କୋରୋନା ଆହୁରି ଦୁଇ ବର୍ଷ! ୩ ଟିପ୍‌ସ ପାଇଁ ‘ହୁ’ର ପରାମର୍ଶ


ବୈଜ୍ଞାନିକମାନେ କହୁଛନ୍ତି ଡିସେମ୍ବର ମାସରେ କୋରୋନା ଟିକା ପ୍ରସ୍ତୁତ ହୋଇଯିବ। ଏହାପରେ ବଡ଼ ଧରଣର ଟିକାକରଣ କରାଯିବ। ଲୋକେ କୋରୋନା ଶେଷ ହେବା ପାଇଁ ଟିକାର ଆଶାରେ ବସିଛନ୍ତି। କିନ୍ତୁ ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) ହତାଶ କଲା ଭଳି ଏକ ବୟାନ ଦେଇଛି। ‘ହୁ’ର କହିବାନୁସାରେ କୋରୋନା ଦୁଇ ବର୍ଷ ଯାଏ ଯିବ ନାହିଁ।

ଦୁଇ ବର୍ଷ ଯାଏ ଶେଷ ହେବନି କୋରୋନା
‘ହୁ’ର କହିବାନୁସାରେ ଆସନ୍ତା ବର୍ଷ ମଧ୍ୟ ପର୍ଯ୍ୟନ୍ତ କୋରୋନା ଟିକା ପ୍ରସ୍ତୁତ ହୋଇପାରେ। କିନ୍ତୁ ପ୍ରଥମେ ଏହାର ସୀମିତ ଯୋଗାଣ ହେବ। ବୟସ୍କଙ୍କ ପରେ ଏହା କେବଳ ଅଧିକ ବିପଦ ଆଶଙ୍କାଯୁକ୍ତ ରୋଗୀ ଓ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଉପଲବ୍ଧ ହେବ। ବିଶ୍ବର ସମସ୍ତ ଜନସଂଖ୍ୟାକୁ ଟିକାକରଣ କରିବା ଲାଗି ଅତିକମରେ ଦୁଇ ବର୍ଷ ସମୟ ଲାଗିଯିବ। ଯେଉଁ ଦେଶଗୁଡ଼ିକ କୋରୋନାକୁ ନିୟନ୍ତ୍ରିତ କରିଛନ୍ତି ସେଠାରେ ପରେ ଟିକାକରଣ କରାଯିବ। ଯେଉଁଠି ଏବେ ବି କୋରୋନା ଭାଇରସ ରହିଛି ସେଠାରେ ପ୍ରଥମେ ଟିକାକରଣ କରିବାକୁ ପଡ଼ିବ। ଫଳରେ ଭାଇରସ ସଂକ୍ରମଣକୁ ରୋକା ଯାଇପାରିବ ବୋଲି ‘ହୁ’ କହିଛି। ଏଥିସହିତ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ‘ହୁ’ ତିନୋଟି ପରାମର୍ଶ ଦେଇଛି। ଯେ ପର୍ଯ୍ୟନ୍ତ କୋରୋନା ରହିଛି ସେ ପର୍ଯ୍ୟନ୍ତ ଏହି ୩ ଟିପ୍‌ସ ଅନୁସରଣ କରିବାକୁ ପରାମର୍ଶରେ କୁହାଯାଇଛି।

ଭିଡ଼ ରୋକିବା ଜରୁରୀ
‘ହୁ’ର ମୁଖ୍ୟ ଟେଡ୍ରସ ଆଧୋନମ ଘେବ୍ରେୟସସଙ୍କ କହିବାନୁଯାୟୀ ଲକଡାଉନ ହଟାଇବାର ଅର୍ଥ ନୁହେଁ କୋରୋନା ରୋଗ ଶେଷ ହୋଇଗଲା। କୋରୋନାର ବିପଦ ଏବେ ବି ସେତିକି ରହିଛି, ଯେତିକି ପ୍ରଥମେ ଥିଲା। ତେଣୁ ଭିଡ଼ ରୋକିବା ସବୁଠାରୁ ଜରୁରୀ। ଏଥିପାଇଁ ଧାର୍ମିକ ସ୍ଥଳ, ଅଫିସ, ନାଇଟ କ୍ଲବ, ଷ୍ଟାଡିୟମ ଭଳି ସ୍ଥାନରେ ଜନ ସମାଗମ ରୋକିବାକୁ ପଡ଼ିବ। ଯାହାଫଳରେ ସଂକ୍ରମଣ ବ୍ୟାପିବାରୁ ରୋକାଯାଇପାରିବ।

ସାର୍ବଜନିକ ସ୍ବାସ୍ଥ୍ୟ
କୋରୋନା ଭାଇରସ ସହିତ ଲଢ଼ିବା ପାଇଁ ସାର୍ବଜନିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ। କୋରୋନା ରୋଗୀଙ୍କୁ ଚିହ୍ନଟ, ଚିକିତ୍ସା, ଆଇସୋଲେସନ ଓ କୋରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ଆବଶ୍ୟକୀୟ ପଦକ୍ଷେପ ନେବା ଆବଶ୍ୟକ।

ଲୋକଙ୍କୁ ସଚେତନ କରାନ୍ତୁ
‘ହୁ’ର କହିବାନୁସାରେ ଲୋକଙ୍କ ମଧ୍ୟରେ କୋରୋନା ସମ୍ବନ୍ଧିତ ସଚେତନତା ସୃଷ୍ଟି କରିବା ଉପରେ ଜୋର ଦେବା ଉଚିତ। ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା, ମାସ୍କ ଓ ଘରର ସଫା ସୁତୁରା ଉପରେ ଅଧିକ ଗୁରୁତ୍ବ ଦେବା ଉଚିତ ବୋଲି ସେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ