ଗୁଗଲରେ ଟ୍ରେଣ୍ଡ କରୁଛି ଭୟଙ୍କର କଣ୍ଢେଇରେ ସଜ୍ଜିତ ଏହି ଘର


ମେକ୍ସିକୋ ସିଟିରେ ଥିବା ଆଭେନିଦା ଇଜଟାକାଲ୍କୋ ୯ ଏହି ସପ୍ତାହରେ ଗୁଗଲରେ ଅଧିକ ସର୍ଚ୍ଚ କରାଯାଉଥିବା ଠିକଣା ପାଲଟିଛି। ଭୟଙ୍କର ଓ ଡରାଉଥିବା କଣ୍ଢେଇରେ ପରିପୂର୍ଣ୍ଣ ଏହି ଘରର ଫଟୋ ସୋସାଲ ମିଡିଆରେ ଭାଇରାଲ ହେବା ପରେ ଗୁଗୁଲ ସର୍ଚ୍ଚରେ ଲୋକେ ଏହାର ଠିକଣା ଖୋଜୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଚର୍ଚ୍ଚା ହେବାର କାରଣ ଏହି ଘରର କାନ୍ଥ, ସମ୍ମୁଖ ଭାଗ ଓ ଗେଟରେ ଅଜବ ପ୍ରକାରର ଦେଖାଯାଉଥିବା କଣ୍ଢେଇ ସଜାଯାଇଛି। ଏହି କଣ୍ଢେଇମାନଙ୍କ ପାଇଁ ଘରଟି ବେଶ ଭୟଙ୍କର ଦେଖାଯାଉଛି। ଏପରିକି ରାତିରେ ଏହି ଘର ସମ୍ମୁଖରେ ଯାତାୟାତ କରିବା ପାଇଁ ମଧ୍ୟ ଲୋକେ ଡରୁଛନ୍ତି।

ଫର୍ଣ୍ଣାଣ୍ଡୋ ମାଟା ନାମକ ଜଣେ ଟିକଟକ ୟୁଜର ନିଜ ସେଗମେଣ୍ଟରେ ଏକ ଶର୍ଟ ଭିଡ଼ିଓ କରି ପୃଥିବୀ ପୃଷ୍ଠରେ ଅଜବ ଗଜବ ଜିନିଷ ନାମରେ ଏହାକୁ ଶେୟାର କରିବା ପରେ ଏହି ଘର ଚର୍ଚ୍ଚାକୁ ଆସିଥିଲା। ଏହାପରେ ହିଁ ଆଭେନିଦା ଇଜଟାକାଲ୍କୋ ୯ ଘରର ଫଟୋ ଓ ଭିଡ଼ିଓ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି। ଫର୍ଣ୍ଣାଣ୍ଡୋ ନିଜ ଟିକଟକ ଆକାଉଣ୍ଟରେ ଅଜବ ଗଜବ ଜିନିଷର ଫଟୋ ଓ ଭିଡ଼ିଓ ସବୁବେଳେ ଶେୟାର କରିଥାନ୍ତି। ଅଜବ ଜିନିଷ ସମ୍ପର୍କରେ ଜାଣିବା ଓ ଏହାକୁ ସର୍ଚ୍ଚ କରିବା ଫର୍ଣ୍ଣାଣ୍ଡୋଙ୍କ ସଉକ।

ଫର୍ଣ୍ଣାଣ୍ଡୋ ଆଭେନିଦା ଇଜଟାକାଲ୍କୋ ୯ ଉପରେ ଏକ ଭିଡ଼ିଓ ତିଆରି କରି ଲେଖିଥିଲେ ଯେ ଏହି ଠିକଣାରେ ଏକ ଅଜବ ବିଲ୍ଡିଂ ରହିଛି। ଏହି ବିଲ୍ଡିଂରେ ଅନେକଗୁଡ଼ିଏ ଭଙ୍ଗାରୁଜା ପୁରୁଣା କଣ୍ଢେଇ ଝୁଲି ରହିଛି। ମେକ୍ସିକୋର ଲୋକପ୍ରିୟ ଆଇଲ୍ୟାଣ୍ଡସ ଅଫ ଡଲ୍ସ ଭାବେ ଏହି ବିଲ୍ଡିଂକୁ ସଜା ଯାଇଛି। ଏହି ଆଇଲ୍ୟାଣ୍ଡରେ ଭୂତ ରହୁଥିବା ବିଶ୍ବାସ ହେତୁ ଏହାକୁ ଅଶୁଭ ବୋଲି କୁହାଯାଉଛି। ଲୋକଙ୍କ କହିବାନୁସାରେ ଏହି ଆଇଲ୍ୟାଣ୍ଡରେ ଆତ୍ମାମାନେ ବିଚରଣ କରୁଛନ୍ତି। ଏପରିସ୍ଥଳେ ଲୋକେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏମିତି କିଏ ଅଛନ୍ତି, ଯିଏ ନିଜ ଘରକୁ ଏଭଳି ଅଶୁଭ ଆଇଲ୍ୟାଣ୍ଡ ଭାବେ ସଜାଇବାକୁ ଚାହିବେ? ତେବେ ଆଭେନିଦା ଇଜଟାକାଲ୍କୋ ୯ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଘରକୁ ଏଭଳି ଅଜବ କଣ୍ଢେଇରେ ସଜାଯାଇଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ