ସଠିକ ସ୍ଥାନରେ ରଖନ୍ତୁ ଜୋତା, ନଚେତ ଉପୁଜିବ କଳହ


ଘରେ ପ୍ରବେଶ କରିବାବେଳେ ଆମେ ଜୋତା ଚପଲ ଏଣେ ତେଣେ ଫିଙ୍ଗି ଦେଇଥାଉ କିମ୍ବା ତାହାକୁ ସୁବ୍ୟବସ୍ଥିତ ଭାବେ ରଖି ନ ଥାଉ। କିନ୍ତୁ ଆପଣଙ୍କର ଏହି ଭୁଲ ବାସ୍ତୁଦୋଷର କାରଣ ପାଲଟିପାରେ। ତେଣୁ ଏଠାରେ ଶୁ’ ରାକ ସହିତ ଜଡ଼ିତ ବାସ୍ତୁ ଟିପ୍ସ ସମ୍ପର୍କରେ ସୂଚନା ଦିଆଯାଇଛି।

  • -ଘରର ପ୍ରବେଶ ଦ୍ବାରରେ ଶୁ’ ରାକ ରଖନ୍ତୁ ନାହିଁ। କାରଣ ଏହା ସମୃଦ୍ଧିର ଦ୍ବାର ଅଟେ। ଯଦି ଶୁ’ ରାକ ପ୍ରବେଶ ଦ୍ବାରରେ ରଖାଯାଉଛି, ତେବେ ଏହା ଘରେ ପ୍ରବେଶ କରୁଥିବା ଉତ୍ତମ ଶକ୍ତି ଉପରେ ପ୍ରଭାବ ପକାଇପାରେ। ଯଦି ବାସ୍ତବରେ କୌଣସି ବିକଳ୍ପ ନାହିଁ, ତେବେ ଘର ଭିତର ବଦଳରେ କବାଟ ବାହାରେ ଜୋତା ରଖନ୍ତୁ।
  • -ଶୋଇବା ଘରେ ଜୋତା ନ ରଖିବାକୁ ଚେଷ୍ଟା କରନ୍ତୁ। ବେଳେବେଳେ ଏଥିରୁ ଉତ୍ପନ୍ନ ହେଉଥିବା ନକାରାତ୍ମକ ଶକ୍ତି ଏତେ ତୀବ୍ର ହୋଇଥାଏ, ଯାହାଫଳରେ ଏହାଦ୍ବାରା ବୈବାହିକ ଜୀବନରେ ଅନେକ ସମସ୍ୟା ଆସିପାରେ।
  • -ଶୁ’ ରାକକୁ ରୋଷେଇ ଘର କିମ୍ବା ପୂଜା ଘର ପାଖରେ ରଖିବା ଉଚିତ ନୁହେଁ। ରୋଷେଇ ଘରେ ଜୋତା ରଖିବା ଫଳରେ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ।
  • -ଜୋତା ରାକକୁ ସବୁବେଳେ ବ୍ୟବସ୍ଥିତ ଢଙ୍ଗରେ ଘରର ପଶ୍ଚିମ ଦିଗରେ ରଖିବା ଉଚିତ। ବାସ୍ତୁ ଅନୁସାରେ ଛିଣ୍ଡା ଓ ପୁରୁଣା ଜୋତାକୁ ଫିଙ୍ଗି ଦେବା ଉଚିତ। ନଚେତ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏପରି କରିବା ଦ୍ବାରା ଶନି ଦେବଙ୍କ କୋପଦ୍‌ଷ୍ଟି ଆମ ଉପରେ ପଡ଼ିଥାଏ ବୋଲି ବାସ୍ତୁ ବିଶେଷଜ୍ଞ ଓ ଜ୍ୟୋତିର୍ବିଦମାନେ ମତ ଦେଇଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ