କରନଙ୍କ ବିରୋଧରେ ଅଭିଯୋଗ ଆଣିଲେ ମଧୁର


କରନ ଜୋହର ଏବଂ ମଧୁର ଭଣ୍ଡାରକର (ଫାଇଲ ଫଟୋ)
ବଲିଉଡର ଦୁଇ ନାମକରା ନିର୍ଦେଶକ ଓ ନିର୍ମାତାଙ୍କ ବିରୋଧରେ ଏକ ବଡ଼ ଧରଣର ଝଗଡ଼ା ଆରମ୍ଭ ହୋଇଯାଇଛି। ନିର୍ଦେଶକ ମଧୁର ଭଣ୍ଡାରକର ଓ ଫିଲ୍ମ ନିର୍ମାତା କରନ ଜୋହରଙ୍କ ମଧ୍ୟରେ ଟାଇଟଲକୁ ନେଇ ଝଗଡ଼ା ଆରମ୍ଭ ହୋଇଯାଇଛି। ଏହାପରେ ଏହି ଝଗଡ଼ାରେ ଏବେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକମାନେ ମଧ୍ୟ ପ୍ରବେଶ କରିଛନ୍ତି। କରନଙ୍କ ଚର୍ଚ୍ଚିତ ଶୋ’ କଫି ୱିଥ କରନକୁ ବ୍ୟାନ କରିବା ଦାବି କରୁଛନ୍ତି।

ସୂଚନାଯୋଗ୍ୟ ଯେ ମଧୁର ଭଣ୍ଡାରକର କରନ ଜୋହରଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ସେ ତାଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଆଗାମୀ ରିଅଲିଟି ଶୋ’ର ନାମ ତାଙ୍କ ଫିଲ୍ମର ନାମ ଉପରେ ରଖାଯାଇଛି। ଏବେ କରନଙ୍କୁ ନିଜ ଶୋ’ର ନାମ ବଦଳାଇବାକୁ ମଧୁର ଅନୁରୋଧ କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ କରନଙ୍କ ପକ୍ଷରୁ କୌଣସି ଜବାବ ଆସି ନାହିଁ।

ମଧୁର ଟ୍ବିଟ କରି କହିଛନ୍ତି, ପ୍ରିୟ କରନ ଜୋହର ଓ ଅପୂର୍ବ ମେହତା ମତେ ୱେବ ପାଇଁ ‘ବଲିଉଡ ଭାଇଭସ’ ଟାଇଟଲ ମାଗିଥିଲ ଯାହାକୁ ମୁଁ ମନା କରି ଦେଇଥିଲି। କାରଣ ମୋର ପ୍ରୋଜେକ୍ଟ ଏବେ ନିର୍ମାଣଧୀନ ରହିଛି। ଏହା ନୈତିକ ଓ ସିଦ୍ଧାନ୍ତିକ ଦୃଷ୍ଟିରୁ ଭୁଲ ଯେ ଆପଣ ଏହି ଟାଇଟଲକୁ ‘ଦ ଫ୍ୟାବୁଲସ ଲାଇଭସ ଅଫ ବଲିଉଡ ଭାଇଭସ’ ଭାବେ ସାମାନ୍ୟ ପରିବର୍ତ୍ତନ କରି ବ୍ୟବହାର କରିଛନ୍ତି। ଦୟାକରି ମୋର ପ୍ରୋଜେକ୍ଟକୁ ଖରାପ କରନ୍ତୁ ନାହିଁ। ଆପଣ ନିଜ ଶୀର୍ଷକ ବଦଳାଇବାକୁ ବିନମ୍ର ଅନୁରୋଧ ବୋଲି ମଧୁର ଲେଖିଛନ୍ତି। ସୁଶାନ୍ତଙ୍କ ପ୍ରଶଂସକମାନେ ପୂର୍ବରୁ କରନଙ୍କ ଉପରେ ରାଗିଛନ୍ତି। ଏହି କାରଣରୁ ଏବେ ସେମାନଙ୍କୁ କରନଙ୍କୁ ଟ୍ରୋଲ କରିବା ପାଇଁ ଆହୁରି ଏକ କାରଣ ମିଳିଯାଇଛି। ସୁଶାନ୍ତଙ୍କ ପ୍ରଂଶସକମାନେ କରନଙ୍କ ବିରୋଧରେ ଏକ ପିଟିସନ ସାଇନ କରି କ୍ୟାନସଲ କଫି ଉଇଥ କରନ ଅଭିଯାନ ଚଳାଇଛନ୍ତି। ଏପର୍ଯ୍ୟନ୍ତ ୨୮୦୦ରୁ ଅଧିକ ଲୋକ ଏହି ପିଟିସନ ସାଇନ କରିସାରିଲେଣି। ଏବେ ଦେଖିବାକୁ ବାକି ରହିଲା ଏହି ମାମଲା ଏବେ କେଉଁ ମୋଡ଼ ନେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ