୬ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ


ଆଗ୍ରା: ମହାମାରୀ କୋରୋନାକୁ ଦ୍‌ଷ୍ଟିରେ ରଖି ଦୀର୍ଘ ୬ ମାସ କାଳ ବନ୍ଦ ରହିବା ପରେ ପର୍ଯ୍ୟଟକଙ୍କ ପାଇଁ ସୋମବାରଠାରୁ ଖୋଲିଲା ଭାରତର ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ତାଜମହଲ ଓ ଆଗ୍ରା ଦୁର୍ଗ। ପର୍ଯ୍ୟଟକଙ୍କ ନିମନ୍ତେ ତାଜମହଲକୁ ଖୋଲିବା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧିକାରୀମାନେ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଛନ୍ତି।

ତାଜମହଲର ତଦାରଖକାରୀ ଅଧିକାରୀ ଅମର ନାଥ ଗୁପ୍ତା କହିଛନ୍ତି ଯେ ତାଜମହଲର ପୂର୍ବ ଏବଂ ପଶ୍ଚିମ ଫାଟକରେ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସାନିଟାଇଜେସନ୍‌, ଥର୍ମାଲ୍‌ ସ୍କ୍ରିନିଂ, ସାମାଜିକ ଦୂରତା ରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏକସଙ୍ଗେ ୨୫୦୦ ପରିଦର୍ଶକଙ୍କୁ ଅନୁମତି ଦିଆଯିବ। ପର୍ଯ୍ୟଟକମାନେ କେବଳ ଅନଲାଇନ୍‌ ବୁକିଂ ମାଧ୍ୟମରେ ତାଜମହଲ ପରିଦର୍ଶନ ପାଇଁ ଟିକେଟ କ୍ରୟ କରିପାରିବେ। ବିଦେଶୀ ପର୍ଯ୍ୟଟକମାନଙ୍କୁ ତାଜମହଲରେ ପ୍ରବେଶ ପାଇଁ ୧୧୦୦ ଟଙ୍କାର ପ୍ରବେଶ ଟିକେଟ୍‌ କିଣିବାକୁ ପଡିବ ଏବଂ ଘରୋଇ ପରିଦର୍ଶକମାନେ ଟିକେଟ୍‌ ପିଛା ୫୦ ଟଙ୍କା ଦେଇ ପ୍ରବେଶ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ