ସିଗାରେଟ ଛାଡ଼ିବା ପାଇଁ ଆପଣାନ୍ତୁ ସହଜ ଉପାୟ


ସିଗାରେଟ୍‌ ଛାଡ଼ିବା ସହଜ କଥା ନୁହେଁ। ଜଣେ ଚାହିଲେ ହଠାତ୍‌ ସିଗାରେଟ୍‌ ଛାଡ଼ିପାରିବ ନାହିଁ। ସାଧାରଣତଃ ଦେଖାଯାଏ ଯେଉଁମାନେ ଧୂମପାନ କରନ୍ତି, ଚାହିଲେ ମଧ୍ୟ ସିଗାରେଟ୍‌ ନିଶା ଛାଡ଼ି ପାରନ୍ତି ନାହିଁ। ସିଗାରେଟ୍ କିପରି ଛାଡ଼ିବେ ସେ ସମ୍ପର୍କରେ କିଛି ସହଜ ଉପାୟ ଏଠାରେ ଦିଆଯାଇଛି।

ଧିରେ ଧିରେ ପାଦ ବଢ଼ାନ୍ତୁ
ତେଣୁ ଧୂମପାନ ଛାଡ଼ିବାକୁ ଚାହୁଥିଲେ ଧିରେ ଧିରେ ପାଦ ବଢ଼ାନ୍ତୁ। ଯଦି ଦିନକୁ ୫ଟି ସିଗାରେଟ୍‌ ପିଉଛନ୍ତି, ପ୍ରଥମେ ତାହାକୁ ୨ଟି କିମ୍ବା ୩ଟି ପର୍ଯ୍ୟନ୍ତ ଆଣନ୍ତୁ। ଏହାକୁ ଧିରେ ଧିରେ କମାଇ ଦିନକୁ ଗୋଟିଏ ସିଗାରେଟ୍‌ ଟାଣନ୍ତୁ। ଏହାକୁ ପୁଣି କମାଇ ସପ୍ତାହରେ ଗୋଟିଏ କରି ଶେଷରେ ସମ୍ପୂର୍ଣ୍ଣ ରୂପେ ସିଗାରେଟ୍‌ ଛାଡ଼ି ଦିଅନ୍ତୁ। ନିଜେ ଅନୁଭବ କରିପାରିବେ ଆପଣଙ୍କର ସିଗାରେଟ୍‌ ନିଶା ଧିରେ ଧିରେ କମିବାରେ ଲାଗିଛି।

ରୋଲ୍‌ ମଡ଼େଲଙ୍କୁ ଅନୁସରଣ କରନ୍ତୁ
ସମସ୍ତଙ୍କର କେହି ନା କେହି ରୋଲ ମଡ଼େଲ ନିଶ୍ଚିତ ଭାବେ ଥିବେ। ସମସ୍ତେ ଚାହାନ୍ତି ନିଜ ରୋଲ ମଡ଼େଲ ଭଳି ହେବା ପାଇଁ। ସିଗାରେଟ୍‌ ଛାଡ଼ିବା ପାଇଁ ନିଜ ରୋଲ ମଡ଼େଲଙ୍କୁ ଅନୁସରଣ କରିବା ସବୁଠାରୁ ଭଲ ବିକଳ୍ପ। ଯଦି ଆପଣଙ୍କ ରୋଲ ମଡ଼େଲ ସିଗାରେଟ୍‌ ଟାଣୁ ନାହାନ୍ତି, ତେବେ ଆପଣ କାହିଁକି ଟାଣିବେ ଭାବିଲେ ଆପଣଙ୍କ ପଥ ସୁଗମ ହୋଇଯିବ। ସେହିପରି ଅନେକ ତାରକା ଅଛନ୍ତି ଯେଉଁମାନେ ଦିନେ ଚେନ୍‌ ସ୍ମୋକର ଥିଲେ। ମାତ୍ର ଏବେ ସେମାନେ ସିଗାରେଟ୍‌କୁ ହାତ ମଧ୍ୟ ଲଗାଉ ନାହାନ୍ତି।

ପଛକୁ ହଟନ୍ତୁ ନାହିଁ
କୁହାଯାଏ କୌଣସି କାମକୁ ଲଗାତର କରିବା ପରେ ସଫଳତା ମିଳିଥାଏ। ସିଗାରେଟ୍‌ ତଥା ତମାଖୁ ଛାଡ଼ିବା ପ୍ରକ୍ରିୟା ଟିକେ ଲମ୍ବା ହୋଇଥାଏ। ଯଦି ଆପଣଙ୍କୁ ପ୍ରଥମରୁ ସଫଳତା ମିଳୁନାହିଁ, ତେବେ ବିଚାର କରନ୍ତୁ କେଉଁଠି ସମସ୍ୟା ରହିଛି। ବାରମ୍ବାର ଚେଷ୍ଟା କଲା ପରେ ହିଁ ଆପଣଙ୍କୁ ସଫଳତା ମିଳିପାରିବ।

ଶରୀର ଓ ମନକୁ ସୁସ୍ଥ ରଖନ୍ତୁ
ମାନସିକ ଚାପଗ୍ରସ୍ତ ବ୍ୟକ୍ତି ଅଧିକ ଧୂମପାନ କରନ୍ତି। କେତେକ ବ୍ୟକ୍ତି ଡର କିମ୍ବା ଚିନ୍ତା ପାଇଁ ମଧ୍ୟ ସିଗାରେଟ୍‌ ଟାଣନ୍ତି। ଯେଉଁ ଜିନିଷ ସିଗାରେଟ୍‌ ଟାଣିବା ପାଇଁ ଉସ୍‌କାଉଛି, ତାହାକୁ ପ୍ରଥମେ ଦୂର କରନ୍ତୁ। ଯଦି ଆପଣଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀ ନିୟନ୍ତ୍ରିତ ରହିବ, ତେବେ ଆପଣ ଚାପଗ୍ରସ୍ତ ହେବେ ନାହିଁ। ଏଥିସହିତ ମାନସିକ ଭାବେ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ ଯୋଗ, ମେଡିଟେସନ୍‌ ଆଦି କରନ୍ତୁ। ଦେଖିବେ ଶରୀର ସୁସ୍ଥ ରହିଲେ ଆପଣଙ୍କୁ ସିଗାରେଟ୍‌ ଟାଣିବା ପାଇଁ ଇଚ୍ଛା ହେବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ