ପୋଡ଼ି ହୋଇଗଲେ ଆପଣାନ୍ତୁ ଏସବୁ ଘରୋଇ ଉପାୟ


ରୋଷେଇ କରିବା ସମୟରେ ଛୋଟ ମୋଟ ଭୁଲ କାରଣରୁ ହାତ କିମ୍ବା ଅନ୍ୟ ସ୍ଥାନରେ ଚେଙ୍କ ଲାଗିବା ସ୍ବଭାବିକ କଥା। ତେବେ ଚେଙ୍କ ଲାଗିବାର କଷ୍ଟକୁ ତତ୍କାଳ ବନ୍ଦ କରି ନ ପାରିଲେ ମଧ୍ୟ ଏହାର ଉପଶମ କରାଯାଇ ପାରିବ। ତେବେ ଚାଲନ୍ତୁ ଜାଣିବା ଚେଙ୍କ ଲାଗିବା ପରେ କ’ଣ କରିବେ।

ସର୍ବପ୍ରଥମେ ଚେଙ୍କ ଲାଗିଥିବା ସ୍ଥାନରେ ବରଫ ଘଷନ୍ତୁ। ଯଦି ବରଫ ନାହିଁ ତେବେ ଥଣ୍ଡା ପାଣିରେ ଏହାକୁ ଧୁଅନ୍ତୁ। ଯଦି ପାଦରେ କୌଣସି ଗରମ ଜିନିଷ ଲାଗିଛି ତେବେ ବାଲ୍ଟିରେ ଥଣ୍ଡା ପାଣି ରଖି ଗୋଡ଼ ବୁଡ଼ାଇ ରଖନ୍ତୁ। ଯଦି ଚେହେରାରେ ତେଲ ଛିଟିକା ପଡ଼ି ତ୍ବଚା ପୋଡ଼ୁଥାଏ, ତେବେ ତୁରନ୍ତ ଯେ କୌଣସି ଟୁଥପେଷ୍ଟ ଲଗାନ୍ତୁ।

ହଳଦୀ ପାଣି

ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇନଫ୍ଲାମେଟରି ଗୁଣ ରହିଛି। ଏହାଦ୍ବାରା କ୍ଷତ ସ୍ଥାନ ଶୀଘ୍ର ଶୁଖିଯାଏ। ହଳଦୀ ଯନ୍ତ୍ରଣାରୁ ତୁରନ୍ତ ଆରାମ ଦେଇଥାଏ। ଏଥିପାଇଁ ଆପଣ ହଳଦୀ ପାଣି ବ୍ୟବହାର କରିପାରିବେ। ଆପଣ ଚାହିଲେ ପୋଡ଼ି ଯାଇଥିବା ସ୍ଥାନରେ ହଳଦୀ ଲଗାଇପାରିବେ।

ଆଳୁ
ପୋଡ଼ାଜଳା କମ କରିବା ଲାଗି ଆଳୁ ଲାଭଦାୟକ ହୋଇଥାଏ। ଏଥିପାଇଁ ସିଝା ଆଳୁକୁ ଚକଟି ପୋଡ଼ି ଯାଇଥିବା ସ୍ଥାନରେ ଲଗାନ୍ତୁ। ଏହାବ୍ୟତୀତ ଆଳୁ ଚୋପା ମଧ୍ୟ ଲଗାଇପାରିବେ।

ମହୁ
ମହୁରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟିଇନଫ୍ଲାମେଟରି ଗୁଣ ରହିଛି। ଏହା ପୋଡ଼ା କମ କରିଥାଏ। ତେଣୁ ଆପଣ ପୋଡ଼ି ଯାଇଥିବା ସ୍ଥାନରେ ଶୁଦ୍ଧ ମହୁ ଲଗାନ୍ତୁ। ଯଦି ତ୍ବଚା ଅଧିକ ପୋଡ଼ି ଯାଇଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ