ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ନିଜ ଆଗାମୀ ସିନେମା ‘ଗଙ୍ଗୁବାଈ କାଠିଆୱାଡ଼ୀ’କୁ ନେଇ ଚର୍ଚ୍ଚାରେ। ନିକଟରେ ଫିଲ୍ମର ଟିଜର ରିଲିଜ କରାଯାଇଛି। ଫିଲ୍ମରେ ଆଲିଆ ବିଲକୁଲ ଅଲଗା ଓ ଦମଦାର ଅନ୍ଦାଜରେ ଗଙ୍ଗୁବାଈ ଚରିତ୍ରରେ ନଜର ଆସୁଛନ୍ତି। ଏବେ ଟିଜର ଦେଖି ସମସ୍ତଙ୍କ ମନରେ ସର୍ବପ୍ରଥମେ ପ୍ରଶ୍ନ ଆସିବ ଯେ ଗଙ୍ଗୁବାଈ କାଠିଆୱାଡ଼ୀ କିଏ? ତେବେ ଚାଲନ୍ତୁ ଜାଣିବା ଗଙ୍ଗୁବାଈ କାଠିଆୱାଡ଼ୀଙ୍କ ସମ୍ପର୍କରେ କେତେକ ରୋଚକ କଥା।
ବାହାଘର ଏକ ସୁନ୍ଦର ସମ୍ପର୍କ। କିନ୍ତୁ ଆଜିକାଲି ପତିପତ୍ନୀଙ୍କ ସମ୍ପର୍କରେ ଏତେମାତ୍ରାରେ ନକାରାତ୍ମକତା ଆସିଯାଇଛି ଯେ ସେମାନେ ପରସ୍ପରଙ୍କ ସହ କଥା ହେବାକୁ ମଧ୍ୟ ଠିକ ଭାବୁ ନାହାନ୍ତି। କାରଣ ଆଜିକାଲି ଜୀବନଶୈଳୀ କାରଣରୁ ଲୋକେ ନିଜ ସମ୍ପର୍କୀୟ ଓ ବନ୍ଧୁଙ୍କ ଠାରୁ କମ ଓ ସୋସାଲ ମିଡିଆକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ବାହାଘରର କିଛି ବର୍ଷ ବିତିଗଲା ପରେ ଲୋକେ ପରସ୍ପରଙ୍କ ଭାବନାକୁ ବ୍ୟକ୍ତ କରିବା ଶକ୍ତି ହରାଇ ସାରିଛନ୍ତି। ଚାଲନ୍ତୁ ଜାଣିବା ପତିପତ୍ନୀଙ୍କ ମଧ୍ୟରେ କାହିଁକି ଦୂରତା ବଢ଼ିଥାଏ।
ଭାରତୀୟ ସମାଜରେ ମହିଳାଙ୍କୁ ସବୁବେଳେ ଦୁର୍ବଳ ବୋଲି କୁହାଯାଏ। ବିଶେଷକରି ୱେଟ ଲିଫ୍ଟିଙ୍ଗ କ୍ଷେତ୍ର ପାଇଁ ଲୋକେ ମହିଳାଙ୍କୁ ଯୋଗ ବୋଲି ଭାବନ୍ତି ନାହିଁ। କିନ୍ତୁ ଦୁନିଆର ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନେ ଭାରୋତ୍ତୋଳନରେ ନିଜ ନାମ କରିଛନ୍ତି। ସେହିପରି ଏବେ ଏହି ତାଲିକାରେ ସାଇମା ଉବେଦଙ୍କ ନାମ ଯୋଡ଼ି ହୋଇଯାଇଛି। ସେ ପାଲଟିଛନ୍ତି ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ପାୱାର ଲିଫ୍ଟର।
ଆପଣ ନିଜର ଥକିଯାଇଥିବା ଚେହେରାକୁ ପୁଣି ଥରେ ସତେଜ କରିବା ପାଇଁ ଚାହୁଛନ୍ତି କି? ଏଥିପାଇଁ ଆପଣଙ୍କ ପାଖରେ ସମୟ ନାହିଁ କିମ୍ବା ମାତ୍ରାଧିକ ସୌନ୍ଦର୍ଯ୍ୟ ସାମଗ୍ରୀ ବ୍ୟବହାର କରିବାକୁ ଚାହୁ ନାହାନ୍ତି ତେବେ ଏଠାରେ କିଛି ସହଜ ଉପାୟ ଦିଆଯାଉଛି। ଯାହାକୁ ଆପଣାଇ ଆପଣ ଆପଣଙ୍କ ମୁଖମଣ୍ଡଳକୁ ୫ ମିନିଟ୍ ଭିତରେ ସତେଜ କରିପାରିବେ।
ଆଜି ଆମ ସମାଜ ବହୁତ ଆଗକୁ ବଢ଼ିଗଲାଣି। ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ ନାମ ଉଚ୍ଚା କରିବାରେ ଲାଗିଛନ୍ତି। କିନ୍ତୁ ଏଭଳି ଏକ ସମୟ ଥିଲା, ଯେତେବେଳେ ପ୍ରଥା ନାମରେ ମହିଳାଙ୍କୁ ଅତ୍ୟାଚାର କରାଯାଉଥିଲା। ସେମାନଙ୍କୁ ଶୋଷଣ କରାଯାଉଥିଲା, ସେମାନଙ୍କୁ ହତ୍ୟା କରାଯାଉଥିଲା। ଏହି କାରଣରୁ ଅନେକ ମହିଳା ଜୀବନ ହରାଇଛନ୍ତି। ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିଙ୍କ ତାଲିକା ସାମ୍ନାକୁ ଆସିଛି। ଯେଉଁଥିରେ ବୀରୁବାଲା ରଭାଙ୍କ ନାମ ରହିଛି। ଆମ ସମାଜରେ ରହି ସେ ଯେଉଁଭଳି କାମ କରୁଛନ୍ତି, ତାହା ପ୍ରଶଂସନୀୟ।
ଅନେକ ଲୋକେ ଭାବନ୍ତି ବାହାଘର ପରେ ବୋହୂର କାମ କେବଳ ଘର ପରିବାର ଓ ପିଲା ସମ୍ଭାଳିବା। ସେମାନେ ତାଙ୍କ କ୍ୟାରିଅର ଉପରେ ଧ୍ୟାନ ଦେଇ ନ ଥାନ୍ତି। କିନ୍ତୁ ଏହା ସବୁବେଳେ ଠିକ ହୋଇ ନ ଥାଏ। କାରଣ ଅନେକ ସମୟରେ ମହିଳାଙ୍କୁ ନିଜ ବାପଘରୁ ସେତିକି ସମର୍ଥନ ମିଳି ନ ଥାଏ, ଯେତିକି ଶାଶୁଘରୁ ମିଳିଥାଏ। ନିକଟରେ ଏମିତି କିଛି ଦେଖିବାକୁ ମିଳିଛି। ଓଡ଼ିଶାର ବରଗଡ଼ ଜିଲାରେ ରହୁଥିବା ମାଧବୀ ମହାକୁଡ଼ ଆଜି ରାଜ୍ୟର ନାମ ଆଲୋକିତ କରି ଏଭଳି ସଫଳତା ଛୁଇଁଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା।
ବଲିଉଡର ଏଭରଗ୍ରୀନ ବିଉଟି ରେଖାଙ୍କ ଜୀବନ ସବୁବେଳେ ବିବାଦରେ। ଲଭ ଲାଇଫରେ ରେଖା ଯେତିକି ଅଭାଗା, ସେତିକି ଖରାପ ତାଙ୍କ ପିଲାଦିନ। ରେଖାଙ୍କ ପିତା ଜେମିନି ଗଣେଶନ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ଥିଲେ। ତାଙ୍କ ମା’ ପୁଷ୍ପାବଲୀ ମଧ୍ୟ ଜଣେ ସୁନ୍ଦର ଅଭିନେତ୍ରୀ ଥିଲେ। କିନ୍ତୁ ପିତାଙ୍କ ସହିତ ରେଖାଙ୍କ ସମ୍ପର୍କ କେବେ ଭଲ ନ ଥିଲା। ସାରା ଜୀବନ ସେ ତାଙ୍କ ପିତାଙ୍କୁ ଘୃଣା କରୁଥିଲେ। ଏପରିକି ସେ ତାଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଯୋଗ ଦେଇ ନ ଥିଲେ। ପିତାଙ୍କ ପ୍ରତି ନିଜର ଏହି ଘୃଣା ଭାବ ସମ୍ପର୍କରେ ରେଖା ତାଙ୍କର ବାୟୋଗ୍ରାଫିରେ ଉଲ୍ଲେଖ କରି ପିତାଙ୍କ ସହିତ ସମ୍ପର୍କର ସତ୍ୟତାକୁ ଜଣାଇଥିଲେ।
କୁହାଯାଏ, କିଛି ପାଇବାର ଇଚ୍ଛା ଓ କରି ଦେଖାଇବାର ନିଶା ରହିଲେ ଚେଷ୍ଟା ଓ ପରିଶ୍ରମ ଦିନେ ନା ଦିନେ ଫଳ ଦେଖାଇଥାଏ। ଏଠାରେ ଏଭଳି କେତେକ ଆଦିବାସୀ ମହିଳାଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁମାନେ ପ୍ରମାଣ କରି ଦେଇଛନ୍ତି ଯେ କିଛି ବି ଅସମ୍ଭବ ନୁହେଁ। ମଧ୍ୟ ପ୍ରଦେଶର ବାଲାଘାଟ ଜିଲାର ଚିଚଗାଓଁର ଆଦିବାସୀ ମହିଳାମାନେ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ରାଇସ ମିଲ କିଣିଛନ୍ତି। ସେହି ରାଇସ ମିଲରେ ଦିନେ ସେମାନେ ଶ୍ରମିକ ଭାବେ କାମ କରୁଥିଲେ।
ତାଙ୍କ ହାତରେ ରହିଛି ଯାଦୁ, ଯାହାର ସ୍ପର୍ଶରେ ସେ ହସ୍ତତନ୍ତ କଳାକୁ ଦେଇପାରିଛନ୍ତି ଏକ ନୂଆ ଚମକ। ଏମ୍ବ୍ରୋଡୋରୀରେ ସିଦ୍ଧହସ୍ତ ଏହି ମହିଳାଙ୍କୁ ଖାସ୍ ଏଥିପାଇଁ ଜାତୀୟ ପୁରସ୍କାର ଓ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚିତି ହାସଲ କରିଥିବା ଏହି ନିଖୁଣ କାରିଗର ଜଣକ ହେଉଛନ୍ତି ପଞ୍ଜାବର ପଟିଆଲା ବାସିନ୍ଦା ୬୦ ବର୍ଷିୟା ଲାଜ୍ୱନ୍ତୀ। ଏଯାବତ୍ ୧୦୦୦ରୁ ଉର୍ଦ୍ଧ୍ବ ପିଲାଙ୍କୁ ଲାଜୱନ୍ତୀଙ୍କ ଅଧିନରେ ଏବେ ପାଖାପାଖି ୫୦୦ କାରିଗର କାମ କରୁଛନ୍ତି। ତେବେ ଓଡ଼ିଶା ସହିତ ରହିଛି ତାଙ୍କର ଏକ ନିଆରା ଭାବପ୍ରୀତି। ପ୍ରତିବର୍ଷ ଭୁବନେଶ୍ବରରେ ଆୟୋଜିତ ହୋଇ ଆସୁଥିବା ତୋଷାଳୀ ମେଳାକୁ ସେ ଆସିଛନ୍ତି। ଓଡ଼ିଶାରେ ଥିବାବେଳେ ତାଙ୍କୁ କିଛି ନା କିଛି ପୁରସ୍କାର ମିଳିଥିବାରୁ ଏଠିକାର ମାଟି ତାଙ୍କ ପାଇଁ ଶୁଭଙ୍କର ବୋଲି ସେ କହିଛନ୍ତି। ଏପରିକି ଚଳିତ ଥର ସେ ମେଳାରେ ଥିବାବେଳେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ମିଳିଛି। ଏଠିକାର ପିଲାଙ୍କୁ ମାଗଣାରେ ତାଙ୍କ କରିଗରୀ ଶିଖାଇବାକୁ ସେ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି।
ଗଣତନ୍ତ୍ର ଦିବସରେ ଭାରତ ସରକାର ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ତାଲିକା ପ୍ରକାଶ କରିଥିଲେ। ଏହି ତାଲିକାରେ ୨୯ଜଣ ମହିଳା ମଧ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପଦ୍ମଭୂଷଣ ଓ ୨୭ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ କରାଯିବ। ଏହି ତାଲିକାରେ ବଛାବଛା ମହିଳାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଭୁରି ବାଈ। ତାଙ୍କର କଳା କ୍ଷେତ୍ରରେ ଅମୂଲ୍ୟ ଯୋଗଦାନ ରହିଛି। ଦିନ ମଜୁରିଆରୁ କଳାକାର ହେବା ପର୍ଯ୍ୟନ୍ତ ଭୁରି ବାଈଙ୍କ ଯାତ୍ରା ବେଶ ସଂଘର୍ଷମୟ।
ଅଭିନେତ୍ରୀ ବିଦ୍ୟା ବାଲନ ନିଜ ଅଭିନୟ ଓ ହସକୁରି ସ୍ବଭାବ ପାଇଁ ସମସ୍ତଙ୍କ ହୃଦୟରେ ରାଜ କରିଥାନ୍ତି। କିନ୍ତୁ ଏଭଳି ଏକ ସମୟ ଥିଲା, ମୋଟାପଣ ପାଇଁ ତାଙ୍କୁ ବଡି ଶେମିଂର ଶିକାର ହେବାକୁ ପଡ଼ିଥିଲା। ପ୍ରଥମେ ପ୍ରଥମେ ନିଜ ଫିଲ୍ମ ଅସଫଳ ହେବାର କାରଣ ତାଙ୍କ ମୋଟାପଣ ବୋଲି ସେ ଭାବୁଥିଲେ। ଚେହେରା ତ ବହୁତ ସୁନ୍ଦର। କିନ୍ତୁ ଓଜନ ଏତେ କାହିଁକି ବୋଲି ଲୋକେ ତାଙ୍କୁ ପଚାରୁଥିଲେ। ତେଣୁ ମୋଟାପଣ ତାଙ୍କ ଜୀବନର ସବୁଠାରୁ ବଡ଼ ସମସ୍ୟା ବୋଲି ବିଦ୍ୟା ଭାବି ନେଇଥିଲେ। ଏଥିପାଇଁ ସେ କେତେକ ଉପାୟ ଆଣଣାଇ ଥିଲେ, ଯାହା ଫଳରେ ତାଙ୍କୁ ତାଙ୍କ ପରିବାର ଲୋକ ମେଡିକାଲ ନେବାକୁ ପଡ଼ିଥିଲା।
ଶୀତଦିନେ ପିଲାଙ୍କ ଯତ୍ନକୁ ନେଇ ଆମ ମନରେ କିଛି ଭୁଲ୍ ଧାରଣା ରହିଛି। ମାତ୍ର ଏହା ସତ ନୁହେଁ। ଏମିତି କିଛି ଭୁଲ୍ ଧାରଣା ଓ ଏହାର ବାସ୍ତବତାକୁ ଜାଣନ୍ତୁ ଏବଂ ତଦନୁଯାୟୀ ପିଲାଙ୍କ ଯତ୍ନ ନିଅନ୍ତୁ।
ଟିଭିର ଲୋକପ୍ରିୟ ଅଭିନେତ୍ରୀ ରୁବିନା ଦିଲେକ ‘ବିଗବସ ୧୪’ରେ ଏଣ୍ଟ୍ରି ହେବା ପରେ ଆହୁରି ଅଧିକ ଲୋକପ୍ରିୟ ହୋଇଛନ୍ତି। ଏବେ ସେ ଟିଭିର ସବୁଠାରୁ ମହଙ୍ଗା ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ଖବର ଅନୁସାରେ ସେ ଗୋଟିଏ ଏପିସୋଡ଼ ପାଇଁ ୧ ଲକ୍ଷ ଟଙ୍କା ପାଉଣା ନେଇଥାନ୍ତି। ସୂଚନାନୁସାରେ ରୁବିନା ପାଖାପାଖି ୧୮ କୋଟି ଟଙ୍କାର ମାଲିକାଣୀ। ଯଦିଓ ଆଜି ରୁବିନା ଅୟସ ଆରାମ ଜୀବନ ବଞ୍ଚୁଛନ୍ତି, କିନ୍ତୁ ଏମିତି ଏକ ସମୟ ଆସିଥିଲା, ଆର୍ଥିକ ସମସ୍ୟା ପାଇଁ ତାଙ୍କୁ ତାଙ୍କ ଘର ବି ବିକ୍ରି କରିବାକୁ ପଡ଼ିଥିଲା। ଏକ ସାକ୍ଷାତକାରରେ ରୁବିନା ନିଜେ ଏ ସମ୍ପର୍କରେ ନିଜେ କହିଥିଲେ।
ମହିଳାଙ୍କୁ ନେଇ ବର୍ତ୍ତମାନ ସମୟର ଲୋକଙ୍କ ଚିନ୍ତାଧାରା ବଦଳିବାରେ ଲାଗିଛି। ଆଜି ସେମାନେ ପୁରୁଷଙ୍କ ସମକକ୍ଷ ହୋଇ କାମ କରୁଛନ୍ତି। ସମାଜ ଯଦିଓ ମହିଳାଙ୍କୁ କାମ କରିବାକୁ ସ୍ବାଧୀନତା ଦେଇଛି, କିନ୍ତୁ କେଜାଣି କାହିଁକି ଲୋକେ ନିଜ ମସ୍ତିଷ୍କରେ ମହିଳା କେତେକ ସୀମିତ କ୍ଷେତ୍ରରେ କାମ କରିପାରିବେ ବୋଲି ଚିନ୍ତାଧାରା ରହିଛି। ଅର୍ଥାତ ମହିଳାମାନେ ଅଫିସରେ କାମ କରିବା ଠିକ ରହିବ ବୋଲି ଭାବିଥାନ୍ତି। କିନ୍ତୁ ଯଦି ମହିଳାମାନେ ରିପେୟାର ୱାର୍କଶପରେ କାମ କରୁଥିବା ଦେଖନ୍ତି, ତେବେ ଲୋକେ ତାଙ୍କ ବିଷୟରେ କଥା ହେବା ଆରମ୍ଭ କରନ୍ତି। ଏହି ଆଧୁନିକ ଯୁଗରେ ମଧ୍ୟ ମହିଳାଙ୍କ ପାଇଁ ସାମାଜିକ ଶିକୁଳି ଛିଣ୍ଡିନି। କିନ୍ତୁ ଏସବୁ ମଧ୍ୟରେ ଇଜିପ୍ଟର ଲେଖା ଅଲ ଖୋଲି ନାମ୍ନୀ ଜଣେ ମହିଳା ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିବା ସହ ଅନେକଙ୍କ ଆଖି ଖୋଲି ଦେଇଛନ୍ତି।
ଜୀବନରେ ମଣିଷ ଏଭଳି କିଛି କାମ କରିଥାଏ, ଯାହା ନିଜ ପାଇଁ ସ୍ବପ୍ନ ହୋଇଥାଏ। କେହି ଟଙ୍କା ସଞ୍ଚୟ କରିବାକୁ ସ୍ବପ୍ନ ଦେଖିଥାନ୍ତି ତ କେହି ବ୍ୟବସାୟ କରିବାକୁ। ଯଦି ଆପଣ ଦିନ ରାତି ପରିଶ୍ରମ କରି କିଛି ଅର୍ଜିଛନ୍ତି ଆଉ ତାହା ଚୋରି ହୋଇଯାଏ, ତେବେ ଆପଣଙ୍କ ଅବସ୍ଥା ଖରାପ ହୋଇଯିବ। ଏପରି ଘଟଣା ଘଟିବା ପରେ ଯେ କେହି ହାର ମାନିଥାନ୍ତି। ଯଦି ଜୀବନ ପରୀକ୍ଷା ନେଉଛି, ଏଥିରେ ଧୈର୍ଯ୍ୟହରା ନ ହୋଇ ବରଂ ଏଥିସହ ସାମ୍ନା କରିବା ଉଚିତ। ପରିଶ୍ରମ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଉଚିତ। ଏମିତି କିଛି ହୋଇଥିଲା ତାମିଲନାଡ଼ୁରେ ରହୁଥିବା ଇଲାଭରାସି ଜୟକାନ୍ତଙ୍କ ସହିତ। ଇଲାଭରାସି ଅନେକ ସ୍ବପ୍ନ ଦେଖିଥିଲେ। କିନ୍ତୁ ଏମିତି ଏକ ଦିନ ଆସିଥିଲା, ତାଙ୍କ ଜୀବନ ଏପଟସେପଟ ହେବା ଉପରେ ପହଞ୍ଚି ଥିଲା। କିନ୍ତୁ ଏତେ ସବୁ ହୋଇଯିବା ପରେ ସେ ହାର ମାନି ନ ଥିଲେ। ଚାଲନ୍ତୁ ଜାଣିବା ଏଭଳି ମହିଳାଙ୍କ କାହାଣୀ ସମ୍ପର୍କରେ।
ଅଧିକ ଦେଖନ୍ତୁ