ୍ରେ ରକ୍ତପାତ, ଯୁଦ୍ଧର ଝଲକ ମନକୁ ଆସୁଛି। କିନ୍ତୁ ଜାଣିଛନ୍ତି କି ବିଶ୍ବରେ ସୁନ୍ଦର ଦେଶର ତାଲିକାରେ ଆଫଗାନିସ୍ତାନକୁ ଗଣାଯାଏ। ଏଠାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଐତିହାସିକ ସ୍ମାରକ ଯେ କୌଣସି ବ୍ୟକ୍ତିଙ୍କ ମନକୁ ଆକର୍ଷିତ କରିବ। ଆଫଗାନିସ୍ତାନର କେତେକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଏଠାରେ ସୂଚନା ଦିଆଯାଇଛି।
ଗଙ୍ଗା ଓ ବରୁଣ ନଦୀର ସଙ୍ଗମସ୍ଥଳୀ ନିକଟରେ ଉତ୍ତର ପ୍ରଦେଶର ବାରାଣସୀ ଠାରୁ ୧୦ କିମି ଉତ୍ତର-ପୂର୍ବରେ ଏକ ଛୋଟ ଗାଁ ସାରନାଥ ଅବସ୍ଥିତ। ଜ୍ଞାନ ପ୍ରାପ୍ତି ପରେ ଭଗବାନ ବୁଦ୍ଧ ନିଜର ପ୍ରଥମ ଉପଦେଶ ସାରନାଥରେ ଦେଇଥିଲେ। ଯାହାକୁ ଧର୍ମଚକ୍ର ପ୍ରବର୍ତ୍ତନ ନାମ ଦିଆଯାଇଛି ଓ ଏହା ବୌଦ୍ଧ ମତ ପ୍ରଚାର ପ୍ରସାରର ଆରମ୍ଭ ଥିଲା। ବୌଦ୍ଧ ଧର୍ମର ଚାରି ପ୍ରମୁଖ ତୀର୍ଥ ସ୍ଥଳ ମଧ୍ୟରେ ସାରନାଥ ଅନ୍ୟତମ। ବୌଦ୍ଧ ଧର୍ମ ବ୍ୟତୀତ ସାରନାଥକୁ ଜୈନ ଓ ହିନ୍ଦୁ ଧର୍ମରେ ବି ମହତ୍ତ୍ବ ଦିଆଯାଏ। ଜୈନ ଗ୍ରନ୍ଥରେ ଏହାକୁ ସିଂହପୁର କୁହାଯାଏ। ଜୈନ ଧର୍ମର ଏକାଦଶ ତୀର୍ଥଙ୍କର ଶ୍ରେୟାଂସନାଥଙ୍କ ଜନ୍ମ ଏଠାରୁ କିଛି ଦୂରରେ ହୋଇଥାଏ ବୋଲି କୁହାଯାଏ। ଏଠାରେ ସାରଙ୍ଗନାଥ ମହାଦେବଙ୍କ ମନ୍ଦିର ବି ରହିଛି।
ଯଦି ଭାବୁଥିବେ ଭାରତରେ ଭ୍ରମଣ କରିବା ପାଇଁ ପର୍ଯ୍ୟାପ୍ତ ପର୍ଯ୍ୟଟନସ୍ଥଳୀ ନାହିଁ, ତେବେ ଆପଣ ଭୁଲ ଧାରଣା ମଧ୍ୟରେ ଅଛନ୍ତି। କଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏ କେବଳ ଅନେକ ସୁନ୍ଦର ସ୍ଥାନ ରହିଛି। ତେବେ ଗତ କିଛି ବର୍ଷ ହେଲାଣି ଦେଶ ଛାଡ଼ି ବିଦେଶ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ବେଶ ବୃଦ୍ଧି ଘଟିଛି। କାରଣ ଅନେକେ ଭାବୁଛନ୍ତି ଭାରତରେ ଭ୍ରମଣ ଉପଯୁକ୍ତ ବିଶେଷ କିଛି ସୁନ୍ଦର ସ୍ଥାନ ନାହିଁ, ଯାହା ବିଦେଶରେ ଅଛି। କିନ୍ତୁ ଏହା ଆଦୌ ଠିକ ନୁହେଁ। ଯଦି ଭାରତରେ ଭ୍ରମଣ କରିବାକୁ ବାହାରିବେ, ତେବେ ଜାଣିପାରିବେ ଏଠାରେ କେତେ ମନୋରମ ସ୍ଥାନ ରହିଛି। ଏବେ କୋରୋନା ମହାମାରୀ ସମୟ ହୋଇଥିବାରୁ ବୁଲାବୁଲି କରିବା ଉପରେ କିଛି ମାତ୍ରାରେ ନିୟନ୍ତ୍ରଣ କରିବାକୁ ପଡ଼ିବ। ମହାମାରୀ ଶେଷ ହୋଇଯିବା ପରେ ଆପଣ ଆରାମରେ ଭ୍ରଣମରେ ବାହାରିପାରିବେ। କାରଣ ଭିଡ଼ ସଂକ୍ରମଣ ବଢ଼ାଇପାରେ। କେତେକ ଲୋକେ କମ ଗହଳିପୂର୍ଣ୍ଣ ସ୍ଥାନରେ ବୁଲିବାକୁ ପସନ୍ଦ କରନ୍ତି। ଏଭଳି ଲୋକଙ୍କ ପାଇଁ କେତେକ ସ୍ଥାନ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଠି ଭିଡ଼ରୁ ରକ୍ଷା ପାଇବା ସହିତ ପ୍ରକୃତିର ଅଦ୍ଭୁତ ଦୃଶ୍ୟ ଦେଖିବାର ମଜା ଉଠାଇପାରିବେ।
ବିଶ୍ବର ଅନେକ ସ୍ଥାନରେ କୋଭିଡ ସଂକ୍ରମଣ କମିବା ପରେ କଟକଣା କୋହଳ କରାଯାଇଛି। ଫଳରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ବାଟ ଖୋଲିଛି। କେତେକ ଦେଶରେ ମହମାରୀ ସମ୍ପନ୍ଧୀୟ ନିମୟରେ ଢିଲା ଦିଆଯାଉଥିବାବେଳେ ଅପରପକ୍ଷେ ଡେଲଟା ଭ୍ୟାରିଆଣ୍ଟ ବଢ଼ିବା କାରଣରୁ ଅନ୍ୟ ନିୟମକୁ ପୁଣି ଶକ୍ତ କରାଯାଉଛି। ୟୁରୋପରେ ଭ୍ରମଣ କରିବାକୁ ଚାହୁଥିବା ଲୋକଙ୍କ ପାଇଁ ୟୁରୋପୀୟ ସଂଘ କେତେକ ନିୟମ ଲାଗୁ କରିଛି। ଏପରିସ୍ଥଳେ ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ସ୍ପେନ, ଗ୍ରୀସ ଓ ଡେନମାର୍କ ଭଳି ୟୁରୋପୀୟ ଦେଶ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଏହି ନିୟମ ଜାଣନ୍ତୁ।
ଫିଲ୍ମରେ ଟୟ ଟ୍ରେନ ଦେଖିଥିବେ, ଟୟ ଟ୍ରେନରେ ବସିଥିବେ। ଏହି ଟ୍ରେନରେ ବୁଲିବା ପାଇଁ ଅଲଗା ପ୍ରକାରର ମଜା ରହିଛି। ଟ୍ରେନର ଦ୍ରୁତ ଗତି ଭିତରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ମିଳି ନ ଥାଏ। କିନ୍ତୁ ଭାରତର ଲୋକପ୍ରିୟ ଟୟ ଟ୍ରେନରେ ଥରେ ନିହାତି ଯାତ୍ରା କରନ୍ତୁ। ଏହି ଟ୍ରେନ ଶାନ୍ତ ଓ ରୋମାଞ୍ଚକ ଅନୁଭବରୁ କମ ନୁହେଁ। ଏହି କାରଣରୁ ଜୀବନରେ ଥରେ ଟୟ ଟ୍ରେନରେ ଯାତ୍ରା କରିବା ଉଚିତ। ଚାଲନ୍ତୁ ଜାଣିବା ଭାରତର କେତେକ ଲୋକପ୍ରିୟ ଟୟ ଟ୍ରେନ ସମ୍ପର୍କରେ।
ଲୋକେ ଭ୍ରମଣ କରିବାକୁ ଗଲାବେଳେ ଏହି ସମୟକୁ ସ୍ମୃତିରେ ସଜାଇ ରଖିବା ଲାଗି ପ୍ରଥମେ କ୍ୟାମେରା ବାହାର କରି ଫଟୋ କ୍ଲିକ କରିଥାନ୍ତି। ଆଜିକାଲି ସ୍ମାର୍ଟଫୋନରେ ଥିବା କ୍ୟାମେରା ଏହି କାମକୁ ଆହୁରି ସୁବିଧାଜନକ କରିଦେଇଛି। ତେବେ ଏପରି କେତେକ ପର୍ଯ୍ୟଟନସ୍ଥଳୀ ରହିଛି, ଯେଉଁଠି ଫଟୋ କ୍ଲିକ କରିବାକୁ ଟଙ୍କା ଦେବାକୁ ପଡ଼ିଥାଏ ତ ଆଉ କେତେକ ସ୍ଥାନରେ ଫଟୋ କ୍ଲିକ କରିବା ପୂରା ବ୍ୟାନ କରାଯାଇଛି। ଚାଲନ୍ତୁ ଜାଣିବା ବିଶ୍ବର ଏପରି କେତେକ ସ୍ଥାନ ସମ୍ପର୍କରେ।
ଯଦି ଆଗାମୀ ଦିନରେ କେଉଁଆଡ଼େ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ସୁନ୍ଦର ସୁଯୋଗ ରହିଛି। ଇଣ୍ଡିଆନ ରେଲୱେ ଏଣ୍ଡ କ୍ୟାଟରିଂ ସର୍ଭିସେସ (ଆଇଆରସିଟିସି) ଆପଣଙ୍କୁ ଲେହ ଲଦାଖ ସମେତ ଆହୁରି ୬ଟି ସ୍ଥାନରେ ବୁଲିବା ସୁଯୋଗ ଦେଉଛି। ଏଥିପାଇଁ ଆପଣଙ୍କୁ ମାତ୍ର ୩୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହି ପ୍ୟାକେଜର ଆରମ୍ଭ ଅହମଦାବାଦରୁ ଆରମ୍ଭ ହେବ। ଆଇଆରସିଟିସି ଡଟ କମ ମୁତାବକ ମୁମ୍ବାଇରୁ ଲେହର ଯାତ୍ରା ଇଣ୍ଡିଗୋ ବିମାନ ଯୋଗେ ହେବ। ଏହି ଯାତ୍ରାରେ ଅହମଦାବାଦ-ଲେହ-ନୁବ୍ରା, ତୁର୍ତୁକ, ପେଙ୍ଗେଙ୍ଗ-ଲେହ ଭଳି ସ୍ଥାନ ସାମିଲ ରହିଛି। ଅହମଦାବାଦ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ ହେବ। ଏଠାରେ ହିଁ ହୋଟେଲରେ ଚେକ-ଇନ କରି ଯାତ୍ରା ଆରମ୍ଭ କରାଯିବ।
କୋରୋନା ମହାମାରୀ ସମୟରେ ବାହାଘର କାର୍ଯ୍ୟକ୍ରମ ଆୟୋଜନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଲକଡାଉନ ଓ କୋରୋନା ଡର କାରଣରୁ ବାହାଘର କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଛି। ଏବେ ବର୍ଷାଦିନ ଆରମ୍ଭ ହୋଇଛି। ଏପରିସ୍ଥଳେ ବର୍ଷାଦିନେ ବିବାହ କରିବାକୁ ଅନେକ ଲୋକେ ପସନ୍ଦ କରନ୍ତି। ଯଦି ଆପଣଙ୍କ ବାହାଘର ବର୍ଷା ଋତୁରେ ହେଉଛି ଓ ଏହାକୁ ଆପଣ ସ୍ପେସାଲ କରିବାକୁ ଚାହୁଛନ୍ତି, ତେବେ ଭାରତରେ କେତେକ ସୁନ୍ଦର ମନସୁନ ୱେଡିଂ ଡେଷ୍ଟିନେସନର ତାଲିକା ନିମ୍ନରେ ଦିଆଯାଇଛି। ଏଠାରେ ବିବାହ କାର୍ଯ୍ୟକ୍ରମର ଆୟୋଜନ କରି ଏହାକୁ ସ୍ପେସାଲ କରିପାରିବେ।
ଭାରତରେ ଭ୍ରମଣ କରିବା ଲାଗି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି। ଏଠାକୁ ପ୍ରତ୍ୟେକ ବର୍ଷ କେବଳ ଦେଶରୁ ନୁହେଁ, ବିଦେଶରୁ ବି ଅନେକ ପର୍ଯ୍ୟଟକ ଆସିଥାନ୍ତି। ଭ୍ରମଣ ସଉକ ଥିବା ବ୍ୟକ୍ତିମାନେ ସବୁବେଳେ କିଛି ନା କିଛି ଭ୍ରମଣ ଯୋଜନା କରିଥାନ୍ତି। କେବଳ ଦେଶରୁ ନୁହେଁ, ବିଦେଶରୁ ବି ପର୍ଯ୍ୟଟକମାନେ ଆଗ୍ରାର ତାଜମହଲ ଆକର୍ଷଣରେ ଟାଣି ହୋଇ ଆସିଥାନ୍ତି। ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ତାଜମହଲ ନିଜର ସୁନ୍ଦର ନିର୍ମାଣଶୈଳୀ ପାଇଁ ପରିଚିତ। କିନ୍ତୁ ଆଗ୍ରାରେ କେବଳ ତାଜମହଲ ନୁହେଁ, ଆହୁରି ବି ଅନେକ ସ୍ଥାନରେ ଭ୍ରମଣ କରି ପର୍ଯ୍ୟଟନକୁ ସ୍ମରଣୀୟ କରିପାରିବେ।
ଇଣ୍ଟରନେଟର ଏହି ଦୁନିଆରେ ଲୋକଙ୍କ କିଣାକିଣି କରିବାର ପଦ୍ଧତି ପୂରା ବଦଳି ଗଲାଣି। ଆଜିକାଲି ଘରେ ବସି ଯେ କୌଣସି ଜିନିଷ ଫଟାଫଟ ଅନଲାଇନରେ ଶପିଂ ୱେବସାଇଟରେ ଅର୍ଡର କରାଯାଇପାରୁଛି। କିନ୍ତୁ ଜାଣିଛନ୍ତି କି ଏବେ ଘରେ ବସି ପାହାଡ଼ ବି କିଣି ପାରିବେ। ଏହା ଶୁଣିବାକୁ ଅବାସ୍ତବ ଲାଗୁଥିଲେ ବି କଥାଟି ସତ। ବିଶ୍ବର ସବୁଠାରୁ ଲୋକପ୍ରିୟ ଇ-ଶପିଂ ୱେବସାଇଟ ଇ-ବେ ନିଜ ପ୍ଲାଟଫର୍ମରେ ଏକ ପାହାଡ଼ ବିକ୍ରି କରୁଛି। ଏହି ପାହାଡ଼କୁ ଆପଣ ୧.୨ ମିଲିଅନ ଆମେରିକୀୟ ଡଲାର ଅର୍ଥାତ ପାଖାପାଖି ୯ କୋଟି ଟଙ୍କା ଖର୍ଚ୍ଚ କରି କିଣିପାରିବେ। ଏହି ୱେବସାଇଟରେ ଦିଆଯାଇଥିବା ସୂଚନା ମୂତାବକ ଟେବଲଟପ ପର୍ବତ ଦ୍ବାରା ଅନୁପ୍ରାଣିତ ହୋଇ ୧୯ଶ ଶତାବ୍ଦୀର ଜଣେ କଳାକାର ପାହାଡ଼ର ପେଣ୍ଟିଂ ତିଆରି କରିଥିଲେ। ଏହାକୁ ଏବେ ଇ-ବେ ଶପିଂ ୱେବସାଇଟରେ ବିକ୍ରି ପାଇଁ ଲିଷ୍ଟ କରାଯାଇଛି।
ଭାରତରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନ ରହିଛି, ଯାହା ଦେଖିବାକୁ ସ୍ବର୍ଗ ଭଳି ମନେହୁଏ। ଉତ୍ତରରୁ ଆରମ୍ଭ କରି ଦକ୍ଷିଣ ଯାଏ, ପୂର୍ବରୁ ଆରମ୍ଭ କରି ପଶ୍ଚିମ ଯାଏ ଭାରତରେ ଏଭଳି ଅନେକ ଲୋକପ୍ରିୟ ସ୍ଥାନ ରହିଛି, ଯାହା ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ଭାରତର ଉତ୍ତର ପୂର୍ବ ଅଞ୍ଚଳକୁ ସୌନ୍ଦର୍ଯ୍ୟର ଭଣ୍ଡାର ବୋଲି କୁହାଯାଏ। ଭାରତର ପର୍ଯ୍ୟଟନ ପାଇଁ ଏହି ଉତ୍ତର ପୂର୍ବ ଅଞ୍ଚଳ ଖୁବ ଲୋକପ୍ରିୟ। ଶିଲଂ ହେଉ ବା ଇମ୍ଫାଲ, ମାସିନରାମ ହେଉ ବା ତାଙ୍ଗ ଏସବୁ ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ।
କୋରୋନା ଭାଇରସ ମହାମାରୀ ପାଇଁ ସାରା ବିଶ୍ବର ପର୍ଯ୍ୟଟନସ୍ଥଳୀ ବନ୍ଦ ପଡ଼ିଛି। ଫଳରେ ପର୍ଯ୍ୟଟନ, ହୋଟେଲ ଓ ଆଭିଏସନ ଇଣ୍ଡଷ୍ଟ୍ରୀ ଘାଟାରେ ପଡ଼ିଛନ୍ତି। ଇତିମଧ୍ୟରେ ମାଳଦ୍ବୀପ ସରକାର ୧୫ ଜୁଲାଇରୁ ନିଜ ସୀମାକୁ ଦକ୍ଷିଣ ଏସୀୟ ଦେଶଗୁଡ଼ିକ ପାଇଁ ଖୋଲିବାକୁ ଘୋଷଣା କରିଥିଲେ। ରାଷ୍ଟ୍ରପତି ଇବ୍ରାହିମ ସୋଲିହ ଏହାର ଘୋଷଣା କରି କହିଛନ୍ତି ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ୧ରୁ ୧୫ ଜୁଲାଇ ମଧ୍ୟରେ ସମୟ ସମୟରେ ସ୍ଥିତିର ସମୀକ୍ଷା କରିବେ।
ଜୁଲାଇ ମାସରେ ବର୍ଷା ଆରମ୍ଭ ହୋଇଯାଏ। ବର୍ଷାର ମଜା ନେବା ଲାଗି ଲୋକେ ନୂଆ ନୂଆ ସ୍ଥାନ ବୁଲିଯିବାକୁ ପସନ୍ଦ କରନ୍ତି। ସେହିପରି ଭାରତରେ ଏଭଳି କେତେକ ସ୍ଥାନ ରହିଛି, ଯାହା ଏହି ଋତୁରେ ଆହୁରି ସୁନ୍ଦର ହୋଇଯାଏ। ଏଠାରେ କେତେକ ସ୍ଥାନ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଠି ଜୁଲାଇ ମାସରେ ଭ୍ରମଣର ମଜା ନେଇପାରିବେ। ଏଠାରେ ଆପଣ ବହୁତ କମ ଖର୍ଚ୍ଚରେ ବନ୍ଧୁମାନଙ୍କ ସହ ମସ୍ତି କରିପାରିବେ। ତେବେ ଚାଲନ୍ତୁ ଜାଣିବା ଏସବୁ ସ୍ଥାନ ସମ୍ପର୍କରେ।
ସ୍ବିଜରଲ୍ୟାଣ୍ଡ ୨୬ ଜୁନରୁ କୋରୋନା କଟକଣା କୋହଳ କରିବାକୁ ଘୋଷଣା କରିଥିଲା। ଏବେ ସ୍ବିଜରଲ୍ୟାଣ୍ଡକୁ ଅନ୍ୟ ଦେଶର ଲୋକ ଆସିପାରିବେ। ସ୍ବିସ ସରକାର ଏକ ବୟାନରେ କହିଥିଲେ ଯେ କିଛି ସର୍ତ୍ତ ସହିତ ଭାରତ ଭଳି ହାଇ ରିସ୍କ ଦେଶରୁ ବି ପର୍ଯ୍ୟଟକ ଏଠାକୁ ଆସିପାରିବେ। ଯେଉଁ ଭାରତୀୟ କୋଭିଶିଲ୍ଡର ଦୁଇଟିଯାକ ଡୋଜ ନେଇସାରିଛନ୍ତି, ସେମାନେ ସ୍ବିଜରଲ୍ୟାଣ୍ଡ ଯାଇପାରିବେ। ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଅନୁମତି ଦେବା ପାଇଁ ସ୍ବିଜରଲ୍ୟାଣ୍ଡ କୋରୋନା କଟକଣାରେ ଢିଲା ଦେଇଛନ୍ତି। ଭାରତ ଭଳି ଡେଲଟା ଭ୍ୟାରିଆଣ୍ଟ ବ୍ୟାପିଥିବା ଦେଶର ନାଗରିକ ବିନା କୋରୋନା ପରୀକ୍ଷା ଓ କ୍ବାରେଣ୍ଟାଇନରେ ସ୍ବିଜରଲ୍ୟାଣ୍ଡ ଯାଇପାରିବେ। କିନ୍ତୁ ସର୍ତ୍ତ ହେଉଛି ସେମାନେ ଟିକାର ଦୁଇଟି ଡୋଜ ନେଇଥିବା ଜରୁରୀ।
ସାରା ବିଶ୍ବରେ ଅନେକ ମନ୍ଦିର ରହିଛି। କେତେକ ମନ୍ଦିର ବିଶେଷତ୍ବ କାରଣରୁ ସାରା ବିଶ୍ବରେ ଜଣାଶୁଣା। କୌଣସି ମନ୍ଦିର ନିଜର ନିର୍ମାଣଶୈଳୀ ତ ଆଉ କେତେକ ନିଜର ରହସ୍ୟ ପାଇଁ ଜଣାଶୁଣା। ଆମ ଦେଶରେ ଥିବା କେତେକ ପ୍ରାଚୀନ ମନ୍ଦିର ଏବେ ବି ଅଖଣ୍ଡ ରହିଛି। ଏଠାରେ ସମୁଦ୍ର ମଝିରେ ଅବସ୍ଥିତ ଏଭଳି ଏକ ମନ୍ଦିର ସମ୍ପର୍କରେ ସୂଚନା ଦିଆଯାଇଛି। ୬୦୦ ବର୍ଷର ପୁରୁଣା ଏହି ମନ୍ଦିର ସମ୍ପର୍କରେ କୁହାଯାଉଛି ଯେ ଏହାକୁ ବିଷଧର ସାପମାନେ ଘେରି ରହି ସୁରକ୍ଷା ଦେଉଛନ୍ତି। ଏହି ମନ୍ଦିର ଇଣ୍ଡୋନେସିଆ ସମୁଦ୍ର ମଝିରେ ଅବସ୍ଥିତ ଏକ ଉଚ୍ଚା ଚଟାଣରେ ନିର୍ମିତ ହୋଇଛି। ଏହା ‘ତନାହ ଲୋତ ମନ୍ଦିର’ ନାମରେ ଜଣାଶୁଣା। ସ୍ଥାନୀୟ ଭାଷାରେ ତନାହ ଲୋତର ଅର୍ଥ ସମୁଦ୍ର ଭୂମିରେ ନିର୍ମିତ।
ଅଧିକ ଦେଖନ୍ତୁ