ରାଜଧାନୀରେ କମୁଛି ସଂକ୍ରମଣ: ମୃତ୍ୟୁ ସଂକ୍ରାନ୍ତରେ ଅଡିଟ୍ ଖୁବ୍‌ଶୀଘ୍ର


ଭୁବନେଶ୍ବର: ରାଜଧାନୀରେ ସଂକ୍ରମଣ ନିମ୍ନମୁଖି ହେବା ସହିତ ଏହାର ପ୍ରଭାବ କମିବାରେ ଲାଗିଛି। ପ୍ରତିଦିନ ଚିହ୍ନଟ ଆକ୍ରାନ୍ତଙ୍କ ଠାରୁ ଅଧିକ ସୁସ୍ଥ ହେଉଛନ୍ତି। ଏବେ ରାଜଧାନୀରେ ମୋଟ ସଂକ୍ରମଣ ୨୬ ହଜାର ୯୯୫ ହୋଇଥିବା ବେଳେ ତନ୍ମଧ୍ୟରୁ ସୁସ୍ଥ ହୋଇଛନ୍ତି ୨୩ ହଜାର ୮୩୦। ରାଜଧାନୀରେ ଏବେ ୩ ହଜାର ୧୧ ସକ୍ରିୟ ମାମଲା ରହିଛି। ଅନ୍ୟପକ୍ଷରେ ରାଜଧାନୀରୁ ଶନିବାର ୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩୦୭ ଆକ୍ରାନ୍ତ। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୫ ଜଣ ସଙ୍ଗରୋଧ ଓ ୧୬୧ ଜଣ ସ୍ଥାନୀୟ ଅଞ୍ଚଳରୁ ଥିବା ଟ୍ବିଟ୍‌ କରି ସୂଚନା ଦେଇଛି ବିଏମ୍‌ସି।

ଶନିବାର ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁର ଓ ନୟାପଲ୍ଲୀରୁ ୧୧ ଲେଖାଏଁ ଲୋକାଲ୍ କେସ୍ ଚିହ୍ନଟ ହୋଇଛନ୍ତି। ସେହିଭଳି ପଟିଆ ଓ ୟୁନିଟ୍-୯ରୁ ୧୦ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଡ଼ଗଡ଼, ଲକ୍ଷ୍ମୀସାଗର ଓ ଖଣ୍ଡଗିରିରୁ ୭ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୋଖରୀପୁଟ ଓ ବମିଖାଲରୁ ୬ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି ସୂଚନା ଦେଇଛି। ଓଲ୍ଡ ଟାଉନ୍ ଓ ଝାରପଡ଼ାରୁ ମଧ୍ୟ ୫ ଜଣ ଲେଖାଏଁ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୬୯୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୦୧୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୩୮୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୩୩ ଜଣଙ୍କର ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ରାଜଧାନୀରେ ଥିବା ସରକାରୀ ଚିକିତ୍ସାଳୟ ଗୁଡ଼ିକରେ ସମୁଦାୟ ୪୦୫ ଗୋଟି ଆଇସିୟୁ ମଧ୍ୟରୁ ଆଜି ଦିନରେ ୧୦୦ ଗୋଟି ଖାଲି ଅଛି ବୋଲି କହିଛନ୍ତି ବିଏମ୍‍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ବର୍ତ୍ତମାନ ଭୁବନେଶ୍ୱରରେ ଆଉ ୨ ଗୋଟି ଶ୍ମଶାନର ନିର୍ମାଣ କରାଯାଉଛି। ଯାହାର ଯୋଜନା ବହୁ ପୂର୍ବରୁ ହୋଇଛି। ଆଧୁନିକ ଶବଦାହ ବ୍ୟବସ୍ଥା ମଧ୍ୟ ସ୍ମାର୍ଟ୍ ସିଟିର ଏକ ଆବଶ୍ୟକତା ଏବଂ ସହରୀ ପ୍ରଶାସନଭାବେ ଆମକୁ ଏହି କାର୍ଯ୍ୟ କରିବାକୁ ଡେବ ଏବଂ ଏଦିଗରେ ଉନ୍ନତି ଆଣିବାକୁ ହେବ। ରାଜଧାନୀରେ ସେରୋ ସର୍ଭେଲାନ୍ସର ବିବରଣୀ ଅନୁକୂଳ ହେବ ଏବଂ ଏହାର ଫଳାଫଳ ୭ ଦିନ ମଧ୍ୟରେ ଜଣାପଡ଼ିବ। ତେବେ ସେରୋ ସର୍ଭେଲାନସ୍ ଏକ ପ୍ରକ୍ରାର ନିରନ୍ତର ପ୍ରକ୍ରିୟା, ଯାହା ଆବଶ୍ୟକତା ଅନୁସାରେ କରାଯାଇଥାଏ। ମୃତ୍ୟୁ ସଂକ୍ରାନ୍ତରେ ଅଡିଟ୍ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହା ରହିଥିବା ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଅନୁସାରେ ହେବ, ଏଥିପାଇଁ ତିନୋଟି ଟିମ୍ ହେବ, ଆମର ଏଠାରେ ମଧ୍ୟ ଭଲ ଗରୋଇ ହସପିଟାଲ୍ ରହିଛନ୍ତି, ସେମାନେ ମଧ୍ୟ ଏଥିରେ ସହଯୋଗ କରିବେ ବୋଲି ସେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ