କୋରୋନାରୁ ଫାଇଦା: ଭାରତୀୟ ଅନଲାଇନ ଟ୍ୟୁସନ ବଜାର ସରଗରମ


ଏବେ କୋରୋନା ସଙ୍କଟରେ ସାରା ବିଶ୍ବ। ୬ ମାସ ହେଲା ଶିକ୍ଷାନୁଷ୍ଠାନ ବନ୍ଦ। ଭବିଷ୍ୟତ ପାଇଁ ଚିନ୍ତିତ ଥିବା ବିଦ୍ୟାର୍ଥୀ ଓ ସେମାନଙ୍କ ପିତାମାତାଙ୍କ ପାଇଁ ଆଶ୍ବସ୍ତି ଆଣିଛି ଅନଲାଇନ କୋଚିଂ। ଅଧିକରୁ ଅଧିକ ଛାତ୍ରଛାତ୍ରୀ ଅନଲାଇନ କୋଚିଂ ସହ ଯୋଡ଼ିହେବା ପରେ ସରଗରମ ହୋଇଉଠିଛି ଟ୍ୟୁସନ ବଜାର। ବାର୍ଷିକ ୧୩ ପ୍ରତିଶତ ଅଭିବ୍‌ଦ୍ଧି କରୁଥିବା ଭାରତୀୟ ଟ୍ୟୁସନ ବଜାର କୋରୋନା ସଙ୍କଟ କାଳରେ ଅନଲାଇନ ପ୍ଲାଟଫର୍ମ ଜରିଆରେ ନିଜ ସ୍ଥିତି ସୁଧାରିବାରେ ପ୍ରୟାସ କରୁଛି। ୨୦୧୬ରେ କୋଚିଂରୁ ୧୭୫୩ ବିଲିଅନ ଟଙ୍କା ରୋଜଗାର କରିଥିବା ଟ୍ୟୁସନ ବଜାର ଆଗାମୀ ୨୦୨୧ ସୁଦ୍ଧା ୩୨୮୦ ବିଲିଅନ ରୋଜଗାର କରିବା ପାଇଁ ରୋଡମ୍ୟାପ ତିଆରି କରିଛନ୍ତି। ଅନେକ ଘରୋଇ ଅନଲାଇନ କୋଚିଂ ଇନଷ୍ଟିଚ୍ୟୁଟ ଏ ଦିଗରେ ସଫଳତା ହାସଲ କରିଛନ୍ତି। କୋରୋନା ସଙ୍କଟ କାଳରେ ଏଭଳି ଅନଲାଇନ ଟ୍ୟୁସନର ଚାହିଦା ଓ ଆବଶ୍ୟକତାକୁ ନେଇ ପ୍ରତିନିଧିର ଏ ସ୍ବତନ୍ତ୍ର ଉପସ୍ଥାପନା।

ସୁଶ୍ରୀ ଭାର୍ଗବୀ ମିଶ୍ର ଭୁବନେଶ୍ବରର ବିଜେବି ଜୁନିଅର କଲେଜରେ ନାଁ ଲେଖାଇବାକୁ ଯାଉଛନ୍ତି। ମହାମାରୀ ପାଇଁ ଦଶମ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇବା ଓ କଲେଜରେ ପାଠପଢ଼ା ମଧ୍ୟ ବିଳମ୍ବିତ ହେବା ମେଧାବୀ ଭାର୍ଗବୀଙ୍କୁ ଚିନ୍ତିତ କରାଇଛି। ଶ୍ରେଣୀକୁ ଯିବା ପୂର୍ବରୁ ସେ ଅନଲାଇନ କୋଚିଂ ପାଇଁ ଚାହିଁଥିଲେ। ଏକ ଘରୋଇ କୋଚିଂ ସେଣ୍ଟରରେ ମାସିକ ୧୫୦୦ ଟଙ୍କା ଦେବା ସର୍ତ୍ତରେ ପଞୀକ୍‌ତ କରାଇଥିଲେ। ହେଲେ ଦୁର୍ବଳ ଭିଡିଓ, ଇଣ୍ଟରନେଟ ସେବା ବିଛିନ୍ନ ଓ ଅନଲାଇନ ପାଠପଢ଼ା ବୁଝି ନ ହେବାରୁ ସେ ଅନଲାଇନ କୋଚିଂ ଠାରୁ ନିଜକୁ ସାମୟିକ ଭାବେ ଦୂରେଇ ରଖିଛନ୍ତି। ଭଲ ସେବା ପାଇଲେ ପୁଣି ଅନଲାଇନ କୋଚିଂ ନେବେ ବୋଲି କହିଛନ୍ତି ଭାର୍ଗବୀ। ସେହିପରି ଭୁବନେଶ୍ବର ବରମୁଣ୍ଡା ରେଣ୍ଟାଲ କଲୋନୀରେ ନିଜ ପିତାମାତାଙ୍କ ସହ ରହୁଥିବା ରୂପାମ୍ବିକା ପଟ୍ଟନାୟକ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ସେ ଗଣିତ ଓ ବିଜ୍ଞାନ ବିଷୟ ପାଇଁ ଅନଲାଇନ କୋଚିଂ ନେଉଛନ୍ତି। ଏଥିପାଇଁ ସେ ମାସକୁ ୧୫୦୦ ଟଙ୍କା ଦେଉଥିବା ରୂପାମ୍ବିକା କହନ୍ତି। ତେବେ ରୂପାମ୍ବିକା କୌଣସି ପ୍ରତିଷ୍ଠିତ ଅନଲାଇନ କୋଚିଂ ଆପ ଜରିଆରେ ପଢ଼ୁନାହାନ୍ତି। ଜଣେ ଶିକ୍ଷୟିତ୍ରୀଙ୍କ ସହ ମୋବାଇଲ ଫୋନ ଜରିଆରେ ବୁଝି ପାରୁ ନ ଥିବା ବିଷୟ ବୁଝୁଛନ୍ତି। ଭାର୍ଗବୀ ଓ ରୂପାମ୍ବିକାଙ୍କ ପରି ରାଜଧାନୀର ଅନେକ ମେଧାବୀ ବିଦ୍ୟାର୍ଥୀ କୋରୋନା ସଙ୍କଟ ସମୟରେ ଘରେ ରହି ଅନଲାଇନ ପ୍ଲାଟଫର୍ମ ଜରିଆରେ ପାଠପଢ଼ିବାର ଗୁରୁତ୍ବକୁ ଉପଲବଧି କରିଛନ୍ତି।

ଚାହିଦାକୁ ଦେଖି ବଢ଼ିଛି ବଜାର
କେବଳ ଭୁବନେଶ୍ବର ନୁହେଁ, କଟକ, ପୁରୀ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଭଳି ସହର ଗୁଡ଼ିକରେ ଗଢ଼ିଉଠିଛି ମାଳ ମାଳ କୋଚିଂ ସେଣ୍ଟର। ଭାରତୀୟ ବିଦ୍ୟାର୍ଥୀମାନେ ମେଡିକାଲ, ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ପେସାଦାର ପାଠ୍ୟକ୍ରମ ଓ କ୍ୟାରିଅର ପାଇଁ ଆଗ୍ରହ ରଖୁଥିବାରୁ ଏଥିପାଇଁ ଅଧିକରୁ ଅଧିକ ପ୍ରତିଦ୍ବନ୍ଦ୍ବୀ ମାନର ପରୀକ୍ଷା ଏବଂ ବର୍ଗିକରଣର ଆବଶ୍ୟକତା ପଡ଼ୁଛି। ଜେଇଇ ମେନ, ଜେଇଇ ଆଡଭାନ୍ସଡ, ଏଆଇଆଇଏମଏସ, ଏଆଇପିଏମଟି, ସିଏଲଏଟି, ସିଏ-ସିପିଟି, ଏନଏଟିଏ, ଏସଏଟି, ସିଏମଏଟି, ଜିଏମଏଟି, ଜିଆଇଇ, ଜିଏଟିଇ, ସିଏ-ଆଇପିସି ଆଦି ପରୀକ୍ଷାର ସାମ୍ନା କରିବାକୁ ପଡ଼ୁଛି। ଏହାର ବହୁପୂର୍ବରୁ ବିଦ୍ୟାର୍ଥୀମାନଙ୍କୁ କୋଚିଂ ନେବାର ଆବଶ୍ୟକତା ପଡ଼ୁଛି। ଏଥିରେ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିବାରୁ କୋଚିଂ ସେଣ୍ଟର ଗୁଡ଼ିକ ସମତାଳରେ ବ୍‌ଦ୍ଧି ପାଉଛି ଓ କୋଚିଂ ସେଣ୍ଟର ଗୁଡ଼ିକ ସମୟ ସହ ତାଳଦେଇ ଡିଜିଟାଲ ଲାଇଭ କ୍ଲାସରୁମ ପାଲଟିଛନ୍ତି।

ଦେଶର ଏକ ପ୍ରମୁଖ ଅନଲାଇନ କୋଚିଂ ସଂସ୍ଥା ଭାବେ ‘ବାଇଜୁ’ ନିଜ ପାଦତଳର ମାଟିକୁ ବେଶ ସୁଦ୍‌ଢ଼ କରିପାରିଛି। ୨୦୧୧ରେ ଗଠିତ ଏହି ଟପ ଭାରତୀୟ ଏଜୁକେସନ ପ୍ରମୋଟ ଷ୍ଟାର୍ଟଅପ କମ୍ପାନୀ ୧୬ ମିଲିଅନ ଛାତ୍ରଛାତ୍ରୀଙ୍କୁ ପଞ୍ଜୀକ୍‌ତ କରି ଶିକ୍ଷାଦାନରେ ନିୟୋଜିତ ରହିଛି। କମ୍ପାନୀ ନିକଟରେ ରହିଛି ୩୮,୫୦୦ କୋଟି ଟଙ୍କାର ସମ୍ପତ୍ତି। ବାର୍ଷିକ ୨୮୦୦ କୋଟିର ବ୍ୟବସାୟ କରୁଥିବା ବାଇଜୁ ଚତୁର୍ଥରୁ ଦ୍ବାଦଶ ଶ୍ରେଣୀର ପିଲାଙ୍କୁ ଗଣିତ ଓ ବିଜ୍ଞାନ ଶିକ୍ଷା ଦେବାରେ ମାହିର।

ସେହିପରି ୩୦ଟି ଦେଶର ୧ ହଜାର ସହରରେ ୫୦୦ରୁ ଅଧିକ ଶିକ୍ଷକଙ୍କୁ ନିୟୋଜିତ କରାଇ ଅଡିଓ, ଭିଡିଓ ଓ ହ୍ବାଇଟବୋର୍ଡ ଉପକରଣ ଜରିଆରେ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷା ଦେଇ ଆସୁଛି ବେଦାନ୍ତ। ବେଦାନ୍ତର ଅନଲାଇନ ଟିଚିଂ ଅବଧି ସଂଖ୍ୟା ୧ ମିଲିଅନ ଘଣ୍ଟା ହୋଇଥିବା ସୂତ୍ରରୁ ଜଣାଯାଇଛି।

ଗ୍ରେଡ ଅପ ନାମକ ଆଉ ଏକ ପ୍ରମୁଖ ଅନଲାଇନ କୋଚିଂ ସେଣ୍ଟର ଚଳିତ ବର୍ଷ ୧.୩ କୋଟି ଛାତ୍ରଛାତ୍ରୀଙ୍କୁ ପଞ୍ଜୀକ୍‌ତ କରାଇଛି। ଦେଶର ୨୫ଟି ସହରରେ ଗ୍ରେଡ ଅପର ଶାଖା ରହିଛି। ଏହି ସଂସ୍ଥା ଦ୍ବାରା ଲାଇଭ କ୍ଲାସ, ମକଟେଷ୍ଟ ଜରିଆରେ ପିଲାଙ୍କ ମେଧାକୁ ପରଖା ଯାଇ ବିକଶିତ କରାଯାଇଥାଏ। ଅନଲାଇନ କୋଚିଂ ଜଗତରେ ଆଉ ଏକ ଜଣାଶୁଣା ନାଁ ହେଉଛି ଖାନ ଏକାଡେମୀ। ୨୦୦୬ରେ ୟୁ ଟ୍ୟୁବରେ ଭିଡିଓ ଜରିଆରେ ଆରମ୍ଭ ହୋଇଥିବା ଶିକ୍ଷାଦାନର ପ୍ରୟାସ ଏବେ ହଜାର ହଜାର ବିଦ୍ୟାର୍ଥୀଙ୍କ ଶ୍ରେଷ୍ଠ ଓ ଉତ୍କର୍ଷ ଶିକ୍ଷଣ ଉପକରଣରେ ପରିଣତ ହୋଇଛି। ବିଭିନ୍ନ ପାଠ୍ୟକ୍ରମ ଓ ବିଷୟ ଉପରେ ୧୦ ହଜାରରୁ ଅଧିକ ଭିଡିଓ ବତ୍କ୍‌ତା ଏହାର ଏକ ବିରଳ ବିଭବ। ସେହିଭଳି ଅନ-ଏକାଡେମୀ, ଉଡେମୀ, କରସେରା, ଷ୍ଟଡି ୨୪x୭, ସୁଲେଖା, ଡାଉଟନଟ, ଟପ୍ପର, ବିଦ୍ୟାକୁଳ ଭଳି ଅନଲାଇନ ପ୍ଲାଟଫର୍ମରେ ଉପଲବ୍ଧ ଆପ ଭାରତୀୟ ବିଦ୍ୟାର୍ଥୀଙ୍କୁ ଏବେ ଟାର୍ଗେଟ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ