ଅନଲାଇନ ଶପିଂରେ ଧ୍ୟାନରେ ରଖନ୍ତୁ ଏସବୁ, ଠକେଇରୁ ବଞ୍ଚିଯିବେ


ଆମାଜନ ଓ ଫ୍ଲିପକାର୍ଟରେ ଫେଷ୍ଟିଭ ସେଲର ଆରମ୍ଭ ହୋଇଯାଇଛି। ଦୁଇଟିଯାକ ୱେବସାଇଟରେ ମୋବାଇଲ ଓ ଟିଭିରୁ ଆରମ୍ଭ କରି କପଡ଼ା ଓ ହୋମ ଡେକୋରେସନ ପର୍ଯ୍ୟନ୍ତ ଜିନିଷରେ ବଡ଼ ରିହାତି ମିଳୁଛି। ଅନଲାଇନ ଶପିଂ କରିବାରେ କିଛି ସମସ୍ୟା ନାହିଁ। କିନ୍ତୁ ଅନଲାଇନ ଶପିଂରେ ବହୁତ ବିପଦ ମଧ୍ୟ ରହିଛି। ଅନଲାଇନ ଶପିଂ ସମୟରେ ଠକେଇ ଘଟଣା ବହୁତ ହୋଇଥାଏ। ଏପରିସ୍ଥଳେ ଯଦି ଆପଣ ମଧ୍ୟ ଅନଲାଇନ ଶପିଂ କରିବାକୁ ବିଚାର କରୁଛନ୍ତି, ତେବେ ଏହା ପୂର୍ବରୁ ଏସବୁ ଜିନିଷ ଉପରେ ନିହାତି ଧ୍ୟାନ ଦିଅନ୍ତୁ।

ଇ-କମର୍ସ ୱେବସାଇଟ ବ୍ୟତୀତ ଆପଣ ନିଜ ପ୍ରଡକ୍ଟକୁ ଏହାର ନିର୍ମାତା କମ୍ପାନୀର ଅଧିକ୍‌ତ ୱେବସାଇଟ କିମ୍ବା ଆପ୍ଲିକେସନରେ ମଧ୍ୟ ଖୋଜନ୍ତୁ। ସେଠାରେ ଉପଲବ୍ଧ ହେଉଥିଲେ ଜିନିଷ କିଣନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କୁ ଭଲ ଜିନିଷ ମିଳିବା ସହିତ ପେମେଣ୍ଟ ମଧ୍ୟ ସୁରକ୍ଷିତ ରହିବ। ଦେଶରେ ୧୦୦ରୁ ଅଧିକ ଇ-କମର୍ସ ୱେବସାଇଟ ଚାଲୁଛି। ଏଥିମଧ୍ୟରୁ କେତେକ ୱେବସାଇଟ ସହିତ ଲୋକେ ଭଲ ଭାବେ ପରିଚିତ ଥିବାବେଳେ କେତେକ ୱେବସାଇଟ ଲୋକଙ୍କୁ ଠକିବା ପାଇଁ ହିଁ କେବଳ ତିଆରି କରାଯାଇଛି। ଅନେକ ସମୟରେ ଏସବୁ ୱେବସାଇଟ ଜିନିଷ ଉପରେ ଭାରୀ ରିହାତି ଦେଇ ଲୋକଙ୍କୁ ଲୋଭାନ୍ବିତ କରିଥାନ୍ତି। ଅର୍ଡର କରିବା ପରେ ଟଙ୍କା ତ କଟିଯାଏ, କିନ୍ତୁ ଜିନିଷ ପହଞ୍ଚି ନ ଥାଏ କିମ୍ବା ଭୁଲ ଜିନିଷ ପଠାଇଥାନ୍ତି। ଏପରିସ୍ଥଳେ ପଶ୍ଚାତାପ କରିବା ଛଡ଼ା ଆଉ କିଛି ବିକଳ୍ପ ନ ଥାଏ।

ଯେ କୌଣସି ଅନଲାଇନ ଠକେଇରୁ ରକ୍ଷା ପାଇବା ପାଇଁ ସବୁଠାରୁ ସହଜ ଓ ସୁରକ୍ଷିତ ଉପାୟ ହେଉଛି କ୍ୟାଶ ଅନ ଡେଲିଭରି ବିକଳ୍ପ ଚୟନ କରିବା। ତେଣୁ କୌଣସି ଜିନିଷ ଅର୍ଡର କରିବାବେଳେ ଯଦି ଏହି ବିକଳ୍ପ ରହିଛି, ତେବେ ଏହା ଚୟନ କରନ୍ତୁ। ଯାହାଫଳରେ ଜିନିଷ ପହଞ୍ଚିବା ପରେ ଆପଣ ଟଙ୍କା ଦେଇପାରିବେ। ଏପରିସ୍ଥଳେ ଠକେଇ ହେବା ସମ୍ଭାବନା ବହୁତ କମିଯାଏ।

ପେମେଣ୍ଟ କରିବାବେଳେ ଏଟିଏମ କାର୍ଡର ଡିଟେଲ୍ସ ଦିଆଯାଏ। ଆପଣଙ୍କୁ ସେଭ କାର୍ଡ ଡିଟେଲ୍ସ ବିକଳ୍ପ ଆସିଥାଏ। ଅନେକ ସମୟରେ ଏଥିରେ ପୂର୍ବରୁ ଟିକ ମାର୍କ କିମ୍ବା ୟେସ ଉପରେ ଟିକ ଥାଏ। ତେଣୁ ପେମେଣ୍ଟ ଦେବା ପୂର୍ବରୁ ଏହାକୁ ହଟାଇ ‘ନୋ’କରନ୍ତୁ। ଫଳରେ ଠକେଇରୁ ରକ୍ଷା ପାଇଯିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ