ରହସ୍ୟମୟ ହ୍‌ତପିଣ୍ଡ ଆକ୍‌ତିର ଦ୍ବୀପ: ବର୍ଷରେ ଦିନେ ଖୋଲା


ବିଶ୍ବରେ ଅନେକ ଗୁଡ଼ିଏ ରହସ୍ୟମୟ ଦ୍ବୀପ ରହିଛି। ସ୍କଟଲ୍ୟାଣ୍ଡରେ ଥିବା ଆଇନହାଲୋ ଆଇଲ୍ୟାଣ୍ଡ ସେଥିରୁ ଅନ୍ୟତମ। ଏହି ହାର୍ଟ ଶେପ ବା ହୃତପିଣ୍ଡ ଆକୃତିର ଦ୍ବୀପ ଦେଖିବାକୁ ବହୁତ ସୁନ୍ଦର। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏଠାକୁ ବର୍ଷକରେ କେବଳ ଗୋଟିଏ ଦିନ ଯିବାକୁ ଅନୁମତି ମିଳିଥାଏ। ଅବଶିଷ୍ଟ ୩୬୪ ଦିନ ଏଠାକୁ ଯିବା ସମ୍ଭବ ନ ଥାଏ।

ରହସ୍ୟମୟ ଦ୍ବୀପ
ଏହି ଦ୍ବୀପ ଏତେ ଛୋଟ ଯେ ଏହାକୁ ମ୍ୟାପରେ ଖୋଜିବା କଷ୍ଟକର ହୋଇଥାଏ। ଏହି ଦ୍ବୀପକୁ ନେଇ ଅନେକ ରହସ୍ୟମୟ କାହାଣୀ ରହିଛି। ଲୋକକଥା ଅନୁସାରେ ଆଇନହାଲୋ ହେଉଛି ଭୂତମାନଙ୍କର ଦ୍ବୀପ। ଖରାପ ଶକ୍ତି ଏହି ଦ୍ବୀପକୁ ବଶ କରି ରଖିଛି। ଯଦି କୌଣସି ବ୍ୟକ୍ତି ଏହି ଦ୍ବୀପକୁ ଯିବାକୁ ଚେଷ୍ଟା କରନ୍ତି, ତେବେ ଏହି ଦୁଷ୍ଟ ଶକ୍ତିମାନେ ସେମାନଙ୍କୁ ଏହି ଦ୍ବୀପରେ ପବନରେ ଅଦୃଶ୍ୟ କରାଇ ଦିଅନ୍ତି। ଏପରିକି ଏଠାରେ ମତ୍ସ୍ୟକନ୍ୟାମାନେ ରହୁଛନ୍ତି ଓ ଖରାଦିନେ ସେମାନେ ପାଣି ଉପରକୁ ବାହାରୁ ଥିବା ମଧ୍ୟ ଲୋକକଥାରେ କୁହାଯାଇଛି।

ଏ ସମ୍ପର୍କରେ ପ୍ରଫେସର ଡାନ ଲି କହିଛନ୍ତି ଯେ ହଜାରେ ବର୍ଷ ପୂର୍ବରୁ ଏଠାରେ ଜନବସତି ଥିଲା। କିନ୍ତୁ ୧୮୫୧ରେ ଏଠାରେ ପ୍ଲେଗ ରୋଗ ବ୍ୟାପିବାରୁ ଲୋକେ ଏହି ଦ୍ବୀପ ଛାଡ଼ି ଚାଲିଯାଇଥିଲେ। ଏବେ ଏହା ସମ୍ପୂର୍ଣ୍ଣ ଭାବେ ମରୁଭୂମି ପାଲଟିଯାଇଛି। ଅନେକ ଘରର ଧ୍ବଂସସ୍ତୁପ ଏଠାରେ ଦେଖିବାକୁ ମିଳୁଛି। ପତ୍ନତତ୍ତ୍ବବିତମାନେ ଏଠାରେ ଖୋଦେଇ ସମୟରେ ଅନେକ ପଥର କାନ୍ଥ ପାଉଛନ୍ତି। ତେବେ ଏହି ଦ୍ବୀପ କେବେ ସୃଷ୍ଟି ହୋଇଥିଲା ଏ ସମ୍ପର୍କରେ ଏ ଯାବତ କୌଣସି ସ୍ପଷ୍ଟ ସୂଚନା ନାହିଁ ବୋଲି ଡାନ ଲି କହିଛନ୍ତି।

ପ୍ରତ୍ନତତ୍ତ୍ବବିତଙ୍କ କହିବାନୁସାରେ ଏହା ଏକ ଗବେଷଣା ଯୋଗ୍ୟ ସ୍ଥାନ। ଯଦି ଏହା ଉପରେ ଗବେଷଣା କରାଯାଏ, ତେବେ ଇତିହାସର ଅନେକ ରହସ୍ୟ ସାମ୍ନାକୁ ଆସିପାରିବ। ଆଇନହାଲୋ ଦ୍ବୀପ ଓରକନେ ଦ୍ବୀପଠାରୁ ମାତ୍ର ୫୦୦ ମିଟର ଦୂରରେ ଅବସ୍ଥିତ। ଓରକନେ ଦ୍ବୀପରେ ଜନବସତି ଥିବାବେଳେ ଆଇନହାଲୋ ଦ୍ବୀପକୁ ଯିବା ସମ୍ଭବ ହେଉ ନାହିଁ। ଏପରିକି ବୋଟରେ ମଧ୍ୟ ଯିବା ସମ୍ଭବ ହେଉ ନାହିଁ। କାରଣ ଏହି ନଦୀରେ ଏତେ ଜୁଆର ଆସୁଛି ଯେ ବୋଟ ନେଇ ଯିବା ସମ୍ଭବ ନୁହେଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ