ହୁଅନ୍ତୁ ସ୍ମାର୍ଟ ଗୃହିଣୀ: ଏହି ଉପାୟରେ ବଞ୍ଚାନ୍ତୁ ରୋଷେଇ ଗ୍ୟାସ୍‌


ମହିଳାମାନେ ଅଧିକାଂଶ ସମୟ ରୋଷେଇ ଘରେ ବିତାଇଥାନ୍ତି। ତେଣୁ ସେମାନଙ୍କ ଅଧିକାଂଶ ଧ୍ୟାନ ଜିନିଷ ବଞ୍ଚାଇବା ଅର୍ଥାତ୍‌ ଖର୍ଚ୍ଚ କମ୍‌ କରିବା ଉପରେ ରହିଥାଏ। ଯାହା ବହୁତ ମାତ୍ରାରେ ଠିକ୍‌ ରହିଥାଏ। ମହଙ୍ଗା ବଢ଼ିବା ସହିତ ଘର ଚଳାଇବା ପାଇଁ କିଛି ମାତ୍ରାରେ ସଞ୍ଚୟ କରିବାକୁ ପଡ଼ିଥାଏ। ସେଥିପାଇଁ ତେଲ, ରୋଷେଇ ଗ୍ୟାସ୍‌ ଆଦି ଜିନିଷର ବ୍ୟବହାର ଦେଖି ଚାହିଁ କରିବା ଉଚିତ। ରୋଷେଇ ଗ୍ୟାସ୍‌ର ଦାମ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ବରବାଦ ହେଉଥିବା କାରଣରୁ ଏହାର ସଞ୍ଚୟ କରିବା ନିହାତି ଦରକାର। ଏଠାରେ ଏପରି କେତେକ ସହଜ ଉପାୟ ଦିଆଯାଇଛି, ଯାହା ଅନୁସରଣ କରି ଆପଣ ସହଜରେ ଗ୍ୟାସ୍‌ ବଞ୍ଚାଇ ଏହାକୁ ଷ୍ଟୋର୍‌ କରିପାରିବେ। ଏଥିସହିତ ସମୟ, ଟଙ୍କା ଓ ଗ୍ୟାସ୍‌ ସବୁକିଛିର ସଞ୍ଚୟ ମଧ୍ୟ କରିପାରିବେ।

  • ଖାଦ୍ୟ ରାନ୍ଧିବା ସମୟରେ କଡ଼େଇ କିମ୍ବା ପ୍ୟାନ୍‌ ବଦଳରେ ପ୍ରେସର କୁକର ବ୍ୟବହାର କରନ୍ତୁ। ଏଥିରେ ଖାଦ୍ୟ ବହୁତ ଶୀଘ୍ର ସିଝିଯିବା ସହିତ ଗ୍ୟାସ୍‌ ମଧ୍ୟ ବଞ୍ଚିଯିବ।
ଖାଦ୍ୟ ରାନ୍ଧିବା ପୂର୍ବରୁ ଧୋଇ ରଖିଥିବା ବାସନରୁ ଭଲ ଭାବେ ପାଣି ଛଡ଼ାଇ ଦିଅନ୍ତୁ। ଓଦା ବାସନରେ ଖାଦ୍ୟ ରାନ୍ଧିବା ଫଳରେ ଅଧିକ ଗ୍ୟାସ୍‌ ଖର୍ଚ୍ଚ ହୋଇଥାଏ।
  • ଖାଦ୍ୟ ସବୁବେଳେ କମ୍‌ ପାଣି ବ୍ୟବହାର କରନ୍ତୁ। ଅଧିକ ପାଣି ବାଷ୍ପିକରଣ ହେବା ଫଳରେ ଗ୍ୟାସ୍‌ ମଧ୍ୟ ଅଧିକ ଖର୍ଚ୍ଚ ହୋଇଥାଏ। ତେଣୁ ଖାଦ୍ୟ ରାନ୍ଧିବା ବେଳେ କମ୍‌ ପାଣି ବ୍ୟବହାର କରନ୍ତୁ।
  • ମେଟାଲରେ ନିର୍ମିତ ବାସନ, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବାସନରେ ଖାଦ୍ୟ ରାନ୍ଧିବା ଫଳରେ ମଧ୍ୟ କମ୍‌ ଗ୍ୟାସ୍‌ ଖର୍ଚ୍ଚ ହୋଇଥାଏ। ଧାତୁ କିମ୍ବା ମାଟି ପାତ୍ରରେ ରୋଷେଇ କରିବାରୁ ଦୂରେଇ ରହନ୍ତୁ। ଏହି ବାସନ ଅଧିକ ଗ୍ୟାସ୍‌ ଖର୍ଚ୍ଚ କରିଥାଏ।
  • ଗ୍ୟାସ୍‌ ବଞ୍ଚାଇବା ଲାଗି ଚଉଡ଼ା ବାସନ ବ୍ୟବହାର କରନ୍ତୁ। ଚଉଡ଼ା ବାସନ ଗ୍ୟାସ୍‌ର ଆଞ୍ଚକୁ ପୂରାପୂରି ଭାବେ କଭର କରିଥାଏ। ଯାହାଫଳରେ ଖାଦ୍ୟ ସିଝିବା ଲାଗି କମ୍‌ ସମୟ ଓ ଗ୍ୟାସ୍‌ କମ୍‌ ଖର୍ଚ୍ଚ ହୋଇଥାଏ। ଏହାବ୍ୟତୀତ ସବୁବେଳେ ଘୋଡ଼ାଇ ଖାଦ୍ୟ ରାନ୍ଧନ୍ତୁ।
  • ଖାଦ୍ୟ ତିଆରି କରିବା ପୂର୍ବରୁ ସମସ୍ତ ଜିନିଷକୁ ପ୍ରସ୍ତୁତ କରି ରଖନ୍ତୁ। ଏହାପରେ ଖାଦ୍ୟ ରାନ୍ଧିବା ଆରମ୍ଭ କରନ୍ତୁ। ଏହାବ୍ୟତୀତ ତାୱା କିମ୍ବା ବାସନକୁ ପ୍ରଥମେ ଗ୍ୟାସ୍‌କୁ ଫୁଲ୍‌ ମୋଡ୍‌ରେ ରଖନ୍ତୁ ଓ ପରେ ଏହାର ଆଞ୍ଚକୁ ଧିମା କରି ନିଅନ୍ତୁ। କାରଣ ବାସନ ଗରମ ହେବାକୁ ଯେତିକି ଉଷ୍ମତା ଦରକାର, ଖାଦ୍ୟ ରାନ୍ଧିବା ପାଇଁ ସେତିକି ଉଷ୍ମ ଦରକାର ହୋଇ ନ ଥାଏ।
  • ଡାଲି, ଚଣା, ରାଜମା ଭଳି ଖାଦ୍ୟ ରାନ୍ଧିବା ପୂର୍ବରୁ ୩ରୁ ୪ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ। ଏପରି କରିବା ଦ୍ବାରା ଏହା ସିଝିବାକୁ କମ୍‌ ସମୟ ଲାଗିଥାଏ ଓ ଗ୍ୟାସ୍‌ କମ୍‌ ଖର୍ଚ୍ଚ ହୋଇଥାଏ।
  • ସବୁବେଳେ ଖାଦ୍ୟ ରାନ୍ଧିବା ସମୟରେ ଗ୍ୟାସ୍‌କୁ ସବୁବେଳେ ମଧ୍ୟମ ଆଞ୍ଚରେ ରଖନ୍ତୁ। ଏହାବ୍ୟତୀତ ଫ୍ରିଜ୍‌ରେ କିମ୍ବା ବଜାରରୁ ଆଣିଥିବା ଥଣ୍ଡା ପଦାର୍ଥକୁ ରାନ୍ଧିବା ପୂର୍ବରୁ କିଛି ସମୟ ବାହାରେ ରଖନ୍ତୁ। ଯାହାଫଳରେ ଏହାର ତାପମାତ୍ରା ଠିକ୍‌ ହୋଇଯିବ। ଏପରି ଜିନିଷକୁ ସିଧାସଳଖ ଗ୍ୟାସ୍‌ ଉପରେ ରଖିଲେ ଅଧିକ ଗ୍ୟାସ୍‌ ଖର୍ଚ୍ଚ ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ