ୟୁପିରେ ଥମୁନି ଅପରାଧ: ପୁଣି ଗର୍ଜିଲା ଗୁଳି, ବିଜେପି ନେତା ନିହତ


ଗତ ସେପ୍ଟେମ୍ବରରେ ହାଥରସ୍ ଗଣଦୁଷ୍କର୍ମ ଘଟଣା ରାଜ୍ୟ ସହ ସମଗ୍ର ଦେଶଷର ଚର୍ଚ୍ଚାର ବିଷୟ ହୋଇଆସିଥିବା ବେଳେ ରାଜ୍ୟରେ ଆହୁରି କେତେକ ଦୁଷ୍କର୍ମ ଘଟଣା ଘଟିଥିଲା। ଏବେ ବି ଏହି ରାଜ୍ୟରେ ଅପରାଧ ଥମିବାର ନାଁ ଧରୁନାହିଁ। ନିକଟରେ ଉତ୍ତର ପ୍ରଦେଶର ବଲିଆ ଜିଲ୍ଲାରେ ଜଣେ ବିଜେପି କର୍ମୀ ଦୋକାନ ଆବଣ୍ଟନ ବେଳେ ବଚସାକୁ କେନ୍ଦ୍ର କରି ଗୁଳି ଚଳାଇବା ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଶୁକ୍ରବାର ରାତିରେ ରାଜ୍ୟରେ ପୁଣିଥରେ ଗୁଳିର ଗର୍ଜନ ଶୁଣିବାକୁ ମିଳିଛି। କେତେକ ଅଜଣା ଆତତାୟୀ ଗୁଳି ଚଳାଇ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ଫିରୋଜାବାଦର ନରଖି ଥାନାଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି। ଉକ୍ତ ବିଜେପି ନେତା ଜଣକଙ୍କ ନାମ ଡିକେ ଗୁପ୍ତା ହୋଇଥିବା ବେଳେ ସେ ତାଙ୍କ ଦୋକାନରୁ ବାହାରକୁ ଆସୁଥିବା ବେଳେ ଦୁର୍ବ୍‌ତ୍ତମାନେ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ରାତି ପ୍ରାୟ ୮ଟା ବେଳେ ଏହି ଗୁଳିକାଣ୍ଡ ଘଟାଇବା ପରେ ଦୁର୍ବ୍‌ତ୍ତମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। ୪୬ ବର୍ଷୀୟ ଗୁପ୍ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତେବେ ରାଜ୍ୟରେ ଲଗାତର ବିଜେପି ନେତାମାନଙ୍କ ଉପରେ ଆକ୍ରମଣ ହୋଇଚାଲିଥିବା ବେଳେ ଏହା ବିରୋଧରେ ନିକଟରେ ଉତ୍ତର ପ୍ରଦେଶରେ ବନ୍ଦ ପାଳନ କରାଯାଇଥିଲା। ଡିକେ ଗୁପ୍ତାଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାକୁ ମଧ୍ୟ ବିରୋଧ କରି ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ରାସ୍ତା ରୋକିବା ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ଖବର ପାଇ ସ୍ଥାନୀୟ ପୋଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ଉକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲେ। ଏହି ଅଞ୍ଚଳଟି ତୁଣ୍ଡଲା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହୋଇଥିବା ବେଳେ ଏଠାରେ ଆସନ୍ତା ନଭେମ୍ବର ୩ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି କାରଣରୁ ଡିକେ ଗୁପ୍ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।  ଅନ୍ୟପକ୍ଷରେ ସ୍ଥାନୀୟ ପୋଲିସ୍ ଏନେଇ ଏକ ମାମଲା ରୁଜୁ କରିବା ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ