ସଲମାନ, କରନଙ୍କ ସମେତ ୮ ସେଲିବ୍ରିଟିଙ୍କୁ ଅଦାଲତରେ ହାଜର ହେବାକୁ ନିର୍ଦେଶ


ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ପୋଲିସଠାରୁ ଆରମ୍ଭ କରି ସିବିଆଇ, ଇଡି, ଏନସିବି ସମସ୍ତେ କରୁଛନ୍ତି। ଏପରିସ୍ଥଳେ ଏବେ ଅଦାଲତ ମଧ୍ୟ ଏହି ମାମଲାରେ ଆକ୍ସନ ହେବା ଆରମ୍ଭ ହୋଇଯାଇଛି। ବିହାରର ମୁଜାଫରପୁର ଜିଲା ଅଦାଲତ ଏକ ଯାଚିକାର ଶୁଣାଣି କରି ବଲିଉଡର ୮ ଜଣ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି।

ମୁଜାଫରପୁର ଜିଲା ଅଦାଲତ ସଲମାନ ଖାନ, ଆଦିତ୍ୟ ଚୋପ୍ରା, ସାଜିଦ ନଦିଆଦୱାଲା, କରନ ଜୋହର, ଏକତା କପୁର, ଦିନେଶ ଭିଜନ, ଭୂଷଣ କୁମାର, ସଞ୍ଜୟ ଲୀଲା ଭନସାଲୀଙ୍କ ଭଳି ୮ ଜଣ ସେଲିବ୍ରିଟିଙ୍କୁ ୭ ଅକ୍ଟୋବର ୨୦୨୦ରେ ଅଦାଲତରେ ନିଜେ କିମ୍ବା ତାଙ୍କ ଓକିଲଙ୍କୁ ଉପସ୍ଥିତ ହେବାକୁ ନିର୍ଦେଶ ଦେଇଛନ୍ତି। ମିଡିଆ ରିପୋର୍ଟ ମୁତାବକ ସମସ୍ତଙ୍କୁ ନୋଟିସ ପଠାଯାଇଛି।

ସୂଚନାଯୋଗ୍ୟ ଯେ ମୁଜାଫରପୁରର ଓକିଲ ସୁଧୀର ଓଝା ସଲମାନଙ୍କ ସମେତ ଉପରୋକ୍ତ ୮ଜଣ ସେଲିବ୍ରିଟିଙ୍କୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ପାଇଁ ଦାୟୀ କରି ଅଭିଯୋଗ ଦାଏର କରିଥିଲେ। ଏମାନେ ସମସ୍ତେ ମିଶି ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ସୁଧୀର ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ ସୁଶାନ୍ତଙ୍କୁ ଗୋଟିଏ ପରେ ଗୋଟିଏ ୭ଟି ଫିଲ୍ମରୁ ବାହାର କରି ଦିଆଯାଇଥିଲା। ଏଥିପାଇଁ ସୁଶାନ୍ତ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ। ସୁଧୀର ଏ ସମସ୍ତ ସେଲିବ୍ରିଟିଙ୍କ ବିରୋଧରେ ଆଇପିସି ଧାରା ୩୦୬, ୧୦୯, ୫୦୪ ଅଧୀନରେ ମାମଲା ଦାଏର କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ