ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ଆରାମଦାୟକ ହେବା ସହିତ ବହୁତ ସିମ୍ପଲ ହୋଇଥାଏ, ଏଥିରେ କୌଣସି ଦ୍ବିମତ ନାହିଁ। ନିକଟରେ ଏମିତି କିଛି ଦେଖିବାକୁ ମିଳିଛି। ଶ୍ରଦ୍ଧା ସିମ୍ପଲ ଏବଂ ଆକର୍ଷଣୀୟ ଲୁକରେ ଦେଖିବାକୁ ମିଳିଥିଲା। ନିଜର କାଜୁଆଲ ଆଉଟିଂ ପାଇଁ ଶ୍ରଦ୍ଧା କପୁର ଏଚ ଏଣ୍ଡ ଏମ ଫ୍ୟାଶନ ଲେବଲ ଦ୍ବାରା ଡିଜାଇନ କରାଯାଇଥିବା ହ୍ବାଇଟ କଟଆଉଟ ସ୍ଲିଭସଯୁକ୍ତ ଲୁଜ ଫିଟ ଟି-ଶାର୍ଟ ପିନ୍ଧିଥିଲେ। ଏହାକୁ ଶୁଦ୍ଧ କଟନ ଫ୍ୟାବ୍ରିକରେ ତିଆରି କରାଯାଇଛି।
ଶିଳ୍ପା ଶେଟ୍ଟୀ ନିଜ ଫିଟନେସର ସବୁବେଳେ ଯତ୍ନ ନେଇଥାନ୍ତି। ଏହି କାରଣରୁ ଏହି ସେଲିବ୍ରିଟିଙ୍କ ଉପରେ ସବୁପ୍ରକାରର ଡ୍ରେସ ମାନିଥାଏ। ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି। ଶିଳ୍ପା ଏକ ଇଭେଣ୍ଟ ପାଇଁ ଡିଜାଇନର ଆଉଟଫିଟ ପିନ୍ଧିଥିଲେ। ଏହି ଆଉଟଫିଟରେ ଶିଳ୍ପା ଏତେ ସୁନ୍ଦର ଦେଖାଯାଉଥିଲେ ଯେ ତାଙ୍କ ଉପରୁ ନଜର ହଟାଇବା ଅସମ୍ଭବ ଥିଲା।
ସୋନଲ ଚୌହାନଙ୍କୁ ବିମାନବନ୍ଦରରେ ଦେଖାଯାଇଥିବା ବେଳେ ତାଙ୍କର ଫିଟନେସ ସଭିଙ୍କୁ ଆକର୍ଷିତ କରିଥିଲା। ସୋନଲ ଏଭଳି କପଡ଼ା ପିନ୍ଧିଥିଲେ, ଯେଉଁଥିରେ ସେ ନିଜର ଟୋନଡ ବଡ଼ି ପ୍ଲାଣ୍ଟ କରିଥିଲେ।
ବଲିଉଡ ଅଭିନେତ୍ରୀ ଡାଏନା ପେଣ୍ଟି ନିଜ ସୁନ୍ଦର ଅଭିନୟ ସହିତ ନିଜ ଷ୍ଟାଇଲିଶ ଲୁକକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ରେଡ କାର୍ପେଟସରୁ ଆରମ୍ଭ କରି ଏୟାରପୋର୍ଟ ଲୁକ୍ସ ପର୍ଯ୍ୟନ୍ତ ଡାଏନା ସବୁବେଳେ ଏଭଳି କପଡ଼ା ପିନ୍ଧୁଥିବା ନଜର ଆସିଥାନ୍ତି।
ଓଡ଼ିଶା ପାଇଁ ଗୌରବ ଆଣିଲେ ଓଡ଼ିଆ ଝିଅ ପ୍ରଜ୍ଞା ପାରମିତା ସିଂହ। ଦିଲ୍ଲୀରେ ଆୟୋଜିତ ମିସେସ୍ କୁଇନ ଅଫ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେଇ ସେ ମିସେସ ବିଉଟିଫୁଲ୍ ସ୍ମାଇଲ ଟାଇଟଲ ହାସଲ କରିପାରିଛନ୍ତି। ଏହି ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡ ଯଥା-କଷ୍ଟ୍ୟୁମ୍ ରାଉଣ୍ଡ, ଟ୍ୟାଲେଣ୍ଟ ରାଉଣ୍ଡ, ଶାଢ଼ି ରାଉଣ୍ଡ ଆଦି ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଜ୍ଞା ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଓ ହସ୍ତତନ୍ତ ସମ୍ପର୍କରେ ବିଶଦ ଭାବରେ ଉପସ୍ଥାପିତ କରି ଜୁରୀମାନଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲେ।
ଶୀତଦିନେ ପୋଷାକ ସହିତ ଜୋତା ଚୟନ ମଧ୍ୟ କରିବାକୁ ପଡ଼ିଥାଏ। ପୁଅ ହୁଅନ୍ତୁ ବା ଝିଅ ସମସ୍ତେ ଜୋତା ପିନ୍ଧିବାକୁ ବହୁତ ପସନ୍ଦ କରିଥାନ୍ତି। ଏହା ପାଦକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ରଖିବା ସହିତ ଗରମ ମଧ୍ୟ ଅନୁଭୂତ କରାଇଥାଏ। ଝିଅମାନଙ୍କ ପାଖରେ ଶୀତଦିନେ ପିନ୍ଧିବା ପାଇଁ ଅନେକ ଜୋତାର ବିକଳ୍ପ ରହିଛି। ମାତ୍ର ଏହାମାନେ ନୁହେଁ ଯେ ପ୍ରତ୍ୟେକ ବର୍ଷ ଶୀତଦିନରେ ଆପଣ ନୂଆ ନୂଆ ଜୋତା କିଣିବେ। ସେହିପରି ଯଦି ଆପଣ ଦୀର୍ଘ ଦିନ ଗୋଟିଏ ପ୍ରକାର ଜୋତା ପିନ୍ଧି ବୋର୍ ହୋଇଗଲେଣି ତେବେ ଅଳ୍ପ କିଛି କ୍ରିଏଟିଭିଟି ଦେଖାଇ ଏହାକୁ ନୂଆ ଲୁକ୍ ଦେଇପାରିବେ।
ବଲିଉଡ ଠାରୁ ଆରମ୍ଭ କରି ସାଉଥ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ନିଜ ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିଥିବା ରକୁଲ ପ୍ରୀତ ପ୍ରୀତ ସିଂ ସବୁବେଳେ ନିଜ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବରୁ ୱାର୍କଆଉଟ କରିବା ପରେ ରକୁଲ ପ୍ରୀତ ନିଜ ଟୋନଡ ବଡି ପ୍ଲାଣ୍ଟ କରିଥିବା ଦେଖିବାକୁ ମିଳିଥିଲା। ଏହି ଲୁକରେ ସେ ସମସ୍ତଙ୍କୁ ଫିଦା କରୁଛନ୍ତି।
ଷ୍ଟାଇଲିଶ ଦେଖାଯିବା ମାମଲାରେ ପୁରୁଷଙ୍କ ତୁଳନାରେ ମହିଳାମାନେ ବାଜି ମାରିଥାନ୍ତି। କିନ୍ତୁ ଅଧିକାଂଶ ପୁରୁଷ ନିଜର ସିମ୍ପଲ ଓ ଏଲିଗାଣ୍ଟ ଷ୍ଟାଇଲ ମାଧ୍ୟମରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାନ୍ତି। ବର୍ତ୍ତମାନ ସମୟରେ ସମସ୍ତେ ନିଜର ଏକ ଷ୍ଟାଇଲ ଅନୁସରଣ କରନ୍ତି। ପୁରୁଷମାନେ ନିଜ ଷ୍ଟାଇଲରେ ଏଲିଗାଣ୍ଟ ଲୁକ ସୃଷ୍ଟି କରିଥାନ୍ତି। ଏଥିପାଇଁ ସେମାନଙ୍କୁ ନିଜ ୱାର୍ଡରୋବ ଅପଡେଟ ରଖିବା ଜରୁରୀ। ଏପରିସ୍ଥଳେ ଏଠାରେ କେତେକ ଟିପ୍ସ ଦିଆଯାଇଛି, ଯାହା ଆପଣଙ୍କ ଲୁକକୁ ବି ଅପଗ୍ରେଡ କରିବ।
ବଲିଉଡ ଅଭିନେତ୍ରୀଙ୍କ ପୋଷାକରେ ଫୁଲ ଓ ଏହାର କମ୍ବିନେସନ ତ ବହୁତ ଦେଖିବାକୁ ମିଳୁଛି। କିନ୍ତୁ ଆଜି ଏଠାରେ କେତେକ ବଲିଉଡ ସୁପରଷ୍ଟାରଙ୍କ ବିଷୟରେ ସୂଚନା ଦିଆଯାଇଛି, ଯେଉଁମାନଙ୍କ ଫ୍ଲୋରାଲ ପ୍ରିଣ୍ଟର କପଡ଼ା ପିନ୍ଧିବାକୁ ବହୁତ ପସନ୍ଦ। ଏହି ପୋଷାକରେ ସେମାନେ ଖୁବ ଆକର୍ଷକ ମଧ୍ୟ ନଜର ଆସୁଛନ୍ତି। ବରୁଣ ଧୱନ, କାର୍ତ୍ତିକ ଆର୍ଯ୍ୟନ, ଭିକ୍କି କୌଶଲ, ଆୟୁଷ୍ମାନ ଖୁରାନା, କରନ ଜୋହର, ରଣବୀର ସିଂଙ୍କ ଭଳି ସୁପରଷ୍ଟାର ଫ୍ଲୋରାଲ ପ୍ରିଣ୍ଟର ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି।
କମଳ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ ସୋସାଲ ମିଡିଆରେ ବେଶ ଆକ୍ଟିଭ। ପୁଣିଥରେ ଶ୍ରୁତି କଲରଫୁଲ ଶାଢ଼ି ପିନ୍ଧି ଇଣ୍ଟରନେଟରେ ତହଲକା ମଚାଉଥିବା ନଜର ଆସୁଛନ୍ତି। ଏହି ଫଟୋରେ କଲରଫୁଲ ଶାଢ଼ି ପିନ୍ଧି ଶ୍ରୁତି ଦିଲକସ ଅନ୍ଦାଜରେ ପ୍ରଶଂସଙ୍କ ହୃଦୟ ଚୋରି କରିବାରେ ଲାଗିଛନ୍ତି। ଶ୍ରୁତିଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କ ଫଟୋରେ ହୃଦୟ ଖୋଲି ଲାଇକ ଓ କମେଣ୍ଟ ଦେଉଥିବା ଦେଖିବାକୁ ମିଳୁଛି।
ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ ଗତ କିଛି ଦିନ ହେଲା ନିଜ ପରିବାର ସହିତ ମାଳଦ୍ବୀପରେ ଛୁଟିର ମଜା ନେଉଛନ୍ତି। ୨୪ ଫେବ୍ରୁଆରୀରେ ସେମାନେ ସମସ୍ତେ ଘରକୁ ଫେରିଥିବା ଦେଖିବାକୁ ମିଳିଛି।
ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ କିଛି ଦିନ ପୂର୍ବରୁ ‘କୁଲି ନମ୍ବର ୧’ରେ ନଜର ଆସିଥିଲେ। ଯଦିଓ ଏହି ସିନେମା ସେମିତି କିଛି ଖାସ ପ୍ରଦର୍ଶନ କରିପାରି ନ ଥିଲା, କିନ୍ତୁ ସାରା ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ଏବେ ସାରା କାମରୁ ଛୁଟି ନେଇ ନିଜର ‘ମି ଟାଇମ’ ଉପଭୋଗ କରିବାକୁ ମାଳଦ୍ବୀପରେ ପହଞ୍ଚିଛନ୍ତି। ଏଠାରୁ ଫଟୋ ଶେୟାର କରି ସାରା ପୁଣିଥରେ ଲାଇମଲାଇଟରେ ରହିବାରେ ସଫଳ ହୋଇଛନ୍ତି।
ଉର୍ବଶୀ ରୌତେଲା ସୋସାଲ ମିଡିଆରେ ବେଶ ସକ୍ରିୟ। ସେ ନିଜର ନୂଆ ନୂଆ ଅନ୍ଦାଜରେ ପ୍ରଶଂସକଙ୍କ ହୃଦୟ ଜିତିଥାନ୍ତି। ଉର୍ବଶୀଙ୍କ ଭିଡ଼ିଓ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ନିକଟରେ ଉର୍ବଶୀ ଏଭଳି ଏକ ଗାଉନ ପିନ୍ଧିଥିଲେ, ଯାହା ଦେଖି ପ୍ରଶଂସକଙ୍କ ହୋଶ ଉଡ଼ି ଯାଇଛି। ଉର୍ବଶୀଙ୍କ ଏହି ଗାଉନ ଲୋକଙ୍କୁ ଖୁବ ପସନ୍ଦ ଆସୁଛି। ଉର୍ବଶୀ ଏହି ପୋଷାକ ୩୧ ଡିସେମ୍ବର ନୂଆବର୍ଷ ପାର୍ଟିରେ ପିନ୍ଧିଥିଲେ।
ଅଭିନେତ୍ରୀ ଶ୍ରୁତି ହାସନ ବେଶ ଗ୍ଲାମରସ ଫଟୋଶୁଟ କରିଛନ୍ତି। କ୍ୟାଣ୍ଡି ମ୍ୟାଗାଜିନର କଭର ପେଜରେ ଶ୍ରୁତି ବହୁତ ଭଲ ଲାଗୁଛନ୍ତି। ଏହି ଫଟୋଶୁଟରେ ଶ୍ରୁତି ବ୍ରାଉନ ରଙ୍ଗର ଗାଉନ ପିନ୍ଧିଥିବା ଦେଖିବାକୁ ମିଳୁଛି। ଶ୍ରୁତି ଇନଷ୍ଟାଗ୍ରାମରେ ଏସବୁ ଫଟୋ ଶେୟାର କରିଛନ୍ତି। ଅନେକ ଦିନ ପରେ ଶ୍ରୁତି ଏତେ ଗ୍ଲାମରସ ଲୁକ ଦେଖିବାକୁ ମିଳିଛି। ଶ୍ରୁତି ଏହି ଫଟୋରେ ସ୍ବିମସୁଟ ଗାଉନ ପିନ୍ଧିଛନ୍ତି।
ଏବେ ପ୍ୟାଣ୍ଟସୁଟ୍ର ଟ୍ରେଣ୍ଡ ଫେରୁଛି। ଫ୍ୟାଶନ୍ ଡିଜାଇନରଙ୍କ କହିବାନୁସାରେ ଏବେ ପ୍ୟାଣ୍ଟସୁଟ୍ ପାର୍ଟି ଟ୍ରେଣ୍ଡରେ ପରିଣତ ହୋଇଛି। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଯୁବପିଢ଼ି ଏବେ ଏହାକୁ ବେଶ୍ ଆପଣାଉଛନ୍ତି।
ଅଧିକ ଦେଖନ୍ତୁ