ଚିକ୍କଣ ସ୍ଥାନରେ ୨୮ ଦିନ ଜୀବିତ ରହିପାରେ କୋରୋନା ଭୂତାଣୁ

ସ୍ମାର୍ଟଫୋନ, ବ୍ୟାଙ୍କ ନୋଟ, କାଚ, ପ୍ଲାଷ୍ଟିକ ଓ ଷ୍ଟେନଲେସ ଷ୍ଟିଲ ଆଦି ଅଧିକ ବିପଦପ୍ରବଣ

ଅଷ୍ଟ୍ରେଲିଆର ରାଷ୍ଟ୍ରୀୟ ବିଜ୍ଞାନ ଏଜେନ୍ସି ଦ୍ବାରା କରାଯାଇଥିବା ଏକ ଲାବୋରେଟୋରି ଗବେଷଣାରୁ ଜଣାପଡ଼ିଛି ଯେ କୋଭିଡ-୧୯ ମହାମାରୀ ପାଇଁ ଦାୟୀ ନୂଆ କୋରୋନା ଭାଇରସ ବ୍ୟାଙ୍କ ନୋଟ, ସ୍ମାର୍ଟଫୋନ ସ୍କ୍ରିନ, କାଚ ଓ ଷ୍ଟେନଲେସ ଷ୍ଟିଲ ଭଳି ଜିନିଷ ଉପରେ ୨୮ ଦିନ ଯାଏ ଜୀବିତ ରହିପାରେ। ଭାଇରୋଲୋଜି ଜର୍ଣ୍ଣାଲରେ ଏହି ଗବେଷଣାର ଫଳାଫଳ ପ୍ରକାଶ ପାଇଛି।

ଗବେଷଣାର ଫଳାଫଳ ଅନୁସାରେ ସାର୍ସ-ସିଓଭି -୨ ଦୀର୍ଘ ସମୟ ଯାଏ ଫ୍ଲୋର ଉପେରେ ସଂକ୍ରାମକ ହୋଇ ରହିପାରେ। ତେଣୁ ସ୍ବଚ୍ଛତାର ଅଭ୍ୟାସ ଆପଣାଇବା ପୂର୍ବକ ହାତ ଧୋଇବା ଓ ଚଟାଣକୁ ସଫା ରଖିବା ଆଦି ଅଭ୍ୟାସ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଅଷ୍ଟ୍ରେଲିଆନ ସେଣ୍ଟର ଫର ଡିଜିଜ ପ୍ରିପେୟାର୍ଡନେସ (ଏସିଡିପି)ର ଗବେଷଣାରୁ ଜଣାପଡ଼ିଛି ଯେ ସାର୍ସ-ସିଓଭି-୨ କମ ତାପମାତ୍ରା, ଛିଦ୍ର ନ ଥିବା ଓ ଚିକଣିଆ ଜିନିଷ ଉଦାହରଣସ୍ବରୂପ କାଚ, ଷ୍ଟେନଲେସ ଷ୍ଟିଲ, ପ୍ଲାଷ୍ଟିକ ସିଟ ଆଦିରେ ଛିଦ୍ରଯୁକ୍ତ ଜଟିଳ ସ୍ଥାନ ତୁଳନାରେ ଅଧିକ ସମୟ ଜୀବିତ ରହିପାରନ୍ତି।

ଅଷ୍ଟ୍ରେଲିଆର ରାଷ୍ଟ୍ରୀୟ ବିଜ୍ଞାନ ଏଜେନ୍ସି ସିଏସଆଇଆରଓ ଗବେଷକମାନେ ଆହୁରି ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ପ୍ଲାଷ୍ଟିକ ବ୍ୟାଙ୍କ ନୋଟ ତୁଳନାରେ କାଗଜ ନୋଟରେ କୋରୋନା ଭାଇରସ ଅଧିକ ସମୟ ଯାଏ ଜୀବିତ ରହିପାରେ। ସିଏସଆଇଆରଓର ମୁଖ୍ୟ କାର୍ଯ୍ୟକାରୀ ଲ୍ୟାରି ମାର୍ଶାଲ କହିଛନ୍ତି ଯେ କେଉଁ ସ୍ଥାନରେ କେତେ ସମୟ ଯାଏ ଭାଇରସ ଜୀବିତ ରହିପାରିବ, ଏହା ଜାଣିବା ପରେ ଏହାକୁ ନେଇ ଅଧିକ ଭବିଷ୍ୟବାଣୀ କରିହେବ। ଫଳରେ ଲୋକଙ୍କୁ ବଞ୍ଚାଇବା ଅଧିକ ପ୍ରଭାବୀ ହେବ। ଏସିଡିପିର ଉପନିର୍ଦେଶକ ଡେବି ଇଗଲ୍ସ କହିଛନ୍ତି ଯେ ୨୦ ଡିଗ୍ରୀ ସେଲସିୟସ ତାପମାତ୍ରା ଅର୍ଥାତ ସାଧାରଣ କୋଠରି ତାପମାତ୍ରାରେ ଏହି ଭାଇରସ ମଜବୁତ ଭାବେ ରହୁଥିବା ଗବେଷଣାରୁ ଜଣାପଡ଼ିଛି। ମୋବାଇଲ ଫୋନ ସ୍କ୍ରିନର କାଚ, ପ୍ଲାଷ୍ଟିକ, ବ୍ୟାଙ୍କନୋଟ ଭଳି ଚିକଣିଆ ସ୍ଥାନରେ ଏହି ଭାଇରସ ୨୮ ଦିନ ଯାଏ ଜୀବିତ ରହିପାରେ। ଗବେଷଣା ସମୟରେ ତାପମାତ୍ରା ଯେତେ ଅଧିକ ବଢ଼ାଗଲା, କୋରୋନା ଭାଇରସର ଜୀବିତ ରହିବା ସମୟ ସେତିକି କମିବାରେ ଲାଗିଲା ବୋଲି ଇଗଲ୍ସ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ