ଓଡ଼ିଶା ଜେଲରେ କଏଦୀଙ୍କ ଭିଡ଼

ରାଜ୍ୟର ସବଜେଲ ଗୁଡ଼ିକରେ ରହିଛନ୍ତି ଦେଶର ସର୍ବାଧିକ କଏଦୀ

ଜେଲରେ କଏଦୀଙ୍କ ଭିଡ଼ (ପ୍ରତୀକାତ୍ମକ ଫଟୋ)
ଓଡ଼ିଶାର ସବଜେଲ ଗୁଡ଼ିକରେ ଦେଶର ସର୍ବାଧିକ କଏଦୀ ଅଛନ୍ତି। ରାଜ୍ୟର ସବଜେଲ ଗୁଡ଼ିକରେ ୮,୪୩୨ କଏଦୀ ଥିବା ବେଳେ ମଧ୍ୟ ପ୍ରଦେଶ ଏଭଳି ମାମଲାରେ ରହିଛି ଦ୍ବିତୀୟ ସ୍ଥାନରେ ଓ ରାଜସ୍ଥାନ ତ୍‌ତୀୟରେ। ମଧ୍ୟ ପ୍ରଦେଶର ସବଜେଲ ଗୁଡ଼ିକରେ ୬,୬୨୨ କଏଦୀ ଥିବାବେଳେ ରାଜସ୍ଥାନର କାରାଗାରରେ ଅଛନ୍ତି ୩,୩୮୫ କଏଦୀ। ଏଭଳି ତଥ୍ୟ ଜାତୀୟ ଅପରାଧିକ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ ପ୍ରକାଶିତ ପ୍ରିଜନର୍ସ ଷ୍ଟାଟିଷ୍ଟିକସ ଅଫ ଇଣ୍ଡିଆ ରିପୋର୍ଟରୁ ଏହା ଜଣାପଡ଼ିଛି। ରାଜ୍ୟର ଜେଲ ଗୁଡ଼ିକରେ କ୍ଷମତା ଠାରୁ ଅଧିକ ସଂଖ୍ୟକ କଏଦୀଙ୍କୁ ରଖାଯିବା ଦ୍ବାରା ସେମାନଙ୍କର ସ୍ବାସ୍ଥ୍ୟ ଓ ଜେଲ ସୁରକ୍ଷା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସ୍‌ଷ୍ଟି ହୋଇଛି।

ଓଡ଼ିଶାରେ ସମୁଦାୟ ୯୧ ଜେଲ। ୫ କେନ୍ଦ୍ରୀୟ କାରାଗାର, ୯ ଜିଲା ଜେଲ, ୭୩ ସବଜେଲ, ଗୋଟିଏ ମହିଳା ଜେଲ, ଗୋଟିଏ ମୁକ୍ତାକାଶ ଜେଲ ଓ ଦୁଇଟି ସ୍ବତନ୍ତ୍ର କାରାଗାର। ଅଧିକାଂଶ ଜେଲରେ କ୍ଷମତା ଠାରୁ ବେଳେ ବେଳେ ଅଧିକ କଏଦୀ ରଖାଯାଉଥିବାର ଦ୍‌ଶ୍ୟ ସାମ୍ନାକୁ ଆସିଛି। ରାଉରକେଲା ଓ ଭୁବନେଶ୍ବରରେ ଦୁଇଟି ସ୍ବତନ୍ତ୍ର ଜେଲ ରହିଛି। ଏଥିରେ ୧୨୩୬ କଏଦୀ ରହୁଛନ୍ତି। ଦୁଇଟି ସ୍ବତନ୍ତ୍ର ଜେଲର କଏଦୀଙ୍କ ସଂଖ୍ୟା ଦ୍‌ଷ୍ଟିରୁ ଓଡ଼ିଶାର ଏହି ଦୁଇ ଜେଲର କଏଦୀ ସଂଖ୍ୟା ଦେଶରେ ସର୍ବାଧିକ। ସେହିପରି ବାରିପଦା, ସମ୍ବଲପୁର, ରାଉରକେଲା, ବାଣପୁର, ବଡ଼ବିଲ ଠାରେ ୫ଟି ସ୍ବତନ୍ତ୍ର ଜେଲ ରହିଛି। ଏଗୁଡ଼ିକର ମୋଟ କ୍ଷମତା ୩୧୨୬। କିନ୍ତୁ ବିଡ଼ମ୍ବନାର କଥା, ସେଗୁଡ଼ିକର ମୋଟ କଏଦୀଙ୍କ ସଂଖ୍ୟା ଗତ ମାର୍ଚ୍ଚ ମାସରେ ଥିଲା ୩୮୫୯। ସେହିପରି ୯ ଜିଲା ଜେଲର ଧାରଣ କ୍ଷମତା ୩୫୪୩। କିନ୍ତୁ ସେଠାରେ କଏଦୀ ଅଛନ୍ତି ୩୯୪୯। ରାଜ୍ୟର ବିଭିନ୍ନ ଜିଲାରେ ଥିବା ଜେଲ ଗୁଡ଼ିକରେ ୨୭ ମହିଳା ବନ୍ଦୀ ଓ ସେମାନଙ୍କର ୧୮ ଶିଶୁ ସଜା ଭୋଗୁଛନ୍ତି। ଗତବର୍ଷ ୫୩ ଜଣ କଏଦୀ ରାଜ୍ୟର ବିଭିନ୍ନ ଜେଲରେ ପ୍ରାଣ ହରାଇଛନ୍ତି। ୨୦ ମାର୍ଚ୍ଚ ୨୦୨୦ରୁ ୨୦ ଜୁଲାଇ ୨୦୨୦ ମଧ୍ୟରେ ଆମ ରାଜ୍ୟର ଜେଲ ଗୁଡ଼ିକରୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ କୋରୋନା ସଂକ୍ରମଣର ଭୟାବହତାକୁ ଦ୍‌ଷ୍ଟିରେ ରଖି ୧୬,୭୮୯ ଜଣ ବନ୍ଦୀଙ୍କୁ ଜାମିନରେ ଛଡ଼ାଯାଇଥିଲା। ଜେଲ ଭିତରେ ଭିଡ଼କୁ ହ୍ରାସ କରିବା ପାଇଁ ଅଧିକ ଭିଡ଼ ଥିବା ଜେଲରୁ କମ ଭିଡ଼ ଥିବା ଜେଲକୁ ୧୨୦୨ ଜଣ ବନ୍ଦୀଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୧୫୦ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବନ୍ଦୀଙ୍କୁ ପାରୋଲରେ ପଠାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜେଲ ଗୁଡ଼ିକରେ ପୁଣି ଭିଡ଼ ଦେଖିବାକୁ ମିଳିଛି।

ଏସବୁ ସତ୍ତ୍ବେ ରାଜ୍ୟର ବ୍ରହ୍ମପୁର, ପୁରୀ ଓ କୋରାପୁଟ ଜେଲରେ ୨୦୦ ପାଖାପାଖି କଏଦୀ କୋରୋନା ସଂକ୍ରମିତ ହୋଇଥିବା ସୂଚନା ଜଣାପଡ଼ିଥିଲା। ଗୋଟିଏ ଜେଲ ପରିସରରେ କ୍ଷମତା ଠାରୁ ଅଧିକ କଏଦୀ ରଖିବା ମାନବିକ ଅଧିକାର ଉଲ୍ଲଂଘନ ବୋଲି ସୁପ୍ରିମକୋର୍ଟ ମତ ପୋଷଣ କରୁଥିବା ବେଳେ କମ ଜାଗାରେ ଅଧିକ କଏଦୀ ରଖିବା ସ୍ବାସ୍ଥ୍ୟ ଓ ଜେଲ ସୁରକ୍ଷା ଉପରେ ପ୍ରଶ୍ନବାଚୀ। ବେଳେ ବେଳେ ଗୋଟିଏ ଗୋଟିଏ ସ୍ଥାନର ଆଇନଶ୍‌ଙ୍ଖଳା ପରିସ୍ଥିତି ଆଖପାଖ ଜେଲର କ୍ଷମତା ପ୍ରତି ବିପଦ ସ୍‌ଷ୍ଟି କରିଥାଏ। ଯେପରି ୨୦୧୯ରେ ଯାଜପୁର ରୋଡ଼ ଜେଲରେ ଦେଖିବାକୁ ମିଳିଥିଲା। ଆଇନଜୀବୀଙ୍କ ଆନ୍ଦୋଳନ ସମୟରେ ସେହି ଜେଲରେ ୫୨୦ କଏଦୀ ରହୁଥିବା ଦ୍‌ଶ୍ୟ ସାମ୍ନାକୁ ଆସିଥିଲା। ସେଥିରୁ ୪୮୫ ଜଣ ବିଚାରାଧୀନ କଏଦୀ ଥିବା ବେଳେ ମାତ୍ର ୨୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀ ଥିଲେ। ଅନେକ ସମୟରେ ଜାମିନ ସତ୍ତ୍ବେ କଏଦୀଙ୍କୁ କାରାଗାର ମୁକ୍ତ ନ କରିବା ଓ କାରାଗାରରୁ ମୁକ୍ତ ପାଇଁ ନିର୍ଦେଶ ସତ୍ତ୍ବେ ଆବଶ୍ୟକୀୟ ଜାମିଦାର ଯୋଗାଡ଼ କରି ନ ପାରିବା ଭଳି ଘଟଣା ଦେଖାଯାଉଛି। ୧୯୯୦ରେ କନ୍ଧମାଳର ଏକ ମାମଲାରେ ସେସନ୍ସ ଜଜ ପ୍ରଦୀପ ନାଏକଙ୍କୁ ଜେଲ ଦଣ୍ଡ ଦେଇଥିଲେ। ପ୍ରଦୀପ ନିର୍ଦ୍ଦୋଷ ବୋଲି ୧୯୯୪ରେ ହାଇକୋର୍ଟ ରାୟ ଶୁଣାଇଲେ। ହାଇକୋର୍ଟଙ୍କ ରାୟ ସେସନ୍ସ ଜଜଙ୍କ ପାଖରେ ପହଞ୍ଚି କାର୍ଯ୍ୟକାରୀ ହୋଇ ଫୁଲବାଣୀ ଜେଲରୁ ପ୍ରଦୀପଙ୍କୁ ଖଲାସ କରିବା ପାଇଁ ଆଉ ୮ ବର୍ଷ ସମୟ ଲାଗିଲା। ପ୍ରଦୀପଙ୍କ ଭଳି ଅନେକ ଚରିତ୍ର ମଧ୍ୟ କାରାଗାର ଭିତରେ ଯେ ନ ଥିବେ କହି ହେଉନି। ମାସ ମାସ ଧରି ମାମଲା ଚାଲୁଛି। ପୋଲିସ ଚାର୍ଜଶିଟ ଦେବା, ସାକ୍ଷ୍ୟ ପ୍ରମାଣ ଠିକ ସମୟରେ ଉପସ୍ଥାପିତ କରାଯିବା ଓ ରାୟ ପ୍ରକାଶ ହେବା ବିଳମ୍ବିତ ହେଉଥିବାରୁ ମାମଲାର ପାହାଡ଼ ତିଆରି ହୋଇଯାଉଛି ଏବଂ ଲକ୍ଷ ଲକ୍ଷ ବିଚାରାଧୀନ କଏଦୀ ଜେଲ ହାଜତରେ ରହିବାକୁ ବାଧ୍ୟ ହେଉଛନ୍ତି।

୭୮ ବର୍ଷ ପରେି ଜାଗିଛି ଆଶା
କଏଦୀଙ୍କ ଅଧିକାର ପ୍ରତି ସଚେଚନ ହୋଇ ଓଡ଼ିଶା ସରକାର ୭୮ ବର୍ଷ ତଳର ଜେଲ ମାନୁଆଲ ସଂଶୋଧନ କରିଛନ୍ତି। ଏଥିରେ ବିଭିନ୍ନ ଜେଲର କ୍ଷମତା ନିର୍ଦ୍ଧାରଣ କରାଯାଇଛି। ସର୍କଲ ଜେଲରେ ୧ ହଜାର, ଜିଲା ଜେଲରେ ୫ ଶହ ଓ ସବଜେଲରେ ୩ ଶହ କଏଦୀ ରହିପାରିବେ ବୋଲି ନୂଆ ନିୟମ କରାଯାଇଛି। ପ୍ରତି ୬ ଜଣ କଏଦୀ ପାଇଁ ଜଣେ ସୁରକ୍ଷାକର୍ମୀ ରହିବେ। ନିଶାଗ୍ରସ୍ତ କଏଦୀଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା କରାଯିବ। ଜେଲରୁ ଫେରାର, ଜେଲ ଭାଙ୍ଗିବା, ଗ୍ୟାଙ୍ଗୱାରର ମୁକାବିଲା ନିମନ୍ତେ ଏସଓପି ଜାରି ହେବ। ମହିଳା କଏଦୀ ଜନ୍ମ ଦେଉଥିବା ସନ୍ତାନର ଜନ୍ମସ୍ଥାନ ଜାଗାରେ ପୂର୍ବଭଳି ଜେଲ ବୋଲି ଲେଖାଯିବ ନାହିଁ। ଏସବୁ ହେଲେ ଭିଡ଼ କମିବ ଓ ସୁପ୍ରିମକୋର୍ଟଙ୍କ ‘ଡିଫଲ୍ଟ ବେଲ’ ନୀତି କାର୍ଯ୍ୟକାରୀ ଏହାକୁ ସୁହାଇବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ