ଶୁକ୍ରବାର ପୁଣି ଚମକିଛି ଓଡ଼ିଶା ଆକାଶ। ବିଭିନ୍ନ ଅଞ୍ଚଳରେ ବଜ୍ରପାତ ଘଟି ୭ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଜୀବନ ସହ ସଂଘର୍ଷ କରୁଛନ୍ତି। ବରଗଡ଼ର ସୋହେଲା, ଭଦ୍ରକର ବାସୁଦେବପୁର, ବାଲେଶ୍ବରର ସୋର, ଝାରସୁଗୁଡ଼ାର କୋଲାବିରା, ଭଦ୍ରକର ଭଣ୍ଡାରୀପୋଖରୀ, ସୁନ୍ଦରଗଡ଼ର ବେଶ୍ରା ଓ କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ଶୁକ୍ରବାର ବଜ୍ରପାତ ନେଇଛି ସାତ ଜୀବନ। ଯାଜପୁର ଜିଲାର କୁଞ୍ଜପାଟଣା ଗାଁରେ ବଜ୍ରପାତରେ ୧୧ଟି ଗାଈଗୋରୁ ମୃତ୍ୟୁବରଣ କରିଛନ୍ତି।
ଗଜପତି ଜିଲା ଗୁମ୍ମା ବ୍ଲକ୍ର ମୁନିର ସିଂ ହେଉଛି ଛୋଟ ଏକ ଆଦିବାସୀ ଗାଁ। ଗାଁରେ ସମୁଦାୟ ୪୨ ଘର। ରାଜ୍ୟର ଅନ୍ୟ ଆଦିବାସୀ ଗାଁଠାରୁ ଢେର ନିଆରା ଏହି ଗାଁ। ଏହି ଛୋଟ ଗାଁର ୧୦-୧୨ ଜଣ ପାରଳାଖେମୁଣ୍ଡିର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଛନ୍ତି।
ଅଧିକ ଦେଖନ୍ତୁ