ରାଜନୀତି

କୋରୋନା ସଂକ୍ରମଣ ମାମଲାରେ ଭାରତ ପାଇଁ ବିପଦ

ସାମ୍ପ୍ରତିକ ସମୟରେ ଘାତକ କୋରୋନା ଭୂତାଣୁର ସଂକ୍ରମଣ ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ ସବୁଠାରୁ ଅଧିକ ରହିଥିବା ବେଳେ ଏହା ୩ୟ ସ୍ଥାନରେ ରହିଛି। ଅବଶ୍ୟ ଆମେରିକା ଓ ବ୍ରାଜିଲ ଯଥାକ୍ରମେ ଏକ ଓ ଦୁଇ ନମ୍ବରରେ ଅଛନ୍ତି। କିନ୍ତୁ ଭାରତରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ଅତି କମରେ ୫୦ ହଜାର ଉପରେ ରହିଛି। ଫଳସ୍ବରୂପ ଦେଶରେ ଦୁଇ ଦିନ ଭିତରେ ହିଁ ଲକ୍ଷେରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ଭାରତରେ କୋରୋନାର ଏପରି ସ୍ଥିତି ଦେଶ ପାଇଁ ବିପଦ ଘନଉଥିବାର ପୂର୍ବ ଲକ୍ଷଣ ବୋଲି ମତ ଦେଇଛନ୍ତି ସର୍ବାଧିକ ପ୍ରଭାବିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଆମେରିକାରେ ଇତିମଧ୍ୟରେ ୧ ଲକ୍ଷ ୬୦ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ହୋଇସାରିଛନ୍ତି। କିନ୍ତୁ ଆମେରିକା କ୍ରମଶଃ କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସକ୍ଷମ ହେବାରେ ଲାଗିଛି ବେଲି ଟ୍ରମ୍ପ୍ କହିଛନ୍ତି। କୋରୋନାର ମୁକାବିଲା ଦିଗରେ ଆମେରିକାର ଉଦ୍ୟମକୁ ଟ୍ରମ୍ପ୍ ପ୍ରଶଂସା କରିବା ସହ ସ୍ବାସ୍ଥ୍ୟକର୍ମୀମାନଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି।

ଏବେ ତମ୍ବୁରୁ ପ୍ରାସାଦକୁ ଯିବେ ରାମ ଲଲ୍ଲା: ମୋଦି

ପାଖାପାଖି ତିନି ଦଶନ୍ଧି ଧରି ଅଯୋଧ୍ୟାର ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ସକାଶେ ଉଦ୍ୟମ କରିଆସିଥିବା ବିଜେପିକୁ ବୁଧବାର ଭାରତୀୟଙ୍କ ସ୍ବପ୍ନ ପୂରଣ କରିବାର ସୁଯୋଗ ମିଳିଛି। ରାମ ଜନ୍ମଭୂମିରେ ବିଶାଳ ମନ୍ଦିର ନିର୍ମାଣ କରିବା ସକାଶେ ଭୂମିପୂଜା ବୁଧବାର ସମ୍ପନ୍ନ ହୋଇଛି ଓ ଖୁବଶୀଘ୍ର ଏଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭୂମିପୂଜା ଆନୁଷ୍ଠାନିକ ଭାବେ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ କୋଟି କୋଟି ଭାରତୀୟଙ୍କୁ ଶୁଭେଚ୍ଛା ଦେବା ସହ ଏବେ ରାମ ଲଲ୍ଲା ତମ୍ବୁରୁ ତାଙ୍କ ପ୍ରାସାଦକୁ ଯିବାର ସମୟ ଆସିଛି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦୀର୍ଘ ଦଶନ୍ଧି ଦଶନ୍ଧି ଧରି ରାମ ଲଲ୍ଲା ଏକ ତମ୍ବୁ ତଳେ ପୂଜା ପାଇଆସୁଥିବା ବେଳେ ବର୍ତ୍ତମାନ ଭବ୍ୟ ମନ୍ଦିରରେ ଶୋଭା ପାଇବେ। ଦେଶର କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀ ଏହି ସମୟକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ବୋଲି ମଧ୍ୟ ମୋଦି କହିଛନ୍ତି। ସେ କହିଛନ୍ତି ଯେ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ବିବାଦୀୟ ଭୂମିରେ ଏକାଧିକ ବାର ମନ୍ଦିର ନିର୍ମାଣ ହୋଇଛି ଓ ଭଙ୍ଗାଯାଇଆସିଛି। କିନ୍ତୁ ଏହି ପରମ୍ପରାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି ଓ ରାମ ମନ୍ଦିର ନିର୍ମାଣ କ୍ଷେତ୍ରରେ ଏକ ଐତିହାସିକ ସଫଳତା ମିଳିଛି ବୋଲି ମୋଦି କହିଛନ୍ତି।

ଭଗବାନ ରାମ ପ୍ରେମ ଓ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ: ରାହୁଲ୍

ବୁଧବାର ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ସମ୍ପନ୍ନ ହୋଇଛି। ଦେଶର କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ସ୍ବପ୍ନ ସାକାର ହୋଇଥିବା ବେଳେ ଏହି ପଦକ୍ଷେପକୁ ରାଜନୈତିକ ଦଳଗୁଡ଼ିକ ସ୍ବାଗତ କରିଛନ୍ତି। ଏପରିକି ବିରୋଧୀ କଂଗ୍ରେସ ପକ୍ଷରୁ ମଙ୍ଗଳବାର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏକ ବିବୃତି ଜାରି କରି ରାମ ମନ୍ଦିର ଭୂମିପୂଜା ଦେଶବାସୀଙ୍କ ମଧ୍ୟରେ ଭ୍ରାତୃଭାବ ଓ ସଦିଚ୍ଛାର ସୂତ୍ରରୁ ଅଧିକ ମଜଭୁତ କରିପାରିବ ବୋଲି କହିଥିଲେ। ବୁଧବାର ଦଳର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧି ମଧ୍ୟ ଟ୍ବିଟ୍ କରି ରାମ ମନ୍ଦିର ଭୂମିପୂଜା ଉତ୍ସବକୁ ଏକ ପବିତ୍ର ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିବା ସହ ପ୍ରଭୁ ଶ୍ରୀରାମ ସବୁବେଳେ ପ୍ରେମ, ସ୍ନେହ, ଭକ୍ତି ଓ ନ୍ୟାୟର ପ୍ରତୀକ ରହିଆସିଛନ୍ତି ବୋଲି ମତ ଦେଇଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ମଧ୍ୟ ବଧେଇ ଜଣାଇଛନ୍ତି। ରାହୁଲ୍ ତାଙ୍କ ଟ୍ବିଟରେ କହିଛନ୍ତି ଯେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମ ମାନବତାର ଅପୂର୍ବ ନିଦର୍ଶନ। ଭଗବାନ ରାମ ଆମ ମନ ଭିତରେ ସବୁବେଳେ ମାନବ ସେବା ପାଇଁ ଭାବନା ସୃଷ୍ଟି କରିଆସିଛନ୍ତି। ରାମଚନ୍ଦ୍ର ପ୍ରେମର ନିଦର୍ଶନ ଓ ସେ କଦାପି ଅସୂୟା ମନୋଭାବକୁ ପ୍ରଶ୍ରୟ ଦେଇନାହାନ୍ତି। ସେ ମଧ୍ୟ କ୍ରୂରତା ଓ ଅନ୍ୟାୟ ବିରୋଧରେ ଲଢ଼େଇ କରିବାକୁ ମାନବ ସମାଜକୁ ପ୍ରେରଣା ଦେଇଆସିଛନ୍ତି ବୋଲି ରାହୁଲ୍ କହିଛନ୍ତି।

ରାମ ମନ୍ଦିର ଭୂମିପୂଜା ବେଳେ ଓୱେସୀଙ୍କ ଭିନ୍ନ ସ୍ବର: ବାବ୍ରି

ଅଗଷ୍ଟ ୫ ତାରିଖକୁ ଭାରତୀୟ ହିନ୍ଦୁ ଧର୍ମାବଲମ୍ବୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ କହିଲେ ଭୁଲ୍ ହେବ ନାହିଁ। ଅଯୋଧ୍ୟାର ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ହେବ ବୋଲି କୋଟି କୋଟି ଭାରତୀୟ ଦୀର୍ଘ ଦିନ ଧରି ସ୍ବପ୍ନ ଦେଖିଆସୁଥିଲେ ହେଁ ବୁଧବାର ଏହା ବାସ୍ତବରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମିପୂଜା କରିଛନ୍ତି। ଏପରି ଏକ ପବିତ୍ର ମୁହୂର୍ତ୍ତକୁ ରାଜନୈତିକ ଦଳଗୁଡ଼ିକ ମଧ୍ୟ ସ୍ବାଗତ କରିଛନ୍ତି ଓ ରାମ ମନ୍ଦିର ନିର୍ମାଣ ହେଲେ କୋଟି କୋଟି ଭାରତୀୟଙ୍କ ଧାର୍ମିକ ଭାବଧାରାକୁ ଉଦବୁଦ୍ଧ କରିବ ବୋଲି ବିରୋଧୀ ଦଳମାନେ ମତ ବ୍ୟକ୍ତ କରିଛନ୍ତି। କିନ୍ତୁ ରାମ ମନ୍ଦିର ଭୂମିପୂଜା ଅବସରରେ ଏଆଇଏମ୍ଆଇଏମ ସାଂସଦ ଅସଦ୍ଉଦ୍ଦିନ୍ ଓୱେସୀ ଭିନ୍ନ ରାଗ ଆଳାପ କରିଛନ୍ତି। ସେ ଅନ୍ୟାନ୍ୟ ବିରୋଧୀ ଦଳର ନେତାଙ୍କ ପରି ରାମ ମନ୍ଦିର ନିର୍ମାଣ ନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ପରିବର୍ତ୍ତେ ବାବ୍ରି ମସଜିଦର ଅସ୍ତିତ୍ବ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅଯୋଧ୍ୟା ଇତିହାସ ସହ ବାବ୍ରି ମସଜିଦ୍ ବିଗତ ଦିନରେ ଯୋଡ଼ି ହୋଇ ରହିଥିଲା, ଏବେ ମଧ୍ୟ ରହିଛି ଓ ଭବିଷ୍ୟତରେ ବି ରହିବ ବୋଲି ଟ୍ବିଟ୍ କରି ଓୱେସୀ କହିଛନ୍ତି।

ଐତିହାସିକ ମୁହୂର୍ତ୍ତ: ରାମ ମନ୍ଦିରର ଶିଳାନ୍ୟାସ କଲେ

ଯେଉଁ ଐତିହାସିକ ମୁହୂର୍ତ୍ତକୁ ସାରା ଦେଶ ପ୍ରତୀକ୍ଷା କରିଥିଲା ତାହାର ଅନ୍ତ ଘଟିଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ରାମ ମନ୍ଦିର ଲାଗି ଅନୁଷ୍ଠିତ ଏକ ନିରାଡ଼ମ୍ବର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧୁସନ୍ଥଙ୍କ ଉପସ୍ଥିତିରେ ଭୂମି ପୂଜନ କରିବା ସହ ଶିଳାନ୍ୟାସ କରିଛନ୍ତି। କୋରୋନା କଟକଣା ପାଇଁ ଭୂମି ପୂଜନ ଉତ୍ସବକୁ କାଣ୍ଟଛାଣ୍ଟ କରାଯାଇ କେବଳ ୧୭୫ ଜଣ ଅତିଥିଙ୍କୁ ଅଯୋଧ୍ୟା ଆସିବା ପାଇଁ ଅନୁମତି ମିଳିଥିଲା ବେଳେ ଅନ୍ୟ ସମସ୍ତେ ଏହି ଏତିହାସିକ ମୂହୂର୍ତ୍ତକୁ ଭିଡିଓ କନଫରେନ୍ସିଂ ଜରିଆରେ ଚର୍ମ ଚକ୍ଷୁରେ ଦେଖିବାର ସୁଯୋଗ ପାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ରାମ ମନ୍ଦିର ପାଇଁ ଗଠିତ ଟ୍ରଷ୍ଟ ମୁଖ୍ୟ ନୃତ୍ୟ ଗୋପାଳ ସିଧାସଳଖ ଭାବେ ଉତ୍ସବର ପୂଜାସ୍ଥଳିରେ ସାମିଲ ହୋଇ ହିନ୍ଦୁ ଧର୍ମାମ୍ବଲମ୍ବୀଙ୍କର ବହୁଦିନର ସ୍ବପ୍ନକୁ ସାକାର କରିଛନ୍ତି। ରାମ ମନ୍ଦିର ଆନ୍ଦୋଳନର ପୁରୋଧା ଭାବେ ପରିଚିତ ଭେଟରାନ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବରେ ସାମିଲ ହୋଇ ଜୀବଦଶାରେ ଆତ୍ମସନ୍ତୃପ୍ତି ଲାଭ କରିଛନ୍ତି।

ଅଯୋଧ୍ୟାର ହନୁମାନଗଡ଼ି ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଆଜି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ଅଯୋଧ୍ୟାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବପ୍ରଥମେ ହନୁମାନଗଡ଼ି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ସ୍ବତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ମୋଦି ସକାଳ ୯ଟା ୩୦ରେ ଦିଲ୍ଲୀରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ। ଲକ୍ଷ୍ନୌରେ ଅବତରଣ କରିବା ପରେ ହେଲିକପ୍ଟର୍ ଯୋଗେ ଅଯୋଧ୍ୟାରେ ପହଞ୍ଚିଥିଲେ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିପ୍ୟାଡ୍‌ରେ ତାଙ୍କୁ ସ୍ବାଗତ କରିଥିଲେ। କିଛି ସମୟ ପୂର୍ବରୁ ଅଯୋଧ୍ୟା ଭୂମିପୂଜନକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟୁଇଟ୍‌ କରି ଧନ୍ୟବାଦ ଜ୍ଞାପନ କରିଥିଲେ।

ଆତ୍ମସମ୍ମାନ ସହ ସାଲିସ କରିବୁନି, ଚଳିବନି ଗେହଲଟଙ୍କ

ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଏବେ ବି ଜାରି ରହିଛି। ସଚିନ ପାଇଲଟଙ୍କ ବିଦ୍ରୋହ ପରେ ଅଶୋକ ଗେହଲଟ ସରକାର ରହିବ ନା ନାହିଁ, ତାହାକୁ ନେଇ ସସପେନ୍ସ ଜାରି ରହିଥିଲା ବେଳେ ଆସନ୍ତା ୧୪ରୁ ରାଜସ୍ଥାନ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହିପରି ସ୍ଥିତିରେ ଗେହଲଟଙ୍କ କ୍ୟାମ୍ପ ଓ ପାଇଲଟଙ୍କ କ୍ୟାମ୍ପ ମଧ୍ୟରେ ଛକାପଞ୍ଝା ଓ ବୟାନବାଜି ଅବ୍ୟାହତ ରହିଛି। ପାଇଲଟଙ୍କ ସହ ସାମିଲ ହୋଇଥିବା ୬ ଥରର ବିଧାୟକ ମେହରାମ ଚୌଧୁରୀ କହିଛନ୍ତି ଯେ ଆମେ ଆମର ଆତ୍ମସମ୍ମାନକୁ ବଳି ଦେଇ ପାରିବୁ ନାହିଁ। ଗେହଲଟଙ୍କ ଏକଛତ୍ରବାଦୀ କାର୍ଯ୍ୟକଳାପକୁ ଆମେ ଗ୍ରହଣ କରିପାରିବୁ ନାହିଁ। ସେ ଯେଉଁପରି ଶୈଳୀରେ ସରକାର ପରିଚାଳନା କରୁଛନ୍ତି, ତାହା ମଧ୍ୟ ଗ୍ରହଣୀୟ ନୁହେଁ। ଆମେ ତାଙ୍କ ନେତୃତ୍ବକୁ ମାନି ପାରିବୁ ନାହିଁ। ଆମର ଲଢ଼େଇ ଗେହଲଟଙ୍କ ବିରୋଧରେ, କେନ୍ଦ୍ରୀୟ ନେତୃତ୍ବପ ବିରୋଧରେ ନୁହେଁ ବୋଲି କହିଛନ୍ତି ବିଦ୍ରୋହୀ ବିଧାୟକ ହେମରାମ ଚୌଧୁରୀ।

ଆଜି ଶ୍ରୀରାମ ମନ୍ଦିରର ଭୂମିପୂଜନ: ଶିଳାନ୍ୟାସ କରିବେ

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଅଗଷ୍ଟ ୫ ତାରିଖ, ବୁଧବାର ଭୂମି ପୂଜନ ହେବ। ଭୁମିପୂଜନ ସମାରୋହ ୧୨ଟା ୩୦ ମିନିଟରେ ଆରମ୍ଭ ହୋଇ ୧୨ଟା ୪୫ ମିନିଟରେ ଶେଷ ହେବ। ତେବେ ଶିଳାନ୍ୟାସ ପାଇଁ ମାତ୍ର ୩୨ ସେକେଣ୍ଡ୍‌ର ଶୁଭ ମୁହୂର୍ତ୍ତ ରହିଛି। ୧୨ଟା ୪ ମିନିଟ ୮ ସେକେଣ୍ଡରୁ ୧୨ଟା ୪ ମିନିଟ ୪୦ ସେକେଣ୍ଡ ସମୟ ମଧ୍ୟରେ ଶୁଭ ମୁହୂର୍ତ୍ତ ରହିଛି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀହନୁମାନଗଡ଼ି ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ଶ୍ରୀରାମ ଜନ୍ମଭୂମିଠାରେ ଭଗବାନ ରାମଲାଲାଙ୍କର ପୂଜା କରିବେ। ଏହାପରେ ସେ ଏକ ପାରିଜାତ ଚାରା ରୋପଣ କରିବେ ଏବଂ ଭୂମିପୂଜନ କାର୍ଯ୍ୟକ୍ରମ ଆରମ୍ଭ ହେବ।

ରାମ ମନ୍ଦିର ଭୂମିପୂଜା ଜାତୀୟ ଏକତାର ପ୍ରତୀକ: ପ୍ରିୟଙ୍କା ଗାନ୍ଧି

ବୁଧବାର ଅଯୋଧ୍ୟାର ରାମ ଜନ୍ମଭୂମିଠାରେ ପ୍ରଭୁ ଶ୍ରୀରାମଙ୍କ ବିଶାଳ ମନ୍ଦିର ନିର୍ମାଣ ସକାଶେ ଭୂମିପୂଜା ଆୟୋଜିତ ହୋଇଛି। ଏହି ଭୂମିପୂଜା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭବ୍ୟ ମନ୍ଦିରର ଶିଳାନ୍ୟାସ କରିବେ। ଏଥିସହ ଦେଶର କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଦୁଇ ଦଶନ୍ଧିର ସ୍ବପ୍ନ ପୂରଣ ହେବ। ତେବେ ଏହି ରାମ ମନ୍ଦିର ଭୂମିପୂଜା ଉତ୍ସବ ଦେଶର ଜାତୀୟ ପ୍ରତୀକ ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମତ ଦେଇଛନ୍ତି। ଭୂମିପୂଜା ଉତ୍ସବର କେଇ ଘଣ୍ଟା ପୂର୍ବରୁ କଂଗ୍ରେସ ପକ୍ଷରୁ ଜାରି ଏକ ବିବୃତିରେ ପ୍ରିୟଙ୍କା ଏହା କହିଛନ୍ତି। ସେ କହିଛନ୍ତି ଯେ ଭୂମିପୂଜା ଉତ୍ସବ ଦେଶର ଜନସାଧାରଣଙ୍କ ମଧ୍ୟରେ ଏକତା ଭାବ ଉଦବୁଦ୍ଧ କରିବା ସହ ବନ୍ଧୁତା ଓ ଭ୍ରାତୃଭାବ ସୃଷ୍ଟି କରିପାରିବ। ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ କୃପା ବଳରେ ଏହି ଭୂମିପୂଜା ଦେଶରେ ଏକତାର ସୂତ୍ରରୁ ଅଧିକ ଦୃଢ଼ କରିପାରିବ। ମନ୍ଦିରର ଶିଳାନ୍ୟାସ ବାସ୍ତବରେ ଦେଶର ଜନସାଧାରଣଙ୍କ ମଧ୍ୟରେ ଭ୍ରାତୃଭାବ ଓ ବନ୍ଧୁତା ମନୋଭାବର ଶିଳାନ୍ୟାସ କରିପାରିବ ବୋଲି ପ୍ରିୟଙ୍କା କହିଛନ୍ତି।

ଶହୀଦଙ୍କୁ ପ୍ରାପ୍ୟ ପ୍ରଦାନରେ ଅବହେଳା ବରଦାସ୍ତ କରାଯିବ
ଟିକଟକର ମାଲିକଙ୍କୁ ୪୫ ଦିନ ସମୟ ଦେଲେ ଟ୍ରମ୍ପ

ଚୀନର ଆପ ଟିକଟକ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ଚୀନର ବାଇଟଡ୍ୟାନ୍ସ ମାଲିକାନାରେ ଥିବା ଟିକଟକକୁ ଆମେରିକାର ମାଇକ୍ରୋସଫ୍ଟ କର୍ପ ସହ ୪୫ ଦିନ ଭିତରେ ଚୁକ୍ତିନାମା କରିବା ପାଇଁ ଅନୁମତି ଦେଇଥିବା ସୂଚନା ମିଳିଛି। ଶର୍ଟ ଭିଡିଓ ପ୍ରଦର୍ଶନ କରୁଥିବା ଏହି ଟିକଟକ୍ ଆପ ଦ୍ବାରା ଦେଶର ନିରାପତ୍ତା ବିପନ୍ନ ଆଶଙ୍କା କରି ଟ୍ରମ୍ପ୍ ଏହାକୁ ବ୍ୟାନ କରିବା ପାଇଁ ଘୋଷଣା କରିଥିଲେ। ମାତ୍ର ଏହି ଆପକୁ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ି ଆପଣାଇ ସାରିଥିବାରୁ ଏହାର ପ୍ରଭାବସେମାନଙ୍କ ଉପରେ ପଡ଼ିବ ବୋଲି ଟମ୍ପଙ୍କୁ ବୁଝାଯିବା ପରେ ସେ ତାଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଆସୁଥିବାରୁ ଟ୍ରମ୍ପ ଦେଶର ଯୁବ ପିଢ଼ିଙ୍କୁ ନିରାଶ କରିବାକୁ ଇଚ୍ଛା ପ୍ରକାଶ କରି ନ ଥିବା କୁହାଯାଉଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ