ବାସ୍ତୁ ଅନୁସାରେ ଟ୍ରେଜେରୀ ରଖିବାର ଉପଯୁକ୍ତ ଦିଗ ଜାଣନ୍ତୁ


ନିଜର ସବୁଇଚ୍ଛା ପୂରଣ କରିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନ ଥାଏ। କିନ୍ତୁ ଅର୍ଥାଭାବରୁ ଅନେକ ସମୟରେ ଛୋଟ ଛୋଟ ଇଚ୍ଛାକୁ ମଧ୍ୟ ମନରେ ଚାପି ଦେବାକୁ ପଡ଼ିଥାଏ। ଯାହା ପାଖରେ ଅର୍ଥ ରହିଛି, ସେ ନିଜର ଅନେକ ଇଚ୍ଛା ପୂରଣ କରି ଦେଇଥାନ୍ତି। ତେଣୁ ବର୍ତ୍ତମାନ ସମୟରେ ଲୋକମାନେ ନିଜର ସ୍ବପ୍ନ ପୂରଣ କରିବା ଲାଗି ଅଧିକରୁ ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଛନ୍ତି। ବାସ୍ତୁ ଶାସ୍ତ୍ର ସମ୍ପର୍କରେ ଜ୍ଞାନ ଥିବା ରଚନା ମିଶ୍ରଙ୍କ ମୁତାବକ ସମସ୍ତେ ଚାହାନ୍ତି ଭଲ ରୋଜଗାର କରିବା ସହିତ ଟଙ୍କା ମଧ୍ୟ ଅଧିକ ସଞ୍ଚୟ ହେଉ। ଅନେକ ଲୋକ ରୋଜଗାର ଭଲ କରୁଥିଲେ ମଧ୍ୟ ସଞ୍ଚୟ କରିପାରି ନ ଥାନ୍ତି। ସେମାନଙ୍କ ପାଖରେ ଟଙ୍କା ରହି ନ ଥାଏ। ତେଣୁ କେତେକ ବାସ୍ତୁ ଟିପ୍‌ସ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ବୋଲି ରଚନା କହିଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଡଷ୍ଟବିନ କେଉଁଠି ରଖାଯାଉଛି, ତାହାର ପ୍ରଭାବ ମଧ୍ୟ ଆର୍ଥିକ ଜୀବନ ଉପରେ ପଡ଼ିଥାଏ। ବାସ୍ତୁ ଅନୁସାରେ ଘରର ଉତ୍ତର ପୂର୍ବ କୋଣ ଓ ଈଶାନ କୋଣରେ ଡଷ୍ଟବିନ ରଖିବା ଉଚିତ ନୁହେଁ। କାରଣ ଏହା ଫଳରେ ଧନ ନାଶ ହୋଇଥାଏ। ଅନେକ ଲୋକଙ୍କ ଘରର ବାଥରୁମରେ ଥିବା ଟ୍ୟାପରୁ ସବୁବେଳେ ପାଣି ଟପ ଟପ ହୋଇ ପଡ଼ିଥାଏ। ବାସ୍ତୁ ଅନୁସାରେ ଏହାକୁ ଅଶୁଭ ଓ ଆର୍ଥିକ ସମସ୍ୟାର କାରଣ ବୋଲି କୁହାଯାଏ। ଅଗ୍ନି କୋଣ ବା ଦକ୍ଷିଣ ପୂର୍ବରେ ରୋଷେଇ ଘର ହେବା ଉଚିତ। ପଶ୍ଚିମ ଦିଗରେ ରୋଷେଇ ଘର ହେବା ଫଳରେ ଧନ ଆଗମନ ଭଲ ହୋଇଥିଲେ ମଧ୍ୟ ସଞ୍ଚୟ ହୋଇପାରି ନ ଥାଏ। ଘର ନିର୍ମାଣ କରିବାବେଳେ ଉତ୍ତର ପଶ୍ଚିମ ଭାଗକୁ ଉଚ୍ଚା ରଖନ୍ତୁ କାରଣ ବାସ୍ତୁ ଅନୁସାରେ ଯେଉଁ ଘରର ପଶ୍ଚିମ ଉତ୍ତରଠାରୁ ନୀଚା ହୋଇଥାଏ, ଉକ୍ତ ଘରେ ଆର୍ଥିକ ସମସ୍ୟା ଆସି ନ ଥାଏ।

ଘରେ ଥିବା ଟ୍ରେଜେରୀ ମଧ୍ୟ ଆପଣଙ୍କ ଆର୍ଥିକ ସ୍ଥିତି ଉପରେ ଅଧିକ ପ୍ରଭାବ ପକାଇଥାଏ। ବାସ୍ତୁଶାସ୍ତ୍ର ମୁତାବକ କେବେ ବି ଟ୍ରେଜେରୀକୁ ଦକ୍ଷିଣ କାନ୍ଥ ସହିତ ଲଗାଇ ରଖିବା ଉଚିତ ନୁହେଁ। ଏହାକୁ ଏପରି ରଖନ୍ତୁ ଯେମିତି ଏହାର ମୁହଁ ଉତ୍ତର ପଟକୁ ପୂର୍ବ ଦିଗରେ ରହିଥିବ। ପୂର୍ବ ଦିଗକୁ ଆଲମାରିର ମୁହଁ ରହିବା ଫଳରେ ମଧ୍ୟ ଧନ ବୃଦ୍ଧି ହୋଇଥାଏ। କିନ୍ତୁ ଉତ୍ତର ଦିଗକୁ ଉତ୍ତମ ବୋଲି କୁହାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ