ପ୍ରେମ ମାନେନି ସୀମା: ସାଧାରଣ ବ୍ୟକ୍ତିଙ୍କୁ ଭଲପାଇ ଅଡ଼ୁଆରେ ଜାପାନ ରାଜକୁମାରୀ


ପ୍ରେମିକଙ୍କ ସହ ଜାପାନ ରାଜକୁମାରୀ ମାକୋ
ପ୍ରେମରେ ପଡ଼ିଲେ ବହୁତ ଉତଥାନ ପତନ ଦେଖିବାକୁ ମିଳିଥାଏ। କୁହାଯାଏ ପ୍ରେମର କୌଣସି ସୀମା ନାହିଁ। ପ୍ରେମ ଜାତି ଧର୍ମ ଦେଖେ ନାହିଁ କିମ୍ବା ଧନୀ ଗରିବ ଦେଖେ ନାହିଁ। ଏମିତି ଏକ ପ୍ରେମକାହାଣୀ ହେଉଛି ଜାପାନର ରାଜକୁମାରୀ ମାକୋଙ୍କର। ସେ ରାଜକୁମାରୀ ହୋଇଥିଲେ ମଧ୍ୟ ଜଣେ ସାଧାରଣ ବ୍ୟକ୍ତିଙ୍କ ପ୍ରେମରେ ପଡ଼ି ଯାଇଛନ୍ତି। ଆପଣମାନଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ପ୍ରେମର ଅନୁଭବ ହିଁ ଏମିତି କିଛି ହୋଇଥାଏ।

ରାଜକୁମାରୀଙ୍କ ଡର
ଜାପାନର ରାଜକୁମାରୀ ଦେଶର ସାଧାରଣ ନାଗରିକ କେଇ କୋମୁରୋଙ୍କୁ ପ୍ରେମ କରୁଛନ୍ତି। କିନ୍ତୁ ତାଙ୍କୁ ଆହୁରି ଏକ ଡର ମଧ୍ୟ ଡରାଉଛି। ଏଥିପାଇଁ ସେ ତାଙ୍କ ବାହାଘରକୁ ବାରମ୍ବାର ଘୁଞ୍ଚାଇ ଚାଲିଛନ୍ତି। ସୂଚନାଯୋଗ୍ୟ ଯେ ରାଜକୁମାରୀ ମାକୋ ଯେଉଁ ଯୁବକଙ୍କୁ ପ୍ରେମ କରୁଛନ୍ତି, ସେ ଜାପାନର ସମୁଦ୍ର ଉପକୂଳରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା କାମ କରୁଛନ୍ତି। ରାଜକୁମାରୀ ତାଙ୍କୁ ବିବାହ କରିବାକୁ ଚାହୁଛନ୍ତି। କିନ୍ତୁ ତାଙ୍କୁ ତାଙ୍କ ପଦବୀ ହରାଇବାର ଡର ମଧ୍ୟ ରହିଛି। ରାଜ ପରିବାରର ନିୟମ ଅନୁସାରେ ଯଦି କୌଣସି ବାହାର ବ୍ୟକ୍ତିଙ୍କୁ ରାଜ ପରିବାରର ସଦସ୍ୟ ବିବାହ କରନ୍ତି, ତେବେ ତାଙ୍କୁ ତାଙ୍କର ବାକି ଜୀବନ ସାଧାରଣ ଜାପାନୀଙ୍କ ଭଳି ବିତାଇବାକୁ ପଡ଼ିବ।

ପ୍ରେମିକଙ୍କ ଠାରୁ ଅଲଗା ହେବା ଚାହାନ୍ତିନି
ରାଜକୁମାରୀ ନିଜ ପଦବୀ ହରାଇବା ଡରରେ କୋମୁରୋଙ୍କୁ ବିବାହ କରିପାରୁ ନାହାନ୍ତି। କିନ୍ତୁ ସେ ତାଙ୍କଠାରୁ ଅଲଗା ମଧ୍ୟ ହେବାକୁ ଚାହୁ ନାହାନ୍ତି। ଦ୍ବିତୀୟ ଥର ବାହାଘର ତାରିଖ ଘୁଞ୍ଚାଇବା ପରେ ରାଜକୁମାରୀ ଆଗାମୀ ତାରିଖ ଘୋଷଣା କରି ନାହାନ୍ତି। ଭବିଷ୍ୟତକୁ ନେଇ ଏବେଠାରୁ କିଛି କହିବା ଠିକ ହେବ ନାହିଁ। ପରସ୍ପର ଠାରୁ ଅଲଗା ହୋଇପାରିବେ ନାହିଁ। କିନ୍ତୁ ଖରାପ ସମୟରେ ପରସ୍ପରକୁ ସାହାରା ଦେଇପାରିବେ ବୋଲି ମାକୋ କହିଛନ୍ତି।

ଦୀର୍ଘ ଦିନ ପ୍ରେମ ସମ୍ପର୍କକୁ ଲୁଚାଇଥିଲେ
ମିଡିଆ ରିପୋର୍ଟ ମୁତାବକ ଉଭୟେ ନିଜ ପ୍ରେମ ସମ୍ପର୍କରେ ଦୀର୍ଘ ଦିନ ହେଲାଣି ଲୁଚାଇଥିଲେ। ରାଜକୁମାରୀଙ୍କୁ ୨୦୧୩ରେ କୋମୁରୋ ବିବାହ ପାଇଁ ପ୍ରପୋଜ କରିଥିଲେ। ଏହାପରେ ରାଜକୁମାରୀ ପଢ଼ିବା ପାଇଁ ବ୍ରିଟେନ ଚାଲି ଯାଇଥିଲେ। ମାକୋ ନିଜ ବାହାଘର ସମ୍ପର୍କରେ ୨୦୧୭ରେ ଘୋଷଣା କରିଥିଲେ। କିନ୍ତୁ ପରେ ୨୦୨୦ ଯାଏ ସେ ବିବାହ ତାରିଖ ଘୁଞ୍ଚାଇ ଦେଇଥିଲେ। ମାକୋ ବିବାହ କରିବେ କି ନାହିଁ, ସେ ଜାଣି ନାହାନ୍ତି ବୋଲି ତାଙ୍କ ପିତା କହିଛନ୍ତି।

ମାକୋଙ୍କ ପିଉସୀ ହରାଇଥିଲେ ପଦବୀ
ସୂଚନାଯୋଗ୍ୟ ଯେ ରାଜକୁମାରୀ ମାକୋଙ୍କ ପିଉସୀ ରାଜକୁମାରୀ ସାୟାକୋ ରାଜକୁମାରୀ ପଦବୀ ଫେରାଇଥିଲେ। ସେ ୨୦୦୫ରେ ରାଜଧାନୀ ଟୋକିଓର ଜଣେ ଅଧିକାରୀଙ୍କୁ ବିବାହ କରିଥିଲେ। ଉଭୟେ ଏକାଠି ପାଠ ପଢ଼ିବା ସମୟରେ ପ୍ରେମରେ ପଡ଼ି ଯାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ