ନିର୍ବାଚନ ଜିତିଲେ ଆମେରିକାବାସୀଙ୍କୁ ମାଗଣା ଟିକା ନେଇ ବିଡେନଙ୍କ ପ୍ରତିଶ୍ରୁତି


ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିଲା ବେଳେ ପ୍ରଚାର ବି ଜୋରଦାର ହୋଇଛି। ଭୋଟରଙ୍କୁ ନିଜ ପକ୍ଷକୁ ଆକୃଷ୍ଟ କରିବା ପାଇଁ ଉଭୟ ଡେମୋକ୍ରାଟିକ ଓ ରିପବ୍ଲିକାନ ଦଳ ପକ୍ଷରୁ ଅନେକ ପ୍ରତିଶ୍ରୁତି ଦିଆଯାଉଛି। ଶୁକ୍ରବାର ବିଡେନ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତାହେଲେ ସବୁ ଆମେରିକୀୟଙ୍କ ପାଇଁ ମାଗଣାରେ କୋରୋନା ଭ୍ୟାକ୍ସିନକୁ ମାଗଣା ଯୋଗାଇବାର ବ୍ୟବସ୍ଥା କରିବେ। ଯେତେବେଳେ ଆମେ ଏହି କୋରୋନା ଭ୍ୟାକ୍ସିନର ନିରାପତ୍ତା ଓ ସଫଳ ଚିକିତ୍ସା ନେଇ ସ୍ଥିର ନିଶ୍ଚିତ ହେବୁ, ସେତେବେଳେ ଏହି ଟିକାର ମାଗଣା ଆବଣ୍ଟନ ନେଇ ବ୍ୟବସ୍ଥା କରିବୁ ବୋଲି ବିଡେନ କହିଛନ୍ତି।

ପୂର୍ବରୁ ଟ୍ରମ୍ପ ମଧ୍ୟ ଏପରି ମାଗଣା ଭ୍ୟାକ୍ସିନ ପ୍ରଦାନ ନେଇ ଦେଶବାସୀଙ୍କୁ କହି ସାରିଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ କୋରୋନା ଭ୍ୟାକ୍ସିନ ପ୍ରସ୍ତୁତି ଶେଷ ହୋଇଯିବ ଓ ଏହାକୁ ମାଗଣାରେ ପ୍ରଦାନ କରାଯିବ ବୋଲି ଟ୍ରମ୍ପ ମଧ୍ୟ କହିସାରିଛନ୍ତି। ଅନ୍ୟପକ୍ଷରେ ବିଡେନ ପ୍ରତିଦ୍ବନ୍ଦ୍ବୀ ଟ୍ରମ୍ପଙ୍କୁ ଆକ୍ଷେପ କରି କହିଛନ୍ତି ଦୀର୍ଘ ୮ ମାସ ହେଲା କୋରୋନା ଦେଶରେ କାୟା ବିସ୍ତାର କରି ଚାଲିଥିଲା ବେଳେ ୨ ଲକ୍ଷ ୨୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ଏହା ଦେଶରେ କମିବାର ନାଁ ଧରୁ ନାହିଁ। ଦେଶର ସବୁ ରାଜ୍ୟରେ କୋରୋନାର ପ୍ରକୋପ ଦେଖିବାକୁ ମିଳିଛି। ମାତ୍ର ଏହାର ମୁକାବିଲା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଖରେ ନିର୍ଦ୍ଦିଷ୍ଟ କୌଣସି ଯୋଜନା ନାହିଁ ବୋଲି କହିଛନ୍ତି ବିଡେନ୍।

ଯଦି ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତାହେଲେ ଏଥିପାଇଁ ଗୋଟିଏ ଜାତୀୟ ନୀତି ପ୍ରଣୟନ କରିବେ। ସମସ୍ତ ୫୦ଟି ପ୍ରୋଭିନ୍ସର ଗଭର୍ଣ୍ଣରମାନଙ୍କୁ ନେଇ ସ୍ବତନ୍ତ୍ର ଭାବେ କୋରୋନା ମୁକାବିଲା ନେଇ କୌଶଳ ନିର୍ଦ୍ଧାରଣ କରିବେ। ସେ ଦାୟିତ୍ବ ନେଲା ମାତ୍ରେ ହିଁ କୋରୋନା ମୁକାବିଲା ନେଇ କଂଗ୍ରେସରେ ପ୍ରସ୍ତାବ ପାରିତ କରାଇବେ। ଆଉ ବର୍ତ୍ତମାନ ଯେଉଁମାତ୍ରାରେ କୋରୋନା ଟେଷ୍ଟ ହେଉଛି, ଏହାକୁ ଆହୁରି ୭ ଗୁଣା ବଢ଼ାଇବା ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ରଖିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ