ନିଆରା ଝରଣା: ତଳୁ ଉପରକୁ ଆରାମରେ ଚଢ଼ିହୁଏ


ବୁଆ ଥୋଙ୍ଗ ଝରଣା (ଫାଇଲ ଫଟୋ)
ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି, ଯାହା କିଛି ବିଶେଷ କାରଣ ପାଇଁ ଲୋକଙ୍କ ମଧ୍ୟରେ ଲୋକପ୍ରିୟ। ଏଠାରେ ଏଭଳି ଏକ ଝରଣା ସମ୍ପର୍କରେ ସୂଚନା ଦିଆଯାଇଛି ଯାହା ଉପରେ ଆପଣ ନ ଖସି ନିମ୍ନରୁ ଉପରକୁ ଆରାମରେ ଚଢ଼ି ପାରିବେ। ସାଧାରଣତଃ ଅନ୍ୟ ଝରଣାରେ ଏଭଳି ସମ୍ଭବ ହୋଇ ନ ଥାଏ। କାରଣ ଗୋଡ଼ ଖସିବା କାରଣରୁ ଆଘାତ ଲାଗିବାର ସମ୍ଭାବନା ଅଧିକ ଥାଏ।

ବୁଆ ଥୋଙ୍ଗ ନାମକ ଏହି ଝରଣା ଥାଇଲାଣ୍ଡରେ ଅବସ୍ଥିତ। ଏହି ଝରଣା ଏତେ ନିଆରା ଯେ ଝରୁଥିବା ପାଣିରେ ଆରାମରେ ଦୌଡ଼ି ଚଢ଼ି ହେବ। ୩୩୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଝରଣାକୁ ଚିପଚିପା ଝରଣା ମଧ୍ୟ କୁହାଯାଏ। ସବୁଠାରୁ ଖାସ କଥା ହେଉଛି ଯେ ଚଟାଣରେ ବହୁଥିବା ଏହି ଝରଣାର ପାଣି ସ୍ବଚ୍ଛ ନଜର ଆସିଥାଏ। ଯଦି କାହାରିକୁ ଏହି ଝରଣା ଉପରେ ସିଧା ଚଢ଼ିବାରେ ସମସ୍ୟା ହେଉଛି, ତେବେ ପାର୍ଶ୍ବରେ ବନ୍ଧା ଯାଇଥିବା ଦଉଡ଼ି ଧରି ଚଢ଼ିପାରିବେ ଓ ଓହ୍ଲାଇ ମଧ୍ୟ ପାରିବେ।

ବୁଆ ଥୋଙ୍ଗ ଝରଣାରେ ସହଜରେ ଗ୍ରିପ କରୁଥିବା ଲାଇମ ଷ୍ଟୋନର ଚଟାଣ ମଧ୍ୟ ରହିଛି। ଏହି ଚଟାଣ ଛୁଇଁଲେ କଠିନ ସ୍ପଞ୍ଜ ଭଳି ଅନୁଭବ ହୋଇଥାଏ। ଏହି କାରଣରୁ ନିଜକୁ ଆଘାତ ପହଞ୍ଚାଇବା ବିନା ଆପଣ ଏହି ଝରଣାରେ ଚଢ଼ିପାରିବେ। ଏହି ଝରଣାର ଜଳ ସ୍ରୋତରେ କ୍ୟାଲସିୟମର ମାତ୍ରା ଅଧିକ ରହିଛି। ଯାହା ଚଟାଣ ଉପରେ ଜମା ହୋଇଯାଏ। ଅଧିକାଂଶ ଲୋକେ ଏହି ଝରଣାରେ ନିମ୍ନରୁ ଉପରକୁ ଚଢ଼ିବାର ରୋମାଞ୍ଚ ନେବା ଲାଗି ଏଠାକୁ ଆସିଥାନ୍ତି। ଅଧିକାଂଶ ଲୋକ ଦଉଡ଼ି ନ ଧରି ଉପରକୁ ଚଢ଼ିବାକୁ ପସନ୍ଦ କରିଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ