ଡ୍ରଗ୍ସ ମାମଲାରେ ଗିରଫ ହେଲେ ଏବିସିଡି ଫେମ କିଶୋର


ଡ୍ୟାନ୍ସର ତଥା ଅଭିନେତା କିଶୋର ଅମନ ଶେଟ୍ଟୀ ଓ ଅନ୍ୟ ଜଣେ ବ୍ୟକ୍ତି ଡ୍ରଗ୍ସ ସେବନ ଓ କାରବାର କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ମେଙ୍ଗାଳୁରୁ ସିଟି ପୋଲିସ ଶନିବାର ଏହି ସୂଚନା ଦେଇଛନ୍ତି। କିଶୋର ଟିଭି ରିଅଲିଟି ଶୋ’ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଓ ବଲିଉଡ ସୁପରହିଟ ସିନେମା ‘ଏବିସିଡି-ଏନି ବଡି କ୍ୟାନ ଡ୍ୟାନ୍ସ’ରେ ଅଭିନୟ କରି ନାମ କମାଇଥିଲେ।

ଏହି ମାମଲାରେ ୩୦ ବର୍ଷୀୟ କିଶୋରଙ୍କ ସମେତ ପୋଲିସ ୨୮ ବର୍ଷୀୟ ଅକିଲ ନେଶିଲଙ୍କୁ ମଧ୍ୟ ଗିରଫ କରିଛି। ଏମାନଙ୍କ ପାଖରେ ଏମଡିଏମଏ ଡ୍ରଗ୍ସ ରହିଥିବା ଅଭିଯୋଗ ହୋଇଛି। ସିଟି ପୋଲିସ କମିଶନର ବିକାଶ କୁମାର କହିଛନ୍ତି ଯେ ସିସିବି ଅଭିଯୁକ୍ତଙ୍କୁ ଶନିବାର ସକାଳେ ଗିରଫ କରିଛି। ଏମାନେ ସମସ୍ତେ ମୁମ୍ବାଇରୁ ଡ୍ରଗ୍ସ କିଣି ମେଙ୍ଗାଳୁରୁରେ ବିକ୍ରି କରୁଥିବା ଜଣାପଡ଼ିଛି। ପୋଲିସ ସେମାନଙ୍କ ପାଖରୁ ଏମଡିଏମଏ,  ଗୋଟିଏ ମୋଟର ସାଇକେଲ ଓ ଦୁଇଟି ମୋବାଇଲ ଜବତ କରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ