ପାର୍ଟନର ସୋସାଲ ମିଡିଆରେ ଏମିତି କରୁଥିଲେ ହୋଇଯାଆନ୍ତୁ ସାବଧାନ


ଯଦି ଆପଣଙ୍କ ପାର୍ଟନର ସୋସାଲ ମିଡିଆରେ ଏଭଳି କାମ କରୁଥାନ୍ତି, ତେବେ ଆପଣଙ୍କୁ ସତର୍କ ରହିବା ଉଚିତ। ଯଦି ପାର୍ଟନର ସୋସାଲ ମିଡିଆରେ ଅଧିକାଂଶ ସମୟ ବିତାଉଛନ୍ତି ଓ ଆପଣଙ୍କ ଆଡ଼କୁ ଧ୍ୟାନ ଦେଉ ନାହାନ୍ତି, ତେବେ ଏ ସମ୍ପର୍କରେ ତାଙ୍କ ସହ କଥା ହେବା ଉଚିତ।

ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ରିଲେସନଶିପ ସମ୍ପର୍କରେ ଆବଶ୍ୟକତା ଠାରୁ ଅଧିକ ସୋସାଲ ମିଡିଆରେ ଶେୟାର କରୁଛନ୍ତି, ତାହା ମଧ୍ୟ ଠିକ ନୁହେଁ। ଏ ସମ୍ପର୍କରେ ଯଥାଶୀଘ୍ର ପାର୍ଟନରଙ୍କ ସହିତ କଥା ହେବା ଉଚିତ। ଯଦି ଆପଣଙ୍କ ପାର୍ଟନର ସୋସାଲ ମିଡିଆ ଆକାଉଣ୍ଟ ସର୍ଚ୍ଚ ସେକ୍ସନରେ ଅନ୍ୟମାନଙ୍କୁ ଅଧିକ ସର୍ଚ୍ଚ କରିବାରେ ଲାଗୁଛନ୍ତି, ତେବେ ଆପଣଙ୍କୁ ସତର୍କ ରହିବା ଜରୁରୀ। କାରଣ ଏହା ଦ୍ବାରା ଆପଣଙ୍କ ପାର୍ଟନର ଅନ୍ୟମାନଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି।

ସବୁଠାରୁ ବଡ଼ କଥା ଯଦି ଆପଣଙ୍କ ପାର୍ଟନର ସୋସାଲ ମିଡିଆରେ ନିଜ ପୂର୍ବତନ ସାଥୀଙ୍କୁ ଅନୁସରଣ କରୁଛନ୍ତି କିମ୍ବା ତାଙ୍କ ସହ ଚାର୍ଟିଂ କରୁଛନ୍ତି, ତେବେ ଏହା ମଧ୍ୟ ଠିକ ନୁହେଁ। ଏ ସମ୍ପର୍କରେ ନିଜ ପାର୍ଟନରଙ୍କ ସହିତ ଜରୁରୀ କଥା ହୁଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ