ଖାଆନ୍ତୁ ଓ ଖୁଆନ୍ତୁ ଚଟପଟା ବେସନ ବ୍ରେଡ ଟୋଷ୍ଟ


ବେଳେବେଳେ ଚଟପଟା ଖାଇବାକୁ ବହୁତ ଇଚ୍ଛା ହୋଇଥାଏ। ଏହି କ୍ରେଭିଂ ଦୂର ଲାଗି ଏଠାରେ ବିନା ପରିବା ଓ କମ ସମୟରେ କିପରି ଚଟପଟାର ସ୍ବାଦ ନେଇ ପାରିବେ, ତାହାର ଏକ ସହଜ ରେସିପି ଦିଆଯାଇଛି। ଚାଲନ୍ତୁ ଜାଣିବା ବେସନ ବ୍ରେଡ ଟୋଷ୍ଟର ପ୍ରସ୍ତୁତି ପ୍ରଣାଳୀ।

କ’ଣ ଦରକାର
୧୨୦ ଗ୍ରାମ ବେସନ, ୨ ଚିମୁଟା ହଳଦୀ ଗୁଣ୍ଡ, ଅଧ ଚାମଚ ଲଙ୍କା ଗୁଣ୍ଡ, ଏକ ଚତୁର୍ଥାଂଶ ଚାମଚ ଜୁଆଣି, ଏକ ଚତୁର୍ଥାଂଶ ଚାମଚ ହେଙ୍ଗୁ, ଅଧ ଚାମଚ ଆମଚୁର ପାଉଡର, ସ୍ବାଦାନୁସାରେ ଲୁଣ, ୧ ଚାମଚ କଞ୍ଚା ଲଙ୍କା ପେଷ୍ଟ, ଏକ ଚତୁର୍ଥାଂଶ ଚାମଚ ଅଦା ପେଷ୍ଟ, ୨୫ ଗ୍ରାମ କଟା ପିଆଜ, ୨୫ ଗ୍ରାମ କଟା କ୍ୟାପସିକମ, ୧ ଟେବଲସ୍ପୁନ ଧନିଆ ପତ୍ର, ୧୨୫ ମିଲି ଲିଟର ପାଣି, ଛାଣିବା ପାଇଁ ତେଲ।

ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ରରେ ବ୍ରେଡକୁ ଛାଡ଼ି ସମସ୍ତ ସାମଗ୍ରୀ ଭଲ ଭାବେ ମିଶାନ୍ତୁ। ଏବେ ବ୍ରେଡ ନେଇ ଏହା ଉପରେ ଏହି ମିଶ୍ରଣକୁ ଚାରିଆଡ଼କୁ ବୋଳନ୍ତୁ। ଏକ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଭଲ ଭାବେ ଗରମ ହେବା ପରେ ବ୍ରେଡ କ୍ରିସପି ହେବା ଯାଏ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବେସନ ବ୍ରେଡ ଟୋଷ୍ଟ। ଏହାକୁ ଚଟଣୀ କିମ୍ବା ଟମାଟୋ ସସ ସହ ଗରମ ଗରମ ଖାଇବାର ମଜା ନିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ