ନୀତା ଅମ୍ବାନି ଶାଶୁ ନମ୍ବର ୧: ବୋହୂଙ୍କ ସହ ରହିଛି ଜବରଦସ୍ତ ବଣ୍ଡିଂ


ଦେଶର ସବୁଠାରୁ ଧନୀ ବିଜନେସମ୍ୟାନ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ତିନୋଟି ସନ୍ତାନର ମା’ ବାପା। ଈଶା, ଆକାଶ ଓ ଅନନ୍ତ। ଆକାଶ ଅମ୍ବାନୀଙ୍କ ବିବାହ ଶ୍ଲୋକା ମେହତାଙ୍କ ସହିତ ହୋଇଛି। ଅନନ୍ତ ଅମ୍ବାନୀ ରାଧିକା ମର୍ଚ୍ଚାଣ୍ଟଙ୍କୁ ଡେଟ କରୁଛନ୍ତି। ରାଧିକା ଖୁବଶଘ୍ର ଅମ୍ବାନୀ ପରିବାରର ବୋହୂ ହେବାକୁ ଯାଉଥିବା କୁହାଯାଉଛି। ତେବେ ଶାଶୁ ନୀତା ଅମ୍ବାନୀଙ୍କ ସହ ଦୁଇ ବୋହୂଙ୍କ ଜବରଦସ୍ତ ବଣ୍ଡିଂ ଥିବା ଦେଖିବାକୁ ମିଳିଥାଏ।

ମୁକେଶଙ୍କ ବଡ଼ ବୋହୂ ଶ୍ଲୋକାଙ୍କ ଜନ୍ମ ୧୯୯୦ରେ ମୁମ୍ବାଇରେ ହୋଇଥିଲା। ସେ ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପ୍ରାଥମିକ ଶିକ୍ଷା ପ୍ରାପ୍ତ କରିଥିଲେ। ହୀରା ବ୍ୟବସାୟୀ ରସେଲ ମେହତା ଓ ମୋନା ମେହତାଙ୍କ ଝିଅ ହେଉଛନ୍ତି ଶ୍ଲୋକା। ୨୦୧୪ରେ ଶ୍ଲୋକା ନିଜ ବାପାଙ୍କ କମ୍ପାନୀ ରୋଜି ବ୍ଲୁ ଫାଉଣ୍ଡେସନର ଡାଇରେକ୍ଟର ହୋଇଥିଲେ। ଏହା ତାଙ୍କ ପିତାଙ୍କ କମ୍ପାନୀର ଏକ ଶାଖା କମ୍ପାନୀ। ଏଥିସହିତ କନେକ୍ଟ ଫର ସଂସ୍ଥାର ସହପ୍ରତିଷ୍ଠାତା ମଧ୍ୟ ଶ୍ଲୋକା। ତାଙ୍କ ନେଟୱର୍ଥ ୧୩୬ କୋଟି ଟଙ୍କା। ଶ୍ଲୋକା ଗୀତ ଶୁଣିବାକୁ ଓ ଭ୍ରମଣ କରିବାକୁ ପସନ୍ଦ କରନ୍ତି। ଶ୍ଲୋକାଙ୍କୁ ତାଙ୍କ ବାହାଘରରେ ନୀତା ଏକ ଦାମୀ ହାର ମଧ୍ୟ ଉପହାର ଦେଇଥିଲେ। ଏହି ହାରର ଦାମ ୩୦୦ କୋଟି ଟଙ୍କା ବୋଲି କୁହାଯାଉଛି। ନୀତା ତାଙ୍କ ବୋହୂଙ୍କୁ ବହୁତ ଭଲ ପାଆନ୍ତି ଓ ଉଭୟଙ୍କ ମଧ୍ୟରେ ସୁନ୍ଦର ବଣ୍ଡିଂ ରହିଛି।

ସେହିପରି ରାଧିକା ଅମ୍ବାନୀ ପରିବାରର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ମୁକେଶଙ୍କ ସାନ ପୁଅ ଅନନ୍ତ ଓ ରାଧିକା ପରସ୍ପରଙ୍କୁ ଦୀର୍ଘ ଦିନ ହେଲାଣି ଡେଟ କରୁଛନ୍ତି। ରାଧିକାଙ୍କ ବୟସ ୨୪ ବର୍ଷ। ରାଧିକା ନିଜ ସ୍କୁଲିଂ ମୁମ୍ବାଇର କ୍ୟାଥେଡ୍ରାଲ ଏଣ୍ଡ ଜନ କାନନ ସ୍କୁଲ ଓ ଇକୋଲ ମୋଣ୍ଡିୟଲ ୱାର୍ଲ୍ଡ ସ୍କୁଲରେ ଶେଷ କରିଥିଲେ। ଏହାପରେ ସେ ନ୍ୟୁୟର୍କ ୟୁନିଭସିର୍ଟିରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମ ଶେଷ କରିଥିଲେ। ରାଧିକା ତାଙ୍କ କ୍ୟାରିଅରର ଆରମ୍ଭ କେଦାର କନସଲଟାଣ୍ଟ, ଦେସାଇ ଏଣ୍ଡ ଡିଭାନଜି ଏବଂ ଇଣ୍ଡିଆ ଫାଷ୍ଟ ଭଳି କମ୍ପାନୀରେ କରିଥିଲେ। ରାଧିକାଙ୍କ ପିତାଙ୍କର ଏକ୍ସପୋର୍ଟ, ଇମ୍ପୋର୍ଟ ବିଜନେସ ରହିଛି। ୨୦୦୨ରେ ସେ ଏନକୋର ହେଲଥ ସର୍ଭିସ ନାମକ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ। ରାଧିକା ନିଜ ବାପାଙ୍କ କମ୍ପାନୀରେ ଡାଇରେକ୍ଟର ଭାବେ କାମ କରୁଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ରାଧିକାଙ୍କ ନେଟୱର୍ଥ ୧୫ କୋଟି ଟଙ୍କା। ରାଧିକାଙ୍କୁ ଭ୍ରମଣ କରିବା ଓ ଶପିଂ କରିବା ବହୁତ ପସନ୍ଦ।

ନୀତା ନିଜ ଭାବି ବୋହୂ ରାଧିକାଙ୍କୁ ଖୁବ ପସନ୍ଦ କରନ୍ତି। ଯେ କୌଣସି କାର୍ଯ୍ୟକ୍ରମରେ ନୀତା ରାଧିକାଙ୍କୁ ସାଙ୍ଗରେ ରଖିଥାନ୍ତି। ଏବେଠାରୁ ରାଧିକା ଅମ୍ବାନୀ ପରିବାରର ସଦସ୍ୟ ଭାବେ ରହୁଛନ୍ତି। ରାଧିକା ଓ ଶ୍ଳୋକା ପରସ୍ପରଠାରୁ ବହୁତ ଅଲଗା। ଶ୍ଳୋକାଙ୍କୁ ପୂରାପୂରି ନିଜ ଶାଶୁ ନୀତାଙ୍କ ଭଳି ଲଗଜରୀ ଲାଇଫଷ୍ଟାଇଲ ବହୁତ ପସନ୍ଦ। ରାଧିକା ଅମ୍ବାନୀ ପରିବାରର ବୋହୂ ହେବା ପୂର୍ବରୁ ହିଁ ଲୋକପ୍ରିୟ ହୋଇଗଲେଣି। ନୀତାଙ୍କ ବଡ଼ବୋହୂ ଶ୍ଲୋକା ଓ ଭାବୀ ବୋହୂ ରାଧିକାଙ୍କ ସହ ଥିବା ସମ୍ପର୍କ ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏଥିରୁ ବୋହୂମାନଙ୍କ ପ୍ରତି ଥିବା ତାଙ୍କ ବଣ୍ଡିଂକୁ ନେଇ ମଧ୍ୟ ଆଲୋଚନା ହେଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ