୧୦ ରାଜ୍ୟରେ ବଢ଼ିଛି ବେକାରି: ଓଡ଼ିଶାର ସ୍ଥିତି ବି ଖରାପ


କୋରୋନା କାଳରେ ବଢ଼ିଚାଲିଛି ବେକାରି ଓ ବେରୋଜଗାରୀ ସଂଖ୍ୟା। ଶିଳ୍ପାୟନ ସତ୍ତ୍ବେ ହରିୟାଣା ଓ ରାଜସ୍ଥାନ ଭଳି ୧୦ଟି ରାଜ୍ୟରେ ବେକାରି ହାର ଦୁଇ ଅଙ୍କ ବିଶିଷ୍ଟ ରହିଥିବା ଜଣାଯାଇଛି। ହରିୟାଣାରେ ବେରୋଜଗାରୀ ୧୯.୭ ପ୍ରତିଶତ ଥିବାବେଳେ ରାଜସ୍ଥାନରେ ୧୫.୩ ପ୍ରତିଶତ ରହିଛି। ଦିଲ୍ଲୀରେ ଶିଖର ଛୁଇଁଛି ବେକାରି ସ୍ଥିତି। ଦିଲ୍ଲୀରେ ୧୨.୫ ପ୍ରତିଶତ, ହିମାଚଳ ପ୍ରଦେଶରେ ୧୨ ପ୍ରତିଶତ, ଉତ୍ତରାଖଣ୍ଡରେ ୨୨.୩ ପ୍ରତିଶତ, ତ୍ରିପୁରାରେ ୧୭.୪ ପ୍ରତିଶତ ଗୋଆରେ ୧୫.୪ ପ୍ରତିଶତ ଏବଂ ଜାମ୍ମୁ-କଶ୍ମୀରରେ ୧୬.୨ ପ୍ରତିଶତ ବେକାରି ଥିବା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ସେପ୍ଟେମ୍ବର ମାସିକ ତଥ୍ୟରୁ ଜଣାପଡ଼ିଛି।

ସେହିପରି ବିହାରରେ ବେରୋଜଗାରୀ ୧୧.୯ ପ୍ରତିଶତ ରହିଛି ଯାହାକୁ ନେଇ ନିର୍ବାଚନୀ ସଭା ଗୁଡ଼ିକରେ ବିରୋଧୀଦଳ ଗୁଡ଼ିକ ନୀତିଶ ସରକାରଙ୍କ ଉପରେ ବର୍ଷୁଛନ୍ତି। ଆରଜେଡି ବିହାରର ବେକାରି ସମସ୍ୟାକୁ ନେଇ ନିର୍ବାଚନୀ ଇସ୍ତାହାରରେ ସୂଚାଇଛି ଏବଂ ଦଳ କ୍ଷମତାକୁ ଫେରିଲେ ୧୦ ଲକ୍ଷ ନିଯୁକ୍ତି ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ପଶ୍ଚିମବଙ୍ଗ ଓ ପଞ୍ଜାବ ଦୁଇଟି ବଡ଼ ରାଜ୍ୟ। ଏହା ସତ୍ତ୍ବେ ପଶ୍ଚିମବଙ୍ଗର ବେକାରି ହାର ୯.୩ ପ୍ରତିଶତ ଥିବା ବେଳେ ପଞ୍ଜାବରେ ୯.୬ ପ୍ରତିଶତ। ବିଶେଷଜ୍ଞ ତଥା ଅର୍ଥନୀତିଜ୍ଞଙ୍କ ମତରେ ମହାମାରୀ ପାଇଁ ଲାଗୁ ହୋଇଥିବା ଲକଡାଉନ ବେଳେ ଦେଶର ଶିଳ୍ପାଞ୍ଚଳଗୁଡ଼ିକ ଏବେ ସ୍ବାଭାବିକ ସ୍ଥିତିକୁ ଫେରିପାରି ନାହିଁ। ବେକାରି ହାର ଅଧିକର କାରଣ ସମ୍ପର୍କରେ ମତ ଦେଇ ଏକ୍ସଏଲଆରଆଇ ଜାମସେଦପୁରର ପ୍ରଫେସର କେଆର ଶ୍ୟାମସୁନ୍ଦର କହନ୍ତି, ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ କିଛି ମାସ କାମ ଦେବାରେ ସଫଳ ହୋଇଥିବା ଏମଜିଏନଆରଜିଏରେ ଏବେ କାମ ନାହିଁ। ଚାଷଜମିରେ ଧାନ ଫସଲ ପାଚିବା ଅପେକ୍ଷାରେ ଥିବାରୁ କ୍‌ଷି ଶ୍ରମିକଙ୍କ ପାଇଁ କାମର ଅଭାବ ରହିଛି। ତ୍‌ତୀୟରେ ମହାମାରୀ ଆଶଙ୍କା ଟଳି ନ ଥିବାରୁ ଉତ୍ପାଦନ କମ ହେଉଛି। କମ ଉତ୍ପାଦନ ହେଉଥିବାରୁ କାରଖାନା ଗୁଡ଼ିକ ପୂର୍ଣ୍ଣ ମାନବସମ୍ବଳ ଉପଯୋଗ କରୁନାହାନ୍ତି। ସେହିପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ଜମ୍ମୁ-କଶ୍ମୀରର ଆୟ ପର୍ଯ୍ୟଟନ ଓ ଆତିଥେୟତା ଉପରେ ନିର୍ଭର କରେ। ପରିବହନ, ମନୋରଞ୍ଜନ, ରେସ୍ତୋରାଁ ଗୁଡ଼ିକରେ ବ୍ୟବସାୟ ଠପ। କର୍ମଚାରୀମାନେ ଛଟେଇ ହୋଇ ଯାଇଛନ୍ତି। ଅନୁରୂପ ଭାବେ ଦିଲ୍ଲୀର ସର୍ଭିସ ସେକ୍ଟର ଗୁଡ଼ିକରେ ଅଚଳାବସ୍ଥା। ବାର, ହୋଟେଲ, ରିଟେଲ, ଲଜିଂ ସିନେମା ଘର, ପାଣି ପାଇପ ମିସ୍ତ୍ରୀ, ଲଣ୍ଡ୍ରୀ ସେବାରେ ଥିବା ବ୍ୟକ୍ତି ବିଦ୍ୟୁତ ମରାମତି ମିସ୍ତ୍ରୀ, ଲକଡାଉନ ବେଳେ ଗାଁକୁ ଯାଇ ଆଉ ଫେରିନାହାନ୍ତି। ଏଣୁ ଏସବୁ କ୍ଷେତ୍ରରେ ସ୍ଥିତି ମଧ୍ୟ ଭଲନାହିଁ।

ନଗରାଞ୍ଚଳରେ ବଢ଼ୁଛି ବେକାରି
ଜୁଲାଇ ମାସରେ ଦେଶର ନଗରାଞ୍ଚଳରେ ବେକାରି ହାର ୯.୧୫ ପ୍ରତିଶତ ଥିବା ବେଳେ ଅଗଷ୍ଟ ମାସରେ ଏହା ୯.୮୩ ପ୍ରତିଶତକୁ ବଢ଼ିଛି। ସିଏମଆଇଇ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସହରାଞ୍ଚଳର ପ୍ରତି ୧୦ ଜଣଙ୍କ ମଧ୍ୟରୁ ଜଣକ ନିକଟରେ କାମ ନାହିଁ। ଜୁଲାଇରେ ଦେଶରେ ୭.୪୩ ପ୍ରତିଶତ ବେକାରି ହାର ଥିବା ବେଳେ ଅଗଷ୍ଟ ମାସରେ ୮.୩୫ ପ୍ରତିଶତରେ ପହଞ୍ଚିଛି। ଡିସେମ୍ବର, ଜାନୁଆରୀ ଏବଂ ଫେବ୍ରୁଆରୀରେ ଯେତେବେଳେ ଦେଶରେ କୋରୋନା ସଂକ୍ରମଣ ନ ଥିଲା, ସେତେବେଳେ ଏହି ହାର ୭.୨୨ରୁ ୭.୭୬ ପ୍ରତିଶତ ଥିଲା।

ଓଡ଼ିଶା ବି ଭୋଗୁଛି
କୋରୋନା ମହାମାରୀ ସମୟରେ ଜନତା କର୍ଫ୍ୟୁ, ଲକଡାଉନ, ଶଟଡାଉନ, ଜିଲାକୁ ମନା, କଣ୍ଟେନମେଣ୍ଟ ଜୋନ ଘୋଷଣା ଦ୍ବାରା ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଗଲା। ଗାଡ଼ି ମଟର ଚଳାଚଳ ବନ୍ଦ ହେଲା। ନିଯୁକ୍ତି ପାଇଥିବା ଓଡ଼ିଶାର ହଜାର ହଜାର ଯୁବକ ଚାକିରି ହରାଇଲେ। ଚଳିତ ବର୍ଷ ଓଡ଼ିଶାରେ ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ବେକାରି ହାର ୧.୪ ପ୍ରତିଶତରୁ ୨.୧ ପ୍ରତିଶତରେ ପହଞ୍ଚିଛି। ଚଳିତ ସେପ୍ଟେମ୍ବରରେ ଓଡ଼ିଶାର ଗ୍ରାମାଞ୍ଚଳରେ ବେକାରି ହାର ୨.୦ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଏହା ବ୍‌ଦ୍ଧି ପାଇ ୨.୪ ପ୍ରତିଶତରେ ପହଞ୍ଚିଛି। ଓଡ଼ିଶାରେ ଜାନୁଆରୀ ତୁଳନାରେ ଏପ୍ରିଲ ମାସରେ ୨୨ ପ୍ରତିଶତ ଅଧିକ ଥିଲା ବେକାରି ହାର। ଏପ୍ରିଲରେ ରାଜ୍ୟରେ ୨୩.୮ ପ୍ରତିଶତ ଥିବା ବେଳେ ମେ ମାସରେ ଏଥିରେ ସୁଧାର ଆସି ୧୧.୪ ପ୍ରତିଶତକୁ ଖସିଥିଲା। ସେହିପରି ଜୁନ ମାସରେ ବେକାରି ପ୍ରତିଶତ ୩.୮ ଥିବା ବେଳେ ଜୁଲାଇରେ ୧.୯ ପ୍ରତିଶତ ଏବଂ ଅଗଷ୍ଟରେ ୧.୪ ପ୍ରତିଶତକୁ ଖସିଥିଲା। କିନ୍ତୁ ସେପ୍ଟେମ୍ବରରେ ଏହା ପୁଣିଥରେ ୨.୧ ପ୍ରତିଶତକୁ ବ୍‌ଦ୍ଧି ପାଇବା ଉଦବେଗର କାରଣ ହୋଇଛି। ଆସାମରେ ସବୁଠୁ କମ ବେକାରି ହାର ୧.୨ ପ୍ରତିଶତ ଥିବା ଜଣାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ