ବଲିଉଡର ବଡ଼ ପାର୍ଟିରେ ଟ୍ରେରେ ପରଷା ଯାଏ ଡ୍ରଗ୍ସ: ବିକ୍ରମ ଭଟ୍ଟ


ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ କନେକ୍ସନ ସାମ୍ନାକୁ ଆସିବା ପରେ ଚାରିଆଡ଼େ ବୟାନବାଜି ଆରମ୍ଭ ହୋଇଯାଇଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଜୋରଦାର ଭାବେ ବଲିଉଡରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇବା ପରେ ବଲିଉଡରେ ଡ୍ରଗ୍ସକୁ ନେଇ ବିଭିନ୍ନ ପ୍ରକାରର କଥା ସାମ୍ନାକୁ ଆସିବାରେ ଲାଗିଛି। ଇତିମଧ୍ୟରେ ବଲିଉଡ ଫିଲ୍ମ ନିର୍ମାତା ତଥା ନିର୍ଦେଶକ ବିକ୍ରମ ଭଟ୍ଟ ମଧ୍ୟ ଡ୍ରଗ୍ସ ମାମଲାର ତଦନ୍ତ କରାଯିବା ଉଚିତ ବୋଲି କହିଛନ୍ତି।

ବିକ୍ରମଙ୍କ କହିବାନୁସାରେ ସେ ମଧ୍ୟ ବଲିଉଡରେ ବଡ଼ ବଡ଼ ପାର୍ଟିରେ ସାମିଲ ହୋଇଛନ୍ତି। ସେ ଅନେକ ଡ୍ରଗ୍ସ ପାର୍ଟି ସମ୍ପର୍କରେ ଶୁଣିଛନ୍ତି, କିନ୍ତୁ ନିଜେ କିଛି ଦେଖି ନାହାନ୍ତି। କେତେକ ପାର୍ଟିରେ ଅଲଗା ଅଲଗା ପ୍ରକାରର ଡ୍ରଗ୍ସ ଅଫର କରାଯାଉଥିବା ସେ ଶୁଣିଛନ୍ତି। ଡ୍ରଗ୍ସକୁ ଟ୍ରେରେ ସଜାଇ ପରଷା ଯାଇଥାଏ। ଅତିଥିମାନେ ନିଜ ପସନ୍ଦ ଅନୁସାରେ ଡ୍ରଗ୍ସ ଚୟନ କରନ୍ତି ଓ ଏହାର ସେବନ କରନ୍ତି ବୋଲି ସେ ଶୁଣିଛନ୍ତି। ତେବେ ନିଜେ ସେ ଏହା କେବେ ଦେଖି ନାହାନ୍ତି ବୋଲି ବିକ୍ରମ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ