ଚଳିତ ବର୍ଷର ନୀଟ୍ ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଏଥିରେ ସଫଳତାର ଶୀର୍ଷରେ ରହିଛି ରାଜସ୍ଥାନ। ରାଜସ୍ଥାନର ପରୀକ୍ଷା ଫଳକୁ ନେଇ ସାରା ଦେଶରେ ଆଲୋଚନା ଆରମ୍ଭ ହୋଇଛି। ଟପ୍ ୫୦ ପରୀକ୍ଷାର୍ଥୀଙ୍କ ତାଲିକାରେ ଏଥର ରାଜସ୍ଥାନର ୬ ଜଣ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି। ଉତ୍କୃଷ୍ଟ ଫଳ ଦେବାରେ ରାଜସ୍ଥାନ ଆଗରେ ରହିଛି। ଏଠାରୁ ମୋଟ ୭୪.୩୦ ପ୍ରତିଶତ ପରୀକ୍ଷାର୍ଥୀ ସଫଳତାର ଶ୍ରେୟ ସାଉଁଣ୍ଟିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଛି ଜାତୀୟ ରାଜଧାନୀ ଦିଲ୍ଲୀ। ଦିଳ୍ଲୀର ମୋଟ ୭୩.୭୩ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିଛି। ସେହିପରି ହରିୟାଣାର ମୋଟ ୭୨.୫୯ ପ୍ରତିଶତ ବିଦ୍ୟାର୍ଥୀ ସଫଳତା ହାସଲ କରି ନୀଟ୍ରେ ଦେଶରେ ତୃତୀୟ ସ୍ଥାନରେ ଅଛନ୍ତି। ରାଜସ୍ଥାନର ବାସିନ୍ଦା ନଳିନ ଖଣ୍ଡେଲୱାଲ ୨୦୧୯ ନୀଟ୍ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ନଳିନ ୭୨୦ରୁ ୭୦୨ ନମ୍ବର ରଖି ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରି ନିଜ ରାଜ୍ୟକୁ ଗୌରବାନ୍ୱିତ କରାଇଛନ୍ତି। ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦିଳ୍ଲୀର ଭାବିକ ବଂଶଲ। ତୃତୀୟ ଟପ୍ପର ହେଉଛନ୍ତି ସେହି ଦିଳ୍ଲୀର ଅକ୍ଷତ କୌଶିକ। ଉଭୟ ଭାବିକ ଓ ଅକ୍ଷତ ୭୨୦ ମାର୍କରୁ ୭୦୦ ନମ୍ବର ହାସଲ କରିଥିବା ଜଣାଯାଇଛି। ଛାତ୍ରୀମାନଙ୍କ ମଧ୍ୟରେ ମାଧୁରୀ ରେଡ୍ଡୀ ଆଗରେ ଅଛନ୍ତି। ସେ ସପ୍ତମ ସ୍ଥାନରେ ଅଛନ୍ତି। ମୋଟ ୭୨୦ ମାର୍କ ମଧ୍ୟରୁ ମାଧୁରୀ ୬୯୫ ଅଙ୍କ ହାସଲ କରିଛନ୍ତି। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଟପ୍ ୧୦୦ ଜଣଙ୍କ ମଧ୍ୟରୁ ୨୦ ଜଣ ହେଉଛନ୍ତି ଛାତ୍ରୀ। ତେଲେଙ୍ଗାନାର ବାସିନ୍ଦା ମାଧୁରୀ ମୋଟ ୭୨୦ ନମ୍ବର ମଧ୍ୟରୁ ୬୯୫ ରଖିଛନ୍ତି। ଚଳିତ ବର୍ଷ ୧୫.୧୯ ଲକ୍ଷ ବିଦ୍ୟାର୍ଥୀ ଏହି ପରୀକ୍ଷା ପାଇଁ ନିଜକୁ ପଞ୍ଜୀକୃତ କରାଇଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ୧୪.୧୦ ଲକ୍ଷ ପରୀକ୍ଷାରେ ସାମିଲ ହୋଇଥିଲେ।
ଇଣ୍ଟରନେଟ ଅଫ ଥିଙ୍ଗ୍ସ (ଆଇଓଟି) ମେସିନ ଲର୍ଣ୍ଣିଙ୍ଗ ବିଗ୍ ଡାଟା ଏବଂ ରୋବୋଟିକ୍ସ ଆଦି ହେଉଛି ଅତ୍ୟଧିକ ଚାହିଦା ରହିଥିବା ପ୍ରଯୁକ୍ତି ପ୍ରସଙ୍ଗ। ଆଗାମୀ ସମୟରେ ଶ୍ରମ ସମ୍ବଳର ଏକ ବଡ଼ଭାଗକୁ ମେସିନ/ଯନ୍ତ୍ରପାତି ନିଜ ନିୟନ୍ତ୍ରଣକୁ ନେଇଯିବ। ଏହି କାରଣରୁ ବର୍ତ୍ତମାନ ସମୟର ବିଦ୍ୟାର୍ଥୀମାନେ ଏହି ପାଠ୍ୟକ୍ରମ ଗୁଡ଼ିକ ପ୍ରତି ଆକର୍ଷିତ ହେବାରେ ଲାଗିଛନ୍ତି। ଭାରତୀୟ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମ ଗୁଡ଼ିକରେ ଆଇଓଟି, ମେସିନ ଲର୍ଣ୍ଣିଙ୍ଗ, ବିଗ୍ଡାଟା ଆଦି ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ଭାରତୀୟ ବିଦ୍ୟାର୍ଥୀମାନେ ବିଦେଶୀ ବିଶ୍ବବିଦ୍ୟାଳୟ ଗୁଡ଼ିକରୁ ଏଭଳି ଚାହିଦା ଥିବା ପାଠ୍ୟକ୍ରମ ପଢ଼ିବା ପାଇଁ ଆକର୍ଷିତ ହୋଇଥାନ୍ତି।
ଦିଲ୍ଲୀରେ ହୋଲି ନାଁରେ କୌଣସି ବି ଛାତ୍ରଛାତ୍ରୀଙ୍କ ପ୍ରତି ଅଭଦ୍ରାମି ଆଚରଣକୁ ବରଦାସ୍ତ କରାଯିବ ନାହିଁ। ଏପରି କରୁଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟରୁ କେବଳ ନାମ କାଟି ଦିଆଯିବନି, ବରଂ ଜେଲ୍ ଭୋଗିବାକୁ ମଧ୍ୟ ଛାଡ଼ିଦିଆଯିବ। ଏ ସମ୍ପର୍କରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ନିର୍ଦେଶାବଳୀ ଜାରି କରାଯାଇଛି।
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶୁକ୍ରବାର ଆରମ୍ଭ ହେଉଛି। ପରୀକ୍ଷା ପରିଚାଳନାକୁ ନେଇ ସମସ୍ତ ପ୍ରସ୍ତୁତି ସରିଛି। ଦୁଇଦିନ ଆଗରୁ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଗୁଡ଼ିକ ପହଞ୍ଚିଥିବା ବେଳେ ଫେବ୍ରୁଆରୀ ୨୨ ପରୀକ୍ଷା ଦିନ ସକାଳେ ଏଗୁଡ଼ିକ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପହଞ୍ଚିବ। ଫେବ୍ରୁଆରୀ ୨୧ରେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦକୁ ଦୃଷ୍ଟିରେ ରଖି ପ୍ରଶାସନ ବ୍ୟାପକ ପଦକ୍ଷେପ ନେଇଛି।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ୨୦୧୯-୨୦ ନାମଲେଖା ପାଇଁ ବିଞପ୍ତି ଜାରି ହୋଇଛି। କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଅନ୍ଲାଇନ ପଞ୍ଜୀକରଣ ୧ ମାର୍ଚ୍ଚରୁ ଆରମ୍ଭ ହେବ। ଏହା ୧୯ ମାର୍ଚ୍ଚ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଚାଲୁରହିବ।
ଆସନ୍ତାକାଲି ଠାରୁ ବିହାର ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। କେବଳ ବିହାର ନୁହେଁ, ସାରା ଦେଶରେ ଆରମ୍ଭ ହୋଇଯାଇଛି ପରୀକ୍ଷା ୠତୁ। ପରୀକ୍ଷା ପାଇଁ ମୁଡ୍ କିନ୍ତୁ ସମସ୍ତଙ୍କର ସମାନ ସ୍ଥିତିରେ ନାହିଁ। ବଡ଼ ବଡ଼ ସହରରେ ଏବେ ଅନ୍ଲାଇନ ଗେମ୍ ‘ପିୟୁବିଜି’ ଚିନ୍ତା ବଢ଼ାଇଛି। ରବିବାର ସକାଳେ ଜଣେ ନାବାଳକ ଆତ୍ମହତ୍ୟା କରିବା ଘଟଣା ମୁମ୍ବାଇରେ ଚହଳ ସୃଷ୍ଟି କରିଛି। ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଅନ୍ଲାଇନ ଗେମ୍ ନିଶା ପାଲଟି ଯାଇଥିବା ବେଳେ ଏହାକୁ ନେଇ ଗୋଟିଏ ପରେ ଗୋଟିଏ ହିଂସା ବଢ଼ିଚାଲିଛି।
ଯେତେ ଯେତେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ବ୍ୟବହାର ବ୍ୟାପକ ହେବାରେ ଲାଗିଛି, ଶ୍ରମିକଙ୍କ ଚିନ୍ତା ସେତେ ବଢ଼ିବାରେ ଲାଗିଛି। ସ୍ବ-ଚାଳନର ନୂଆ ଯୁଗ ତାଙ୍କର କ୍ୟାରିଅରର ସମ୍ଭାବନାକୁ ପ୍ରଭାବିତ କରିପାରେ ବୋଲି ଡର ମଧ୍ୟ ବଢ଼ିଛି।
ଆଗକୁ ଆସୁଛି ପରୀକ୍ଷା ୠତୁ। ପିଲାଙ୍କ ସହ ସେମାନଙ୍କର ପିତାମାତା ବି ଚାପରେ। ବର୍ଷ ଆରମ୍ଭରୁ ପାଠ ପ୍ରତି ଅବହେଳା କରିଥିବା ପିଲାଙ୍କୁ ଘାରିଛି ଚିନ୍ତା। ଜାନୁଆରୀରୁ ମାର୍ଚ୍ଚ ଯାଏ ପରୀକ୍ଷାର ଏହି ସମୟ କିଭଳି ଅତିକ୍ରାନ୍ତ ହେବ, ସେଥିପାଇଁ ଚିନ୍ତା ଆଉ ଚାପ। ନିଜ ପିଲା କିଭଳି ଅଧିକ ନମ୍ବର ରଖୁ ବୋଲି ବାପା ମା’ ଚାହୁଁଥିବା ବେଳେ ମନେରହୁ ନ ଥିବା ପାଠକୁ ଘୋଷି ଘୋଷି ସଫଳତା ପାଇବାର ପ୍ରୟାସ ଚଳାଇ ରଖିଥିବା ପିଲା ପରୀକ୍ଷାକୁ କିଭଳି ମୁକାବିଲା କରିବ ବାଟ ଖୋଜୁଛି। ଆସନ୍ତୁ ଜାଣିବା ପରୀକ୍ଷା ସମୟରେ ପିଲାଙ୍କୁ ଚାପମୁକ୍ତ କରାଯିବାର କେତେକ କୌଶଳ। ଯାହାର ଆଧାରରେ ପରୀକ୍ଷା ପାଇଁ ମାନସିକ ସନ୍ତୁଳନ ହରାଇ ବସିବା ପୂର୍ବରୁ ପିଲାମାନଙ୍କୁ ରକ୍ଷା କରାଯାଇ ପାରିବ।
ଆଇଆଇଟିରୁ ପଢ଼ି ୨୦୦୨ ବ୍ୟାଚରେ ଆଇଏଏସ୍ ଅଫିସର ଅଙ୍କୁର ଗର୍ଗ ପରୀକ୍ଷାରେ ମୋଟ ୧୭୦ ମାର୍କରୁ ୧୭୧ ମାର୍କ ରଖି ସମସ୍ତଙ୍କୁ ଚମକାଇ ଦେଇଥିଲେ। ପୁଣିଥରେ ସେ ପ୍ରମାଣିତ କରାଇ ଦେଇଥିଲେ ଯେ ମଣିଷ ପ୍ରକୃତରେ ଯାହା ଚାହିଁବ, ତାହା କରିଦେଇପାରିବ। ଅଙ୍କୁର ଗର୍ଗଙ୍କୁ ମାଇକ୍ରୋ ଇକୋନୋମିକ୍ସ ପେପରରେ ୧୭୦ ମାର୍କର ପରୀକ୍ଷାରେ ୧୭୧ ମାର୍ଗ ମିଳିଥିଲା। ଅଙ୍କୁର ନିଜର ଫେସବୁକରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି ଯେ ମୁଁ ଯେତେବେଳେ ସ୍କୁଲରେ ପଢ଼ୁଥିଲି, ସେତେବେଳୁ ମୋର ବାପା ମୋତେ କହିଆସିଛନ୍ତି ଯେ ପରୀକ୍ଷାରେ ୧୦ରୁ ୧୦ ଆଣିବା କିଛି ବଡ଼କଥା ନୁହେଁ। କିନ୍ତୁ ୧୦ରୁ ୧୧ ମାର୍କ ପାଇଁ ପ୍ରୟାସ କରିବା ଉଚିତ। ବାପାଙ୍କର ଏହି କଥା ମୋର ଛାତ୍ର ଜୀବନ ଶେଷ ବେଳକୁ ମିଳିଥିଲା। ଶେଷରେ ମୋତେ ମାଇକ୍ରୋ ଇକୋନୋମିକ୍ସ ପାଠ୍ୟକ୍ରମରେ ୧୭୦ରୁ ୧୭୧ ମାର୍କ ମିଳିଥିଲା। ମାର୍କଶିଟ୍ରେ ଜେଫ୍ରି ଫ୍ରେଙ୍କଲଙ୍କ ସ୍ବାକ୍ଷର ଥିଲା। ସେଥିରେ ତାଙ୍କର ସ୍ବାକ୍ଷର ମୋତେ ଭାବାବେଗ କରିଦେଇଥିଲା। ମୁଁ ଏହି ମାର୍କଶିଟ୍କୁ ମୁଁ ମୋର ବାପାଙ୍କ ପାଇଁ ଉତ୍ସର୍ଗ କରୁଛି ବୋଲି ଅଙ୍କୁର ନିଜ ଫେସବୁକ ସାଇଟରେ ଦର୍ଶାଇଥିଲେ।
ଡିସେମ୍ବର ୨୮ ହେଉଛି ଧିରୁଭାଇ ଅମ୍ବାନୀଙ୍କ ଜନ୍ମତିଥି। ଦେଶର କର୍ପୋରେଟ ଜଗତର ଛବି ବଦଳାଇ ଦେଇଥିବା ଧିରୁଭାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିକୁ ନିଜ ହାତରେ ଗଢ଼ିଥିଲେ। ଧିରୁଭାଇ ଅମ୍ବାନୀଙ୍କ ଜନ୍ମ ୨୮ ଡିସେମ୍ବର ୧୯୩୩ ମସିହାରେ ମହାରାଷ୍ଟ୍ରର ଜୁନାଗଡ଼ ଜିଲାରେ ହୋଇଥିଲା। ଧିରୁଭାଇ ଅମ୍ବାନୀଙ୍କ ପୁରା ନାମ ଥିଲା ଧିରଜଲାଲ ହୀରାଚାନ୍ଦ ଅମ୍ବାନୀ। ତାଙ୍କର ଶୈଶବ ଥିଲା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ। ଦାରିଦ୍ର୍ୟ ଭିତରେ ଅମ୍ବାନୀ କଟାଇଥିଲେ ନିଜ ପିଲାଦିନ।
ନୂଆବର୍ଷ ୨୦୧୯ରେ ଆପଣ ନିଜର ପୁରୁଣା ଅଭ୍ୟାସ ଛାଡ଼ି ନିଜକୁ ବିକଶିତ କରିପାରିବେ। ବିଶେଷକରି ବିଦ୍ୟାର୍ଥୀମାନେ ଯାହା ୨୦୧୮ରେ କରିପାରି ନାହାନ୍ତି, ସେହି କାମ ୨୦୧୯ରେ କରିପାରିବେ।
କେନ୍ଦ୍ର ସରକାର ସ୍କୁଲବ୍ୟାଗର ଓଜନ କମାଇବା ପାଇଁ ନିର୍ଦେଶ ଜାରି କରିଛନ୍ତି। ଖୁବ୍ ଶୀଘ୍ର ପିଲାଙ୍କୁ ଓଜନ ବୋହିବାରୁ ଉପଶମ ମିଳିବ। ଏହା ସହିତ ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀ ପିଲାଙ୍କ ପାଇଁ ହୋମୱାର୍କ ରହିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।
ଅଟୋମେସନ ଇଞ୍ଜିନିଅର, ରୋବୋଟିକ୍ ଡିଜାଇନ ଇଞ୍ଜିନିଅର, ପ୍ଲାଣ୍ଟ ମାନ୍ୟୁଫାକ୍ଚରିଂ ଇଞ୍ଜିନିଅର, ଆଇ ଓ ଟି ଇଞ୍ଜିନିଅର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରୋଗ୍ରାମର ଏବଂ ଡ୍ରୋନ ପାଇଲଟ୍ ଭାବେ କ୍ୟାରିଅରର ବ୍ୟାପକ ବିକଳ୍ପ ରହିଛି। ଏହା ମଧ୍ୟରୁ ଯେ କୌଣସି ଗୋଟିଏ କ୍ଷେତ୍ରରେ ନିଜ ଆଗ୍ରହ ଓ ପସନ୍ଦ ଅନୁଯାୟୀ ପାରଦର୍ଶିତା ହାସଲ କରିପାରିଲେ, ଏକ ଚମକପ୍ରଦ କ୍ୟାରିଅର ଗଢ଼ିବା ସହଜ ହୋଇଥାଏ। ସମ୍ପ୍ରତି ଡିଫେନ୍ସ ଇଣ୍ଡଷ୍ଟ୍ରି ଏବଂ ମ୍ୟାନୁଫ୍ୟାକ୍ଚରିଙ୍ଗ ଇଣ୍ଡଷ୍ଟ୍ରିରେ ଏଭଳି ପେସାଦାରଙ୍କ ସବୁଠୁ ଅଧିକ ଆବଶ୍ୟକତା ରହିଛି। କାରଖାନା ଗୁଡ଼ିକ ନିଜର ଅଧିକରୁ ଅଧିକ ଉତ୍ପାଦନ ବୃଦ୍ଧି ପାଇଁ ଅଟୋମେସନ ଉପରେ ଅଗ୍ରାଧିକାର ଦେଉଥିବାରୁ ଏହି ପେସାଦାର ମାନଙ୍କ ଚାହିଦା ଦ୍ରୁତଗତିରେ ବଢ଼ିବ। ଏହି ପ୍ରଫେସନାଲମାନେ ନାସା ଏବଂ ଇସ୍ରୋ ଭଳି ଗବେଷଣା ସଂସ୍ଥା, ଗେମିଙ୍ଗ ଉଦ୍ୟୋଗ ଏବଂ ମେଡିକାଲ କ୍ଷେତ୍ରରେ ଅଧିକ ଚାହିଦା ରହିବ।
ସାଇନ୍ସ ଏବଂ ଇଞ୍ଜିନିଅରିଂ ରିସର୍ଚ୍ଚ ବୋର୍ଡ (ଏସ୍ଇଆର୍ବି) ଏପରି ଗବେଷକଙ୍କ ଠାରୁ ପ୍ରସ୍ତାବନା ଚାହୁଁଛି, ଯେଉଁମାନେ ସ୍ବୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନ କରୁଛନ୍ତି ବା ଗବେଷଣା ପାଇଁ ନିଜକୁ ପଞ୍ଜୀକୃତ କରାଇଛନ୍ତି। ନୂଆ କିଛି ପ୍ରସଙ୍ଗକୁ ନେଇ ଗବେଷଣା କରୁଥିବା ବିଦ୍ୟାର୍ଥୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ଏସ୍ଇଆର୍ବିର ଆଭିମୁଖ୍ୟ।
ସାରା ଦେଶରେ ସ୍କୁଲ ଛାତ୍ରଛାତ୍ରୀମାନେ ମଙ୍ଗଳବାର (୨୦ ନଭେମ୍ବର ୨୦୧୮)ଠାରୁ ୨୨ ଭାଷାରେ ୫ଟି ବାକ୍ୟ ଶିଖିବେ। ଡିସେମ୍ବର ୨୧ ତାରିଖ ଯାଏ ଚାଲିବାକୁ ଥିବା ଭାଷା ସଂଗମ ମାନବ ବିକାଶ ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗର ‘ଏକ ଭାରତ, ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନୁଯାୟୀ ଆୟୋଜନ କରାଯାଉଛି। ମାନବ ସମ୍ବଳ ମନ୍ତ୍ରାଳୟର ଯୁଗ୍ମ ସଚିବ ମନୀଷ ଗର୍ଗଙ୍କ ପକ୍ଷରୁ ଦେଶର ସମସ୍ତ ଶିକ୍ଷା ସଚିବ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତିକୁ ଜାରି କରାଯାଇଥିବା ପତ୍ରରେ କୁହାଯାଇଛି ଯେ ଭାଷା ସଂଗମ ମାଧ୍ୟମରେ ଆମେ ବିଦ୍ୟାର୍ଥୀଙ୍କୁ ଭାଷାର ବିବିଧତା ସମ୍ପର୍କରେ ପରିଚିତ କରାଇଛୁ। ଏଥିରେ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଦେଶର ଭାଷାଗୁଡ଼ିକ ବାବଦରେ ଜଣାଇ ଦିଆଯିବ। ଫଳରେ ଭାଷା ପ୍ରତି ସେମାନଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହେବା ସେମାନେ କ୍ରମଶଃ ଅନ୍ୟାନ୍ୟ ଭାଷା ଶିକ୍ଷା ପାଇଁ ଉତ୍ସାହ ଦେଖାଇବେ। ଏହାଦ୍ବାରା ଦେଶର ଏକତା ଦୃଢ଼ ହେବ। ଏହି କାର୍ଯ୍ୟକ୍ରମ ପାଇଁ ବିଶେଷ ଭାବେ ଏକ ପୁସ୍ତକର ପ୍ରସ୍ତୁତି କରାଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରୁ ଶେଷ ଦିନ ପର୍ଯ୍ୟନ୍ତ ପିଲା କେଉଁଦିନ କେଉଁ ଭାଷା ଶିଖିବେ ତାହା ଦର୍ଶାଯାଇଛି। ଏହା ଅନୁଯାୟୀ ପ୍ରଥମ ଦିନ ଅସମୀୟା, ଦ୍ବିତୀୟ ଦିନ ବଙ୍ଗଳା, ଏପରି ଭାବେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ବର୍ଣ୍ଣିତ ସମସ୍ତ ୨୨ଟି ଭାଷା ଉପରେ ଶିକ୍ଷାଦାନ କରାଯିବ।
ଅଧିକ ଦେଖନ୍ତୁ