ଭାରତର ଏସବୁ ତୀର୍ଥସ୍ଥଳୀ କରାଇବ ସ୍ବର୍ଗର ଅନୁଭବ


ଭାରତରେ ଏମିତି ଅନେକ ତୀର୍ଥସ୍ଥଳୀ ରହିଛି, ଯାହାର ସୌନ୍ଦର୍ଯ୍ୟ ପ୍ରତ୍ୟେକଙ୍କୁ ଦୀୱାନା କରିବା ସହିତ ପ୍ରେମର ଅନୁଭବ ଦେଇଥାଏ। ଏସବୁ ତୀର୍ଥସ୍ଥଳୀକୁ ପର୍ଯ୍ୟଟକମାନେ କେବଳ ଦର୍ଶନ ପାଇଁ ନୁହେଁ, ବୁଲିବା ପାଇଁ ମଧ୍ୟ ଯାଇପାରିବେ। କାରଣ ଏ ସବୁ ସ୍ଥାନରେ ଆପଣ ସ୍ବର୍ଗର ଅନୁଭବ କରିପାରିବେ।

ବୈଷ୍ଣୋଦେବୀ ମନ୍ଦିର
ଜମ୍ମ-କଶ୍ମୀରର କଟରା ଠାରେ ଅବସ୍ଥିତ ମା’ ବୈଷ୍ଣୋଦେବୀ ମନ୍ଦିର ସୁନ୍ଦର ପରିବେଶ, ପାହାଡ଼ ମଧ୍ୟରେ ନିର୍ମିତ ହୋଇଛି। ବୈଷ୍ଣୋଦେବୀଙ୍କ ଦର୍ଶନ କରିବା ପାଇଁ ବର୍ଷସାରା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାଏ।

ସବରୀମାଲା ମନ୍ଦିର
ଭାରତର ଲୋକପ୍ରିୟ ତୀର୍ଥସ୍ଥଳୀ ମଧ୍ୟରେ କେରଳର ସବରୀମାଲା ମନ୍ଦିରକୁ ସବୁଠାରୁ ପ୍ରସିଦ୍ଧ ବୋଲି କୁହାଯାଏ। ଏହି ମନ୍ଦିର ଦର୍ଶନ କରିବା ଲାଗି ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି। କିନ୍ତୁ ଏଠାକୁ ୧୦ରୁ ୫୦ ବର୍ଷର ମହିଳା ଆସି ନ ଥାନ୍ତି।

ମୋଇନୁଦ୍ଦିନ ଚିସ୍ତି
ଏହି ମସଜିଦରେ ଆପଣଙ୍କୁ ହିନ୍ଦୁ, ମୁସଲମାନ, ଶିଖଙ୍କର ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିଥାଏ। ଏଠାରେ ପ୍ରତ୍ୟେକ ଦିନ ଲୋକଙ୍କ ଭିଡ଼ ଲାଗି ରହିଥାଏ।

ଭେଙ୍କଟେଶ୍ବର ମନ୍ଦିର
ତିରୁମାଳାର ଭେଙ୍କଟେଶ୍ବର ମନ୍ଦିର ୩୨୦୦ ଫୁଟ ଉଚ୍ଚ ପାହାଡ଼ ଉପରେ ଅବସ୍ଥିତ ଯେଉଁଠି ଭଗବାନ ବିଷ୍ଣୁଙ୍କ ଚମତ୍କାରୀ ରୂପର ପ୍ରତିମା ସହ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି। ଏଠାରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଜବରଦସ୍ତ ଭିଡ଼ ଜମିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ