ରାମାଗିରିଙ୍କ ଅଦ୍ଭୁତ କାରିଗରି: ଚାଉଳରେ ଲେଖିଲେ ଶ୍ରୀମଦ ଭଗବତ ଗୀତା


ଭାରତରେ ପ୍ରତିଭାବାନ ବ୍ୟକ୍ତିଙ୍କ କୌଣସି ଅଭାବ ନାହିଁ। ଯଦିଓ ଅନେକ ସମୟରେ ଆମେ ଏଭଳି ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ଅଣଦେଖା କରିଦେଇ ଥାଉ। କିନ୍ତୁ ପରେ ସେମାନେ ପୂରା ଦେଶରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥାନ୍ତି। ଅନେକ ସମୟରେ ମନ୍ଦିର କିମ୍ବା ମେଳାରେ ଆମେ ଏଭଳି କଳାକାରଙ୍କୁ ଭେଟିଥାଉ, ଯେଉଁମାନେ ଚାଉଳର ଏକ ଛୋଟ ଦାନାରେ ବହୁତ ସୁନ୍ଦର ଭାବେ କାହାରି ନାମ ଲେଖି ପାରିଥାନ୍ତି।

ଆଜି ଏଠାରେ ଏଭଳି ଜଣେ ପ୍ରତିଭାସମ୍ପନ୍ନ କଳାକାରଙ୍କ ବିଷୟରେ ସୂଚନା ଦିଆଯାଇଛି। ସେ ଚାଉଳରେ ପୂରା ଶ୍ରୀମଦ ଭଗବତ ଗୀତା ଲେଖିଛନ୍ତି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ରାମାଗିରି ସ୍ବାରିକା ଏହି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି। ଏହାପରେ ପୂରା ଦେଶରେ ତାଙ୍କର ଚର୍ଚ୍ଚା ହେଉଛି। ରାମାଗିରି ଜଣେ ଆଇନ ଛାତ୍ରୀ। ସେ ୪୦୪୨ଟି ଚାଉଳ ଦାନାରେ ତେଲୁଗୁରେ ପୂରା ଶ୍ରୀମଦ ଭଗବତ ଗୀତା ଲେଖିଛନ୍ତି। ଏହି ମାଇକ୍ରୋ ଆର୍ଟ କରିବା ପାଇଁ ତାଙ୍କୁ ୧୫୦ ଘଣ୍ଟା ସମୟ ଲାଗିଥିଲା ବୋଲି ରାମାଗିରି କହିଛନ୍ତି। ଚାଉଳ ଦାନାରେ କାରିଗରି କରିବା ସହିତ ରାମାଗିରି ସ୍ବାରିକା ରାଶି ଦାନାରେ ମଧ୍ୟ ଡ୍ରଇଙ୍ଗ କରିଥାନ୍ତି। କେବଳ ସେତିକି ନୁହେଁ, ରାମାଗିରିଙ୍କୁ ମିଲ୍କ ଆର୍ଟ ପେପର କାର୍ଭିଂ କରିବାରେ ମଧ୍ୟ ପାରଙ୍ଗମ। ତାଙ୍କର ଏହି ଅଦ୍ଭୁତ ଦକ୍ଷତା ପାଇଁ ତେଲେଙ୍ଗାନାର ଗଭର୍ନର ତାଙ୍କୁ ତାମିଲସାଇ ସାଉଥରାଜନ ସମ୍ମାନରେ ମଧ୍ୟ ସମ୍ମାନିତ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ