ଭାରତରେ କୁଲ୍ପ୍ୟାଡ ପକ୍ଷରୁ ମାର୍ଚ୍ଚ ୧୬ରେ କୁଲପ୍ୟାଡ ନୋଟ ୫ ଲାଇଟ୍ ବ୍ରାଣ୍ଡ୍ର ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି। ସେପ୍ଟେମ୍ବର ୨୦୧୬ରେ ଲଞ୍ଚ ହୋଇଥିବା କୁଲପ୍ୟାଡ ନୋଟ ୫ ସ୍ମାର୍ଟଫୋନର ଏହା ବେସିକ୍ ଭର୍ସନ। ମାର୍ଚ୍ଚ ୨୧ରୁ ଆମାଜନ ଇଣ୍ଡିଆ ଇ-କମର୍ସ ସାଇଟ୍ରେ ସ୍ବତନ୍ତ୍ର ଭାବେ ଏହାର ବିକ୍ରି ଆରମ୍ଭ ହେବ। ୮,୧୯୯ ଟଙ୍କା ମୂଲ୍ୟର ଏହି ସ୍ମାର୍ଟଫୋନ୍ଟି ଏବେ ଗୋଲ୍ଡ ଓ ଗ୍ରେ ରଙ୍ଗରେ ଉପଲବ୍ଧ।
ସୋନୀର ନୂଆ ସାଇବର-ଶଟ୍ ଏଚ୍ଏକ୍ସ ୩୫୦ ସୁପର-ଜୁମ୍ କ୍ୟାମେରା ୨୦୧୬ ଡିସେମ୍ବରରେ ୟୁରୋପରେ ବଜାର ପ୍ରବେଶ କରିଥିବା ବେଳେ ଏବେ ଭାରତୀୟ ବଜାରରେ ଉପଲବ୍ଧ। ସୋନୀ ସାଇବର-ଶଟ୍ ଏଚ୍ଏକ୍ସ୩୦୦ ମଡେଲ ପରେ ଏବେ ଏହା ବଜାରକୁ ଆସିଛି। ଭାରତରେ ଏହାର ବଜାର ଦର ୨୮,୯୯୦ ଟଙ୍କା ଥିବା ବେଳେ ୟୁରୋପରେ ପ୍ରାୟ ୩୨,୬୦୦ ଟଙ୍କା (୪୪୯ ୟୁରୋ) ରହିଛି।
ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର କେନ୍ଦ୍ରଠାରେ ଏକାଥରେ ୧୦୪ଟି ଉପଗ୍ରହର ବ୍ୟାବସାୟିକ ଉତ୍କ୍ଷେପଣ କରିଛି ଇସ୍ରୋ। ଫେବୃଆରୀ ୧୫ରେ ଏହି ଐତିହାସିକ ସଫଳତା ହାସଲ କରିଥିଲା ଇସ୍ରୋ। ଅତ୍ୟାଧୁନିକ ପିଏସ୍ଏଲ୍ଭି-ସି୩୭ (ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ-ସି୩୭) ମାଧ୍ୟମରେ ଏହି ଉତ୍କ୍ଷେପଣ କାର୍ଯ୍ୟ ସମ୍ପାଦିତ ହୋଇଛି। ଆଗକୁ ପ୍ରଧାନମନ୍ତ୍ରୀଙ୍କ ପସନ୍ଦର ପ୍ରକଳ୍ପ ସାଉଥ୍ ଏସିଆନ ସାଟେଲାଇଟ୍ ଓ ଏପ୍ରିଲରେ ଜିଏସ୍ଏଲ୍ଭି-ମାର୍କ ୩ ଯୋଗେ ସ୍ବଦେଶୀ କମ୍ୟୁନିକେସନ ସାଟେଲାଇଟ୍ ଜିସାଟ୍ ୧୯ର ଉତ୍କ୍ଷେପଣ କରାଯିବ।
ଅଧିକ ଦେଖନ୍ତୁ