ଭାରତରେ କୋରୋନା ସୁସ୍ଥ ହାର ୮୦ ପ୍ରତିଶତ ଟପିଲା


ନୂଆଦିଲ୍ଲୀ: ଦେଶରେ କୋରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ବଢ଼ି ବଢ଼ି ଚାଲିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୯୦ ହଜାରରୁ ଊର୍ଦ୍ଧ୍ବ ଲୋକ କୋରୋନାରୁ ସୁସ୍ଥ ହୋଇଛନ୍ତି। ଲଗାତର ୩ୟ ଦିନ ପାଇଁ ଦେଶରେ କୋରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହିଥିଲା ବେଳେ ସୁସ୍ଥ ହେଉଥିବା ଲୋକଙ୍କ ହାର ୮୦ ପ୍ରତିଶତ ପାର କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୯୩ ହଜାର ୩୫୬ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋରୋନାରୁ ସୁସ୍ଥ ହେଉଥିବା ସଂକ୍ରମିତଙ୍କ ହାର ଜାରତୀୟ ହାର ଠାରୁ ମଧ୍ୟ ଅଧିକ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଆଉ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ୭୯ ପ୍ରତିଶତ ବୋଲି କୁହାଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶରେ ଏଯାବତ ପ୍ରାୟ ୪୪ ଲକ୍ଷ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି। ଆଉ ଭାରତ ସାରା ବିଶ୍ବରେ କୋରୋନାରୁ ସୁସ୍ଥ ହାର ତାଲିକାରେ ଶୀର୍ଷରେ ରହିଛି। ସାରା ବିଶ୍ବରେ କୋରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ଠାରୁ ଆମ ଦେଶରେ ୧୯ ପ୍ରତିଶତରୁ ଅଧିକ କୋରୋନା ଆକ୍ରାନ୍ତ  ସୁସ୍ଥ ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ସେହିପରି ଗତ ୨୪ ଘଣ୍ଟାରେ ଆମ ଦେଶରେ ୮୬ ହଜାର ୯୬୧ ଜଣ ସଂକ୍ରମିତ ହୋଇଥିଲା ବେଳେ ମୋଟ ସଂଖ୍ୟା ପହଞ୍ଚିଛି ୫୪ ଲକ୍ଷ ୮୭ ହଜାର ୫୮୦ରେ। ୪୩ ଲକ୍ଷ ୯୬ ହଜାର ୩୯୯ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲା ବେଳେ ସୁସ୍ଥ ହେଉଥିବା ସଂକ୍ରମିତ ହାର ୮୦.୧୨ ପ୍ରତିଶତ ବୋଲି ଦର୍ଶାଯାଇଛି। ଗତ ୨୪ ଘଣ୍ଟାରେ ଆଉ ୧୧୩୦ ମୃତକଙ୍କ ମିଶଇଲେ ମୃତ୍ୟୁସଂଖ୍ୟା ୮୭ ହଜାର ୮୮୨ରେ ପହଞ୍ଚିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ