ସୀମା ବିବାଦ: ବିବାଦୀୟ ସ୍ଥାନରେ ଗାର ଟାଣି ପତାକା ଉଡ଼ାଇଲା ଆନ୍ଧ୍ର


ଆନ୍ଧ୍ର ପକ୍ଷରୁ ବିବାଦୀୟ ସ୍ଥାନରେ ପତାକା ଲଗାଯିବା ସହ ଚୂନ ମରାଯାଇଛି
ଗତ କିଛିଦିନ ଧରି ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ତୀବ୍ର ହୋଇଛି। ବାରମ୍ବାର ଓଡ଼ିଶା ସୀମା ଭିତରେ ପଶି ନିଜର ବୋଲି ଦାବି କରୁଛି ଆନ୍ଧ୍ର। କେଉଁଠି ପୋଖରୀ ଖୋଳୁଛି ତ ଆଉ କେଉଁଠି ରାସ୍ତା ନିର୍ମାଣ କରି ଦାଦାଗିରି ଦେଖାଉଛି। ଏପରିକି ଆନ୍ଧ୍ର ପକ୍ଷରୁ ସୀମାରେ ଧଳା ଚୂନରେ ଗାର ଟଣା ଯାଇ ଧଳା ପତାକା ପୋତା ଯାଇଛି। ସୀମାବର୍ତ୍ତି ଅଞ୍ଚଳରେ ରାସ୍ତା କଡ଼ରେ ପଥର ରଖି ଅସ୍ଥାୟୀ ସୀମା ଚିହ୍ନଟ କରିବା ସହ ପତାକା ମାରି ପୁଣିଥରେ ଓଡ଼ିଶାକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ। ଏପରିକି ରାସ୍ତାରେ ବର୍ଡର ମଧ୍ୟ ଲେଖିଛନ୍ତି।

ସେପେଟେ ସୀମା ବିବାଦର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଆଲୋଚନା ଚାଲିଛି। କୋରାପୁଟ ସୀମାନ୍ତ ସମ୍ବାଇ ପଞ୍ଚାୟତର ସୁନାବେଡ଼ା ଗାଁର ବିବାଦୀୟ ସ୍ଥାନକୁ ଯାଇ ସ୍ଥିତି ପରଖିବେ ଦକ୍ଷିଣାଞ୍ଚଳ ଆରଡିସି ଟି ଅପାଙ୍ଗ ଆଓ। କୋରାପୁଟ ସ୍ୱତନ୍ତ୍ର ସର୍କିଟ୍‌ ହାଉସରେ ଜିଲ୍ଲାର ଅଧିକାରୀଙ୍କୁ ନେଇ ଆରଡିସି ଆଲୋଚନା କରିଛନ୍ତି। ବିଶେଷ କରି କୋଟିଆରେ ଆନ୍ଧ୍ର ପକ୍ଷରୁ ପୋଖରୀ ଖନନ କରାଯାଉଥିବା ଓ ସମ୍ବାଇ ପଞ୍ଚାୟତ ସୀମାନ୍ତକୁ ନେଇ ଉପୁଜିଥିବା ବିବାଦର ସମୀକ୍ଷା କରିଛନ୍ତି।

ଆନ୍ଧ୍ର ପ୍ରଦେଶର ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧକୁ ହଟାଯିବା ପରେ ଗତ ଗୁରୁବାର କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ରାଜସ୍ୱ ଅଧିକାରୀ ସୀମା ଅଞ୍ଚଳକୁ ଯାଇ ମାପଚୁପ ଆରମ୍ଭ କରିଥିଲେ। ସୀମାରେ ଥିବା ଓଡ଼ିଶାର ସୀମା ସୂଚକ ପଥର ସ୍ତମ୍ଭକୁ ମଧ୍ୟ ଠାବ କରିଥିବା ସେମାନେ ଜଣାଇଥିଲେ। ଓଡ଼ିଶା ପଟରୁ ୫ ଜଣିଆ ଟିମ୍ ଯାଇ ଓଡ଼ିଶା ସୀମାରେ ଥିବା ଖୁଣ୍ଟ ମଧ୍ୟ ଚିହ୍ନଟ କରିଛନ୍ତି। ଏହାପରେ ଗତକାଲି ଆନ୍ଧ୍ର ପ୍ରଦେଶ ତରଫରୁ ମଧ୍ୟ ଅନୁରୂପ ଭାବେ ସୀମାରେ ଧଳା ଚୂନରେ ଏକ ଗାର ଟାଣି ଧଳା ପତକା ଉଡ଼ାଯାଇଥିବା ଦେଖାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ