ଅଫିସ୍‌ରେ ପୂର୍ବ ପ୍ରେମିକାଙ୍କ ସହ କାମ କରିବାକୁ ପଡ଼ିଲେ ମାନନ୍ତୁ ଏସବୁ


ପ୍ରତୀକାତ୍ମକ ଫଟୋ
ଯଦି ଆପଣ ରିଲେସନଶିପ୍‌ରେ ଅଛନ୍ତି ଓ ଆପଣଙ୍କ ପାର୍ଟନର ସହିତ ଗୋଟିଏ ଅଫିସ୍‌ରେ କାମ କରିବାକୁ ପଡ଼ୁଥାଏ ତେବେ କେତେକ ସତର୍କତା ପାଳନ କରିବା ଆବଶ୍ୟକ। କିନ୍ତୁ ଯଦି କୌଣସି ଅଫିସ୍‌ରେ ଆପଣ କାମ କରୁଥିବା ବେଳେ ଆପଣଙ୍କ ପୂର୍ବତନ ପ୍ରେମିକା ଚାକିରିରେ ଯୋଗଦିଅନ୍ତି ତେବେ ଆପଣଙ୍କ ପାଇଁ ବହୁତ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇପାରେ। ଯଦି ଏପରି କିଛି ହୁଏ ତେବେ ଏସବୁ ପରାମର୍ଶ ଗ୍ରହଣ କରନ୍ତୁ।

ସ୍ବାଭାବିକ ବ୍ୟବହାର କରନ୍ତୁ
ଯଦି କୌଣସି କାମକୁ ନେଇ ଆପଣ ପୂର୍ବତନ ପ୍ରେମିକାଙ୍କ ସାମ୍ନାସାମ୍ନି କରୁଥାନ୍ତି ତେବେ ଘାବରେଇ ଯାଆନ୍ତୁ ନାହିଁ। ଧୈର୍ଯ୍ୟର ସହ ସାମନା କରନ୍ତୁ। ପଳାୟନପନ୍ଥୀ ହେଲେ ବିପଦ କମିବା ପରିବର୍ତ୍ତେ ବଢ଼ିବ। ସ୍ବାଭାବିକ ବ୍ୟବହାର କରନ୍ତୁ। ଏହା ଯେତେ କଠିନ ହେଲେ ବି କରିବାକୁ ହିଁ ପଡ଼ିବ।

ବ୍ୟକ୍ତିଗତ କଥାବାର୍ତ୍ତା କରନ୍ତୁନି
ଆପଣ ଆପଣଙ୍କ ପୂର୍ବତନ ପ୍ରେମିକାଙ୍କ ସହ କାମ କରୁଛନ୍ତି ସତ, କିନ୍ତୁ ମନେରଖନ୍ତୁ ଯେ ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟର ନୀତି ନିୟମ ଭିତରେ ବନ୍ଧାହୋଇ ରହିଛନ୍ତି। ଯାହା ନୀତିଗତ ଓ ସଂସ୍କାରିତ ସେଭଳି ଆଚରଣ କରନ୍ତୁ। ଅତୀତର ମିଠା ସ୍କୃତିକୁ ନେଇ ବିଭୋରିତ ହୁଅନ୍ତୁ ନାହିଁ।

ଅତୀତର ସମ୍ପର୍କ କାହାକୁ କହନ୍ତୁନି
କାର୍ଯ୍ୟାଳୟର କୌଣସି କର୍ମଚାରୀଙ୍କ ଆଗରେ ନିଜ ଅତୀତର ପ୍ରେମ ପ୍ରଣୟଭରା ଜୀବନର ସ୍ମୃତି ବାଣ୍ଟନ୍ତ ନାହିଁ। ଯଦି ଆପଣ ପ୍ରେମିକାଙ୍କୁ ନେଇ କିଛି ବି କହନ୍ତି ତ ଆପଣ ଦୁହେଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିବେ।

ବିକଳ୍ପ ପ୍ରସ୍ତୁତ କରାନ୍ତୁ
କାର୍ଯ୍ୟାଳୟରେ ଯେଉଁ କାମ ଆପଣ ଆପଣଙ୍କ ପୂର୍ବ ପ୍ରେମିକାଙ୍କ ଜରିଆରେ କରାଇବା ପାଇଁ ଚାହୁଁଥାନ୍ତି ତାହା ଅନ୍ୟ କେହି କରିପାରିବେ କି ବିଚାର କରନ୍ତୁ। ଯଥାସମ୍ଭବ ଏହି କାମ ଅନ୍ୟଙ୍କ ଦ୍ବାରା କରାଇ ନିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ