ଶରୀର ଦୁର୍ଗନ୍ଧ ଦୂର କରିବାକୁ ଆପଣାନ୍ତୁ ଏହି ଘରୋଇ ଟିପ୍‌ସ


ଶରୀରରୁ ଦୁର୍ଗନ୍ଧ ବାହାରୁଥିଲେ ସମସ୍ତେ ଆପଣଙ୍କଠାରୁ ଦୂରେଇ ରହିବେ। ପାର୍ଟି ହେଉ ବା ଅଫିସ ସବୁଠାରେ ଆପଣଙ୍କୁ ଲଜ୍ଜିତ ହେବାକୁ ପଡ଼ିପାରେ। ଏହା ଆପଣଙ୍କ ବ୍ୟକ୍ତିତ୍ବକୁ ହାନି ପହଞ୍ଚାଇବା ସହ ଆତ୍ମବିଶ୍ବାକୁ ମଧ୍ୟ କମ କରିପାରେ। ଚାଲନ୍ତୁ ଜାଣିବା ଶରୀର ଦୁର୍ଗନ୍ଧ ଦୂର କରିବା ପାଇଁ କେତେକ ଘରୋଇ ଉପାୟ।

ଅଧିକ ଜଙ୍କ ଫୁଡ ସେବନ କଲେ ଝାଳ ଭାବେ ଯେଉଁ ବିଷାକ୍ତ ପଦାର୍ଥ ବାହାରେ ଏହା ଅଧିକ ଦୁର୍ଗନ୍ଧ ହୋଇଥାଏ। ଏହା ଆମ ଲିଭରକୁ ମଧ୍ୟ ଖରାପ କରିପାରେ। ତେଣୁ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ। ଉତ୍ତମ ଓ ସ୍ବାସ୍ଥ୍ୟକର ଖାଦ୍ୟ ନ ଖାଇବା ଫଳରେ ଅନ୍ତନଳୀରେ ଖରାପ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ। ଏହି କାରଣରୁ ଶରୀରରୁ ଦୁର୍ଗନ୍ଧ ବାହାରିଥାଏ। ତେଣୁ ପ୍ରତ୍ୟେକ ଦୁଇ ଘଣ୍ଟାରେ କିଛି ନା କିଛି ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ।

ଗ୍ରୀନ ଟି’ରେ ଅନେକ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଏହା ଶରୀର ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରେ। ଏହା ଖରାପ ନିଃଶ୍ବାସ ପ୍ରଶ୍ବାସ ସୃଷ୍ଟି କରୁଥିବା ତତ୍ତ୍ବକୁ ମଧ୍ୟ ଶେଷ କରିଦିଏ। ତେଣୁ ଦିନର ଆରମ୍ଭ ଗ୍ରୀନ ଟି’ରୁ କରିବା ଉଚିତ। ସେହିପରି ଲେମ୍ବୁରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି। ଏହା ଶରୀରର ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରେ। ଏହା ଚର୍ମର ପିଏଚ ସ୍ତରକୁ ମଧ୍ୟ କମ କରିଥାଏ। ତେରୁ ଖରାପ ବ୍ୟାକ୍ଟେରିଆ ସୃଷ୍ଟି ହେବା କଷ୍ଟକର ହୋଇଥାଏ। ଟମାଟୋରେ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିସେପ୍ଟିକ ଗୁଣ ରହିଛି। ଏହା ଶରୀରର ଦୁର୍ଗନ୍ଧ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିଦିଏ। ଏଥିରେ ପ୍ରାକୃତିକ ଆଷ୍ଟ୍ରେଜେଣ୍ଟ ଥିବା କାରଣରୁ ଶରୀରରୁ ଝାଳ ବହିବାରୁ ରୋକିଥାଏ।

ଦହିରେ ଉତ୍ତମ ବ୍ୟାକ୍ଟେରିଆ ଥିବାରୁ ଏହା ଖାଦ୍ୟକୁ ସହଜରେ ହଜମ କରିଦିଏ। ଏଥିସହିତ ବହୁତ ସହଜରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦିଏ। ତେଣୁ ନିୟମିତ ଭାବେ ଦହି ସେବନ କରିବା ଉଚିତ। ଅଦା ଶରୀରର ଦୁର୍ଗନ୍ଧ ଦୂର କରିବା ପାଇଁ ଅଧିକ ଲାଭଦାୟକ। ଏହା ଆପଣଙ୍କୁ ତାଜା ଅନୁଭବ କରାଇବା ସହିତ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ମଧ୍ୟ ସାହାଯ୍ୟ କରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ